Biblia Todo Logo
Bib sou entènèt

- Piblisite -




ରୋମୀୟ 8:27 - ପବିତ୍ର ବାଇବଲ

27 ଲୋକମାନଙ୍କର ହୃଦୟରେ କ’ଣ ଅଛି ପରମେଶ୍ୱର ତାହା ଦେଖି ପାରନ୍ତି। ପରମେଶ୍ୱର ଆତ୍ମାର ମନରେ କ’ଣ ଅଛି ତାହା ଜାଣନ୍ତି, କାରଣ ଆତ୍ମା ପରମେଶ୍ୱର ଜେପରି ଇଚ୍ଛା କରନ୍ତି, ସେହିଭଳି ତାଙ୍କ ଲୋକମାନଙ୍କ ପାଇଁ କରନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

27 ପୁଣି, ଯେ ଆମ୍ଭମାନଙ୍କ ହୃଦୟ ଅନୁସନ୍ଧାନ କରନ୍ତି, ସେ ଆତ୍ମାଙ୍କ ଭାବ କଅଣ, ତାହା ଜାଣନ୍ତି, କାରଣ ସେ ଈଶ୍ଵରଙ୍କ ଇଚ୍ଛାନୁସାରେ ସାଧୁମାନଙ୍କ ନିମନ୍ତେ ନିବେଦନ କରନ୍ତି।

Gade chapit la Kopi

ଓଡିଆ ବାଇବେଲ

27 ପୁଣି, ଯେ ଆମ୍ଭମାନଙ୍କ ହୃଦୟ ଅନୁସନ୍ଧାନ କରନ୍ତି, ସେ ଆତ୍ମାଙ୍କ ଭାବ କ'ଣ, ତାହା ଜାଣନ୍ତି, କାରଣ ସେ ଈଶ୍ୱରଙ୍କ ଇଚ୍ଛାନୁସାରେ ସାଧୁମାନଙ୍କ ନିମନ୍ତେ ନିବେଦନ କରନ୍ତି ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

27 ଈଶ୍ୱର ତା’ ବୁଝିପାରନ୍ତି, କାରଣ ସେ ଅନ୍ତର୍ଯ୍ୟାମୀ ଓ ପବିତ୍ରଆତ୍ମା ଈଶ୍ୱରଙ୍କ ଇଚ୍ଛା ଅନୁଯାୟୀ ତାଙ୍କ ଲୋକମାନଙ୍କ ପାଇଁ ଅନୁନୟ କରୁଥାଆନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

27 ପୁଣି, ଯେ ଆମ୍ଭମାନଙ୍କ ହୃଦୟ ଅନୁସନ୍ଧାନ କରନ୍ତି, ସେ ପବିତ୍ର ଆତ୍ମାଙ୍କ ଭାବ କଅଣ, ତାହା ମଧ୍ୟ ଜାଣନ୍ତି, କାରଣ ସେ ଈଶ୍ବରଙ୍କ ଇଚ୍ଛାନୁସାରେ ସାଧୁମାନଙ୍କ ନିମନ୍ତେ ନିବେଦନ କରନ୍ତି।

Gade chapit la Kopi




ରୋମୀୟ 8:27
28 Referans Kwoze  

ମାତ୍ର ଆମ୍ଭେ ସଦାପ୍ରଭୁ, ପ୍ରତ୍ୟେକ ମନୁଷ୍ୟକୁ ତା'ର କର୍ମ ଅନୁସାରେ ଫଳ ଦେଉ। ଆମ୍ଭେ ତାହାର ଅନ୍ତଃକରଣ ଅନୁସନ୍ଧାନ କରୁ ଓ ତାହାର ମର୍ମ ପରୀକ୍ଷା କରୁ।


କାରଣ ଖ୍ରୀଷ୍ଟଙ୍କ ମାଧ୍ୟମରେ ହିଁ, ଏକ ଆତ୍ମା ହୋଇ ପରମପିତା ପାଖକୁ ଯିବାର ଅଧିକାର ଆମ୍ଭକୁ ମିଳିଲା।


