Biblia Todo Logo
Bib sou entènèt

- Piblisite -




ରୋମୀୟ 8:34 - ପବିତ୍ର ବାଇବଲ

34 କିଏ କହି ପାରିବ ଯେ ପରମେଶ୍ୱରଙ୍କ ଲୋକମାନେ ଦୋଷୀ? କେହି ନୁହେଁ। ଆମ୍ଭ ପାଇଁ ଯୀଶୁ ଖ୍ରୀଷ୍ଟ ମୃତ୍ୟୁ ବରଣ କଲେ, କିନ୍ତୁ ତାହା ହିଁ ସବୁକିଛି ନୁହେଁ। ସେ ମୃତ୍ୟୁରୁ ମଧ୍ୟ ଜୀବିତ ହେଲେ। ସେ ଏବେ ପରମେଶ୍ୱରଙ୍କ ଡାହାଣ ପଟରେ ଅଛନ୍ତି ଓ ଆମ୍ଭ ପାଇଁ ପରମେଶ୍ୱରଙ୍କୁ ନିବେଦନ କରୁଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

34 କିଏ ଦଣ୍ତାଜ୍ଞା ଦେବ? ଖ୍ରୀଷ୍ଟ ଯୀଶୁ ତ ମୃତ୍ୟୁଭୋଗ କଲେ, ବରଂ ସେ ଉତ୍ଥାପିତ ହେଲେ, ସେ ଈଶ୍ଵରଙ୍କ ଦକ୍ଷିଣ ପାର୍ଶ୍ଵରେ ଅଛନ୍ତି, ସେ ମଧ୍ୟ ଆମ୍ଭମାନଙ୍କ ନିମନ୍ତେ ନିବେଦନ କରୁଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

34 କିଏ ଦଣ୍ଡାଜ୍ଞା ଦେବ ? ଖ୍ରୀଷ୍ଟ ଯୀଶୁ ତ ମୃତ୍ୟୁଭୋଗ କଲେ, ବରଂ ସେ ଉତ୍ଥାପିତ ହେଲେ, ସେ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଅଛନ୍ତି, ସେ ମଧ୍ୟ ଆମ୍ଭମାନଙ୍କ ନିମନ୍ତେ ନିବେଦନ କରୁଅଛନ୍ତି ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

34 ତେବେ କିଏ ସେମାନଙ୍କୁ ଆଉ ଦୋଷୀ କରିପାରିବ? ଖ୍ରୀଷ୍ଟ ଯୀଶୁ ତା’ କେବେ କରିବେ ନାହିଁ, କାରଣ ସେ ମୃତ୍ୟୁରୁ ପୁନରୁତ୍ଥିତ ହୋଇ ଈଶ୍ୱରଙ୍କ ଦକ୍ଷିଣ ପାଶ୍ୱର୍ରେ ଉପବିଷ୍ଟ ହୋଇ ଅଛନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

34 କିଏ ଦଣ୍ଡାଜ୍ଞା ଦେବ? ଖ୍ରୀଷ୍ଟ ଯୀଶୁ ତ ମୃତ୍ୟୁଭୋଗ କଲେ, ବରଂ ସେ ଉତ୍ଥାପିତ ହେଲେ, ସେ ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ୱରେ ଅଛନ୍ତି, ସେ ମଧ୍ୟ ଆମ୍ଭମାନଙ୍କ ନିମନ୍ତେ ନିବେଦନ କରୁଅଛନ୍ତି।

Gade chapit la Kopi




ରୋମୀୟ 8:34
37 Referans Kwoze  

ଅତଏବ ଯେଉଁମାନେ ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱରଙ୍କ ପାଖକୁ ଆସନ୍ତି, ସେମାନଙ୍କୁ ଯୀଶୁ ପରିତ୍ରାଣ ଦେଇ ପାରିବେ। ସେ ନିତ୍ୟ ଜୀବିତ ହେବାରୁ, ଲୋକେ ଯେତେବେଳେ ପରମେଶ୍ୱରଙ୍କ ପାଖକୁ ଆସିବେ, ଯୀଶୁ ସେମାନଙ୍କୁ ସର୍ବଦା ସାହାଯ୍ୟ କରି ପାରିବେ।


ଲୋକମାନଙ୍କର ହୃଦୟରେ କ’ଣ ଅଛି ପରମେଶ୍ୱର ତାହା ଦେଖି ପାରନ୍ତି। ପରମେଶ୍ୱର ଆତ୍ମାର ମନରେ କ’ଣ ଅଛି ତାହା ଜାଣନ୍ତି, କାରଣ ଆତ୍ମା ପରମେଶ୍ୱର ଜେପରି ଇଚ୍ଛା କରନ୍ତି, ସେହିଭଳି ତାଙ୍କ ଲୋକମାନଙ୍କ ପାଇଁ କରନ୍ତି।


