Biblia Todo Logo
Bib sou entènèt

- Piblisite -




ରୋମୀୟ 4:10 - ପବିତ୍ର ବାଇବଲ

10 ଏହା ଘଟିଲା କିପରି? ପରମେଶ୍ୱର ଅବ୍ରହାମଙ୍କୁ ସୁନ୍ନତ ହେବାପରେ ଗ୍ରହଣ କଲେ, ନା ସୁନ୍ନତ ହେବା ପୂର୍ବରୁ ଗ୍ରହଣ କଲେ? ସେ ସୁନ୍ନତ ହୋଇ ସାରିଲା ପରେ ଏହା ପ୍ରକୃତରେ ଘଟି ନାହିଁ, କିନ୍ତୁ ସେ ସୁନ୍ନତ ନ ହୋଇଥିଲାବେଳେ ଏହା ଘଟିଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ତେବେ, ତାହା କିପରି ଗଣିତ ହେଲା? ତାଙ୍କର ସୁନ୍ନତି ଅବସ୍ଥାରେ ନା ଅସୁନ୍ନତି ଅବସ୍ଥାରେ? ସୁନ୍ନତି ଅବସ୍ଥାରେ ନୁହେଁ, କିନ୍ତୁ ଅସୁନ୍ନତି ଅବସ୍ଥାରେ।

Gade chapit la Kopi

ଓଡିଆ ବାଇବେଲ

10 ତେବେ, ତାହା କିପରି ଗଣିତ ହେଲା ? ତାଙ୍କର ସୁନ୍ନତି ଅବସ୍ଥାରେ ନା ଅସୁନ୍ନତି ଅବସ୍ଥାରେ ? ସୁନ୍ନତି ଅବସ୍ଥାରେ ନୁହେଁ, କିନ୍ତୁ ଅସୁନ୍ନତି ଅବସ୍ଥାରେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

10 ଏହା କେଉଁ ସମୟରେ ଘଟିଥିଲା? ଅବ୍ରାହମ ସୁନ୍ନତ ହେବା ପରେ ନା, ତା’ ପୂର୍ବରୁ? ପୂର୍ବରୁ, ପରେ ନୁହେଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ତେବେ, ତାହା କିପରି ଗଣିତ ହେଲା? ତାଙ୍କର ସୁନ୍ନତି ଅବସ୍ଥାରେ ନା ଅସୁନ୍ନତି ଅବସ୍ଥାରେ? ସୁନ୍ନତି ଅବସ୍ଥାରେ ନୁହେଁ, କିନ୍ତୁ ଅସୁନ୍ନତି ଅବସ୍ଥାରେ।

Gade chapit la Kopi




ରୋମୀୟ 4:10
11 Referans Kwoze  

ଜଣେ ମନୁଷ୍ୟ ସୁନ୍ନତ ହେଉ ବା ଅସୁନ୍ନତ ହେଉ, ସେଥିରେ କିଛି ଗୁରୁତ୍ୱ ନାହିଁ। କେବଳ ପରମେଶ୍ୱରଙ୍କ ଦ୍ୱାରା ସୃଷ୍ଟ ନୂତନ ମନୁଷ୍ୟ ହେବା ଗୁରୁତ୍ୱପୂର୍ଣ୍ଣ।


ଆତ୍ମାଙ୍କ ସାହାଯ୍ୟରେ ଆମେ ଏଥିପାଇଁ ଅପେକ୍ଷା କରି ରହିଛୁ। ଯଦି କେହି ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛି, ତା'ହେଲେ ସେ ସୁନ୍ନତ ହୋଇଛି ନା ନାହିଁ, ଏହା ମହତ୍ତ୍ୱପୂର୍ଣ୍ଣ ନୁହେଁ। ମହତ୍ତ୍ୱପୂର୍ଣ୍ଣ ବିଷୟ ହେଲା, ପ୍ରେମଜନକ ବିଶ୍ୱାସ, ଯାହା କାର୍ଯ୍ୟରେ ପରିପ୍ରକାଶ ହୁଏ।