କିଏ କହି ପାରିବ ଯେ ପରମେଶ୍ୱରଙ୍କ ଲୋକମାନେ ଦୋଷୀ? କେହି ନୁହେଁ। ଆମ୍ଭ ପାଇଁ ଯୀଶୁ ଖ୍ରୀଷ୍ଟ ମୃତ୍ୟୁ ବରଣ କଲେ, କିନ୍ତୁ ତାହା ହିଁ ସବୁକିଛି ନୁହେଁ। ସେ ମୃତ୍ୟୁରୁ ମଧ୍ୟ ଜୀବିତ ହେଲେ। ସେ ଏବେ ପରମେଶ୍ୱରଙ୍କ ଡାହାଣ ପଟରେ ଅଛନ୍ତି ଓ ଆମ୍ଭ ପାଇଁ ପରମେଶ୍ୱରଙ୍କୁ ନିବେଦନ କରୁଛନ୍ତି।


ପୁଣି ପ୍ରେରିତମାନେ ପରମେଶ୍ୱରଙ୍କୁ ପ୍ରାର୍ଥନା କଲେ, “ପ୍ରଭୁ, ତୁମ୍ଭେ ସମସ୍ତଙ୍କ ମନକଥା ଜାଣିଛ। ଏହି ସେବା କାର୍ଯ୍ୟ ଓ ପ୍ରେରିତ ପଦ ଛାଡ଼ିଦେଇ ଯିହୂଦା ନିଜ ସ୍ଥାନକୁ ଗ୍ଭଲିଯାଇଛି।


“ଏବଂ ତୁମ୍ଭେ, ମୋର ପୁତ୍ର ଶଲୋମନ, ତୁମ୍ଭ ପିତାଙ୍କର ପରମେଶ୍ୱରଙ୍କୁ ଜାଣିଅଛ। ଶୁଦ୍ଧ ହୃଦୟରେ ପରମେଶ୍ୱରଙ୍କର ସେବା କର। ପରମେଶ୍ୱରଙ୍କ ସେବା କରିବା ନିମନ୍ତେ ହୃଦୟରେ ଆନନ୍ଦିତ ହୁଅ। କାରଣ ପ୍ରତିଟି ବ୍ୟକ୍ତିର ହୃଦୟରେ କ’ଣ ଅଛି, ତାହା ସଦାପ୍ରଭୁ ଜାଣନ୍ତି। ସଦାପ୍ରଭୁ ତୁମ୍ଭ ହୃଦୟର ସମସ୍ତ ଚିନ୍ତାକୁ ବୁଝିପାରନ୍ତି। ଯଦି ତୁମ୍ଭେ ସଦାପ୍ରଭୁଙ୍କ ନିକଟକୁ ସାହାଯ୍ୟ ମାଗବା ନିମନ୍ତେ ଯିବ, ତୁମ୍ଭେ ଉତ୍ତର ପାଇବ। କିନ୍ତୁ ତୁମ୍ଭେ ଯଦି ସଦାପ୍ରଭୁଙ୍କଠାରୁ ଫେରି ଦୂରକୁ ଗ୍ଭଲିଯିବ, ତେବେ ସେ ତୁମ୍ଭକୁ ଚିରକାଳ ନିମନ୍ତେ ତ୍ୟାଗ କରିବେ।


ନିଆଁରେ ସୁନା ଓ ରୂପାର ବିଶୁଦ୍ଧତା ପରୀକ୍ଷା କରାଯାଏ। ମାତ୍ର ସଦାପ୍ରଭୁ ଅନ୍ତଃକରଣର ପରୀକ୍ଷା କରନ୍ତି।


