Biblia Todo Logo
Bib sou entènèt

- Piblisite -




ରୋମୀୟ 3:13 - ପବିତ୍ର ବାଇବଲ

13 “ମଣିଷମାନଙ୍କର ମୁହଁ ଖୋଲା କବର ଭଳି ଅଟେ, ସେମାନେ ମିଛ ପାଇଁ ତାଙ୍କ ଜିହ୍ୱାକୁ ବ୍ୟବହାର କରନ୍ତି।” “ସେମାନଙ୍କର କଥା ସର୍ପର ବିଷ ଭଳି ଅଟେ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ସେମାନଙ୍କ କଣ୍ଠ ଉନ୍ମୁକ୍ତ ସମାଧି, ସେମାନେ ଆପଣା ଆପଣା ଜିହ୍ଵାରେ ଛଳନା କରିଅଛନ୍ତି, ସେମାନଙ୍କ ଓଷ୍ଠ ତଳେ କାଳସର୍ପର ବିଷ ଅଛି;

Gade chapit la Kopi

ଓଡିଆ ବାଇବେଲ

13 ସେମାନଙ୍କ କଣ୍ଠ ଉନ୍ମୁକ୍ତ ସମାଧି, ସେମାନେ ଆପଣା ଆପଣା ଜିହ୍ୱାରେ ଛଳନା କରିଅଛନ୍ତି, ସେମାନଙ୍କ ଓଷ୍ଠ ତଳେ କାଳସର୍ପର ବିଷ ଅଛି,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

13 ସେମାନଙ୍କ ବାକ୍ୟରେ ମରାତ୍ମକ ଛଳନା, ମୁଖରୁ ମିଥ୍ୟାର ସ୍ରୋତ ପ୍ରବାହିତ, ଓଷ୍ଠାଧର ତଳେ କାଳସର୍ପର ବିଷ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ସେମାନଙ୍କ କଣ୍ଠ ଉନ୍ମୁକ୍ତ ସମାଧି, ସେମାନେ ଆପଣା ଆପଣା ଜିହ୍ୱାରେ ଛଳନା କରିଅଛନ୍ତି, ସେମାନଙ୍କ ଓଷ୍ଠ ତଳେ କାଳସର୍ପର ବିଷ ଅଛି,

Gade chapit la Kopi




ରୋମୀୟ 3:13
17 Referans Kwoze  

ସେହି ଲୋକମାନେ କେବେ ସତ୍ୟ କଥା କହନ୍ତି ନାହିଁ। ସେମାନେ ସବୁ ମିଥ୍ୟାବାଦୀ, ସତ୍ୟକୁ ଗୋପନ ରଖନ୍ତି। ସେମାନଙ୍କର ପାଟି ଏକ କବର ସ୍ୱରୂପ ଓ ସେମାନଙ୍କ ଉଦ୍ଦେଶ୍ୟ ହେଲା ଅନ୍ୟ ଲୋକଙ୍କୁ ଫାନ୍ଦରେ ପକାଇବା, ସେମାନେ ଅନାବୃତ ମଧୁର କଥା କହି ଲୋକଙ୍କୁ ବିପଥଗାମୀ କରନ୍ତି।


ସେମାନଙ୍କର ଜିହ୍ୱା ବିଷଧର ସର୍ପପରି, ଯେପରି ସେମାନଙ୍କର ଜିହ୍ୱାତଳେ ନାଗର ଗରଳ ରହିଛି। ସେଲା


ମୋର ଜୀବନ ସଙ୍କଟପୂର୍ଣ୍ଣ। ମୋର ଶତ୍ରୁମାନେ ମୋର ଚତୁର୍ପାର୍ଶ୍ୱରେ ଘେରି ରହିଛନ୍ତି। ସେମାନେ ମଣିଷ ଖିଆ ସିଂହ ପରି। ସେମାନଙ୍କର ଦାନ୍ତ ବର୍ଚ୍ଛା ଓ ବାଣ ତୁଲ୍ୟ। ସେମାନଙ୍କର ଜିହ୍ୱା ତୀ‌କ୍ଷ୍‌ଣ ଖ‌ଡ଼୍‌ଗ ତୁଲ୍ୟ।


