Biblia Todo Logo
Bib sou entènèt

- Piblisite -




ରୋମୀୟ 8:26 - ପବିତ୍ର ବାଇବଲ

26 ଆତ୍ମା ମଧ୍ୟ ଆମକୁ ସାହାଯ୍ୟ କରୁଛନ୍ତି, ଆମ୍ଭେ ଅତି ଦୁର୍ବଳ କିନ୍ତୁ ଆତ୍ମା ଆମ୍ଭର ଦୁର୍ବଳତାରେ ଆମ୍ଭକୁ ସାହାଯ୍ୟ କରୁଛନ୍ତି। କ’ଣ ଓ କିପରି ପ୍ରାର୍ଥନା କରିବା ଉଚିତ୍ ତାହା ଆମ୍ଭେ ଜାଣୁ ନାହୁଁ। କିନ୍ତୁ ଆତ୍ମା ନିଜ ତରଫରୁ ପରମେଶ୍ୱରଙ୍କୁ ଆମ୍ଭ ପାଇଁ ପ୍ରାର୍ଥନା କରନ୍ତି। ଆତ୍ମା ଆମ୍ଭ ପାଇଁ ପରମେଶ୍ୱରଙ୍କଠାରେ ନିବେଦନ କରନ୍ତି। ଆତ୍ମା ଯେତେ ଗଭୀର ଭାବନା ସହିତ ପରମେଶ୍ୱରଙ୍କୁ କୁହନ୍ତି ତାହା ଶବ୍ଦରେ ବର୍ଣନା କରା ଯାଇ ପାରିବ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

26 ଆଉ, ସେହି ପ୍ରକାରେ ଆତ୍ମା ମଧ୍ୟ ଆମ୍ଭମାନଙ୍କ ଦୁର୍ବଳତାରେ ସାହାଯ୍ୟ କରନ୍ତି; କାରଣ କଅଣ ପ୍ରାର୍ଥନା କରିବା ଉଚିତ, ତାହା ଆମ୍ଭେମାନେ ଜାଣୁ ନାହୁଁ, କିନ୍ତୁ ଆତ୍ମା ସ୍ଵୟଂ ଅକଥନୀୟ ଆର୍ତ୍ତନାଦରେ ଆମ୍ଭମାନଙ୍କ ନିମନ୍ତେ ନିବେଦନ କରନ୍ତି;

Gade chapit la Kopi

ଓଡିଆ ବାଇବେଲ

26 ଆଉ, ସେହି ପ୍ରକାରେ ଆତ୍ମା ମଧ୍ୟ ଆମ୍ଭମାନଙ୍କ ଦୁର୍ବଳତାରେ ସାହାଯ୍ୟ କରନ୍ତି; କାରଣ କ'ଣ ପ୍ରାର୍ଥନା କରିବା ଉଚିତ୍, ତାହା ଆମ୍ଭେମାନେ ଜାଣୁ ନାହୁଁ, କିନ୍ତୁ ଆତ୍ମା ସ୍ୱୟଂ ଅକଥନୀୟ ଆର୍ତ୍ତନାଦରେ ଆମ୍ଭମାନଙ୍କ ନିମନ୍ତେ ନିବେଦନ କରନ୍ତି;

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

26 ଆମ୍ଭେମାନେ ଦୁର୍ବଳ, କିନ୍ତୁ ପବିତ୍ରଆତ୍ମା ଆମକୁ ସାହାଯ୍ୟ କରନ୍ତି। କିପରି ପ୍ରାର୍ଥନା କରିବାକୁ ହୁଏ, ତାହା ଆମ୍ଭେମାନେ ଜାଣୁନା। ତେଣୁ ପବିତ୍ରଆତ୍ମା ଅବ୍ୟକ୍ତ ଭାଷାରେ ଆମ ପାଇଁ ଈଶ୍ୱରଙ୍କୁ ଅନୁନୟ କରନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

26 ଆଉ, ସେହି ପ୍ରକାରେ ପବିତ୍ର ଆତ୍ମା ମଧ୍ୟ ଆମ୍ଭମାନଙ୍କ ଦୁର୍ବଳତାରେ ସାହାଯ୍ୟ କରନ୍ତି; କାରଣ କଅଣ ପ୍ରାର୍ଥନା କରିବା ଉଚିତ, ତାହା ଆମ୍ଭେମାନେ ଜାଣୁ ନାହୁଁ, କିନ୍ତୁ ଆତ୍ମା ସ୍ୱୟଂ ଅକଥନୀୟ ଆର୍ତ୍ତନାଦରେ ଆମ୍ଭମାନଙ୍କ ନିମନ୍ତେ ନିବେଦନ କରନ୍ତି;