ପରମେଶ୍ୱର ସମସ୍ତଙ୍କ ଅନ୍ତରର ଭାବନା ଜାଣନ୍ତି। ସେ ସେହି ଅନ୍ୟ ଜାତୀୟମାନଙ୍କୁ ଗ୍ରହଣ କଲେ। ପରମେଶ୍ୱର ଆମ୍ଭକୁ ଯେପରି ପବିତ୍ରଆତ୍ମାଙ୍କୁ ଦାନ କରିଥିଲେ, ସେହିପରି ସେମାନଙ୍କୁ ମଧ୍ୟ ପବିତ୍ରଆତ୍ମା ଦାନ କରିଅଛନ୍ତି।


ପ୍ରକୃତରେ ପରମେଶ୍ୱର ସେ ସବୁ କଥା ଜାଣନ୍ତି। ସେ ମଧ୍ୟ ଆମ୍ଭର ସମସ୍ତ ଗୋପନ କଥା ଜାଣନ୍ତି।


ପରମେଶ୍ୱର ଆମ୍ଭକୁ ପରୀକ୍ଷା କରି ଓ ବିଶ୍ୱାସ କରି ସୁସମାଗ୍ଭର କହିବା ଦାୟିତ୍ୱ ଦେଇଥିବାରୁ ଆମ୍ଭେ ସୁସମାଗ୍ଭର ପ୍ରଗ୍ଭର କରୁଛୁ। ଅତଏବ ଯେତେବେଳେ ଆମ୍ଭେ କିଛି କହୁ ମନୁଷ୍ୟକୁ ସନ୍ତୁଷ୍ଟ କଲାପରି ନୁହେଁ, ପରମେଶ୍ୱରଙ୍କୁ ଖୁସୀ କରିବା ଆମ୍ଭର ଉଦ୍ଦେଶ୍ୟ ଅଟେ। ପରମେଶ୍ୱର ଆମ୍ଭର ହୃଦୟ ଗୁଡ଼ିକୁ ପରୀକ୍ଷା କରନ୍ତି।


ଏଣୁ ତୁମ୍ଭେ ସେମାନଙ୍କ ଭଳି ହୁଅ ନାହିଁ। କାରଣ ତୁମ୍ଭେ ତୁମ୍ଭର ପରମପିତାଙ୍କୁ କିଛି ମାଗିବା ପୂର୍ବରୁ ସେ ତୁମ୍ଭମାନଙ୍କର ପ୍ରୟୋଜନୀୟ ବିଷୟ ଜାଣନ୍ତି।


ତେଣୁ ହେ ସୈନ୍ୟାଧିପତି ସଦାପ୍ରଭୁ ତୁମ୍ଭେ ଧାର୍ମିକର ପରୀକ୍ଷକ। ତୁମ୍ଭେ ସମସ୍ତଙ୍କର ମର୍ମ ଓ ଅନ୍ତଃକରଣ ଦେଖୁଅଛ। ମୁଁ ସେମାନଙ୍କ ବିଷୟରେ ମୋର ଅଭିଯୋଗ ତୁମ୍ଭକୁ ଜଣାଇଅଛି। ତୁମ୍ଭେ ସେମାନଙ୍କ ପ୍ରତି ତୁମ୍ଭ ଦତ୍ତ ପ୍ରତିଫଳ ମୋତେ ଦେଖାଅ।


କିନ୍ତୁ ହେ ସଦାପ୍ରଭୁ, “ତୁମ୍ଭେ ଜଣେ ପ୍ରକୃତ ବିଗ୍ଭରକ। ତୁମ୍ଭେ ଲୋକମାନଙ୍କର ମନ ଓ ବୁଦ୍ଧି ପରୀକ୍ଷା କରୁଥାଅ। ସେମାନଙ୍କ ପ୍ରତି ତୁମ୍ଭର ପ୍ରତିଶୋଧ ମୋତେ ଦେଖାଅ। କାରଣ ମୋର ଘଟଣାରୁ ମୁଁ ତୁମ୍ଭଙ୍କୁ ପୁରା ବିଶ୍ୱାସ କରିବି।”