ଏବେ ଯୀଶୁ ସ୍ୱର୍ଗକୁ ଗଲେଣି। ସେ ପରମେଶ୍ୱରଙ୍କ ଡାହାଣରେ ବିରାଜମାନ। ସେ ସେଠାରେ ସ୍ୱର୍ଗଦୂତ, ସମସ୍ତ କ୍ଷମତା ଓ ଶକ୍ତିଗୁଡ଼ିକର ଶାସକ ଅଟନ୍ତି।


ଖ୍ରୀଷ୍ଟ ମହାପବିତ୍ର ସ୍ଥାନ ଭିତରକୁ ଗଲେ। କିନ୍ତୁ ସେ ମନୁଷ୍ୟ ହସ୍ତନିର୍ମିତ ମହାପବିତ୍ର ସ୍ଥାନକୁ ଗଲେ ନାହିଁ। ଏହି ପରମ ପବିତ୍ର ସ୍ଥାନଟି ପ୍ରକୃତ ସ୍ଥାନର ପ୍ରତିକୃତି ମାତ୍ର। ଯୀଶୁ ସ୍ୱର୍ଗ ଭିତରକୁ ଗଲେ।


ଅତଏବ ଏବେ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛନ୍ତି, ସେମାନେ ଦେଷୀ ବୋଲି ବିଗ୍ଭରିତ ହୁଅନ୍ତି ନାହିଁ।


ପ୍ରଭୁ ଯୀଶୁ ଏହିସବୁ କଥା ପ୍ରେରିତମାନଙ୍କୁ କହି ସାରିବା ପରେ ତାହାଙ୍କୁ ସ୍ୱର୍ଗକୁ ନିଆଗଲା। ସେ ପରମେଶ୍ୱରଙ୍କ ଡାହାଣ ପଟେ ବସିଲେ।


ତୁମ୍ଭେମାନେ ଖ୍ରୀଷ୍ଟଙ୍କ ସହିତ ମୃତ୍ୟୁରୁ ଜୀବିତ ହୋଇଛ। ଅତଏବ ସ୍ୱର୍ଗରେ ଥିବା ବିଷୟ ଗୁଡ଼ିକ ପାଇବା ପାଇଁ ଯତ୍ନଶୀଳ ହୁଅ। ଯେଉଁଠାରେ ଖ୍ରୀଷ୍ଟ, ପରମେଶ୍ୱରଙ୍କ ଡାହାଣରେ ବସିଛନ୍ତି।


ଏହି କାରଣରୁ ଆମ୍ଭେ ମହତମାନଙ୍କ ମଧ୍ୟରେ ତାଙ୍କୁ ଭାରି କରାଇବା ଓ ସେ ପରାକ୍ରମୀମାନଙ୍କ ସଙ୍ଗେ ଲୁଟ ଭାଗ କରି ନେବେ। କାରଣ ସେ ମୃତ୍ୟୁ ମୁଖରେ ତାଙ୍କର ଜୀବନ ଦେଇ ଦେଲେ ଓ ଅଧାର୍ମିକମାନଙ୍କ ସହିତ ପରିଗଣିତ ହେଲେ। ତଥାପି ସେ ଅନେକଙ୍କ ପାପଭାର ବହନ କଲେ ଓ ଅଧାର୍ମିକମାନଙ୍କ ନିମନ୍ତେ ପ୍ରାର୍ଥନା କଲେ।”


କାରଣ ସଦାପ୍ରଭୁ ନିଃସହାୟ ଲୋକମାନଙ୍କ ସପକ୍ଷରେ ଠିଆ ହୁଅନ୍ତି, ଏବଂ ପରମେଶ୍ୱର ସେମାନଙ୍କୁ ଅନ୍ୟମାନଙ୍କଠାରୁ ରକ୍ଷା କରନ୍ତି, ଯେଉଁମାନେ ତାଙ୍କୁ ନିନ୍ଦା କରନ୍ତି।


ମୁଁ ଜୀବିତ। ମୁଁ ମରି ଯାଇଥିଲି କିନ୍ତୁ ଦେଖ, ମୁଁ ସବୁବେଳ ପାଇଁ ଜୀବିତ ହୋଇଅଛି। ମୋ’ ପାଖରେ ମୃତ୍ୟୁ ଓ ପାତାଳର ଗ୍ଭବି ରହିଛି।


