Biblia Todo Logo
Bib sou entènèt

- Piblisite -




ରୋମୀୟ 3:6 - ପବିତ୍ର ବାଇବଲ

6 ନା! ଯଦି ପରମେଶ୍ୱର ଆମ୍ଭକୁ ଦଣ୍ଡ ଦେଇ ପାରିବେ ନାହିଁ, ତା'ହେଲେ ସେ ସଂସାରର ବିଗ୍ଭର କରି ପାରିବେ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ତାହା କେବେ ହେଁ ନ ହେଉ; କାରଣ ତାହାହେଲେ ଈଶ୍ଵର କିପରି ଜଗତର ବିଚାର କରିବେ?

Gade chapit la Kopi

ଓଡିଆ ବାଇବେଲ

6 ତାହା କେବେ ହେଁ ନ ହେଉ, କାରଣ ତାହାହେଲେ ଈଶ୍ୱର କିପରି ଜଗତର ବିଚାର କରିବେ ?

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

6 କେବେ ନୁହେଁ। ଈଶ୍ୱର ଯଦି ନ୍ୟାୟବାନ ନୁହନ୍ତି, ସେ କିପରି ଜଗତର ନ୍ୟାୟ ବିଚାର କରିବେ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ତାହା କେବେ ହେଁ ନ ହେଉ, କାରଣ ତାହାହେଲେ ଈଶ୍ବର କିପରି ଜଗତର ବିଚାର କରିବେ?

Gade chapit la Kopi




ରୋମୀୟ 3:6
13 Referans Kwoze  

ନିଶ୍ଚୟ ଆପଣ ଭଲ ଲୋକଙ୍କୁ ଦୁଷ୍ଟ ଲୋକଙ୍କ ସହିତ ଧ୍ୱଂସ କରିବେ ନାହିଁ। ଯଦି ଏହା ହୁଏ, ତେବେ ଦୁଷ୍ଟ ଓ ଧାର୍ମିକ ଲୋକ ସମାନ ଭାବରେ ଗଣାଯିବେ। କ’ଣ ସାରା ପୃଥିବୀର ବିଗ୍ଭରକର୍ତ୍ତା ଯାହା ନ୍ୟାୟ, ତାହା କରିବେ ନାହିଁ?”


ସେ ଜଣଙ୍କୁ ନ୍ୟାୟ ବିଗ୍ଭର ପାଇଁ ନିଯୁକ୍ତି ଦେଇଛନ୍ତି। ସେ ଗୋଟିଏ ଦିନ ସ୍ଥିର କରିଛନ୍ତି, ଯେଉଁଦିନ ସେହି ସମଗ୍ର ବିଶ୍ୱକୁ ତାହାଙ୍କ ଦ୍ୱାରା ନ୍ୟାୟ ସହିତ ବିଗ୍ଭର କରିବେ। ସେ ପ୍ରତ୍ୟେକଙ୍କ ଆଗରେ ଯୀଶୁଙ୍କର ମୃତ୍ୟୁରୁ ବଞ୍ଚି ଉଠିବା କଥାର ପ୍ରମାଣ ଦେଇଛନ୍ତି।”


ପରମେଶ୍ୱର କ’ଣ ବିଗ୍ଭରର ବିପରୀତ କରନ୍ତି କି? ଅଥବା ସର୍ବଶକ୍ତିମାନ ନ୍ୟାୟର ବିପରୀତ କରନ୍ତି କି?


ଯେଉଁ ଦିନ ପରମେଶ୍ୱର ଲୋକମାନଙ୍କ ଭିତରେ ଥିବା ଗୁପ୍ତକଥା ଗୁଡ଼ିକର ନ୍ୟାୟବିଗ୍ଭର କରିବେ ସେହି ଦିନ ଏହି କଥା ଘଟିବ। ମୁଁ ଯେଉଁ ସୁସମାଗ୍ଭର ଲୋକମାନଙ୍କୁ କହୁଛି, ତାହା କୁହେ ଯେ, ପରମେଶ୍ୱର ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା, ଲୋକମାନଙ୍କର ନ୍ୟାୟବିଗ୍ଭର କରିବେ।


