Biblia Todo Logo
Bib sou entènèt

- Piblisite -




ରୋମୀୟ 15:13 - ପବିତ୍ର ବାଇବଲ

13 ମୁଁ ସମସ୍ତ ଭରସାର ସ୍ରୋତ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରୁଛି ଯେ, ସେ ତୁମ୍ଭମାନଙ୍କ ବିଶ୍ୱାସ କାରଣରୁ ତୁମ୍ଭ ଜୀବନରେ ସମ୍ପୂର୍ଣ୍ଣ ଆନନ୍ଦ ଓ ଶାନ୍ତି ଆଣି ଦିଅନ୍ତୁ। ତା'ହେଲେ ତୁମ୍ଭେ ପ୍ରଚୁର ଭରସା ଲାଭ କରିବ ଓ ପବିତ୍ରଆତ୍ମାଙ୍କର ଶକ୍ତି ତୁମ୍ଭ ଜୀବନରେ ଝରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ସେହି ଭରସାର ଈଶ୍ଵର ତୁମ୍ଭମାନଙ୍କୁ ବିଶ୍ଵାସ ଦ୍ଵାରା ସମସ୍ତ ଆନନ୍ଦ ଓ ଶାନ୍ତିରେ ପରିପୂର୍ଣ୍ଣ କରନ୍ତୁ, ଯେପରି ତୁମ୍ଭେମାନେ ପବିତ୍ର ଆତ୍ମାଙ୍କ ଶକ୍ତିରେ ଭରସାର ପ୍ରଚୁରତା ଅନୁଭବ କର।

Gade chapit la Kopi

ଓଡିଆ ବାଇବେଲ

13 ସେହି ଭରସାର ଈଶ୍ୱର ତୁମ୍ଭମାନଙ୍କୁ ବିଶ୍ୱାସ ଦ୍ୱାରା ସମସ୍ତ ଆନନ୍ଦ ଓ ଶାନ୍ତିରେ ପରିପୂର୍ଣ୍ଣ କରନ୍ତୁ, ଯେପରି ତୁମ୍ଭେମାନେ ପବିତ୍ର ଆତ୍ମାଙ୍କ ଶକ୍ତିରେ ଭରସାର ପ୍ରଚୁରତା ଅନୁଭବ କର ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

13 ସମସ୍ତ ଭରସାର ଆଧାର, ଈଶ୍ୱର ତୁମ୍ଭମାନଙ୍କ ବିଶ୍ୱାସ ଯୋଗୁଁ ତୁମ୍ଭମାନଙ୍କୁ ଆନନ୍ଦ ଓ ଶାନ୍ତିରେ ପୂର୍ଣ୍ଣ କରନ୍ତୁ। ପବିତ୍ରଆତ୍ମାଙ୍କ ଶକ୍ତିରେ ତୁମମାନଙ୍କର ଭରସା ବୃଦ୍ଧି ପାଉ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ସେହି ଭରସାର ଈଶ୍ବର ତୁମ୍ଭମାନଙ୍କୁ ବିଶ୍ୱାସ ଦ୍ୱାରା ସମସ୍ତ ଆନନ୍ଦ ଓ ଶାନ୍ତିରେ ପରିପୂର୍ଣ୍ଣ କରନ୍ତୁ, ଯେପରି ତୁମ୍ଭେମାନେ ପବିତ୍ର ଆତ୍ମାଙ୍କ ଶକ୍ତିରେ ଭରସାର ପ୍ରଚୁରତା ଅନୁଭବ କର।

Gade chapit la Kopi




ରୋମୀୟ 15:13
21 Referans Kwoze  

ଭରସା ଥିବାରୁ ପ୍ରସନ୍ନ ରୁହ। ଅସୁବିଧାର ସମ୍ମୁଖୀନ ହେବା ବେଳେ ତୁମ୍ଭେ ଧୈର୍ଯ୍ୟ ଧର। ନିରନ୍ତର ପ୍ରାର୍ଥନା କର।


ପରମେଶ୍ୱର ତୁମ୍ଭମାନଙ୍କର ଆବଶ୍ୟକତାଠାରୁ ଅଧିକ ଆଶୀର୍ବାଦ ଦେଇ ପାରିବେ। ତହିଁରେ ତୁମ୍ଭେମାନେ ସବୁବେଳେ ସବୁ ବିଷୟ ପ୍ରଚୁର ଭାବେ ପାଇବ। ପ୍ରତ୍ୟେକ ଭଲ କାମ କରିବା ପାଇଁ ଦାନ ଦେବାକୁ ତୁମ୍ଭମାନଙ୍କ ପାଖରେ ପ୍ରଚୁର ଥିବ।


