Biblia Todo Logo
Bib sou entènèt

- Piblisite -




ରୋମୀୟ 16:13 - ପବିତ୍ର ବାଇବଲ

13 ପ୍ରଭୁଙ୍କର ବିଶିଷ୍ଟ ସେବକ ରୂପେ ଓ ତାହାଙ୍କର ମାଙ୍କୁ ଯେ ମୋର ମାତା ଭଳି ତାହାଙ୍କୁ ମୋର ନମସ୍କାର।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ପ୍ରଭୁଙ୍କ ମନୋନୀତ ରୂଫଙ୍କୁ ଓ ତାଙ୍କର ମାତାଙ୍କୁ ନମସ୍କାର ଜଣାଅ, ସେ ମଧ୍ୟ ମୋର ମାତା ସ୍ଵରୂପ।

Gade chapit la Kopi

ଓଡିଆ ବାଇବେଲ

13 ପ୍ରଭୁଙ୍କ ମନୋନୀତ ରୂଫଙ୍କୁ ଓ ତାଙ୍କର ମାତାଙ୍କୁ ନମସ୍କାର ଜଣାଅ, ସେ ମଧ୍ୟ ମୋର ମାତା ସ୍ୱରୂପ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

13 ପ୍ରଭୁଙ୍କ ବିଶିଷ୍ଟ ଦାସ ରୁଫସ୍ ଓ ମୋର ମାତା ସ୍ୱରୂପ ତାଙ୍କର ମାଆଙ୍କୁ ମଧ୍ୟ ମୋର ନମସ୍କାର।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ପ୍ରଭୁଙ୍କ ମନୋନୀତ ରୂଫଙ୍କୁ ଓ ତାଙ୍କର ମାତାଙ୍କୁ ନମସ୍କାର ଜଣାଅ, ସେ ମଧ୍ୟ ମୋହର ମାତା ସ୍ୱରୂପ।

Gade chapit la Kopi




ରୋମୀୟ 16:13
12 Referans Kwoze  

ପ୍ରାଚୀନ ଯେ ମୁଁ, ପରମେଶ୍ୱରଙ୍କ ଦ୍ୱାରା ମନୋନୀତା ମହିଳା ଓ ତାହାଙ୍କର ସନ୍ତାନମାନଙ୍କ ନିକଟକୁ ଏହି ପତ୍ର ଲେଖୁଛି: ମୁଁ ତୁମ୍ଭ ସମସ୍ତଙ୍କୁ ସତ୍ୟରେ ରହି ପ୍ରେମ କରେ। ସତ୍ୟକୁ ଜାଣିଥିବା ସମସ୍ତ ଲୋକମାନେ ମଧ୍ୟ ତୁମ୍ଭକୁ ପ୍ରେମ କରନ୍ତି।


ବୟସ୍କା ସ୍ତ୍ରୀଲୋକମାନଙ୍କୁ ମା ଭଳି ଓ ଯୁବତୀ ସ୍ତ୍ରୀଲୋକମାନଙ୍କୁ ଭଉଣୀ ଭଳି ଆଚରଣ କର। ସର୍ବଦା ସେମାନଙ୍କ ପ୍ରତି ପବିତ୍ରତାର ସହିତ ଆଚରଣ କର।


ସେତେବେଳେ ଜଣେ କୂରୀଣୀୟ ବାସିନ୍ଦା ଶିମୋନ ପଲ୍ଲୀଗ୍ରାମରୁ ଆସି ସେ ବାଟେ ଯାଉଥିଲା। ସେ ଆଲେ‌କ୍‌ଜାଣ୍ଡାର ଓ ରୂଫଙ୍କ ପିତା ଥିଲା। ସୈନ୍ୟମାନେ ଯୀଶୁଙ୍କ ପାଇଁ କ୍ରୁଶ ବୋହି ନେବାକୁ ତାକୁ ବାଧ୍ୟ କଲେ।


“ତୁମ୍ଭେ ମୋତେ ମନୋନୀତ କରି ନାହଁ, କିନ୍ତୁ ମୁଁ ତୁମ୍ଭକୁ ମନୋନୀତ କରିଛି। ମୁଁ ତୁମ୍ଭକୁ ଏହି କାର୍ଯ୍ୟ ଦେଇଛି, ଯେପରି ତୁମ୍ଭେ ଯାଇ ଫଳ ଫଳିବ। ମୁଁ ଗ୍ଭହେଁ, ତୁମ୍ଭ ଜୀବନରେ ଏହି ଫଳ ଲାଗିରହୁ। ସେଥିରେ ମୋ’ ନାମ ନେଇ ଯାହା ମାଗିବ, ପରମପିତା ତୁମ୍ଭକୁ ତାହା ଦେବେ।


