Biblia Todo Logo
Bib sou entènèt

- Piblisite -




ରୋମୀୟ 4:1 - ପବିତ୍ର ବାଇବଲ

1 ତା'ହେଲେ ଆମ୍ଭର ଜାଗତିକ ପୂର୍ବପୁରୁଷ ଅବ୍ରହାମଙ୍କ ବିଷୟରେ କ’ଣ କହି ପାରିବା?

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ତେବେ ଶରୀର ଅନୁସାରେ ଆମ୍ଭମାନଙ୍କ ପିତୃପୁରୁଷ ଅବ୍ରହାମ କଅଣ ପାଇଅଛନ୍ତି ବୋଲି ଆମ୍ଭେମାନେ କହିବା?

Gade chapit la Kopi

ଓଡିଆ ବାଇବେଲ

1 ତେବେ ଶରୀର ଅନୁସାରେ ଆମ୍ଭମାନଙ୍କ ପିତୃପୁରୁଷ ଅବ୍ରହାମ କ'ଣ ପାଇଅଛନ୍ତି ବୋଲି ଆମ୍ଭେମାନେ କହିବା ?

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

1 ଆମ ଆଦି ପିତା ଅବ୍ରାହାମଙ୍କ ବିଷୟରେ କ’ଣ କହିବା?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ତେବେ ଶରୀର ଅନୁସାରେ ଆମ୍ଭମାନଙ୍କ ପିତୃ-ପୁରୁଷ ଅବ୍ରହାମ କଅଣ ପାଇଅଛନ୍ତି ବୋଲି ଆମ୍ଭେମାନେ କହିବା?

Gade chapit la Kopi




ରୋମୀୟ 4:1
18 Referans Kwoze  

ତୁମ୍ଭମାନଙ୍କ ପିତା ଅବ୍ରହାମ ଓ ଜନ୍ମଦାତ୍ରୀ ସାରା ପ୍ରତି ଦୃଷ୍ଟି ଦିଅ। ସେ ଯେତେବେଳେ ଏକାକୀ ଥିଲା ଆମ୍ଭେ ତାହାକୁ ଆହ୍ୱାନ କଲୁ। ଆମ୍ଭେ ଆଶୀର୍ବାଦ କରି ତାକୁ ବହୁ ବଂଶ କଲୁ।”


ସେଥିପାଇଁ ବିଶ୍ୱାସ ଦ୍ୱାରା ଲୋକେ ପରମେଶ୍ୱରଙ୍କ ପ୍ରତିଜ୍ଞା ପାଆନ୍ତି। ପ୍ରତିଜ୍ଞା ଯେପରି ଏକ ବିନା ମୂଲ୍ୟର ଦାନ ହୋଇପାରେ ସେଥିପାଇଁ ଏପରି ଘଟେ, ଯଦି ବିନା ମୂଲ୍ୟରେ ପ୍ରତିଜ୍ଞା ଦାନ ମିଳେ ତା'ହେଲେ ଅବ୍ରହାମଙ୍କ ବଂଶର ସବୁ ଲୋକେ ପ୍ରତିଜ୍ଞା ପାଇବା ସୁନିଶ୍ଚିତ। ଏହି ପ୍ରତିଜ୍ଞା କେବଳ ବ୍ୟବସ୍ଥାଧୀନ ରହିଥିବା ଲୋକଙ୍କ ପାଇଁ ନୁହେଁ। ଅବ୍ରହାମ ଭଳି ବିଶ୍ୱାସ ପୂର୍ବକ ଜୀବନଯାପନ କରୁଥିବା ସମସ୍ତ ଲୋକଙ୍କ ପାଇଁ ଏହି ପ୍ରତିଜ୍ଞା ରହିଛି। ଅବ୍ରହାମ ଆମ୍ଭ ସମସ୍ତଙ୍କର ପିତା।