Gade chapit la Kopi




ରୋମୀୟ 8:26
33 Referans Kwoze  

ମନେରଖ, କହିବା ଲୋକ କେବେ ହେଲେ ତୁମ୍ଭେ ନୁହଁ, ତୁମ୍ଭର ପରମପିତାଙ୍କ ଆତ୍ମା ହିଁ ତୁମ୍ଭ ଭିତରୁ କହିବେ।


ଆତ୍ମାଙ୍କ ସାହାଯ୍ୟରେ ସର୍ବଦା ପ୍ରାର୍ଥନା କର। ସମସ୍ତ ପ୍ରକାରର ପ୍ରାର୍ଥନା କର। ତୁମ୍ଭର ଯାହାକିଛି ଅଭାବ ଥାଏ ତାହା ପାଇଁ ମାଗ। ପ୍ରାର୍ଥନା କରିବା ନିମନ୍ତେ ସର୍ବଦା ପ୍ରସ୍ତୁତ ରୁହ ଏବଂ ସେଥିରୁ କ୍ଷାନ୍ତ ହୁଅ ନାହିଁ। ପରମେଶ୍ୱରଙ୍କ ସମସ୍ତ ଲୋକଙ୍କ ଲାଗି ପ୍ରାର୍ଥନା କର।


ତୁମ୍ଭେମାନେ ପରମେଶ୍ୱରଙ୍କ ସନ୍ତାନ, ସେଥିପାଇଁ ସେ ତୁମ୍ଭମାନଙ୍କ ହୃଦୟ ଭିତରେ ନିଜ ପୁତ୍ରଙ୍କ ଆତ୍ମାକୁ ସ୍ଥାପିତ କଲେ। ସେହି ଆତ୍ମା “ଆ‌ବ୍‌‌‌‌ବା, ପ୍ରିୟ ପିତା” ବୋଲି ଡାକନ୍ତି।


ମୁଁ ପରମପିତାଙ୍କୁ କହିବି ଓ ସେ ତୁମ୍ଭକୁ ଆଉ ଜଣେ ସାହାଯ୍ୟକାରୀଙ୍କୁ ଦେବେ। ସେ ସେହି ସାହାଯ୍ୟକାରୀଙ୍କୁ ତୁମ୍ଭ ପାଖରେ ସର୍ବଦା ରହିବା ପାଇଁ ଦେବେ।


କାରଣ ଖ୍ରୀଷ୍ଟଙ୍କ ମାଧ୍ୟମରେ ହିଁ, ଏକ ଆତ୍ମା ହୋଇ ପରମପିତା ପାଖକୁ ଯିବାର ଅଧିକାର ଆମ୍ଭକୁ ମିଳିଲା।


ଯେଉଁ ଆତ୍ମାଙ୍କୁ ଆମ୍ଭେ ପାଇଛୁ, ସେ ଆତ୍ମା ଆମ୍ଭକୁ ଆଉ ଦାସ ହେବାକୁ ଦେବେ ନାହିଁ କି ଆମ୍ଭ ପାଇଁ ଭୟର କାରଣ ହେବେ ନାହିଁ। ଆମ୍ଭ ଭିତରେ ଯେଉଁ ଆତ୍ମା ଅଛନ୍ତି ସେ ଆମ୍ଭକୁ ପରମେଶ୍ୱରଙ୍କର ସନ୍ତାନ କରି ଦିଅନ୍ତି। ଓ ସେହି ଆତ୍ମାଙ୍କ ସହିତ ଆମ୍ଭେ କହୁ, ‘ପିତା, ପ୍ରିୟ ପିତା।’


ସଦାପ୍ରଭୁ ମୋର ପ୍ରାର୍ଥନା ଶୁଣିଛନ୍ତି। ସଦାପ୍ରଭୁ ମୋର ପ୍ରାର୍ଥନାକୁ ଗ୍ରହଣ କରିଛନ୍ତି ଓ ମୋର ପ୍ରାର୍ଥନାର ଉତ୍ତର ମଧ୍ୟ ଦେଇଛନ୍ତି।


ଅତଏବ ଆମ୍ଭେ ଆମ୍ଭମାନଙ୍କ ବିଶ୍ୱାସରେ ଦୃଢ଼ ରହିବା ଉଚିତ୍। ମହାଯାଜକ ଯୀଶୁ ଆମ୍ଭର ସମସ୍ତ ଦୁର୍ବଳତା ଜାଣନ୍ତି। ଜଗତରେ ଥିବା ବେଳେ ସେ ପ୍ରତ୍ୟେକ ଭାବରେ ପରୀକ୍ଷିତ ହେଲେ।