ଭାଇ ଓ ଭଉଣୀମାନେ! ପ୍ରଭୁ ତୁମ୍ଭମାନଙ୍କୁ ପ୍ରେମ କରନ୍ତି। ସେ ତୁମ୍ଭମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରଥମରୁ ବାଛିଛନ୍ତି। ଅତଏବ ଆମ୍ଭେ ତୁମ୍ଭମାନଙ୍କ ପାଇଁ ସର୍ବଦା ପରମେଶ୍ୱରଙ୍କୁ ଧନ୍ୟବାଦ ଦେବା ଉଚିତ୍। ଆତ୍ମା ତୁମ୍ଭକୁ ପବିତ୍ର କରିବା ଯୋଗୁଁ ଓ ସତ୍ୟରେ ତୁମ୍ଭମାନଙ୍କର ବିଶ୍ୱାସ ଥିବା ଯୋଗୁଁ ତୁମ୍ଭେମାନେ ଉଦ୍ଧାର ପାଇଛ।


ଖ୍ରୀଷ୍ଟଙ୍କଠାରେ, ଜଗତର ସୃଷ୍ଟି ପୂର୍ବରୁ ପରମେଶ୍ୱର ଆମ୍ଭକୁ ତାହାଙ୍କ ସମ୍ମୁଖରେ ପବିତ୍ର ଓ ନିର୍ଦ୍ଦୋଷ ହେବା ପାଇଁ ଆଦରରେ ବାଛି ଥିଲେ।


ତା'ପରେ ଯୀଶୁ ତାହାଙ୍କର ସେହି ଶିଷ୍ୟଙ୍କୁ କହିଲେ, “ଦେଖ, ଏଠାରେ ତୁମ୍ଭର ମା।” ତେଣୁ ଏହି ଶିଷ୍ୟ ଜଣକ ଯୀଶୁଙ୍କ ମାଆଙ୍କୁ ତାହାଙ୍କ ଘରକୁ ନେଇଗଲେ।


ଯେଉଁମାନେ ପରମେଶ୍ୱରଙ୍କ ଇଚ୍ଛାକୁ କାର୍ଯ୍ୟକାରୀ କରନ୍ତି, ସେମାନେ ହିଁ ମୋର ଭାଇ, ଭଉଣୀ ଓ ମା।”


“ଏହିଭଳି ଭାବରେ ବର୍ତ୍ତମାନ ଯେଉଁ ଲୋକ ସର୍ବଶେଷରେ ଅଛନ୍ତି, ଭବିଷ୍ୟତରେ ସେମାନେ ପ୍ରଥମ ସ୍ଥାନ ପାଇବେ। ଏବଂ ଯେଉଁ ଲୋକମାନେ ବର୍ତ୍ତମାନ ପ୍ରଥମ ସ୍ଥାନରେ ଅଛନ୍ତି, ସେମାନେ ଭବିଷ୍ୟତରେ ଶେଷ ସ୍ଥାନ ପାଇବେ।”


ପ୍ରଭୁଙ୍କର ପରିଶ୍ରମୀ କାର୍ଯ୍ୟକର୍ତ୍ତା କ୍ରୁଫେଣା ଓ କୁଫୋସାଙ୍କୁ ନମସ୍କାର। ମୋର ପ୍ରିୟ ପ୍ରଭୁଙ୍କ ସେବାରେ ପରିଶ୍ରମକାରିଣୀ ପର୍ଶିଙ୍କୁ ନମସ୍କାର।


ଅସୁଙ୍କ୍ରିତ, ଫ୍ଳେଗୋନ୍, ହର୍ମୀସ୍, ପାତ୍ରବା ଓ ହର୍ମାସ୍, ଏବଂ ସେମାନଙ୍କ ଭାଇମାନଙ୍କୁ ଯେଉଁମାନେ ସେମାନଙ୍କ ସହ ଅଛନ୍ତି ନମସ୍କାର।


Swiv nou:

Piblisite


Piblisite