ସେଥିପାଇଁ ଖ୍ରଷ୍ଟ ମୃତ୍ୟୁ ବରଣ କଲେ ଓ ମୃତ୍ୟୁରୁ ପୂନଃ ଜୀବିତ ହେଲେ। ଖ୍ରୀଷ୍ଟ ଏପରି କରିବାର କାରଣ ଯେ, ଯେଉଁମାନେ ମରି ସାରିଛନ୍ତି ଓ ଯେଉଁମାନେ ଜୀବିତ ଅଛନ୍ତି, ସେ ସମସ୍ତଙ୍କର ପ୍ରଭୁ ହୋଇ ପାରିବେ।


ଆମ୍ଭର ପାପ ଲାଗି ଯୀଶୁଙ୍କୁ ମୃତ୍ୟୁ ନିମନ୍ତେ ସମର୍ପିତ କରାହେଲା। ଆମ୍ଭକୁ ପରମେଶ୍ୱରଙ୍କଠାରେ ଧାର୍ମିକ କରିବା ଲାଗି ଯୀଶୁ ମୃତ୍ୟୁରୁ ପୁନର୍ଜୀବିତ ହେଲେ।


ସଦାପ୍ରଭୁ କହନ୍ତି, “ସେତେବେଳେ ଇସ୍ରାଏଲର ଅଧର୍ମ ଖୋଳାଯିବ, ମାତ୍ର କିଛି ମିଳିବ ନାହିଁ; ଯିହୁଦାର ପାପ ଅନ୍ୱେଷଣ କରାଯିବ, ମାତ୍ର ସେମାନେ କିଛି ପାଇବେ ନାହିଁ। ଆମ୍ଭେ ଅବଶିଷ୍ଟ ଲୋକମାନଙ୍କୁ କ୍ଷମା କରିଦେବା, ଯେଉଁମାନଙ୍କୁ ଆମ୍ଭେ ରକ୍ଷା କରିଅଛୁ।”


ସଦାପ୍ରଭୁ କେବେହେଲେ ଦୁଷ୍ଟ ଲୋକମାନଙ୍କ ହସ୍ତରେ ଧାର୍ମିକ ଲୋକମାନଙ୍କୁ ଛାଡ଼ି ଦେବେ ନାହିଁ। ପରମେଶ୍ୱର କେବେହେଲେ ଧାର୍ମିକ ଲୋକମାନଙ୍କୁ ଦୋଷୀ ସାବ୍ୟସ୍ତ କରିବେ ନାହିଁ।


ଖ୍ରୀଷ୍ଟ ନିଜେ ତୁମ୍ଭ ପାଇଁ ମଲେ। ସେହି ମୂଲ୍ୟ ତୁମ୍ଭର ପାପ ପାଇଁ ମୂଲ୍ୟ ଦେଲା। ସେ ନିଜେ ଦୋଷୀ ନ ଥିଲେ କିନ୍ତୁ ଦୋଷୀ ଲୋକଙ୍କ ଲାଗି ମୃତ୍ୟୁ ବରଣ କଲେ। ସେ ତୁମ୍ଭ ସମସ୍ତଙ୍କୁ ପରମେଶ୍ୱରଙ୍କ ପାଖକୁ ଆଣିବା ପାଇଁ ଏପରି କଲେ। ତାହାଙ୍କର ଶରୀରକୁ ବଧ କରାଗଲା, କିନ୍ତୁ ଆତ୍ମାରେ ସେ ପୁନର୍ଜୀବିତ ହେଲେ,


ସେ ପରମେଶ୍ୱରଙ୍କ ମହିମାର ଅବିକଳ ପ୍ରତିମୂର୍ତ୍ତି। ସେହି ପୁତ୍ର ନିଜର ଶକ୍ତିଯୁକ୍ତ ବାକ୍ୟ ଦ୍ୱାରା ପ୍ରତ୍ୟେକ ବିଷୟକୁ ଧରି ରଖିଛନ୍ତି। ସେହି ପୁତ୍ର ଲୋକମାନଙ୍କୁ ପାପରୁ ମୁକ୍ତ କରି ସେମାନଙ୍କୁ ପବିତ୍ର କଲେ। ତା'ପରେ ସେ ସ୍ୱର୍ଗସ୍ଥ ମହାମହିମ ପରମେଶ୍ୱରଙ୍କ ଡାହାଣପଟରେ ବସିଲେ।


