Biblia Todo Logo
Bib sou entènèt

- Piblisite -




ରୋମୀୟ 3:24 - ପବିତ୍ର ବାଇବଲ

24 ପରମେଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ଲୋକେ ତାହାଙ୍କ ଦୃଷ୍ଟିରେ ଧାର୍ମିକ ହୁଅନ୍ତି। ଏହା ବିନା ମୂଲ୍ୟର ଅନୁଗ୍ରହଦାନ ଅଟେ। ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ୟମରେ ପାପରୁ ମୁକ୍ତ ହୋଇ ଲୋକେ ପରମେଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ହୁଅନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

24 ପୁଣି, ସେମାନେ ବିନାମୂଲ୍ୟରେ ତାହାଙ୍କ ଅନୁଗ୍ରହରେ, ଖ୍ରୀଷ୍ଟ ଯୀଶୁଙ୍କଠାରେ ଯେଉଁ ମୁକ୍ତି ଅଛି, ତଦ୍ଦ୍ଵାରା ଧାର୍ମିକ ଗଣିତ ହୁଅନ୍ତି।

Gade chapit la Kopi

ଓଡିଆ ବାଇବେଲ

24 ପୁଣି, ସେମାନେ ବିନାମୂଲ୍ୟରେ ତାହାଙ୍କ ଅନୁଗ୍ରହରେ, ଖ୍ରୀଷ୍ଟ ଯୀଶୁଙ୍କଠାରେ ଯେଉଁ ମୁକ୍ତି ଅଛି, ତଦ୍ୱାରା ଧାର୍ମିକ ଗଣିତ ହୁଅନ୍ତି ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

24 କିନ୍ତୁ ଈଶ୍ୱର ଖ୍ରୀଷ୍ଟଯୀଶୁଙ୍କ ଦ୍ୱାରା ବିନା ମୂଲ୍ୟରେ ଯେଉଁ ଅନୁଗହ ଦାନ ଦେଇଛନ୍ତି, ତାହା ଯେଉଁମାନେ ଗ୍ରହଣ କରନ୍ତି, ସେମାନଙ୍କୁ ପ୍ରଭୁ ଯୀଶୁ ପରିତ୍ରାଣ ଦିଅନ୍ତି ଓ ସେମାନେ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ହୁଅନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

24 ପୁଣି, ସେମାନେ ବିନାମୂଲ୍ୟରେ ତାହାଙ୍କ ଅନୁଗ୍ରହରେ, ଖ୍ରୀଷ୍ଟ ଯୀଶୁଙ୍କଠାରେ ଯେଉଁ ମୁକ୍ତି ଅଛି, ତଦ୍ୱାରା ଧାର୍ମିକ ଗଣିତ ହୁଅନ୍ତି।

Gade chapit la Kopi




ରୋମୀୟ 3:24
21 Referans Kwoze  

ସେହି ପୁତ୍ର ଆମ୍ଭକୁ ମୁକ୍ତ କରିବା ଲାଗି ମୂଲ୍ୟ ପ୍ରଦାନ କରିଛନ୍ତି। ତାହାଙ୍କ ଦ୍ୱାରା ଆମ୍ଭ ପାପରୁ ଆମ୍ଭକୁ କ୍ଷମା ମିଳିଛି।


ଆମ୍ଭେ ଖ୍ରୀଷ୍ଟଙ୍କର ରକ୍ତ ଦ୍ୱାରା ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହୋଇଛୁ। ସେଥିପାଇଁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଆମ୍ଭେ ପରମେଶ୍ୱରଙ୍କର କ୍ରୋଧରୁ ନିଶ୍ଚିତ ଭାବେ ରକ୍ଷା ପାଇବା।