ପ୍ରଭୁଙ୍କ ରାଜ୍ୟରେ ଖାଇବା ପିଇବା ଅଧିକ ଗୁରୁତ୍ୱ ନୁହେଁ। ସେଠାରେ ମହତ୍ତ୍ୱପୂର୍ଣ୍ଣ କଥା ହେଲା, ପରମେଶ୍ୱରଙ୍କ ସହିତ ଧାର୍ମିକ ଜୀବନ କାଟିବା, ଶାନ୍ତି ଓ ପବିତ୍ରଆତ୍ମାରେ ଆନନ୍ଦ କରିବା।


ମାତ୍ର ପବିତ୍ରଆତ୍ମା ଆମ୍ଭକୁ ଏହିଗୁଡ଼ିକ ପ୍ରଦାନ କରନ୍ତି: ପ୍ରେମ, ଆନନ୍ଦ, ଶାନ୍ତି, ଧୈର୍ଯ୍ୟ, ଦୟାଭାବ, ଉଦାରତା, ବିଶ୍ୱସ୍ତତା,


ଧୈର୍ଯ୍ୟ ଓ ଶକ୍ତି ପରମେଶ୍ୱରଙ୍କଠାରୁ ପ୍ରାପ୍ତ ହୁଏ। ମୁଁ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରୁଛି ଯେ ତୁମ୍ଭେ ସମସ୍ତେ ଯୀଶୁଙ୍କ ମାର୍ଗରେ ମିଳିମିଶି ରୁହ।


ଯୀଶୁ କହିଲେ, “ତୁମ୍ଭେମାନଙ୍କର ହୃଦୟ ଦୁଃଖିତ ନ ହେଉ। ପରମେଶ୍ୱରଙ୍କଠାରେ ବିଶ୍ୱାସ ରଖିଥାଅ। ମୋ'ଠାରେ ମଧ୍ୟ ବିଶ୍ୱାସ ରଖ,


“ମୁଁ ତୁମ୍ଭକୁ ଶାନ୍ତି ଦେଇ ଯାଉଛି। ଏହି ଶାନ୍ତି ମୋ’ ନିଜର, ଯାହା ମୁଁ ତୁମ୍ଭକୁ ଦେଉଛି। ଜଗତ ଯେପରି ଶାନ୍ତି ଦିଏ, ତା'ଠାରୁ ଭିନ୍ନ ଶାନ୍ତି ମୁଁ ତୁମ୍ଭକୁ ଦେଉଛି। ତେଣୁ ମନରେ ଦୁଃଖ କର ନାହିଁ। ଭୟ ମଧ୍ୟ କର ନାହିଁ।


“ଏଣୁ ତୁମ୍ଭେମାନେ ଆନନ୍ଦର ସହିତ ବାହାରି ଶାନ୍ତିରେ ଆଗେ ଆଗେ ଯିବ। ପର୍ବତ ଓ ଉପପର୍ବତଗୁଡ଼ିକ ତୁମ୍ଭ ସମ୍ମୁଖରେ ଉଚ୍ଚସ୍ୱରରେ ଗାନ କରିବେ ଓ କ୍ଷେତ୍ରସ୍ଥ ବୃକ୍ଷଗୁଡ଼ିକ କରତାଳି ଦେବେ।


ତୁମ୍ଭେ ଯୀଶୁ ଖ୍ରୀଷ୍ଟଙ୍କୁ ନ ଦେଖି ମଧ୍ୟ ପ୍ରେମ କରୁଛ। ଏବେ ତୁମ୍ଭେ ତାହାଙ୍କୁ ନ ଦେଖି ମଧ୍ୟ ବିଶ୍ୱାସ କରୁଛ। ତୁମ୍ଭେ ଅତୁଳନୀୟ ଆନନ୍ଦ ପାଉଛ। ସେହି ଆନନ୍ଦ ମହିମାରେ ପରିପୂର୍ଣ୍ଣ।


ଆମ୍ଭେ ଗ୍ଭହୁଁ ଯେ ତୁମ୍ଭମାନଙ୍କ ଭିତରୁ ପ୍ରତ୍ୟେକ ଜୀବନସାରା ସେହିଭଳି କଠୋର ପରିଶ୍ରମ କରୁଥାଅ। ତେବେ ତୁମ୍ଭେମାନେ ତୁମ୍ଭର ପ୍ରତ୍ୟାଶିତ ମହତ୍ ବିଷୟ ଲାଭ କରିବ।


ଖ୍ରୀଷ୍ଟ ଯୀଶୁଙ୍କ ପ୍ରେରିତ, ପାଉଲଙ୍କଠାରୁ ନମସ୍କାର। ଆମ୍ଭର ଉଦ୍ଧାରକର୍ତ୍ତା ପରମେଶ୍ୱରଙ୍କ ଆଦେଶ ଦ୍ୱାରା ପ୍ରେରିତ ଏବଂ ଆମ୍ଭମାନଙ୍କର ଭରସା ଖ୍ରୀଷ୍ଟ ଯୀଶୁ।


ତୁମ୍ଭମାନଙ୍କୁ ଆମ୍ଭର ପରମପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ମିଳୁ।