ସେମାନେ କେବଳ କ’ଣ ଏବ୍ରୀ? ମୁଁ ମଧ୍ୟ।


“ହେ ଭାଇମାନେ, ଅବ୍ରହାମଙ୍କ ପୁତ୍ରମାନେ ଓ ପ୍ରକୃତ ପରମେଶ୍ୱରଙ୍କୁ ଉପାସନା କରୁଥିବା ଅନ୍ୟଜାତୀୟମାନେ, ଆମ୍ଭମାନଙ୍କ ପାଇଁ ଏହି ପରିତ୍ରାଣର ସୁସମାଗ୍ଭର ପଠାଯାଇଛି।


ମୋର ଆଗମନ ଦେଖି ପାରିବେ ବୋଲି ଆଶାକରି ତୁମ୍ଭ ପିତା ଅବ୍ରହାମ ବହୁତ ଖୁସୀ ହୋଇଥିଲେ। ସେ ସେହି ଦିନଟି ଦେଖିଲେ ଓ ଖୁସୀ ହେଲେ।”


ତୁମ୍ଭେ ଭାବି ପାର ଯେ, ମୁଁ କହୁଛି ପାପ ଓ ବ୍ୟବସ୍ଥା ହେଉଛି ଏକା କଥା। ଏହା ସତ୍ୟ ନୁହେଁ। କିନ୍ତୁ ବ୍ୟବସ୍ଥା ହେଉଛି ଏକମାତ୍ର ଉପାୟ ଯାହାଦ୍ୱାରା ମୁଁ ପାପର ଅର୍ଥ ଜାଣି ପାରିଲି। ମୁଁ କେବେ ହେଲେ ଜାଣି ପାରି ନ ଥା’ନ୍ତି, “ଲୋଭ କରିବା” ଅର୍ଥ କ’ଣ। କିନ୍ତୁ ବ୍ୟବସ୍ଥା କହିଲା, “ଅନ୍ୟମାନଙ୍କ ବସ୍ତୁ ପାଇବା ପାଇଁ କେବେ ହେଲେ ଲୋଭ କର ନାହିଁ।”


ତୁମ୍ଭେମାନେ ନିଜକୁ ଅବ୍ରହାମଙ୍କ ସନ୍ତାନ ବୋଲି କହିଦେଲେ ଯେ ଯଥେଷ୍ଟ ହୋଇଗଲା, ସେ କଥା କେବେ ହେଲେ ଭାବ ନାହିଁ। ମୁଁ ତୁମ୍ଭକୁ କହି ରଖୁଛି ଯେ ପରମେଶ୍ୱର ଅବ୍ରହାମଙ୍କ ପାଇଁ ଏହି ପଥରଗୁଡ଼ିକରୁ ମଧ୍ୟ ସନ୍ତାନ ସୃଷ୍ଟି କରି ପାରିବେ।


ସେଥିପାଇଁ ଆମ୍ଭେ ଏହି ବିଷୟରେ କ’ଣ କହିବା? ଯଦି ପରମେଶ୍ୱର ଆମ୍ଭ ସହିତ ଅଛନ୍ତି, ତାହାହେଲେ କୌଣସି ଲୋକ ଆମ୍ଭକୁ ପରାଜିତ କରି ପାରିବ ନାହିଁ।


ତୁମ୍ଭେ କ'ଣ ଭାବୁଛ ଯେ ତୁମ୍ଭେ ଆମ୍ଭ ପିତା ଅବ୍ରହାମଙ୍କଠାରୁ ମହାନ୍? ଅବ୍ରହାମ ତ’ ମରିଗଲେ ଓ ଭବିଷ୍ୟ‌‌‌ଦ୍‌‌‌ବକ୍ତାମାନେ ମଧ୍ୟ ମରିଗଲେ। ତୁମ୍ଭେ ନିଜକୁ କିଏ ବୋଲି ଭାବୁଛ?”


