Biblia Todo Logo
Bib sou entènèt

- Piblisite -




ରୋମୀୟ 3:1 - ପବିତ୍ର ବାଇବଲ

1 ଅତଏବ ଯିହୂଦୀମାନଙ୍କଠାରେ କ’ଣ ଅଧିକ ଅଛି ଯାହା ଅନ୍ୟ ଲୋକମାନଙ୍କଠାରେ ନାହିଁ? ଅସୁନ୍ନତ ହେବାରେ କ’ଣ ବିଶେଷ ମୂଲ୍ୟ ଅଛି?

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ତେବେ ଯିହୁଦୀ ଲୋକର ବିଶେଷ କଅଣ? ସୁନ୍ନତର ବା ଉପକାର କଅଣ? ସବୁ ପ୍ରକାରେ ବହୁତ।

Gade chapit la Kopi

ଓଡିଆ ବାଇବେଲ

1 ତେବେ ଯିହୂଦୀ ଲୋକର ବିଶେଷ କ'ଣ ? ସୁନ୍ନତର ବା ଉପକାର କ'ଣ ? ସବୁ ପ୍ରକାରେ ବହୁତ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

1 ତେବେ ଅଣଇହୁଦୀମାନଙ୍କଠାରୁ ଇହୁଦୀମାନଙ୍କର ଅଧିକ ସୁବିଧା କଅଣ? ସୁନ୍ନତ ସଂସ୍କାରର ବା ଉପକାର କଅଣ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ତେବେ ଯିହୁଦୀ ଲୋକର ବିଶେଷ କଅଣ? ସୁନ୍ନତର ବା ଉପକାର କଅଣ? ସବୁ ପ୍ରକାରେ ବହୁତ।

Gade chapit la Kopi




ରୋମୀୟ 3:1
12 Referans Kwoze  

ଏଷୌ ଉତ୍ତର ଦେଲେ, “ଦେଖ ମୁଁ ମଲା ପରି, ଜ୍ୟେଷ୍ଠାଧିକାରରେ ମୋର କି ଲାଭ? ତେଣୁ ମୁଁ ଏହା ତୁମ୍ଭକୁ ଦେବି।”


ସେମାନେ ଯେତେ ଅଧିକ ଯୁକ୍ତି କରିବେ, ତାହା ସେତେ ଅନାବଶ୍ୟକ ଅଟେ। ଏହା ତାଙ୍କର କ’ଣ ଲାଭ ହେବ?


ଏହି ପ୍ରକାରର ଜଣେ ଜ୍ଞାନୀ ଜଣେ ମୂର୍ଖଠାରୁ କେଉଁ ଗୁଣରେ ଭଲ? ଜଣେ ଗରିବ ଲୋକ ଅନ୍ୟମାନଙ୍କୁ କିପରି ବ୍ୟବହାର କରିବାକୁ ହେବ, ତାହା ଯଦି ଜାଣେ, ଉତ୍ତମତା କ’ଣ?


ନାନା ପ୍ରକାରର ଅଜଣା ଶିକ୍ଷା ଦ୍ୱାରା ଭୁଲ୍ ବାଟରେ ପରିଗ୍ଭଳିତ ହୁଅ ନାହିଁ। ତୁମ୍ଭମାନଙ୍କର ହୃଦୟ ଖାଦ୍ୟର ନିୟମ ଗୁଡ଼ିକ ଦ୍ୱାରା ନୁହେଁ, ବରଂ ପରମେଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ଶକ୍ତିଶାଳୀ ହେବା ଉଚିତ୍। ଏହିଭଳି ନିୟମଗୁଡ଼ିକ ମାନିବା ଦ୍ୱାରା କିଛି ସାହାଯ୍ୟ ମିଳେ ନାହିଁ।


ଯଦି ମୁଁ ଏଫିସଠାରେ ମୋର ଗର୍ବ ରକ୍ଷାର୍ଥେ ବନ୍ୟପଶୁମାନଙ୍କ ସହ ଯୁଦ୍ଧ କରିଛି, ତା'ହେଲେ ମୁଁ କ’ଣ ବା ପାଇଲି? ଯଦି ମୃତ ଲୋକ ମୃତ୍ୟୁରୁ ଉ‌ତ୍‌‌ଥିତ ହେବ ନାହିଁ, ତା'ହେଲେ “ଆସ ଖାଇବା, ପିଇବା, ମଉଜ କରିବା କାରଣ କାଲି ମରିବାକୁ ହେବ।”


ତୁମ୍ଭେମାନେ କହିଲ, “ପରମେଶ୍ୱରଙ୍କୁ ଉପାସନା କରିବା ନିରର୍ଥକ। ଆମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟ ପାଳନ କରିଥିଲୁ ମାତ୍ର ଆମ୍ଭେମାନେ କିଛି ଉପକୃତ ହେଲୁ ନାହିଁ। ଆମ୍ଭେମାନେ ଆମ୍ଭମାନଙ୍କର ପାପ ପାଇଁ ଡାକିଲୁ, ମାତ୍ର ତା'ର ଫଳ କିଛି ହେଲା ନାହିଁ।


ପରମେଶ୍ୱର କୌଣସି ଦେଶ ପାଇଁ କେବେ ଏହିପରି କରି ନାହାନ୍ତି। ସେ ତାଙ୍କର ନିୟମସବୁ ଅନ୍ୟ ଲୋକମାନଙ୍କୁ ଶିଖାଇ ନାହାନ୍ତି। ସଦାପ୍ରଭୁଙ୍କର ପ୍ରଶଂସା କର।


ତୁମ୍ଭେ ଶମିରୋଣୀୟମାନେ କିଛି ନ ଜାଣି ନ ବୁଝି ଉପାସନା କର। କିନ୍ତୁ ଆମ୍ଭେ ଯିହୂଦୀମାନେ କାହାକୁ ଉପାସନା କରୁ, ସବୁ ଜାଣୁ। ଯିହୂଦୀମାନଙ୍କଠାରୁ ପରିତ୍ରାଣ ଏ ଜଗତକୁ ଆସେ।


ହଁ ଯିହୂଦୀମାନଙ୍କଠାରେ ଅନେକ କିଛି ବିଶେଷ ବିଷୟ ଅଛି। ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ଏହି ଯେ, ସେମାନଙ୍କୁ ସର୍ବପ୍ରଥମେ ପରମେଶ୍ୱର ତାହାଙ୍କ ଉପଦେଶ ଗୁଡ଼ିକୁ ସମର୍ପିତ କଲେ।


ସେଥିପାଇଁ ଅନ୍ୟ ଲୋକମାନଙ୍କଠାରୁ ଆମ୍ଭେ ଯିହୂଦୀଗଣ କ’ଣ ଭଲ? ନା। ଯିହୂଦୀ ଓ ଅଣଯିହୂଦୀ ସମସ୍ତେ ସମାନ ବୋଲି ଆମ୍ଭେ ଆଗରୁ କହି ସାରିଛୁ। ସେମାନେ ସମସ୍ତେ ନିଜ ନିଜ ପାପ ପାଇଁ ଦୋଷୀ।


Swiv nou:

Piblisite


Piblisite