Biblia Todo Logo
Bib sou entènèt

- Piblisite -




ରୋମୀୟ 4:17 - ପବିତ୍ର ବାଇବଲ

17 ଶାସ୍ତ୍ରରେ ଲେଖା ଅଛି, “ମୁଁ ତୁମ୍ଭକୁ (ଅବ୍ରହାମ) ଅନେକ ଗୁଡ଼ିଏ ଜାତିର ପିତା ଘୋଷିତ କରିଛି।” ପରମେଶ୍ୱରଙ୍କ ଆଗରେ ଏହା ସତ୍ୟ ଅଟେ। ଅବ୍ରହାମ ଯେଉଁ ପରମେଶ୍ୱରଙ୍କୁ ବିଶ୍ୱାସ କରିଥିଲେ, ସେହି ପରମେଶ୍ୱର ମୃତ ଲୋକଙ୍କୁ ଜୀବନ ପ୍ରଦାନ କରନ୍ତି ଓ ଯେଉଁ ଘଟଣା ଅଦ୍ୟାପି ଘଟି ନାହିଁ ସେଗୁଡ଼ିକ ଘଟିବା କଥା ନିର୍ଣ୍ଣୟ କରନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 ଯେଉଁ ଈଶ୍ଵରଙ୍କୁ ସେ ବିଶ୍ଵାସ କଲେ, ଯେ ମୃତମାନଙ୍କୁ ସଜୀବ କରନ୍ତି ଓ ନ ଥିବା ବସ୍ତୁକୁ ଥିବା ବସ୍ତୁ ପରି ଡାକନ୍ତି, ସେହି ଈଶ୍ଵରଙ୍କ ଦୃଷ୍ଟିରେ ସେ ଆମ୍ଭ ସମସ୍ତଙ୍କର ପିତା ଅଟନ୍ତି, ଯେପରି ଲେଖାଅଛି, ଆମ୍ଭେ ତୁମ୍ଭକୁ ବହୁ ଜାତିର ପିତା କରିଅଛୁ।

Gade chapit la Kopi

ଓଡିଆ ବାଇବେଲ

17 ଯେଉଁ ଈଶ୍ୱରଙ୍କୁ ସେ ବିଶ୍ୱାସ କଲେ, ଯେ ମୃତମାନଙ୍କୁ ଜୀବିତ କରନ୍ତି ଓ ନ ଥିବା ବସ୍ତୁକୁ ଥିବା ବସ୍ତୁ ପରି ଡାକନ୍ତି, ସେହି ଈଶ୍ୱରଙ୍କ ଦୃଷ୍ଟିରେ ସେ ଆମ୍ଭ ସମସ୍ତଙ୍କର ପିତା ଅଟନ୍ତି, ଯେପରି ଲେଖା ଅଛି, ଆମ୍ଭେ ତୁମ୍ଭକୁ ବହୁ ଜାତିର ପିତା କରିଅଛୁ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

17 ଏ ସମ୍ପର୍କରେ ଶାସ୍ତ୍ରରେ ଲେଖାଅଛି, “ତୁମକୁ ଆମ୍ଭେ ଅନେକ ଜାତିର ଜନକ କରିଛୁ।” ଈଶ୍ୱରଙ୍କ ଦୃଷ୍ଟିରେ ଏହି ପ୍ରତିଜ୍ଞା ଯଥାର୍ଥ ଥିଲା, କାରଣ ଯେଉଁ ଈଶ୍ୱରଙ୍କୁ ଅବ୍ରାହମ ବିଶ୍ୱାସ କରୁଥିଲେ, ତାଙ୍କର ବାକ୍ୟ ମୃତକୁ ସଞ୍ଜୀବିତ କରେ ଓ ଶୂନ୍ୟରୁ ସମସ୍ତ ବିଷୟ ସୃଷ୍ଟି କରେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ଯେଉଁ ଈଶ୍ବରଙ୍କୁ ସେ ବିଶ୍ୱାସ କଲେ, ଯେ ମୃତମାନଙ୍କୁ ଜୀବିତ କରନ୍ତି ଓ ନ ଥିବା ବସ୍ତୁକୁ ଥିବା ବସ୍ତୁ ପରି ଡାକନ୍ତି, ସେହି ଈଶ୍ବରଙ୍କ ଦୃଷ୍ଟିରେ ସେ ଆମ୍ଭ ସମସ୍ତଙ୍କର ପିତା ଅଟନ୍ତି, ଯେପରି ଲେଖାଅଛି, ଆମ୍ଭେ ତୁମ୍ଭକୁ ବହୁ ଜାତିର ପିତା କରିଅଛୁ।