ଯିହୂଦୀମାନେ ଉତ୍ତର ଦେଲେ, “ଆମ୍ଭେମାନେ ଅବ୍ରହାମଙ୍କ ବଂଶଧର। ଆମ୍ଭେ କେବେ ହେଲେ କ୍ରୀତଦାସ ହୋଇ ନାହୁଁ। ତେଣୁ ତୁମ୍ଭେ କାହିଁକି କହୁଛ ଯେ ଆମ୍ଭେ ମୁକ୍ତ ହେବୁ?”


ତୁମ୍ଭେମାନେ ପ୍ରକୃତରେ ନିଜ ହୃଦୟ ଓ ଜୀବନ ପରିବର୍ତ୍ତନ କରିଛ ବୋଲି ତୁମ୍ଭମାନଙ୍କୁ ନିଜ କାର୍ଯ୍ୟ ଦ୍ୱାରା ପ୍ରମାଣିତ କରିବାକୁ ହେବ। ଗର୍ବ କରି କୁହ ନାହିଁ ଯେ ‘ଅବ୍ରହାମ ଆମ୍ଭମାନଙ୍କର ପିତା।’ ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ପରମେଶ୍ୱର ଅବ୍ରହାମଙ୍କ ପାଇଁ ଏହି ପଥରଗୁଡ଼ିକରୁ ମଧ୍ୟ ସନ୍ତାନ ସୃଷ୍ଟି କରିପାରନ୍ତି।


ଏହି ପୃଥିବୀରେ ଆମ୍ଭ ସମସ୍ତଙ୍କର ବାପାମାନେ ଥିଲେ ଓ ସେମାନେ ଆମ୍ଭମାନଙ୍କୁ ଦଣ୍ଡ ଦେଲେ। ତଥାପି ଆମ୍ଭେ ଆମ୍ଭ ବାପାମାନଙ୍କୁ ସମ୍ମାନ ଦେଖାଇଲୁ। ଅତଏବ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ ଯେ ଆମ୍ଭେ ଆମ୍ଭ ଆତ୍ମାଗୁଡ଼ିକର ପିତାଙ୍କଠାରୁ ଦଣ୍ଡ ଗ୍ରହଣ କରିବା ଉଚିତ୍। ଏପରି କଲେ ଆମ୍ଭେ ଜୀବନ ପାଇବା।


ତା'ହେଲେ ତୁମ୍ଭେମାନେ ଭାବୁଛ ଯେ ଆମ୍ଭେ ସର୍ବଦା ପାପ କରି ଗ୍ଭଲି ଥିବା ଯାହା ପାଇଁ ପରମେଶ୍ୱର ଆମ୍ଭକୁ ଆହୁରି ଅଧିକ ଅନୁଗ୍ରହ ପ୍ରଦାନ କରିବେ?


ଏହି ସୁସମାଗ୍ଭର ପରମେଶ୍ୱରଙ୍କ ପୁତ୍ର ତଥା ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସମ୍ବନ୍ଧରେ ଅଟେ।


ଆମ୍ଭେ ଯେତେବେଳେ ଭୁଲ୍ କରୁ, ସେଥିରୁ ସ୍ପଷ୍ଟ ଭାବରେ ଜଣା ପଡ଼େ ଯେ ପରମେଶ୍ୱର ହେଉଛନ୍ତି ଠିକ୍। ସେଥିପାଇଁ ପରମେଶ୍ୱର ଯେତେବେଳେ ଆମ୍ଭକୁ ଦଣ୍ଡ ଦିଅନ୍ତି, କ’ଣ ଆମ୍ଭେ କହି ପାରିବା ଯେ, ସେ ଅନ୍ୟାୟୀ? ମୁଁ କେତେକ ଲୋକଙ୍କ ଭାବିବାର ଢଙ୍ଗ ବିଷୟରେ କହୁଛି।


Swiv nou:

Piblisite


Piblisite