ବା ଯେତେବେଳେ ତୁମ୍ଭେ ମାଗ, ତାହା ପାଅ ନାହିଁ। କାହିଁକି? କାରଣ ଯେଉଁ କାରଣରୁ ତୁମ୍ଭେ ମାଗ, ତାହା ଭୁଲ୍ ଥାଏ। ତୁମ୍ଭେ ନିଜର ଅଭିଳାଷ ପାଇଁ ଯେପରି ସେଗୁଡ଼ିକୁ ବ୍ୟବହାର କରିପାର, ସେଥିପାଇଁ ସେହିସବୁ ମାଗିଥାଅ।


ଆମ୍ଭେ ଆମ୍ଭର ବିଶ୍ୱାସ ପାଇଁ ବଳବାନ୍ ଅଟୁ। ଅତଏବ, ଦୁର୍ବଳ ଲୋକମାନଙ୍କୁ ଆମ୍ଭେ ସାହାଯ୍ୟ କରିବା ଉଚିତ୍ ଏବଂ ସେମାନଙ୍କର ଦୁର୍ବଳତାରୁ ସେମାନଙ୍କୁ ଉଦ୍ଧାର କରିବା। ଆମ୍ଭେ କେବଳ ନିଜକୁ ଖୁସୀ ରଖିବା ପାଇଁ ଚେଷ୍ଟା କରିବା ଉଚିତ୍ ନୁହେଁ।


ଯୀଶୁ ମର୍ମାନ୍ତକ ପୀଡ଼ାରେ ବୁଡ଼ି ରହି ଆହୁରି ଦୃଢ଼ ଭାବରେ ପ୍ରାର୍ଥନା କରିବାକୁ ଲାଗିଲେ। ତାହାଙ୍କ ମୁହଁରୁ ଘନ ଘନ ରକ୍ତ ଟୋପା ଭଳି ଝାଳ ବାହାରି ଆସି ଭୂଇଁରେ ପଡ଼ିଲା।


ଆମ୍ଭେ ଦାଉଦ ପରିବାର ଓ ଯିରୁଶାଲମ ନିବାସୀଙ୍କ ଉପରେ ଦୟା ଓ ବିନତିର ଆତ୍ମା ବୃଷ୍ଟି କରିବା। ସେମାନେ ଆମ୍ଭକୁ ଦେଖିବେ, ଯାହାକୁ ସେମାନେ ବିଦ୍ଧ କଲେ। ଏବଂ ସେମାନେ ଶୋକ କରିବେ। ସେମାନେ ଏପରି ଶୋକ କରିବେ ଯେ, ନିଜର ଏକମାତ୍ର ପୁତ୍ରର ମୃତ୍ୟୁରେ ଜଣେ ଯେପରି ଶୋକ କରେ। ସେମାନେ ବ୍ୟାକୁଳ ହୋଇ କାନ୍ଦିବେ, ଯେପରି ଜଣେ ଜ୍ୟେଷ୍ଠପୁତ୍ରର ମୃତ୍ୟୁରେ କାନ୍ଦନ୍ତି।


ଏହି ଶରୀରରୂପ ତମ୍ବୁରେ ରହିଲା ବେଳେ ଆମ୍ଭେମାନେ ଭାରାକ୍ରାନ୍ତ ହୋଇ ଅଭିଯୋଗ କରୁ। ମୋର କହିବା ଅର୍ଥ ନୁହେଁ ଯେ, ଆମ୍ଭେ ଏହି ତମ୍ବୁକୁ ଦୂର କରି ଦେବା ପାଇଁ ଗ୍ଭହୁଁ। କିନ୍ତୁ ଆମ୍ଭେ ସ୍ୱର୍ଗୀୟ ଘର ଦ୍ୱାରା ଆଚ୍ଛାଦିତ ହେବାକୁ ଇଚ୍ଛା କରୁ। ତା'ହେଲେ ଯାଇ ଏହି ମର ଶରୀର ସମ୍ପୂର୍ଣ୍ଣ ଭାବେ ଜୀବନ ଦ୍ୱାରା ଘୋଡ଼ାଇ ହୋଇ ପାରିବ।


ହେ ସଦାପ୍ରଭୁ, ତୁମ୍ଭେ ସେହି ନିରୀହ ଲୋକମାନଙ୍କର ଡାକ ଶୁଣିଛ ବା ସେମାନେ ଯାହା ଗ୍ଭହୁଁଛନ୍ତି ଜାଣିପାରୁଛ। ସେମାନଙ୍କର ପ୍ରାର୍ଥନା ଶୁଣ ଓ ସେମାନେ ଯାହା ଗ୍ଭହୁଁଛନ୍ତି ତାହା ପ୍ରଦାନ କର।


