Biblia Todo Logo
Bib sou entènèt

- Piblisite -




ରୋମୀୟ 14:21 - ପବିତ୍ର ବାଇବଲ

21 ଯଦି ତୁମ୍ଭର ଭାଇ ବା ଭଉଣୀକୁ ତୁମ୍ଭର ଖାଇବା ଓ ପିଇବା ଦ୍ୱାରା, ପାପକର୍ମ କରିବାକୁ ବାଧ୍ୟ କରେ, ତା'ହେଲେ ତୁମ୍ଭେ ମାଂସ ନ ଖାଇବା ଓ ଦ୍ରାକ୍ଷାରସ ନ ପିଇବା ଅଧିକ ଭଲ। ଏପରି କୌଣସି କାମ କରିବା ଉଚିତ୍ ନୁହେଁ ଯଦି ତାହା ତୁମ୍ଭ ଭାଇ ବା ଭଉଣୀଙ୍କୁ ପାପ କରିବା ପାଇଁ ସୁଯୋଗ ଦିଏ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 ମାଂସ ଭୋଜନ କିମ୍ଵା ଦ୍ରାକ୍ଷାରସ ପାନ ଅବା ଯେକୌଣସି ବିଷୟରେ ତୁମ୍ଭର ଭାଇର ବାଧା ଜନ୍ମେ, ତାହା ନ କଲେ ଭଲ।

Gade chapit la Kopi

ଓଡିଆ ବାଇବେଲ

21 ମାଂସ ଭୋଜନ କିମ୍ବା ଦ୍ରାକ୍ଷାରସ ପାନ ଅବା ଯେକୌଣସି ବିଷୟରେ ତୁମ୍ଭର ଭାଇର ବାଧା ଜନ୍ମେ, ତାହା ନ କଲେ ଭଲ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

21 ତୁମର ଆମିଷ ଭୋଜନ, ମଦ୍ୟପାନ ଇତ୍ୟାଦି ଯଦି ତୁମ ଭାଇକୁ ଦୁର୍ବଳ କରେ, ତେବେ ସେହି ସବୁରୁ ନିବୃତ୍ତ ହେବା ତୁମର ବିଧେୟ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ମାଂସ ଭୋଜନ କିମ୍ବା ଦ୍ରାକ୍ଷାରସ ପାନ ଅବା ଯେକୌଣସି ବିଷୟରେ ତୁମ୍ଭର ଭାଇର ବାଧା ଜନ୍ମେ, ତାହା ନ କଲେ ଭଲ।

Gade chapit la Kopi




ରୋମୀୟ 14:21
13 Referans Kwoze  

ଯଦି ମୋର ମାଂସ ଖାଇବା ଦ୍ୱାରା ମୋ’ ଭାଇ ପାପରେ ପଡ଼ିବ, ତା'ହେଲେ ମୁଁ ଭବିଷ୍ୟତରେ ଆଉ ମାଂସ ଖାଇବି ନାହିଁ। ଏପ୍ରକାରେ ମୁଁ ମୋ’ ଭାଇର ବିଘ୍ନର କାରଣ ହେବି ନାହିଁ।


ତା'ହେଲେ ଆମ୍ଭେ ଏକଆରେକକୁ ଦୋଷ ଦେବା ବନ୍ଦ କରିବା ଉଚିତ୍। ଆମ୍ଭେ ଏପରି ସଂକଳ୍ପ ନେବା ଦରକାର, ଯେପରି ଆମ୍ଭର କାର୍ଯ୍ୟ ଦ୍ୱାରା ନିଜ ଭାଇ କି ଭଉଣୀ ପାପରେ ପଡ଼ିବେ ନାହିଁ।


ଯୀଶୁ ବୁଲିପଡ଼ି ପିତରଙ୍କୁ କହିଲେ, “ଶୟତାନ! ମୋ’ ପାଖରୁ ଗ୍ଭଲିଯାଅ। ତୁମ୍ଭେ ମୋ’ ପାଇଁ ଗୋଟିଏ ବିଘ୍ନ। ତୁମ୍ଭେ ପରମେଶ୍ୱରଙ୍କ ନିୟମକୁ ଖାତିରି କରୁ ନାହଁ। ଲୋକମାନେ ଯାହାକୁ ମହତ୍ତ୍ୱପୂର୍ଣ୍ଣ ବୋଲି ଭାବନ୍ତି, ତୁମ୍ଭେମାନେ ମଧ୍ୟ ସେହିଭଳି ଭାବୁଛ।”