Gade chapit la Kopi




ରୋମୀୟ 4:17
32 Referans Kwoze  

ପରମେଶ୍ୱର ଜଗତ ଦୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡ଼ିକୁ ମନୋନୀତ ନ କରି ନୀଚ୍ଚ ଓ ଘୃଣ୍ୟ ବିଷୟ ଗୁଡ଼ିକ ମନୋନୀତ କଲେ। କାରଣ ପରମେଶ୍ୱର ଜଗତ ଦୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡ଼ିକ ବିନାଶ କରିବାକୁ ଗ୍ଭହିଁଲେ।


ପରମପିତା ମୃତ ଲୋକଙ୍କୁ ଉଠାନ୍ତି ଓ ସେମାନଙ୍କୁ ଜୀବନ ଦାନ କରନ୍ତି। ଠିକ୍ ସେହିପରି ପୁତ୍ର ମଧ୍ୟ ନିଜ ଇଚ୍ଛାନୁସାରେ ଲୋକଙ୍କୁ ଜୀବନ ଦାନ କରନ୍ତି।


ଅତୀତରେ ତୁମ୍ଭେ ପରମେଶ୍ୱରଙ୍କ ଲୋକ ନ ଥିଲ। କିନ୍ତୁ ଏବେ ତୁମ୍ଭେ ପରମେଶ୍ୱରଙ୍କ ଲୋକ ଅଟ। ଅତୀତରେ ତୁମ୍ଭେ ଅନୁଗ୍ରହ ପାଇ ନ ଥିଲ। କିନ୍ତୁ ଏବେ ତୁମ୍ଭେମାନେ ପରମେଶ୍ୱରଙ୍କଠାରୁ ଅନୁଗ୍ରହ ଲାଭ କରିଛ।


ଶରୀର ମନୁଷ୍ୟକୁ ଜୀବନ ଦାନ କରେ ନାହିଁ। ଆତ୍ମା ଜୀବନ ଦିଏ। ମୁଁ ତୁମ୍ଭକୁ ଯାହା କହିଲି ତାହା ଆତ୍ମା, ତେଣୁ ଏସବୁ ବିଷୟ ଜୀବନ ଦିଏ।


ପରମେଶ୍ୱର ଯୀଶୁଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଛନ୍ତି। ଯଦି ପରମେଶ୍ୱରଙ୍କ ଆତ୍ମା ତୁମ୍ଭମାନଙ୍କ ଭିତରେ ଅଛି, ତା'ହେଲେ ତୁମ୍ଭମାନଙ୍କର ମୃତ ଶରୀରକୁ ମଧ୍ୟ ସେ ତାହାଙ୍କର ଆତ୍ମାଙ୍କ ଦ୍ୱାରା ଜୀବନ ପ୍ରଦାନ କରିବେ।


ମୁଁ ତୁମ୍ଭକୁ ସତ୍ୟ କହୁଛି, ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସମୟ ଆସୁଛି। ସେ ସମୟ ଆସି ଗଲାଣି। ପାପ ଦ୍ୱାରା ମୃତ ଲୋକମାନେ ଈଶ୍ୱରଙ୍କ ପୁତ୍ରଙ୍କର ସ୍ୱର ଶୁଣିବେ। ପୁତ୍ରଙ୍କର ସ୍ୱର ଶୁଣି ଗ୍ରହଣ କରିଥିବା ଲୋକମାନେ ଅନନ୍ତ ଜୀବନ ଲାଭ କରିବେ।


ଏହି ଲୋକ ଜଣକ ଏତେ ବୃଦ୍ଧ ଥିଲେ ଯେ ସେ ମୃତବତ ଥିଲେ। କିନ୍ତୁ ସେହି ଜଣେ ଲୋକଙ୍କଠାରୁ ଆକାଶର ତାରାଗଣ ଓ ସମୁଦ୍ର କୂଳର ବାଲି ଭଳି ଅସଂଖ୍ୟ ସନ୍ତାନ ଜନ୍ମଗ୍ରହଣ କଲେ।