ସେ ଆମ୍ଭ ପାଇଁ ନିଜକୁ ଦେଲେ। ଆମ୍ଭକୁ ସମସ୍ତ ମନ୍ଦରୁ ମୁକ୍ତ କରିବା ପାଇଁ ଏବଂ ଆମ୍ଭକୁ ଜଣେ ପବିତ୍ର ଜାତି ଓ କେବଳ ତାହାଙ୍କ ଭଳି ବ୍ୟକ୍ତିସମୂହ ଭାବରେ ଗଢ଼ିବା ପାଇଁ ସେ ମଲେ। ଏହି ପବିତ୍ର ଲୋକମାନେ ସର୍ବଦା ଭଲ କାମ କରିବା ପାଇଁ ଇଚ୍ଛା କରନ୍ତି।


ସେଥିପାଇଁ ବିଶ୍ୱାସ ଦ୍ୱାରା ଲୋକେ ପରମେଶ୍ୱରଙ୍କ ପ୍ରତିଜ୍ଞା ପାଆନ୍ତି। ପ୍ରତିଜ୍ଞା ଯେପରି ଏକ ବିନା ମୂଲ୍ୟର ଦାନ ହୋଇପାରେ ସେଥିପାଇଁ ଏପରି ଘଟେ, ଯଦି ବିନା ମୂଲ୍ୟରେ ପ୍ରତିଜ୍ଞା ଦାନ ମିଳେ ତା'ହେଲେ ଅବ୍ରହାମଙ୍କ ବଂଶର ସବୁ ଲୋକେ ପ୍ରତିଜ୍ଞା ପାଇବା ସୁନିଶ୍ଚିତ। ଏହି ପ୍ରତିଜ୍ଞା କେବଳ ବ୍ୟବସ୍ଥାଧୀନ ରହିଥିବା ଲୋକଙ୍କ ପାଇଁ ନୁହେଁ। ଅବ୍ରହାମ ଭଳି ବିଶ୍ୱାସ ପୂର୍ବକ ଜୀବନଯାପନ କରୁଥିବା ସମସ୍ତ ଲୋକଙ୍କ ପାଇଁ ଏହି ପ୍ରତିଜ୍ଞା ରହିଛି। ଅବ୍ରହାମ ଆମ୍ଭ ସମସ୍ତଙ୍କର ପିତା।


କେବଳ ପରମେଶ୍ୱର ହିଁ ତୁମ୍ଭମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅଂଶୀ କରାଇଛନ୍ତି। ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ପରମେଶ୍ୱରଙ୍କ ଆଗତ ଜ୍ଞାନ। ଖ୍ରୀଷ୍ଟଙ୍କ ହେତୁ ଆମ୍ଭେ ପରମେଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ଏବଂ ଆମ୍ଭମାନଙ୍କର ପାପରୁ ମୁକ୍ତି ପାଇ ପବିତ୍ର ହୋଇଛୁ।


ମନୁଷ୍ୟପୁତ୍ରଙ୍କ କ୍ଷେତ୍ରରେ ତାହା ଏକା ଭଳି। ମନୁଷ୍ୟପୁତ୍ର ଅନ୍ୟମାନଙ୍କଠାରୁ ସେବା ପାଇବେ ବୋଲି ଆସିନାହାନ୍ତି। ସେ ଅନ୍ୟମାନଙ୍କର ସେବା କରିବା ପାଇଁ ଆସିଅଛନ୍ତି। ମନୁଷ୍ୟପୁତ୍ର ଅନେକ ଲୋକଙ୍କ ମୁକ୍ତିର ମୂଲ୍ୟଭାବେ ନିଜ ଜୀବନଦାନ କରିବା ପାଇଁ ଆସିଛନ୍ତି।”


ଯୀଶୁ ସବୁ ଲୋକଙ୍କ ପାପ ଲାଗି ନିଜକୁ ଦାନ କରିଦେଇଥିଲେ। ଯୀଶୁ ନିଜେ ହେଉଛନ୍ତି ଏହାର ପ୍ରମାଣ ଯେ, ପରମେଶ୍ୱର ସମସ୍ତ ଲୋକଙ୍କର ଉଦ୍ଧାର ଗ୍ଭହାନ୍ତି।


