Biblia Todo Logo
Bib sou entènèt

- Piblisite -




ରୋମୀୟ 2:15 - ପବିତ୍ର ବାଇବଲ

15 ସେମାନେ ହୃଦୟରେ ଜାଣି ପାରନ୍ତି ଯେ କ’ଣ ଠିକ୍ ଓ କ’ଣ ଭୁଲ୍। ଯାହା ଠିକ୍ ତାହା ବ୍ୟବସ୍ଥା ଗ୍ଭହେଁ। ସେମାନେ ଠିକ୍ ଓ ଭୁଲ୍ ବିଷୟରେ ଯାହା ଅନୁଭବ କରନ୍ତି, ତାହା ଦେଖାଇ ମଧ୍ୟ ଦିଅନ୍ତି। ବେଳେବେଳେ ସେମାନଙ୍କ ବିଗ୍ଭର ସେମାନଙ୍କୁ କୁହେ ଯେ, ସେମାନେ ମନ୍ଦ କାମ କଲେ, ସେମାନେ ଦୋଷୀ ହୁଅନ୍ତି ଓ ବେଳେବେଳେ ସେମାନଙ୍କର ବିଗ୍ଭର ସେମାନଙ୍କୁ କୁହେ ଯେ, ସେମାନେ ଉତ୍ତମ କାମ କଲେ, ସେମାନେ ନିଜକୁ ଦୋଷୀ ବିବେଚିତ କରନ୍ତି ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 କାରଣ ସେମାନେ ବ୍ୟବସ୍ଥାର କର୍ମ ଆପଣା ଆପଣା ହୃଦୟରେ ଲିଖିତ ବୋଲି ଦେଖାନ୍ତି, ସେମାନଙ୍କ ବିବେକ ମଧ୍ୟ ସେଥିର ସାକ୍ଷ୍ୟ ଦିଏ, ଆଉ ସେମାନଙ୍କ ମନର ତର୍କବିତର୍କ ସେମାନଙ୍କୁ ଦୋଷୀ କିଅବା ନିର୍ଦ୍ଦୋଷ କରେ;

Gade chapit la Kopi

ଓଡିଆ ବାଇବେଲ

15 କାରଣ ସେମାନେ ବ୍ୟବସ୍ଥାର କର୍ମ ଆପଣା ଆପଣା ହୃଦୟରେ ଲିଖିତ ବୋଲି ଦେଖାନ୍ତି, ସେମାନଙ୍କ ବିବେକ ମଧ୍ୟ ସେଥିର ସାକ୍ଷ୍ୟ ଦିଏ, ଆଉ ସେମାନଙ୍କ ମନର ତର୍କବିତର୍କ ସେମାନଙ୍କୁ ଦୋଷୀ କିଅବା ନିର୍ଦ୍ଦୋଷ କରେ;

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

15 ସେମାନଙ୍କର କାର୍ଯ୍ୟକଳାପ ଦ୍ୱାରା ଏହା ସୁସ୍ପଷ୍ଟ ଯେ, ବ୍ୟବସ୍ଥାର ନିୟମାବଳୀ ସେମାନଙ୍କ ହୃଦୟରେ ଲିଖିତ ହୋଇ ରହିଛି। ଏ କଥାର ସତ୍ୟତା ସେମାନଙ୍କର ବିବେକ ଦ୍ୱାରା ମଧ୍ୟ ପ୍ରମାଣିତ-ସମର୍ଥନ କରେ, ଅସତ୍‍ଚିନ୍ତାବେଳେ ଦୋଷୀ କରେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 କାରଣ ସେମାନେ ମୋଶାଙ୍କ ବ୍ୟବସ୍ଥାର କର୍ମ ଆପଣା ଆପଣା ହୃଦୟରେ ଲିଖିତ ବୋଲି ଦେଖାନ୍ତି, ସେମାନଙ୍କ ବିବେକ ମଧ୍ୟ ସେଥିର ସାକ୍ଷ୍ୟ ଦିଏ, ଆଉ ସେମାନଙ୍କ ମନର ତର୍କବିତର୍କ ସେମାନଙ୍କୁ ଦୋଷୀ କିଅବା ନିର୍ଦ୍ଦୋଷ କରେ;

