Biblia Todo Logo
Bib sou entènèt

- Piblisite -




ରୋମୀୟ 4:20 - ପବିତ୍ର ବାଇବଲ

20 କିନ୍ତୁ ପରମେଶ୍ୱରଙ୍କ ପ୍ରତି ତାହାଙ୍କର ବିଶ୍ୱାସ ଦୁର୍ବଳ ହେଲା ନାହିଁ। ପରମେଶ୍ୱର ତାହାଙ୍କୁ ଯାହା ପ୍ରତିଶ୍ରୁତି ଦେଇଛନ୍ତି ତାହା ସେ କରିବାରେ ସମର୍ଥ ଏଥିରେ ଅବ୍ରହାମ ଟିକେ ହେଲେ ସନ୍ଦେହ କଲେ ନାହିଁ। ବରଂ ତାହାଙ୍କର ବିଶ୍ୱାସ ଅଧିକ ଦୃଢ଼ ହେଲା ଓ ସେ ପରମେଶ୍ୱରଙ୍କୁ ଗୌରବ ଦେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

20 ବରଂ ଈଶ୍ଵରଙ୍କ ପ୍ରତିଜ୍ଞା ପ୍ରତି ଦୃଷ୍ଟିପାତ କରି ଅବିଶ୍ଵାସ ହେତୁ ସନ୍ଦେହ କଲେ ନାହିଁ,

Gade chapit la Kopi

ଓଡିଆ ବାଇବେଲ

20 ବରଂ ଈଶ୍ୱରଙ୍କ ପ୍ରତିଜ୍ଞା ପ୍ରତି ଦୃଷ୍ଟିପାତ କରି ଅବିଶ୍ୱାସ ହେତୁ ସନ୍ଦେହ କଲେ ନାହିଁ,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

20 ସେ ତାଙ୍କ ବିଶ୍ୱାସରୁ ବିଚ୍ୟୁତ ହେଲେ ନାହିଁ, କି ଈଶ୍ୱରଙ୍କ ପ୍ରତିଜ୍ଞାକୁ ସନ୍ଦେହ କଲେ ନାହିଁ। ବିଶ୍ୱାସ ତାଙ୍କୁ ଶକ୍ତିରେ ପରିପୂର୍ଣ୍ଣ କଲା ଓ ସେ ଈଶ୍ୱରଙ୍କ ପ୍ରଶଂସା ଗାନ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

20 ବରଂ ଈଶ୍ବରଙ୍କ ପ୍ରତିଜ୍ଞା ପ୍ରତି ଦୃଷ୍ଟିପାତ କରି ଅବିଶ୍ୱାସ ହେତୁ ସନ୍ଦେହ କଲେ ନାହିଁ,

Gade chapit la Kopi




ରୋମୀୟ 4:20
21 Referans Kwoze  

ତୁମ୍ଭେ ଧନ୍ୟା। କାରଣ ପ୍ରଭୁ ତୁମ୍ଭକୁ ଯାହା କହିଥିଲେ ତୁମ୍ଭେ ତାହା ବିଶ୍ୱାସ କରିଛ। ଏ କଥା ନିଶ୍ଚୟ ଘଟିବ ବୋଲି ତୁମ୍ଭେ ବିଶ୍ୱାସ କଲ।


ଅତଏବ ମୋ'ଠାରେ ଦୁର୍ବଳତା ଥିଲେ ମୁଁ ଆନନ୍ଦିତ ହୁଏ। କେବଳ ଖ୍ରୀଷ୍ଟଙ୍କ ସକାଶେ ଯେତେବେଳେ ମୁଁ ଅପମାନିତ ହୁଏ, ମୁଁ କଠିନ ସମୟ ଦେଇ ଗତି କରେ, ଯେତେବେଳେ ମୋର କଷ୍ଟ ଥାଏ ବା ଯେତେବେଳେ ମୋର ସମସ୍ୟା ଥାଏ, ସେତେବେଳେ ମୁଁ ଆନନ୍ଦ କରେ। ଯେତେବେଳେ ମୁଁ ଦୁର୍ବଳ, ସେତେବେଳେ ମୁଁ ପ୍ରକୃତରେ ଅତି ସବଳ, ଏଥିପାଇଁ ଅତିଶୟ ଆନନ୍ଦ କରେ।


ସାବଧାନ ରୁହ। ଦୃଢ଼ ଭାବେ ନିଜ ବିଶ୍ୱାସରେ ଅଟଳ ରୁହ। ସାହସୀ ହୁଅ, ବଳବାନ ହୁଅ। ପ୍ରତ୍ୟେକ କର୍ମ ପ୍ରେମରେ ସାଧିତ କର।