ଏହା ସ୍ୱର୍ଗରେ ସ୍ଥାପିତ ଚିରସ୍ଥାୟୀ ଗୃହ ଅଟେ। ଆମ୍ଭେ ଏହି ପୃଥିବୀର ଘରଟିରେ ରହି ଥକି ଯାଇଛୁ। ଆମ୍ଭେ ଇଚ୍ଛା କରୁ ଯେ, ପରମେଶ୍ୱର ଆମ୍ଭକୁ ଆମ୍ଭର ସ୍ୱର୍ଗୀୟ ଘରଟି ଦିଅନ୍ତୁ।


ଯୀଶୁ ଉତ୍ତର ଦେଲେ, “ତୁମ୍ଭେ କ’ଣ ମାଗୁଛ, ସେ କଥା ତୁମ୍ଭେ ଜାଣି ପାରୁ ନାହଁ। ଯେଉଁଭଳି ଯାତନା ମୁଁ ଭୋଗ କରିବାକୁ ଯାଉଛି, ତାହା କ’ଣ ତୁମ୍ଭେ ଭୋଗ କରି ପାରିବ?” ସେମାନେ ଉତ୍ତର ଦେଲେ, “ହଁ, ଆମ୍ଭେ ପାରିବୁ।”


ମୋର ଦୁଃଖ ସକାଶୁ ବର୍ତ୍ତମାନ ମୁଁ ଖାଲି ଚର୍ମ ଏବଂ ଅସ୍ଥି ହୋଇଛି।


ମୋର ସମଗ୍ର ଶରୀର କମ୍ପୁଅଛି। ହେ ସଦାପ୍ରଭୁ, ଆଉ କେତେ କାଳ ପରେ ତୁମ୍ଭେ ମୋତେ ସୁସ୍ଥ କରିବ।


ଅନ୍ୟ ଲୋକମାନଙ୍କ ଭଳି ମହାଯାଜକର ମଧ୍ୟ ଦୁର୍ବଳତା ରହିଛି, ତେଣୁ ସେ ଅଜ୍ଞାନ ଓ ଭ୍ରାନ୍ତ ଲୋକମାନଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ସମର୍ଥ।


ଏହା ଭୟଙ୍କର ଅଟେ! ମୋତେ ଏହି ଶରୀରରୁ, ଯାହା ମୋ’ ପାଇଁ ମୃତ୍ୟୁ ଆଣେ, କିଏ ରକ୍ଷା କରିବ? ପରମେଶ୍ୱର ମୋତେ ରକ୍ଷା କରିବେ।


ସାହାଯ୍ୟ ପାଇଁ ଡାକି ଡାକି ମୁଁ ଦୁର୍ବଳ ହେବାକୁ ଯାଉଛି। ମୋର କଣ୍ଠ ଯନ୍ତ୍ରଣା ହେଉଛି। ମୁଁ ତୁମ୍ଭର ସହାୟତା ପାଇବା ପାଇଁ ବାଟ ଗ୍ଭହିଁଛି। ଏବଂ ଗ୍ଭହିଁ ଗ୍ଭହିଁ ମୋର ଆଖିଦ୍ୱୟ ଯନ୍ତ୍ରଣା କରୁଛି।


ସେ ବନ୍ଦୀମାନଙ୍କର ପ୍ରାର୍ଥନା ଗ୍ରହଣ କରିବେ। ମୃତ୍ୟୁଦଣ୍ଡ ପାଇଥିବା ଲୋକମାନଙ୍କୁ ମୁକ୍ତ କରିବେ।


“ଆୟୁବ, ଆମ୍ଭକୁ ଟିକେ କୁହ ଆମ୍ଭେ ପରମେଶ୍ୱରଙ୍କୁ କ’ଣ କହିବା। ଆମ୍ଭକୁ କ’ଣ କହିବାକୁ ହେବ, ଭାବିପାରୁ ନାହୁଁ। କାରଣ ଆମ୍ଭେ ଅଜ୍ଞାନ ଅନ୍ଧକାରରେ ବୁଡ଼ି ରହିଛୁ।


ତୁମ୍ଭେ ମୋର ଆତୁର କ୍ରନ୍ଦନ ଶୁଣିଲ, କିନ୍ତୁ ମୋର ଆର୍ତ୍ତନାଦ ପ୍ରତି ଆପଣା କର୍ଣ୍ଣ ଲୁଗ୍ଭଅ ନାହିଁ।


Swiv nou:

Piblisite


Piblisite