ପୁଣି ସଦାପ୍ରଭୁ ପରମେଶ୍ୱର ସିୟୋନରୁ ଚିତ୍କାର କରିବେ, ସେ ଯିରୁଶାଲମରୁ ମଧ୍ୟ ଚିତ୍କାର କରିବେ। ସେହି ଚିତ୍କାରରେ ଆକାଶ ଓ ପୃଥିବୀ ଥରି ଉଠିବ। ମାତ୍ର ସଦାପ୍ରଭୁ ପରମେଶ୍ୱର ତାଙ୍କ ସନ୍ତାନଗଣଙ୍କ ପାଇଁ ନିରାପଦ ସ୍ଥାନ ହେବ। ସେ ମଧ୍ୟ ଇସ୍ରାଏଲର ଲୋକମାନଙ୍କ ପାଇଁ ନିରାପଦ ସ୍ଥାନ ହେବେ।


ଆମ୍ଭେ ତୁମ୍ଭମାନଙ୍କୁ ସୁସମାଗ୍ଭର କହିଛୁ। କିନ୍ତୁ ଆମ୍ଭେ କେବଳ ଶବ୍ଦ ବ୍ୟବହାର କରି ନାହୁଁ। ସେହି ସୁସମାଗ୍ଭର ଆମ୍ଭେ ଶକ୍ତି ଓ ପବିତ୍ରଆତ୍ମା ସହିତ ଆଣିଛୁ। ଆମ୍ଭେ ନିଶ୍ଚିତ ଭାବରେ ଜାଣିଛୁ ଯେ, ତାହା ସତ୍ୟ। ତୁମ୍ଭେମାନେ ଜାଣିଛ ଯେ, ଆମ୍ଭେ ତୁମ୍ଭମାନଙ୍କ ସହିତ ଥିଲାବେଳେ କିଭଳି ଜୀବନ ବିତାଉଥିଲୁ, ସେଭଳି ଜୀବନଯାପନ କରି ତୁମ୍ଭମାନଙ୍କୁ ସାହାଯ୍ୟ କରିବା ପାଇଁ ଗ୍ଭହୁଁଥିଲୁ।


ହେ ପରମେଶ୍ୱର, ତୁମ୍ଭେ ଇସ୍ରାଏଲର ଆଶା ଓ ତୁମ୍ଭେ ସଙ୍କଟ ସମୟରେ ତ୍ରାଣକର୍ତ୍ତା! ମାତ୍ର ତୁମ୍ଭେ ବର୍ତ୍ତମାନ ଦେଶ ମଧ୍ୟରେ ପ୍ରବାସୀ ତୁଲ୍ୟ ଓ ଗୋଟିଏ ରାତ୍ରି ଅତିବାହିତ କରୁଥିବା ପଥିକ ତୁଲ୍ୟ ହେଉଅଛ।


ମୋର କଥା ଓ ଶିକ୍ଷା ଲୋକଙ୍କୁ ପ୍ରବର୍ତ୍ତାଇବା ଭଳି ଜାଗତିକ ଜ୍ଞାନର କଥା ନ ଥିଲା। ମାତ୍ର ମୋହର ଶିକ୍ଷା ପବିତ୍ରଆତ୍ମାଙ୍କ ଦତ୍ତ ଶକ୍ତିର ପ୍ରମାଣ ଅଟେ।


ତା'ପରେ ସେ ଉତ୍ତର ଦେଲା, “ମୁଁ ତୁମ୍ଭ ଦାସୀ ତୁମ୍ଭ ଆଖିରେ ଅନୁଗ୍ରହ ପ୍ରାପ୍ତ ହେଉ।” ଆଉ ସେ (ସ୍ତ୍ରୀ) ଆପଣା ପଥରେ ଗଲା ଓ ଭୋଜନ କଲା ଏବଂ ତା'ର ମୁହଁ ଆଉ ବିଷର୍ଣ୍ଣ ହେଲା ନାହିଁ।


ସେମାନେ ଆଶ୍ଚର୍ଯ୍ୟକର୍ମ ଓ ଅଦ୍ଦ୍‌‌ଭୂତ ଘଟଣା ମାଧ୍ୟମରେ ପବିତ୍ରଆତ୍ମାଙ୍କର ଶକ୍ତିରେ ପରମେଶ୍ୱରଙ୍କୁ ମାନିଛନ୍ତି। ମୁଁ ଯିରୁଶାଲମଠାରୁ ଇଲ୍ଲୁରିକ ଗ୍ଭରିପଟ ଅଞ୍ଚଳରେ ଖ୍ରୀଷ୍ଟଙ୍କ ସୁସମାଗ୍ଭର ପ୍ରଗ୍ଭର କଲି ଓ ମୋର ସେହି କାର୍ଯ୍ୟ ସମାପ୍ତ କଲି।


Swiv nou:

Piblisite


Piblisite