ମୁଁ ତା'ର ସନ୍ତାନମାନଙ୍କୁ ମଧ୍ୟ ମହାମାରୀ ଦ୍ୱାରା ବଧ କରିବି। ସେତେବେଳେ ସମସ୍ତ ମଣ୍ଡଳୀବର୍ଗ ଜାଣିବେ ଯେ, ମୁଁ, ଲୋକମାନଙ୍କର ଭାବନା ଓ ବିଗ୍ଭର ଗୁଡ଼ିକ ଜାଣେ ଓ ତାହାର ପରୀକ୍ଷା କରେ। ମୁଁ ତୁମ୍ଭ ପ୍ରତ୍ୟେକଙ୍କୁ ତୁମ୍ଭର କର୍ମ ଅନୁସାରେ ଫଳ ଦେବି।


ତୁମ୍ଭେ ମୋ’ ନାମରେ ଯାହା ମାଗିବ, ମୁଁ ତାହା ତୁମ୍ଭ ପାଇଁ କରିବି। ଏହା ଦ୍ୱାରା ପୁତ୍ରଙ୍କ ମାଧ୍ୟମରେ ପରମପିତାଙ୍କ ଗୌରବ ପ୍ରକାଶିତ ହେବ।


ଯୀଶୁ ଫାରୂଶୀମାନଙ୍କୁ କହିଲେ, “ଲୋକଙ୍କ ଆଗରେ ତୁମ୍ଭେମାନେ ନିଜକୁ ଭଲ ବୋଲି ଦେଖେଇ ହେଉଛ। କିନ୍ତୁ ତୁମ୍ଭମାନଙ୍କ ହୃଦୟରେ ପ୍ରକୃତରେ କ’ଣ ଅଛି, ତାହା ପରମେଶ୍ୱର ଜାଣନ୍ତି। ଯେଉଁସବୁ ବିଷୟକୁ ଲୋକମାନେ ବହୁତ ମୂଲ୍ୟବାନ୍ ବୋଲି ମନେ କରିଥା’ନ୍ତି, ତାହା ପରମେଶ୍ୱରଙ୍କ ଦୃଷ୍ଟିରେ ମୂଲ୍ୟ ହୀନ।


ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅ। ସାଧୁ ସନ୍ଥ ଲୋକଙ୍କୁ ସାହାଯ୍ୟ କର। ହେ ପରମେଶ୍ୱର, ତୁମ୍ଭେ ଅତ୍ୟନ୍ତ ମହାନ ଏବଂ ଲୋକଙ୍କ ହୃଦୟକୁ ସହଜରେ ଚିହ୍ନିପାର।


ତୁମ୍ଭେ କରିଥିବା ପାପଗୁଡ଼ିକୁ ପରସ୍ପର ନିକଟରେ ସ୍ୱୀକାର କର। ତା'ପରେ ପରସ୍ପର ପାଇଁ ପ୍ରାର୍ଥନା କର। ପରମେଶ୍ୱର ଯେପରି ତୁମ୍ଭକୁ ସୁସ୍ଥ କରିଦିଅନ୍ତି, ସେଥିନିମନ୍ତେ ଏପରି କର। ଜଣେ ଧାର୍ମିକ ଲୋକ ଯେତେବେଳେ ନିରନ୍ତର ପ୍ରାର୍ଥନା କରେ, ସେତେବେଳେ ମହାନ ଘଟଣାମାନ ଘଟିଥାଏ।


ସମଗ୍ର ବିଶ୍ୱରେ ପରମେଶ୍ୱରଙ୍କ ଦୃଷ୍ଟିରେ କୌଣସି କଥା ଲୁଚି ରହି ପାରେ ନାହିଁ। ସେ ସ୍ପଷ୍ଟ ଭାବରେ ସବୁକିଛି ଦେଖି ପାରନ୍ତି। ତାହାଙ୍କ ସମ୍ମୁଖରେ ସମସ୍ତ ବିଷୟ ଅନାବୃତ। ଆମ୍ଭେ କିପରି ଜୀବନଯାପନ କରିଛୁ ତାହାଙ୍କ ଛାମୁରେ ତହିଁର ହିସାବ ଦେବାକୁ ହେବ।