ପୁଣି ସେ କହିଲେ, “ହେ ଦାନିୟେଲ, ପରମେଶ୍ୱର ତୁମ୍ଭକୁ ଅତ୍ୟଧିକ ପ୍ରେମ କରନ୍ତି, ତୁମ୍ଭେ ଭୟ କର ନାହିଁ। ତୁମ୍ଭର ଶାନ୍ତି ହେଉ ଓ ତୁମ୍ଭେ ସବଳ ହୁଅ।” ସେ ଏହା କହିଲା ପରେ ମୁଁ ସବଳ ହୋଇ କହିଲି, “ହେ ପ୍ରଭୁ କୁହନ୍ତୁ, କାରଣ ତୁମ୍ଭେ ମୋତେ ସବଳ କରିଅଛ।”


ତୀମଥି, ତୁମ୍ଭେ ମୋର ଜଣେ ପୁତ୍ର ଭଳି। ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭକୁ ମିଳିଥିବା ଅନୁଗ୍ରହରେ ଶକ୍ତିଶାଳୀ ହୁଅ।


ଭୀତଗ୍ରସ୍ତ ଲୋକମାନଙ୍କୁ ଅଭୟ ଦେଇ କୁହ, “ସାହସୀ ହୁଅ, ଭୟ କର ନାହିଁ।” ଦେଖ, ତୁମ୍ଭର ପରମେଶ୍ୱର ବିପକ୍ଷମାନଙ୍କ ଉପରେ ପ୍ରତିଶୋଧ ନେବାକୁ ଆସିବେ। ସଦାପ୍ରଭୁ ପ୍ରତିଫଳ ସହିତ ଆସି ତୁମ୍ଭମାନଙ୍କୁ ପରିତ୍ରାଣ କରିବେ।


ଶମରିୟା ଯେତେବେଳେ ଇଫ୍ରୟିମର ରାଜଧାନୀ ଓ ରମଲିୟର ପୁତ୍ର ଶମରିୟାର ରାଜା ସେତେବେଳେ ସେମାନଙ୍କର କୁମନ୍ତ୍ରଣା ସଫଳ ହେବ ନାହିଁ। ତୁମ୍ଭେ ଯଦି ଦୃଢ଼ ଭାବରେ ରହିପାରିବ ନାହିଁ, ତୁମ୍ଭେ ଅଗ୍ରସର ହୋଇ ପାରିବ ନାହିଁ।”


ହେ ଯିହୁଦା ଓ ଇସ୍ରାଏଲ, ଠିକ୍ ଯେପରି ତୁମ୍ଭେମାନେ ଦେଶ ମଧ୍ୟରେ ଏକ ଅଭିଶାପ ଥିଲ ଆମ୍ଭେ ମଧ୍ୟ ତୁମ୍ଭମାନଙ୍କୁ ଆଶୀର୍ବାଦ କରିବା। ସେଥିପାଇଁ ଭୟଭୀତ ହୁଅ ନାହିଁ! ସବଳ ହୁଅ।”


ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ଶକ୍ତିଶାଳୀ ହୁଅ! ତୁମ୍ଭମାନଙ୍କୁ ମଧ୍ୟ ଏହି ଦିନଗୁଡ଼ିକରେ ସେହି ବାକ୍ୟଗୁଡ଼ିକ ଭବିଷ୍ୟ‌ଦ୍‌ବକ୍ତାମାନଙ୍କଠାରୁ ଶୁଣୁଅଛ। ଯେତେବେଳେ ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା, ଯାହାପାଇଁ ମନ୍ଦିର ନିର୍ମାଣ ହୋଇ ପାରିଥିଲା।


କିନ୍ତୁ ବର୍ତ୍ତମାନ ସଦାପ୍ରଭୁ କୁହନ୍ତି, “ଯିରୁବ୍ବାବିଲର ସାହସ ଜଗାଅ ଯିହୋଷାଦକଙ୍କ ପୁତ୍ର ଯିହୋଶୂୟ, ତୁମ୍ଭେ ଜଣେ ମହାଯାଜକ ସାହସ ଜଗାଅ ଏବଂ ତୁମ୍ଭେ ସବୁଲୋକ ସାହସ ଜଗାଅ।” ସଦାପ୍ରଭୁ କୁହନ୍ତି, “ଏହି କାର୍ଯ୍ୟ ଗ୍ଭଲୁ ରଖ, କାରଣ ଆମ୍ଭେ ତୁମ୍ଭମାନଙ୍କ ସହିତ ଅଛୁ।” ସର୍ବଶକ୍ତିମାନ୍ ସଦାପ୍ରଭୁ ଏହିସବୁ କଥା କହିଲେ।