ପୂର୍ବରୁ ତୁମ୍ଭମାନଙ୍କ ଭିତରୁ କେତେକ ଏହିପରି ଥିଲ। କିନ୍ତୁ ଏବେ ତୁମ୍ଭମାନଙ୍କ ପାପ ଧୌତ ହୋଇଛି। ତୁମ୍ଭମାନଙ୍କୁ ପବିତ୍ର କରାଯାଇଛି। ତୁମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଓ ଆମ୍ଭ ପରମେଶ୍ୱରଙ୍କ ଆତ୍ମା ଦ୍ୱାରା ଧାର୍ମିକ କରାଯାଇଛି।


ସେମାନେ ମେଷଶାବକଙ୍କ ପାଇଁ ଗୋଟିଏ ନୂତନ ଗୀତ ଗାନ କଲେ: “ତୁମ୍ଭେ ଚର୍ମପତ୍ର ଗ୍ରହଣ କରିବାକୁ ଏବଂ ମୁଦ୍ରା ଖୋଲିବାକୁ ଯୋଗ୍ୟ ଅଟ, କାରଣ ତୁମ୍ଭେ ହତ ହୋଇଥିଲ; ଏବଂ ତୁମ୍ଭର ରକ୍ତରେ ପ୍ରତ୍ୟେକ ଗୋଷ୍ଠୀ, ଭାଷା, ବଂଶ ଓ ଜାତି ମଧ୍ୟରୁ ପରମେଶ୍ୱରଙ୍କ ପାଇଁ ଲୋକମାନଙ୍କୁ କିଣିଥିଲ


ମୁଁ ଉତ୍ତର ଦେଲି, “ମୋ’ ପ୍ରଭୁ! ଆପଣ ତାହା ଜାଣନ୍ତି, ସେମାନେ କିଏ। ପ୍ରାଚୀନ ଜଣକ କହିଲେ, “ଏହି ଲୋକମାନେ ଭୟଙ୍କର ତାଡ଼ନା ଭିତରୁ ଆସିଛନ୍ତି। ସେମାନେ ମେଷଶାବକଙ୍କ ରକ୍ତରେ ଆପଣା ଆପଣାର ପୋଷାକ ପରିଷ୍କାର ଓ ଧଳା କରିଅଛନ୍ତି।


ଭୟଙ୍କର ଯାତନା ପରେ ମଧ୍ୟ ସେ ତୃପ୍ତ ହେବେ। ସେ ନିଜର ଜ୍ଞାନ ବଳରେ ପରିତୃପ୍ତ ହେବେ। “ନିଜର ଧାର୍ମିକ ଦାସ ଅନେକଙ୍କୁ ଧାର୍ମିକ କରିବେ ଓ ସେ ସେମାନଙ୍କର ଅପରାଧ ବହନ କରିବେ।


କାମ କରୁଥିବା ଲୋକକୁ ମଜୁରୀ ବା ଦରମା ଦେବା ଦାନ ନୁହେଁ। ସେ ମଜୁରୀ ବା ଦରମା ଅର୍ଜନ କରେ।


ହେ ଇସ୍ରାଏଲ, ସଦାପ୍ରଭୁଙ୍କଠାରେ ଭରସା ରଖ। ସଦାପ୍ରଭୁ ହେଉଛନ୍ତି ଜଣେ, ଯିଏକି ବିଶ୍ୱାସୀ ଏବଂ ସତ୍ୟ ଅଟନ୍ତି। ତାଙ୍କଠାରେ ମୁକ୍ତି କରିବାର ଶକ୍ତି ଅଛି।


ଆମ୍ଭର ବିଶ୍ୱାସ ଯେ ଆମ୍ଭେ ଓ ଏ ଲୋକମାନେ ପ୍ରଭୁ ଯୀଶୁଙ୍କ ଅନୁଗ୍ରହ ଦ୍ୱାରା ରକ୍ଷା ପାଇଛୁ।”


Swiv nou:

Piblisite


Piblisite