ରୋମୀୟ 5:21 - ପବିତ୍ର ବାଇବଲ21 ଆମ୍ଭମାନଙ୍କୁ ଶାସନ କରିବା ପାଇଁ ପାପ ଥରେ ମୃତ୍ୟୁକୁ ବ୍ୟବହାର କଲା। କିନ୍ତୁ ପରମେଶ୍ୱର ନିଜର ଅଧିକ ଅନୁଗ୍ରହ ପ୍ରଦାନ କଲେ ଯାହାଦ୍ୱାରା ଅନୁଗ୍ରହ ଶାସନ କଲା ଓ ଲୋକେ ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହୋଇ ରହିଲେ। ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଏହା ଅନନ୍ତ ଜୀବନ ଆଣିଲା। Gade chapit laପବିତ୍ର ବାଇବଲ (Re-edited) - (BSI)21 ଯେପରି ପାପ ଯେପ୍ରକାରେ ମୃତ୍ୟୁରେ ରାଜତ୍ଵ କରିଥିଲା, ସେହିପରି ଅନୁଗ୍ରହ ମଧ୍ୟ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ଅନ; ଜୀବନଦାୟକ ଧାର୍ମିକତା ଦାନ କରି ରାଜତ୍ଵ କରିବ। Gade chapit laଓଡିଆ ବାଇବେଲ21 ଯେପରି ପାପ ଯେପ୍ରକାରେ ମୃତ୍ୟୁରେ ରାଜତ୍ୱ କରିଥିଲା, ସେହିପରି ଅନୁଗ୍ରହ ମଧ୍ୟ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଅନନ୍ତ ଜୀବନଦାୟକ ଧାର୍ମିକତା ଦାନ କରି ରାଜତ୍ୱ କରିବ । Gade chapit laପବିତ୍ର ବାଇବଲ (CL) NT (BSI)21 ପାପ ଯେପରି ମୃତ୍ୟୁ ଦ୍ୱାରା ନିଜର ଆଧିପତ୍ୟ ପ୍ରତିଷ୍ଠା କରିଥିଲା, ସେହିପରି ଈଶ୍ୱରଙ୍କ ଅନୁଗ୍ରହ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହାୟତାରେ ଆମ୍ଭମାନଙ୍କୁ ଧାର୍ମିକ ଗଣ୍ୟ କରି ଅନନ୍ତ ଜୀବନ ଦିଏ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT21 ଯେପରି ପାପ ଯେପ୍ରକାରେ ମୃତ୍ୟୁରେ ରାଜତ୍ୱ କରିଥିଲା, ସେହିପରି ଅନୁଗ୍ରହ ମଧ୍ୟ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଅନନ୍ତ ଜୀବନଦାୟକ ଧାର୍ମିକତା ଦାନ କରି ରାଜତ୍ୱ କରିବ। Gade chapit la |
ତୁମ୍ଭେ ଅଳ୍ପ ସମୟ ପାଇଁ ଯାତନା ପାଇବ। କିନ୍ତୁ ତା'ପରେ ପରମେଶ୍ୱର ସବୁ ଠିକ୍ କରିଦେବେ। ସେ ତୁମ୍ଭକୁ ଶକ୍ତିଶାଳୀ କରିବେ। ସେ ତୁମ୍ଭର ଭାର ବହନ କରିବେ ଓ ପଡ଼ିବା ବେଳେ ତୁମ୍ଭକୁ ଉଠାଇବେ। ସେଇ ପରମେଶ୍ୱର ତୁମ୍ଭକୁ ସମସ୍ତ ଅନୁଗ୍ରହ ଦିଅନ୍ତି। ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କ ମହିମାରେ ଅଂଶୀଦାର ହେବା ଲାଗି ସେ ତୁମ୍ଭକୁ ଡାକି ଅଛନ୍ତି। ସେହି ମହିମା ଅନନ୍ତ କାଳ ଧରି ରହିବ।
ଏହା ନିଶ୍ଚିତ ଭାବରେ ତୁମ୍ଭେମାନେ ଜାଣ ଯେ ଯେତେବେଳେ ତୁମ୍ଭେମାନେ ଦାସ ଭଳି ନିଜକୁ ସମର୍ପଣ କର, ସେତେବେଳେ ତୁମ୍ଭେମାନେ ପ୍ରକୃତରେ ସେହି ଲୋକର ଦାସ ଅଟ। ଯେଉଁ ଲୋକକୁ ତୁମ୍ଭେମାନେ ମାନିବ ସେ ହେଉଛି ତୁମ୍ଭର ମାଲିକ। ତୁମ୍ଭେମାନେ ପାପର ଗ୍ଭକର ହୋଇ ପାରିବ ବା ପରମେଶ୍ୱରଙ୍କୁ ମାନିବ। ପାପ ଆଧ୍ୟାତ୍ମିକ ମୃତ୍ୟୁ ଆଣି ଦିଏ। କିନ୍ତୁ ପରମେଶ୍ୱରଙ୍କୁ ମାନିଲେ, ପରମେଶ୍ୱରଙ୍କଠାରେ ତୁମ୍ଭେମାନେ ଧାର୍ମିକ ବୋଲି ଗଣିତ ହୁଅ।