ଏହି ଚୁକ୍ତିକୁ ତୁମ୍ଭେମାନେ ନିଶ୍ଚୟ ପାଳନ କରିବ। ଏହା ହେଉଛି ତୁମ୍ଭ ଓ ମୋ’ ମଧ୍ୟରେ ଚୁକ୍ତି ଏବଂ ଏହା ମଧ୍ୟ ତୁମ୍ଭର ବଂଶଧରମାନଙ୍କ ପାଇଁ। ତାହା ଏହି, ପ୍ରତ୍ୟେକ ଜନ୍ମ ହେବା ପୁରୁଷକୁ ନିଶ୍ଚୟ ସୁନ୍ନତ କରାଯିବ।


ଯେତେବେଳେ ଅବ୍ରାମଙ୍କୁ ଅନେଶ୍ୱତ ବର୍ଷ ସେତେବେଳେ ସଦାପ୍ରଭୁ ତାଙ୍କୁ ଦର୍ଶନ ଦେଲେ ଏବଂ କହିଲେ, “ମୁଁ ସର୍ବଶକ୍ତିମାନ ପରମେଶ୍ୱର। ଉତ୍ତମ କାର୍ଯ୍ୟମାନ କର। ମୋତେ ମାନ ଏବଂ ନିଷ୍ଠାପର ଜୀବନଯାପନ କର।


ପୁଣି ଏହି ଦେଶକୁ ତୁମ୍ଭ ବଂଶର ଚତୁର୍ଥ ପୁରୁଷ ଫେରିବେ। କାରଣ ଯେଉଁ ଇମୋରୀୟମାନେ ଏଠାରେ ବାସ କରନ୍ତି, ସେମାନଙ୍କର ପାପ ଏପର୍ଯ୍ୟନ୍ତ ଶେଷ ହୋଇ ନାହିଁ।”


ତେବେ ଏହି ଖୁସୀ କ’ଣ କେବଳ ସୁନ୍ନତ ହୋଇଥିବା ଯିହୂଦୀମାନଙ୍କ ପାଇଁ ଅଟେ? ବା ଯେଉଁ ଅଣଯିହୂଦୀମାନେ ସୁନ୍ନତ ହୋଇ ନାହାନ୍ତି ସେମାନଙ୍କ ପାଇଁ ମଧ୍ୟ ଅଟେ? ଆମ୍ଭେ କହି ସାରିଛୁ ଯେ, ପରମେଶ୍ୱର ଅବ୍ରହାମଙ୍କ ବିଶ୍ୱାସକୁ ଗ୍ରହଣ କଲେ ଓ ସେହି ବିଶ୍ୱାସ ଅବ୍ରହାମଙ୍କୁ ତାଙ୍କ ପ୍ରତି ଧାର୍ମିକ କଲା।


ପରମେଶ୍ୱର ଗ୍ରହଣ କରି ନେଇଛନ୍ତି ବୋଲି ପ୍ରମାଣିତ କରିବା ଲାଗି ଅବ୍ରହାମଙ୍କୁ ପରେ ସୁନ୍ନତ କରାଯାଇ ଥିଲା। ଏହି ସୁନ୍ନତ ପ୍ରମାଣ କରୁଛି ଯେ ସୁନ୍ନତ ହେବା ପୂର୍ବରୁ ପରମେଶ୍ୱରଙ୍କ ପ୍ରତି ସେ ଧାର୍ମିକ ଥିଲେ। ସେଥିପାଇଁ, ଯେଉଁମାନେ ପରମେଶ୍ୱରଙ୍କୁ ବିଶ୍ୱାସ କରନ୍ତି ଓ ସୁନ୍ନତ ହୋଇ ନାହାନ୍ତି, ସେ ସମସ୍ତ ଲୋକଙ୍କର ପିତା ଅବ୍ରହାମ ଅଟନ୍ତି। ସେମାନେ ବିଶ୍ୱାସ କରନ୍ତି ଓ ଏହି କାରଣରୁ ସେମାନେ ପରମେଶ୍ୱରଙ୍କ ପାଇଁ ଧାର୍ମିକ ବୋଲି ନିରୂପିତ ହୁଅନ୍ତି।


Swiv nou:

Piblisite


Piblisite