ଯଦି ଜଣେ ଲୋକର ବିଗ୍ଭର ପାପପୂର୍ଣ୍ଣ ଶରୀର ଦ୍ୱାରା ନିୟନ୍ତ୍ରିତ ହୁଏ, ତା'ହେଲେ ଆତ୍ମିକ ମୃତ୍ୟୁ ହୁଏ। କିନ୍ତୁ ଯଦି ଜଣକର ବିଗ୍ଭର ଆତ୍ମା ଦ୍ୱାରା ନିୟନ୍ରିତ ହୁଏ, ତା'ହେଲେ ସେଠାରେ ଜୀବନ ଓ ଶାନ୍ତି ଅଛି।


ହେ ମୋର ପ୍ରଭୁ, ତୁମ୍ଭେ ମୋର ପ୍ରାର୍ଥନା ଶୁଣିଲ। ତୁମ୍ଭେ ମୋର ଆର୍ତ୍ତନାଦ ଶୁଣିଲ।


ହେ ମୋର ପରମେଶ୍ୱର, ମୁଁ ଜାଣେ ଯେ ତୁମ୍ଭେ ଲୋକମାନଙ୍କର ପରୀକ୍ଷା ନିଅ, ଆଉ, ଲୋକମାନେ ଉତ୍ତମ କର୍ମ କଲେ ତୁମ୍ଭେ ଆନନ୍ଦିତ ହୁଅ। ମୁଁ ଏକ ଶୁଦ୍ଧ, ବିଶ୍ୱସ୍ତ ହୃଦୟରେ, ଆନନ୍ଦିତ ମନରେ ତୁମ୍ଭକୁ ଏହି ସମସ୍ତ ବସ୍ତୁ ଦେଉଅଛି। ମୁଁ ତୁମ୍ଭର ଲୋକମାନଙ୍କୁ ଏଠାରେ ଏକତ୍ରିତ ହେବାର ଦେଖୁଅଛି। ଆଉ ସେମାନେ ତୁମ୍ଭ ଉଦ୍ଦେଶ୍ୟରେ ଆନନ୍ଦିତ ମନରେ ଏହି ବସ୍ତୁଗୁଡ଼ିକ ଦାନ କରୁଥିବାର ମୁଁ ଦେଖୁଅଛି।


ପୁଣି ତୃତୀୟ ଥର ସେ ତାହାଙ୍କୁ ପଗ୍ଭରିଲେ, “ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ ମୋତେ ପ୍ରେମ କର କି?” ପିତର ଦୁଃଖିତ ହେଲେ, ଯେହେତୁ ଯୀଶୁ ତାହାଙ୍କୁ ତିନିଥର ସେହି କଥା ପଗ୍ଭରିଲେ, “ମୋତେ ପ୍ରେମ କର କି?” ପିତର କହିଲେ, “ପ୍ରଭୁ, ଆପଣ ସବୁ ଜାଣିଛନ୍ତି। ମୁଁ ଆପଣଙ୍କୁ ପ୍ରେମ କରେ ବୋଲି ଆପଣ ଜାଣନ୍ତି।” ଯୀଶୁ ପିତରଙ୍କୁ କହିଲେ, “ମୋ’ ମେଷମାନଙ୍କୁ ଚରାଅ।


ହେ ସଦାପ୍ରଭୁ, ତୁମ୍ଭେ ମୋତେ ପରୀକ୍ଷା କରିଅଛ। ତୁମ୍ଭେ ମୋର ସମସ୍ତ ବିଷୟରେ ଜାଣିଅଛ।


Swiv nou:

Piblisite


Piblisite