“‘ଏହା କ’ଣ ସତ୍ୟ ନୁହେଁ, ତାହା ତୁମ୍ଭେ ମିଥ୍ୟା ଦର୍ଶନ ଓ ତୁମ୍ଭର ଅଲୌକିକ ଶକ୍ତି, ଯାହା ପ୍ରଗ୍ଭର କର, ତାହା ମିଥ୍ୟା ଅଟେ? ଏବଂ ଏପରି ତୁମ୍ଭେ କହିଛ, ସଦାପ୍ରଭୁ ଏହା କହନ୍ତି, ଯେପରି ଆମ୍ଭେ ତୁମ୍ଭକୁ ପଠାଇ ନ ଥିଲୁ?’”


ତୁମ୍ଭମାନଙ୍କ ହସ୍ତ ରକ୍ତରେ ରଞ୍ଜିତ ଓ ତୁମ୍ଭମାନଙ୍କର ଅଙ୍ଗୁଳିଗୁଡ଼ିକ ଅପରାଧରେ ଅଶୁଚି ହୋଇଅଛି, ତୁମ୍ଭମାନଙ୍କର ଓଷ୍ଠାଧର ମିଥ୍ୟା କହିଅଛି ଓ ଜିହ୍ୱା ଦୁଷ୍ଟତା ବକି ଅଛି।


ତୁମ୍ଭେ ଲୋକମାନଙ୍କୁ ଧ୍ୱଂସ କରିବାକୁ ଚକ୍ରାନ୍ତ କରୁଅଛ। ତୁମ୍ଭର ଜିହ୍ୱା କ୍ଷୁରତୁଲ୍ୟ ତୀ‌କ୍ଷ୍‌ଣ। ତୁମ୍ଭେ ମିଥ୍ୟା କହୁଛ ଏବଂ ଲୋକମାନଙ୍କୁ ଠକିବା ପାଇଁ ଚେଷ୍ଟା କରୁଛ!


କେବେ ନୁହେଁ। ଯଦି ପ୍ରତ୍ୟେକ ଲୋକ ଅସତ୍ ହୁଅନ୍ତି, ତେବେ ମଧ୍ୟ ପରମେଶ୍ୱର ସତ୍ୟ ହୋଇ ରହିବେ। ଶାସ୍ତ୍ରରେ ଲେଖା ଅଛି ଯେ: “ତୁମ୍ଭେ ତୁମ୍ଭର କରୁଥିବା ବିଷୟ ଦ୍ୱାରା ଧାର୍ମିକ ବୋଲି ପ୍ରମାଣିତ ହେବ ଓ ନ୍ୟାୟବିଗ୍ଭର ହେଲାବେଳେ ତୁମ୍ଭେ ବିଜୟଲାଭ କରିବ।”


ସେମାନଙ୍କର ତୂଣୀର ଖୋଲା କବର ସଦୃଶ, ସେମାନେ ସମସ୍ତେ ବୀର ସୈନିକ।


ତା'ର ବାକ୍ୟସବୁ କେବଳ ମୂଲ୍ୟହୀନ ମିଥ୍ୟା ଅଟେ। ସେ ଜ୍ଞାନୀ ହୋଇପାରେ ନାହିଁ ଅଥବା ସୁକର୍ମ କରିବା ଶିଖେ ନାହିଁ।


ସେମାନଙ୍କର ଦ୍ରାକ୍ଷାରସ ସର୍ପ ବିଷ ତୁଲ୍ୟ ବିଷମୟ ଅଟେ।


ସମସ୍ତେ ସତ୍ୟ ମାର୍ଗ ଭୁଲି ଯାଇଛନ୍ତି ଓ ସମସ୍ତେ ମୂଲ୍ୟହୀନ ହୋଇ ଯାଇଛନ୍ତି। ସେଠାରେ କେହି ନାହିଁ ଯିଏ ଭଲ କରେ। ଏପରିକି ଜଣେ ମଧ୍ୟ ନୁହେଁ।”


Swiv nou:

Piblisite


Piblisite