Gade chapit la Kopi




ରୋମୀୟ 2:15
18 Referans Kwoze  

ଆମ୍ଭେ ଜାଣୁ ଯେ, ପ୍ରଭୁଙ୍କୁ ଭୟ କରିବା ଅର୍ଥ କ’ଣ ଅଟେ। ସେଥିପାଇଁ ଲୋକମାନଙ୍କୁ ସତ୍ୟ ଗ୍ରହଣ କରିବା ପାଇଁ ଆମ୍ଭେ ବୁଝାଉ। ପରମେଶ୍ୱର ଜାଣନ୍ତି ଯେ, ଆମ୍ଭେ ପ୍ରକୃତରେ କ’ଣ ଓ ମୁଁ ଆଶାକରେ, ତୁମ୍ଭେ ମଧ୍ୟ ଆମ୍ଭର ପ୍ରକୃତ ପରିଚୟ ପାଇ ପାରିବ।


ଯେଉଁମାନେ ପବିତ୍ର, ତାହାଙ୍କ ପାଇଁ ସବୁକିଛି ପବିତ୍ର। କିନ୍ତୁ ଯେଉଁମାନେ ପାପୀ ଓ ଅବିଶ୍ୱାସୀ, ସେମାନଙ୍କ ଲାଗି କିଛି ହେଲେ ପବିତ୍ର ନୁହେଁ। ସେମାନଙ୍କର ଚିନ୍ତା ପାପରେ ଦୂଷିତ ହୋଇଯାଇଛି ଓ ଠିକ୍ କ’ଣ, ସେ ସମ୍ବନ୍ଧରେ ସେମାନଙ୍କର ଜ୍ଞାନ ନଷ୍ଟ ହୋଇ ଯାଇଛି।


ପୁଣି ଆମ୍ଭେ ସମ୍ପୂର୍ଣ୍ଣ ହୃଦୟର ସହ କହିପାରୁ ଯେ, ଏହି ଜଗତରେ ଆମ୍ଭେ ଯାହାକିଛି କରୁଛୁ, ତାହା ସବୁ ଆମ୍ଭେ ପରମେଶ୍ୱରଙ୍କଠାରୁ ପାଇଥିବା ଶୁଦ୍ଧ ଓ ଅକପଟ ହୃଦୟରେ କହୁଛୁ। ଏଥିପାଇଁ ଆମ୍ଭେ ଗର୍ବିତ। ଏହା ତୁମ୍ଭମାନଙ୍କ ପାଇଁ କରା ଯାଇଥିବା କାର୍ଯ୍ୟ ଦୃଷ୍ଟିରୁ ଏହା ଅଧିକ ସତ୍ୟ। କାରଣ ଆମ୍ଭେ ଏହା ଜାଗତିକ ଜ୍ଞାନରେ ନୁହେଁ ମାତ୍ର ପରମେଶ୍ୱରଙ୍କ କୃପାରୁ କରୁଛୁ।


ମୁଁ ମୋର ଧାର୍ମିକତାକୁ ଦୃଢ଼ ଭାବରେ ଧରିବି। ମୁଁ କେବେ ଠିକ୍ ବାଟକୁ ପରିତ୍ୟାଗ କରିବି ନାହିଁ। ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ମୋର ବିବେକ ମୋତେ ନିନ୍ଦା କରିବ ନାହିଁ।


ପ୍ରବଞ୍ଚକ ଆତ୍ମାମାନଙ୍କର ଶିକ୍ଷାଗୁଡ଼ିକୁ ପାଳନ କରିବେ। ସେହି ଶିକ୍ଷାଗୁଡ଼ିକ ପ୍ରତାରକ ଓ ମିଥ୍ୟାବାଦୀ ଲୋକମାନଙ୍କ ଦ୍ୱାରା ଆସେ। ସେମାନେ କ’ଣ ଭଲ ଓ କ’ଣ ମନ୍ଦ, ତାହା ଜାଣି ପାରନ୍ତି ନାହିଁ। ତାହାଙ୍କର ବୋଧ ଶକ୍ତି ନଷ୍ଟ ହୋଇଯାଇଥାଏ।


ମୁଁ ଖ୍ରୀଷ୍ଟଙ୍କଠାରେ ଅଛି, ଓ ମୁଁ ସତ୍ୟ କହୁଛି। ମୁଁ ମିଛ କହୁ ନାହିଁ। ପବିତ୍ରଆତ୍ମା ଦ୍ୱାରା ମୋର ଭାବନା ନିୟନ୍ତ୍ରିତ। ଏହି ଭାବନା ମୋତେ କୁହେ ଯେ ମୁଁ ମିଛ କୁହେ ନାହିଁ।