“ଏଣୁ ତୁମ୍ଭେମାନେ ଆନନ୍ଦର ସହିତ ବାହାରି ଶାନ୍ତିରେ ଆଗେ ଆଗେ ଯିବ। ପର୍ବତ ଓ ଉପପର୍ବତଗୁଡ଼ିକ ତୁମ୍ଭ ସମ୍ମୁଖରେ ଉଚ୍ଚସ୍ୱରରେ ଗାନ କରିବେ ଓ କ୍ଷେତ୍ରସ୍ଥ ବୃକ୍ଷଗୁଡ଼ିକ କରତାଳି ଦେବେ।


ଆମ୍ଭର ହସ୍ତ ପୃଥିବୀର ଭିତ୍ତିମୂଳ ସ୍ଥାପନ କରିଅଛି ଓ ଆମ୍ଭର ଦକ୍ଷିଣ ହସ୍ତ ଆକାଶମଣ୍ଡଳ ବିସ୍ତାର କରିଅଛି। ତେଣୁ ଆମ୍ଭେ ସେମାନଙ୍କୁ ଡାକିଲେ ସେମାନେ ଏକତ୍ର ଆମ୍ଭ ସମ୍ମୁଖରେ ଛିଡ଼ା ହୁଅନ୍ତି।


ପରମେଶ୍ୱର କେବଳ ଯିହୂଦୀମାନଙ୍କର ପରମେଶ୍ୱର ନୁହନ୍ତି। ଅଣଯିହୂଦୀମାନଙ୍କର ମଧ୍ୟ ସେ ପରମେଶ୍ୱର ଅଟନ୍ତି।


ପ୍ରିୟ ମିତ୍ରଗଣ, କିନ୍ତୁ ଏହି ବିଶେଷ କଥା ଭୁଲ୍ ନାହିଁ, ପରମେଶ୍ୱରଙ୍କ ଲାଗି ଗୋଟିଏ ଦିନ ହଜାର ବର୍ଷ ଭଳି ଓ ହଜାର ବର୍ଷ ଗୋଟିଏ ଦିନ ଭଳି ଅଟେ।


କେତେକ ଦେଖି ନ ପାରୁ ଥିବା ବିଷୟ ଗୁଡ଼ିକ ପ୍ରତି ପରମେଶ୍ୱର ନୋହଙ୍କୁ ସତର୍କ କରିଦେଇଥିଲେ। ନୋହଙ୍କର ପରମେଶ୍ୱରଙ୍କ ପ୍ରତି ବିଶ୍ୱାସ ଓ ଭକ୍ତିଭାବ ଥିଲା। ଅତଏବ ନୋହ ନିଜ ପରିବାରକୁ ରକ୍ଷା କରିବାକୁ ଯାଇ ବଡ଼ ଜାହାଜଟିଏ ତିଆରି କଲେ। ନିଜ ବିଶ୍ୱାସ ବଳରେ ନୋହ ଦେଖାଇଲେ ଯେ, ଜଗତ ଦୋଷୀ ଥିଲା। ଯେଉଁମାନଙ୍କୁ ପରମେଶ୍ୱର ବିଶ୍ୱାସ ବଳରେ ଧାର୍ମିକ କରନ୍ତି, ସେମାନଙ୍କ ଭିତରୁ ନୋହ ଜଣେ ଥିଲେ।


ପରମେଶ୍ୱର ଓ ଖ୍ରୀଷ୍ଟ ଯୀଶୁଙ୍କ ଆଗରେ ମୁଁ ତୁମ୍ଭକୁ ଏହି ଆଦେଶ ଦେଉଛି। ପନ୍ତିୟ ପୀଲାତଙ୍କ ଆଗରେ ଠିଆ ହୋଇଥିବା ବେଳେ ଖ୍ରୀଷ୍ଟ ଯୀଶୁ ସେହି ଏକା ମହାନ୍ ସତ୍ୟଟିକୁ ସ୍ୱୀକାର କରିଥିଲେ। ଏକମାତ୍ର ପରମେଶ୍ୱର ପ୍ରତ୍ୟେକ ବିଷୟକୁ ଜୀବନ ପ୍ରଦାନ କରନ୍ତି।