ତା'ହେଲେ ଆମ୍ଭେ ଏକଆରେକକୁ ଦୋଷ ଦେବା ବନ୍ଦ କରିବା ଉଚିତ୍। ଆମ୍ଭେ ଏପରି ସଂକଳ୍ପ ନେବା ଦରକାର, ଯେପରି ଆମ୍ଭର କାର୍ଯ୍ୟ ଦ୍ୱାରା ନିଜ ଭାଇ କି ଭଉଣୀ ପାପରେ ପଡ଼ିବେ ନାହିଁ।


ସେହି ଦିନ ତୁମ୍ଭେମାନେ ମୋତେ କିଛି ମାଗିବ ନାହିଁ। ମୁଁ ତୁମ୍ଭକୁ ସତ୍ୟ କହୁଛି, ମୋ’ ନାମରେ ତୁମ୍ଭେ ଯାହା ପରମପିତାଙ୍କୁ ମାଗିବ, ସେ ତାହା ଦେବେ।


ଜଗତର ବାସିନ୍ଦାମାନେ ଖୁବ୍ ଅଳ୍ପ ସମୟ ପରେ ମୋତେ ଆଉ ଦେଖି ପାରିବେ ନାହିଁ। କିନ୍ତୁ ତୁମ୍ଭେ ମୋତେ ଦେଖି ପାରିବ। ତୁମ୍ଭେମାନେ ଜୀବିତ ରହିବ, କାରଣ ମୁଁ ଜୀବିତ।


ମନୁଷ୍ୟପୁତ୍ରଙ୍କ କ୍ଷେତ୍ରରେ ତାହା ଏକା ଭଳି। ମନୁଷ୍ୟପୁତ୍ର ଅନ୍ୟମାନଙ୍କଠାରୁ ସେବା ପାଇବେ ବୋଲି ଆସିନାହାନ୍ତି। ସେ ଅନ୍ୟମାନଙ୍କର ସେବା କରିବା ପାଇଁ ଆସିଅଛନ୍ତି। ମନୁଷ୍ୟପୁତ୍ର ଅନେକ ଲୋକଙ୍କ ମୁକ୍ତିର ମୂଲ୍ୟଭାବେ ନିଜ ଜୀବନଦାନ କରିବା ପାଇଁ ଆସିଛନ୍ତି।”


ହୁଏତ ସେହି ଦୂତ ସେହି ଲୋକକୁ କୃପା କରିବେ ଏବଂ ତା’ ତରଫରୁ ପରମେଶ୍ୱରଙ୍କୁ କହି ପାରନ୍ତି, ‘ସେହି ଲୋକ କବରକୁ ଯିବା ପାଇଁ ରକ୍ଷା ପାଉ’ ମୁଁ କ୍ଷତି ପୂରଣ ପାଇଅଛି।


କିନ୍ତୁ ଯଦି ପରମେଶ୍ୱର ସ୍ଥିର କରନ୍ତି ସେମାନଙ୍କୁ ସାହାଯ୍ୟ କରିବେ ନାହିଁ। ତା'ହେଲେ କେହି ପରମେଶ୍ୱରଙ୍କୁ ଦୋଷ ଦେଇ ପାରିବ ନାହିଁ। ଯଦି ପରମେଶ୍ୱର ଲୋକଙ୍କଠାରୁ ନିଜକୁ ଲୁଚେଇ ରଖନ୍ତି, କେହି ତାଙ୍କୁ ଖୋଜି ପାଇବ ନାହିଁ। ପରମେଶ୍ୱର ଲୋକମାନଙ୍କର ଓ ଦେଶମାନଙ୍କର ଶାସନକର୍ତ୍ତା।


ଯେ ମୋତେ ଧର୍ମାଗ୍ଭରୀ କରନ୍ତି ସେ ମୋ’ ନିକଟବର୍ତ୍ତୀ। ତେଣୁ ମୋତେ କିଏ ବିରୋଧ କରିବ? ଆସ ଆମ୍ଭେମାନେ ଏକତ୍ର ଛିଡ଼ା ହେବା, କିଏ ମୋର ବିପକ୍ଷରେ ଯିବ ସେ ମୋ’ ନିକଟକୁ ଆସୁ।


କିନ୍ତୁ ଈଶ୍ୱର ଏସବୁ ଘଟିବ ବୋଲି ଆଗରୁ ଜାଣିଥିଲେ। ସେଥିପାଇଁ ସେ ଯୀଶୁଙ୍କୁ ମୃତ୍ୟୁର ବନ୍ଧନରୁ ମୁକ୍ତ କରି ତାହାଙ୍କୁ ପୁଣି ଉଠାଇଅଛନ୍ତି। ମୃତ୍ୟୁ ତାହାଙ୍କୁ ବାନ୍ଧି ରଖିପାରିଲା ନାହିଁ।


Swiv nou:

Piblisite


Piblisite