ସେଥିପାଇଁ ମୁଁ ପରମେଶ୍ୱର ଓ ଲୋକମାନଙ୍କ ପାଖରେ ଯାହା ଠିକ୍ ବୋଲି ଅନୁଭବ କରେ, ତାହା ଅନୁଯାୟୀ କାର୍ଯ୍ୟ କରିବା ପାଇଁ ସର୍ବଦା ଚେଷ୍ଟା କରେ।


ପାଉଲ ଏକ ଲୟରେ ମହାସଭାକୁ ଗ୍ଭହିଁ କହିଲେ, “ହେ ମୋର ଭାଇମାନେ! ମୁଁ ଆଜି ପର୍ଯ୍ୟନ୍ତ ଉତ୍ତମ ବିବେକ ଅନୁସାରେ କର୍ମ କରି ପରମେଶ୍ୱରଙ୍କ ସମ୍ମୁଖରେ ଜୀବନ ଅତିବାହିତ କରିଛି।”


କାରଣ ତୁମ୍ଭେ ଜାଣ ଯେ, ତୁମ୍ଭେ ମଧ୍ୟ ଅନ୍ୟମାନଙ୍କୁ ସେପରି ବାରମ୍ବାର ଅଭିଶାପ ଦେଇଅଛ।


ମୋର ପିତା ଦାଉଦଙ୍କ ବିପକ୍ଷରେ ତୁମ୍ଭେ ବହୁ ମନ୍ଦ କର୍ମ କରିଛ, ଏହା ତୁମ୍ଭେ ଜାଣ। ସେହି ଦୁଷ୍ଟତା ପାଇଁ ସଦାପ୍ରଭୁ ତୁମ୍ଭ ପ୍ରତି ଶାସ୍ତି ବିଧାନ କରିବେ।


ଅବ୍ରହାମ ନିଜେ ମୋତେ କହିଲେ, ‘ଏହି ସ୍ତ୍ରୀ ମୋର ଭଉଣୀ’ ଏବଂ ସେହି ସ୍ତ୍ରୀ ମଧ୍ୟ କହିଲେ, ‘ଅବ୍ରହାମ ମୋର ଭାଇ’, ମୁଁ ନିର୍ଦ୍ଦୋଷ, ମୁଁ ଜାଣି ନ ଥିଲି। ନିର୍ଦ୍ଦୋଷତାରେ ମୁଁ ଏହି କାର୍ଯ୍ୟ କରିଛି।”


ଯେଉଁମାନେ ଯୀଶୁଙ୍କର ଏ କଥା ଶୁଣୁଥିଲେ ସେମାନେ ସେଠାରୁ ଜଣ ଜଣ ହୋଇ ଗ୍ଭଲି ଗଲେ। ଆଗେ ବୟସ୍କ ଲୋକେ ଓ ତା'ପରେ ଅନ୍ୟମାନେ ଗ୍ଭଲିଗଲେ। କେବଳ ଯୀଶୁ ଓ ସେହି ସ୍ତ୍ରୀଲୋକଟି ସେଠାରେ ରହିଗଲେ।


ଅଣଯିହୂଦୀମାନଙ୍କର କୌଣସି ବ୍ୟବସ୍ଥା ନାହିଁ। କିନ୍ତୁ ଯେତେବେଳେ ସେମାନେ ସ୍ୱାଭାବିକ ଭାବରେ ବ୍ୟବସ୍ଥା ଅନୁଯାୟୀ ନ ଜାଣି ମଧ୍ୟ କାମ କରନ୍ତି, ସେତେବେଳେ ସେଗୁଡ଼ିକ ହିଁ ବ୍ୟବସ୍ଥା ହୋଇଯାଏ। ସେମାନଙ୍କର ବ୍ୟବସ୍ଥା ନ ଥିଲେ ମଧ୍ୟ ଏହା ସତ୍ୟ।


ତୁମ୍ଭ ଯିହୂଦୀମାନଙ୍କର ଲିଖିତ ବ୍ୟବସ୍ଥା ଅଛି ଓ ସୁନ୍ନତ ମଧ୍ୟ, କିନ୍ତୁ ତୁମ୍ଭେମାନେ ବ୍ୟବସ୍ଥା ଭଙ୍ଗ କରୁଛ। ଅତଏବ ଶାରୀରିକ ଭାବେ ସୁନ୍ନତ ନ ହୋଇ ବ୍ୟବସ୍ଥା ପାଳନ କରୁଥିବା ଲୋକେ ଦେଖାଇ ଦେବେ ଯେ ତୁମ୍ଭେ ଦୋଷୀ ଅଟ।


Swiv nou:

Piblisite


Piblisite