ଆମ୍ଭ ତୁଲ୍ୟ ଅନ୍ୟ ପରମେଶ୍ୱର ନାହାନ୍ତି। ଯଦି ଥା’ନ୍ତି ତେବେ ସେ ବର୍ତ୍ତମାନ ଆସି କୁହନ୍ତୁ। ସେ ଯଦି ଆମ୍ଭପରି, ତେବେ ଆସି ପ୍ରମାଣ କରନ୍ତୁ। ସେ ମଧ୍ୟ କୁହନ୍ତୁ ଆମ୍ଭେ ପୁରାତନ ଲୋକମାନଙ୍କୁ ସୃଷ୍ଟି କଲାବେଳେ କ’ଣ ସବୁ ଘଟିଥିଲା। ସେ ମଧ୍ୟ ଭବିଷ୍ୟତରେ କ’ଣ ଘଟିବ ତାହାର ସଙ୍କେତ ଦିଅନ୍ତୁ।


ମୁଁ ତାଙ୍କୁ ଆଶୀର୍ବାଦ କରିବି। ମୁଁ ତାଙ୍କ କୋଳରେ ଏକ ପୁତ୍ର ଦେବି। ଏବଂ ତୁମ୍ଭେ ତା'ର ପିତା ହେବ। ସେ ବହୁ ଜାତିର ଆଦିମାତା ହେବ। ଜାତିଗଣର ରାଜାମାନେ ତାଙ୍କଠାରୁ ଜନ୍ମ ନେବେ।”


ଏବଂ “ଯେଉଁ ସ୍ଥାନରେ ପରମେଶ୍ୱର କହିଥିଲେ, ‘ତୁମ୍ଭେମାନେ ଆମ୍ଭ ଲୋକ ନୁହଁ’- ସେହି ସ୍ଥାନରେ ସେମାନେ ଜୀବିତ ପରମେଶ୍ୱରଙ୍କ ସନ୍ତାନ ବୋଲାଇବେ।”


“ଦେଖ, କେତେକ ଲୋକ ଦୂର ଦେଶରୁ ଆସିବେ, କେତେକ ଉତ୍ତର ଓ ପଶ୍ଚିମ ଦିଗରୁ ଆସିବେ ଓ ଆଉ କେତେକ ସୀନୀମ ଦେଶରୁ ଆସିବେ।”


ଆମ୍ଭେ ଉତ୍ତର ଦିଗକୁ କହିବା ଛାଡ଼ିଦିଅ ଓ ଦକ୍ଷିଣ ଦିଗକୁ କହିବା ସେମାନଙ୍କୁ ଅଟକାଅ ନାହିଁ। ଆମ୍ଭର ପୁତ୍ରଗଣଙ୍କୁ ଦୂରରୁ ଓ କନ୍ୟାଗଣଙ୍କୁ ପୃଥିବୀର ପ୍ରାନ୍ତରୁ ଆଣି ଦିଅ।


ସର୍ବଶକ୍ତିମାନ ପରମେଶ୍ୱର ଆଶୀର୍ବାଦ କରି ଅନେକ ଜନସମାଜ ହେବା ପାଇଁ ଯଥେଷ୍ଟ ବଂଶଧର କରନ୍ତୁ।


ଶାସ୍ତ୍ରରେ ଲେଖା ଅଛି: “ପ୍ରଥମ ମନୁଷ୍ୟ (ଆଦମ) ସଜୀବ ପ୍ରାଣୀ,” କିନ୍ତୁ ଶେଷ ଆଦମ (ଖ୍ରୀଷ୍ଟ) ଜଣେ ଜୀବନଦାତା ଆତ୍ମା।


ସେ ବିଶ୍ୱାସ ବିଷୟରେ କ’ଣ ଶିଖିଲେ? ଅବ୍ରହାମ ଯଦି ନିଜର କର୍ମ ପାଇଁ ଧାର୍ମିକ ବୋଲି ଧରା ହେଲେ, ତା'ହେଲେ, ସେଥିରେ ତାହାଙ୍କର ଗର୍ବ କରିବା କଥା। କିନ୍ତୁ ଅବ୍ରହାମ ପରମେଶ୍ୱରଙ୍କ ଆଗରେ ଗର୍ବ କରି ପାରିଲେ ନାହିଁ।