ସଦାପ୍ରଭୁଙ୍କ ସମ୍ମୁଖରେ ଗାନ କର। କାରଣ ସେ ଜଗତର ବିଗ୍ଭର କରିବା ପାଇଁ ଆସୁଛନ୍ତି। ସେ ପୃଥିବୀର ଲୋକମାନଙ୍କୁ ଧର୍ମ ରୂପେ ବିଗ୍ଭର ଓ ନ୍ୟାୟ କରିବେ।


ସଦାପ୍ରଭୁଙ୍କ ଆଗରେ ଉପସ୍ଥିତ ହୁଅ, କାରଣ ସେ ଆସୁଛନ୍ତି। ସେ ପୃଥିବୀରେ ବିଗ୍ଭର କରିବାକୁ ଆସୁଛନ୍ତି। ସେ ଧର୍ମ ଓ ସତ୍ୟତାରେ ପୃଥିବୀକୁ ଶାସନ କରିବେ।


ପରମେଶ୍ୱର ହେଉଛନ୍ତି ବିଗ୍ଭରକର୍ତ୍ତା। ସ୍ୱର୍ଗ ତାଙ୍କର ନ୍ୟାୟ ପ୍ରିୟତାକୁ ବର୍ଣ୍ଣନା କରେ। ସେଲା


ସଦାପ୍ରଭୁ ଏ ପୃଥିବୀର ସବୁ ମଣିଷ ପ୍ରତି ସମାନ ବିଗ୍ଭର ପ୍ରଦର୍ଶନ କରନ୍ତି। ସେ ସବୁ ରାଜ୍ୟମାନଙ୍କ ପ୍ରତି ସମାନ ନ୍ୟାୟ ପ୍ରଦାନ କରନ୍ତି।


ସେ ଆସି ସେହି କୃଷକମାନଙ୍କୁ ଜୀବନରେ ମାରିଦେବ। ତା'ପରେ ସେହି ଜମିଟିକୁ ଆଉ କେତେକ କୃଷକଙ୍କୁ ଭାଗ ଦେଇଦେବେ।” ଲୋକମାନେ ଏହି ଦୃଷ୍ଟାନ୍ତଟି ଶୁଣିଲେ ଓ ସେମାନେ କହିଲେ, “ଯେ, ଏ କଥା କେବେ ହେଲେ ନ ହେଉ।”


କେବେ ନୁହେଁ। ଯଦି ପ୍ରତ୍ୟେକ ଲୋକ ଅସତ୍ ହୁଅନ୍ତି, ତେବେ ମଧ୍ୟ ପରମେଶ୍ୱର ସତ୍ୟ ହୋଇ ରହିବେ। ଶାସ୍ତ୍ରରେ ଲେଖା ଅଛି ଯେ: “ତୁମ୍ଭେ ତୁମ୍ଭର କରୁଥିବା ବିଷୟ ଦ୍ୱାରା ଧାର୍ମିକ ବୋଲି ପ୍ରମାଣିତ ହେବ ଓ ନ୍ୟାୟବିଗ୍ଭର ହେଲାବେଳେ ତୁମ୍ଭେ ବିଜୟଲାଭ କରିବ।”


ଏଠାରେ ପ୍ରଶ୍ନ ଉଠେ ଯେ ଆମ୍ଭେ କ’ଣ ବିଶ୍ୱାସର ମାର୍ଗ ଅନୁସରଣ କରିବା ଦ୍ୱାରା ବ୍ୟବସ୍ଥାକୁ ନଷ୍ଟ କରୁଛୁ କି? ନା! ଏହା ସତ୍ୟ ନୁହେଁ। ବରଂ ବ୍ୟବସ୍ଥା ଆମ୍ଭଠାରୁ ଯାହା ଆଶାକରେ, ତାହା ହେବା ପାଇଁ ବିଶ୍ୱାସ ଆମ୍ଭକୁ ସୁଯୋଗ ପ୍ରଦାନ କରେ।


Swiv nou:

Piblisite


Piblisite