ରୋମୀୟ 4:15 - ପବିତ୍ର ବାଇବଲ15 କାରଣ ବ୍ୟବସ୍ଥା ପାଳନ ନ କରିବା ଦ୍ୱାରା ବ୍ୟବସ୍ଥା ପରମେଶ୍ୱରଙ୍କର କ୍ରୋଧ ଆଣିଥାଏ। କିନ୍ତୁ ଯଦି ବ୍ୟବସ୍ଥା ନ ଥା’ନ୍ତା, ତା'ହେଲେ ଅବାଧ୍ୟ ହେବାର ପ୍ରଶ୍ନ ଉଠିବ ନାହିଁ। Gade chapit laପବିତ୍ର ବାଇବଲ (Re-edited) - (BSI)15 କାରଣ ବ୍ୟବସ୍ଥା କ୍ରୋଧ ଜନ୍ମାଏ, କିନ୍ତୁ ଯେଉଁଠାରେ ବ୍ୟବସ୍ଥା ନାହିଁ, ସେଠାରେ ବ୍ୟବସ୍ଥା ଲଙ୍ଘନ ମଧ୍ୟ ନାହିଁ। Gade chapit laଓଡିଆ ବାଇବେଲ15 କାରଣ ମୋଶାଙ୍କ ବ୍ୟବସ୍ଥା କ୍ରୋଧ ଜନ୍ମାଏ, କିନ୍ତୁ ଯେଉଁଠାରେ ମୋଶାଙ୍କ ବ୍ୟବସ୍ଥା ନାହିଁ, ସେଠାରେ ମୋଶାଙ୍କ ବ୍ୟବସ୍ଥା ଲଙ୍ଘନ ମଧ୍ୟ ନାହିଁ । Gade chapit laପବିତ୍ର ବାଇବଲ (CL) NT (BSI)15 ବ୍ୟବସ୍ଥା ଲଙ୍ଘନ ଦ୍ୱାରା ମନୁଷ୍ୟ ଈଶ୍ୱରଙ୍କ କ୍ରୋଧର ପାତ୍ର ହୁଏ। କିନ୍ତୁ ଯେଉଁଠାରେ ବ୍ୟବସ୍ଥା ନାହିଁ, ସେଠାରେ ବ୍ୟବସ୍ଥା ଲଙ୍ଘନର ପ୍ରଶ୍ନ ଉଠୁ ନାହିଁ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT15 କାରଣ ବ୍ୟବସ୍ଥା କ୍ରୋଧ ଜନ୍ମାଏ, କିନ୍ତୁ ଯେଉଁଠାରେ ବ୍ୟବସ୍ଥା ନାହିଁ, ସେଠାରେ ମୋଶାଙ୍କ ବ୍ୟବସ୍ଥା ଲଙ୍ଘନ ମଧ୍ୟ ନାହିଁ। Gade chapit la |
ତା'ହେଲେ ବ୍ୟବସ୍ଥାର ପ୍ରୟୋଜନ କ’ଣ? ଲୋକମାନଙ୍କ ଭୂଲ୍ କାମଗୁଡ଼ିକୁ ଦେଖାଇବା ଲାଗି ବ୍ୟବସ୍ଥାକୁ ପ୍ରତିଜ୍ଞା ସହିତ ଯୋଗ କରାଯାଇଥିଲା। ଅବ୍ରହାମଙ୍କ ବିଶେଷ ସନ୍ତାନଙ୍କ ଆସିବା ପର୍ଯ୍ୟନ୍ତ ବ୍ୟବସ୍ଥା ଜାରି ରହିବାର ଥିଲା। ପରମେଶ୍ୱରଙ୍କ ପ୍ରତିଶୃତି ଏହି ସନ୍ତାନଙ୍କ ସମ୍ବନ୍ଧରେ ଥିଲା। ବ୍ୟବସ୍ଥାଗୁଡ଼ିକ ସ୍ୱର୍ଗଦୂତମାନଙ୍କ ଜରିଆରେ ଦିଆଯାଇଥିଲା। ସ୍ୱର୍ଗଦୂତମାନେ ମୋଶାଙ୍କ ମଧ୍ୟସ୍ଥତାରେ ମନୁଷ୍ୟମାନଙ୍କୁ ଦେଲେ।
ସେମାନେ ନିଜ ନିଜର ରୂପାକୁ ଦାଣ୍ଡରେ ପକାଇ ଦେବେ ଓ ସେମାନଙ୍କର ସୁନା ଅଶୁଚି ବସ୍ତୁ ତୁଲ୍ୟ ହେବ। ସେ ସବୁ କିନ୍ତୁ ସେମାନଙ୍କୁ ସଦାପ୍ରଭୁ ଯେତେବେଳେ ତାଙ୍କର କ୍ରୋଧରେ ପ୍ରକାଶ କଲେ, ତାଙ୍କ କୋପରୁ ରକ୍ଷା କରିବ ନାହିଁ। ସେମାନେ ସେମାନଙ୍କର କ୍ଷୁଧାକୁ ସନ୍ତୁଷ୍ଟ କରି ପାରିବେ ନାହିଁ। କିଅବା ସେମାନଙ୍କର ଉଦର ପୂର୍ଣ୍ଣ କରି ପାରିବେ ନାହିଁ। କାରଣ ଏହିସବୁ ଜିନିଷଗୁଡ଼ିକ ପାପ କରିବାକୁ ସେମାନଙ୍କର କାରଣ ଥିଲା।