ଜିଖରିୟ ସ୍ୱର୍ଗଦୂତଙ୍କୁ କହିଲେ, “ତୁମ୍ଭେ ଯାହା କହୁଛ, ତାହା ସତ୍ୟ ବୋଲି ମୁଁ କିପରି ଜାଣିବି? ମୁଁ ଜଣେ ବୁଢ଼ା ଲୋକ ଓ ମୋର ପତ୍ନୀ ମଧ୍ୟ ବୁଢ଼ୀ ହୋଇଗଲେଣି।”


ଜମା ହୋଇଥିବା ଲୋକେ ଏ କଥା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ପରମେଶ୍ୱର ଜଣେ ମଣିଷକୁ ଏପରି ଶକ୍ତି ଦେଇଥିବାରୁ ସେମାନେ ପରମେଶ୍ୱରଙ୍କର ମହିମା ଗାନ କଲେ।


“ସେ ଅବିଶ୍ୱସ୍ତ ଯିହୁଦୀମାନଙ୍କୁ ଛଳନା କଥା କହି, ବିପଥଗାମୀ କରିବେ। ମାତ୍ର ଯେଉଁ ଯିହୁଦୀମାନେ ଆପଣା ପରମେଶ୍ୱରଙ୍କୁ ଶକ୍ତିଶାଳୀ ବୋଲି ଜାଣନ୍ତି ସେମାନେ ମହତ୍ କର୍ମ କରିବେ।


ମାତ୍ର ସେହି ସେନାପତି ପରମେଶ୍ୱରଙ୍କ ଲୋକକୁ ଉତ୍ତର କରି କହିଥିଲା, “ଦେଖ, ଯଦି ସଦାପ୍ରଭୁ ସ୍ୱର୍ଗରେ ଦ୍ୱାର ଖୋଲନ୍ତି, ଏପରି ଘଟିବ ନାହିଁ?” ସେତେବେଳେ ଇଲୀଶାୟ ସେନାପତିକୁ ଉତ୍ତର ଦେଲେ, “ତୁମ୍ଭେ ନିଜେ ସ୍ୱଚକ୍ଷୁରେ ଏହା ଦେଖିବ, ମାତ୍ର ତୁମ୍ଭେ ସେଥିରୁ ଭୋଜନ କରିବ ନାହିଁ।”


ସେନାପତି ଯିଏ ରାଜାଙ୍କ ନିକଟରେ ଥିଲେ ପରମେଶ୍ୱରଙ୍କ ଲୋକଙ୍କୁ ଉତ୍ତର ଦେଲେ। “ଦେଖ, ଯେବେ ସଦାପ୍ରଭୁ ସ୍ୱର୍ଗରେ ଦ୍ୱାର ଖୋଲନ୍ତି ତେବେ ମଧ୍ୟ ସମ୍ଭବ ହୋଇ ପାରିବ ନାହିଁ?” ତହିଁରେ ଇଲୀଶାୟ କହିଲେ, “ଦେଖ, ତୁମ୍ଭେ ସ୍ୱଚକ୍ଷୁରେ ତାହା ଦେଖିବ। ମାତ୍ର ତୁମ୍ଭେ ସେଥିରୁ କିଛି ଖାଇବ ନାହିଁ।”


ଏହି ପତ୍ର ସମାପ୍ତ କଲା ସମୟରେ ମୁଁ କୁହେ, ପ୍ରଭୁଙ୍କଠାରେ ଓ ତାହାଙ୍କର ମହାନ ଶକ୍ତିରେ ବଳବାନ ହୁଅ।


ଅବ୍ରାମ ସଦାପ୍ରଭୁଙ୍କୁ ବିଶ୍ୱାସ କଲେ ଏବଂ ପରମେଶ୍ୱର ତାଙ୍କର ବିଶ୍ୱାସକୁ ଧାର୍ମିକତାର କାର୍ଯ୍ୟ ବୋଲି ବିବେଚନା କଲେ।


ଯେତେ ଲୋକ ସେ ସୈନ୍ୟଦଳରେ ଥିଲେ ସମସ୍ତେ ଦୁଃଖ ଓ କ୍ରୋଧି ଥିଲେ, କାରଣ ସେମାନଙ୍କର ପିଲାମାନେ ବନ୍ଦୀ ହୋଇ ଯାଇଥିଲେ। ଲୋକମାନେ ଦାଉଦକୁ ପଥରରେ ମାରିବାକୁ କଥାବାର୍ତ୍ତା ହେଉଥିଲେ। କିନ୍ତୁ ଦାଉଦ ନିଜକୁ ସଦାପ୍ରଭୁ ତାଙ୍କ ପରମେଶ୍ୱରଙ୍କଠାରେ ସବଳ କଲେ।


Swiv nou:

Piblisite


Piblisite