“ମାତ୍ର ତୁମ୍ଭେ ଯାଜକଗଣ ଆମ୍ଭ ପଥରୁ ବିମୁଖ ହୋଇଛ ଏବଂ ତୁମ୍ଭେମାନେ ବହୁତ ଲୋକମାନଙ୍କୁ ଭୁଲ୍ ପଥରେ ଯିବା ପାଇଁ ଶିଖାଇଲ। ତୁମ୍ଭେମାନେ ଲେବୀଙ୍କ ସହିତ ହୋଇଥିବା ଚୁକ୍ତିକୁ ଲଙ୍ଘନ କଲ।” ସର୍ବଶକ୍ତିମାନ ସଦାପ୍ରଭୁ ଏହିକଥା କହିଥିଲେ।


“ତଥାପି ମୋର ତୁମ୍ଭ ବିରୁଦ୍ଧରେ କିଛି କହିବାକୁ ଅଛି: ତୁମ୍ଭ ଦଳ ଭିତରୁ କେତେକ ଲୋକ ବିଲିୟାମର ଶିକ୍ଷା ଅନୁସରଣ କରୁଛନ୍ତି। ଏହି ବିଲିୟାମ ବାଲାକ ପ୍ରତିମାକୁ ଅର୍ପିତ ହୋଇଥିବା ଖାଦ୍ୟ ଖାଇବା ପାଇଁ ଓ ଯୌନଗତ ପାପ କରି ଇସ୍ରାଏଲର ଲୋକମାନଙ୍କୁ ପାପ କରିବା ପାଇଁ ଶିଖାଇଥିଲା।


ଧାର୍ମିକ ହୋଇ ଜୀବନଯାପନ କର, ଯେପରି ତୁମ୍ଭମାନଙ୍କର ଦୁର୍ବଳତା ଗୁଡ଼ିକ ନଷ୍ଟ ହେବାର କାରଣ ହେବ ନାହିଁ, ଓ ତୁମ୍ଭେମାନେ ରକ୍ଷା ପାଇ ପାରିବ।


ଯେପରି ତୁମ୍ଭେ ଭଲ ଓ ମନ୍ଦର ପାର୍ଥକ୍ୟ ଦେଖି ପାରିବ ଓ ଉତ୍ତମ ବିଷୟ ବାଛି ପାରିବ। ତହିଁରେ ଖ୍ରୀଷ୍ଟ ଯେଉଁଦିନ ଆସିବେ, ତୁମ୍ଭେ ଶୁଦ୍ଧ ଓ ଦୋଷଶୂନ୍ୟ ହେବ;


ପ୍ରଭୁଙ୍କ ରାଜ୍ୟରେ ଖାଇବା ପିଇବା ଅଧିକ ଗୁରୁତ୍ୱ ନୁହେଁ। ସେଠାରେ ମହତ୍ତ୍ୱପୂର୍ଣ୍ଣ କଥା ହେଲା, ପରମେଶ୍ୱରଙ୍କ ସହିତ ଧାର୍ମିକ ଜୀବନ କାଟିବା, ଶାନ୍ତି ଓ ପବିତ୍ରଆତ୍ମାରେ ଆନନ୍ଦ କରିବା।


କିନ୍ତୁ ସେ ନିଜ ଭିତରେ ଶିକ୍ଷାକୁ ଦୃଢ଼ ହେବାକୁ ଦିଏ ନାହିଁ, କେବଳ କିଛି ସମୟ ପାଇଁ ସେ ଶିକ୍ଷାକୁ ଆପଣା ହୃଦୟରେ ରଖିଥାଏ। ଯେତେବେଳେ ସୁସମାଗ୍ଭର ଯୋଗୁଁ ସେ ଦୁଃଖକଷ୍ଟ ଓ ଯାତନା ପାଏ, ସେ ତିଷ୍ଠି ପାରେ ନାହିଁ, ସେ ଖୁବ୍ ଶୀଘ୍ର ସେଗୁଡ଼ିକୁ ଛାଡ଼ିଦିଏ।


କିନ୍ତୁ ନିଜର ସ୍ୱାଧୀନତା ବିଷୟରେ ସାବଧାନ ରୁହ। ତୁମ୍ଭମାନଙ୍କର ଏହି ସ୍ୱାଧୀନତା, ଦୁର୍ବଳ ବିଶ୍ୱାସୀମାନଙ୍କୁ ପାପରେ ନ ପକାଉ।


Swiv nou:

Piblisite


Piblisite