ଏହା ଯୁଗ ଆରମ୍ଭରୁ ଜଣାଅଛି।’


ତୁମ୍ଭେମାନେ ନିଜକୁ ଅବ୍ରହାମଙ୍କ ସନ୍ତାନ ବୋଲି କହିଦେଲେ ଯେ ଯଥେଷ୍ଟ ହୋଇଗଲା, ସେ କଥା କେବେ ହେଲେ ଭାବ ନାହିଁ। ମୁଁ ତୁମ୍ଭକୁ କହି ରଖୁଛି ଯେ ପରମେଶ୍ୱର ଅବ୍ରହାମଙ୍କ ପାଇଁ ଏହି ପଥରଗୁଡ଼ିକରୁ ମଧ୍ୟ ସନ୍ତାନ ସୃଷ୍ଟି କରି ପାରିବେ।


“ମୁଁ ଇଶ୍ମାଏଲ ବିଷୟରେ ତୁମ୍ଭର ଅନୁରୋଧ ଶୁଣିଛି। ମୁଁ ତାଙ୍କୁ ଆଶୀର୍ବାଦ କରିବି। ତା'ର ବହୁ ସନ୍ତାନ ଜନ୍ମ ହେବେ। ତାହାଠାରୁ ବାର ଜଣ ଅଧିପତି ଜନ୍ମ ନେବେ ତାଙ୍କର ପରିବାର ଏକ ବିରାଟ ଜାତି ହେବ।


ତୁମ୍ଭମାନଙ୍କ ପିତା ଅବ୍ରହାମ ଓ ଜନ୍ମଦାତ୍ରୀ ସାରା ପ୍ରତି ଦୃଷ୍ଟି ଦିଅ। ସେ ଯେତେବେଳେ ଏକାକୀ ଥିଲା ଆମ୍ଭେ ତାହାକୁ ଆହ୍ୱାନ କଲୁ। ଆମ୍ଭେ ଆଶୀର୍ବାଦ କରି ତାକୁ ବହୁ ବଂଶ କଲୁ।”


ଅବ୍ରହାମଙ୍କର ସନ୍ତାନ ହେବାର ଆଶା ନ ଥିଲା। କିନ୍ତୁ ଅବ୍ରହାମ ପରମେଶ୍ୱରଙ୍କୁ ବିଶ୍ୱାସ କଲେ ଓ ଭରସାକୁ ବଜାୟ ରଖିଲେ। ସେଥିପାଇଁ ସେ ଅନେକ ଜାତିର ପିତା ହେଲେ। ପରମେଶ୍ୱର ତାହାଙ୍କୁ କହିଥିଲେ: “ତୁମ୍ଭର ଅଗଣିତ ବଂଶଧର ହେବେ।”


ଦୁଇଟି ପୁତ୍ର ଜନ୍ମ ହେବା ପୂର୍ବରୁ ଓ ସେମାନେ କୌଣସି ଭଲ ବା ମନ୍ଦ କାମ କରି ନଥୀବା ପୂର୍ବରୁ ପରମେଶ୍ୱର ରିବିକାକୁ କହିଥିଲେ, ବଡ଼ ପୁତ୍ରଟି ସାନଟିର ସେବା କରିବ। ପରମେଶ୍ୱରଙ୍କ ମନୋନୟନ ତାହାଙ୍କ ଯୋଜନା ଉପରେ ଆଧାରିତ ଥିଲା ଓ ଯାହା ସେ ଗ୍ଭହିଁଥିଲେ ସେହି କାରଣରୁ ହେଲା।


ବିଶ୍ୱାସ ଦ୍ୱାରା ଆମ୍ଭେ ବୁଝିଛୁ ଯେ ସମଗ୍ର ସୃଷ୍ଟିର ରଚନା ପରମେଶ୍ୱର ନିଜ ଆଜ୍ଞା ବଳରେ କରିଥିଲେ। ଏହାର ଅର୍ଥ ଯେ, ଆମ୍ଭକୁ ଦିଶୁଥିବା ବିଷୟ ଗୁଡ଼ିକର ସୃଷ୍ଟି ଅଦୃଶ୍ୟ ବିଷୟ ଦ୍ୱାରା ହୋଇଛି।


Swiv nou:

Piblisite


Piblisite