Biblia Todo Logo
Bib sou entènèt

- Piblisite -




ରୋମୀୟ 13:3 - ପବିତ୍ର ବାଇବଲ

3 ଯେଉଁମାନେ ଠିକ୍ କାମ କରନ୍ତି, ଶାସକଙ୍କୁ ଭୟ କରିବାର କୌଣସି କାରଣ ସେମାନଙ୍କଠାରେ ନାହିଁ, କିନ୍ତୁ ଯେଉଁମାନେ ମନ୍ଦ ବା ଭୁଲ୍ କାମ କରନ୍ତି ସେମାନେ ଭୟ କରିବାକୁ ବାଧ୍ୟ। ଶାସକ ମାନଙ୍କ ଭୟରୁ ମୁକ୍ତି କରିବା ପାଇଁ ଏକ ମାତ୍ର ଉପାୟ ହେଉଛି ଭଲ କାମ କରିବା। ଭଲ କାମ କଲେ ଶାସକମାନେ ତୁମ୍ଭର ପ୍ରଶଂସା କରିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 କାରଣ ଶାସନକର୍ତ୍ତାମାନେ ସଦାଚାରୀ ପ୍ରତି ଭୟଜନକ ନୁହନ୍ତି, କିନ୍ତୁ ଅସଦାଚାରୀ ପ୍ରତି ଭୟଜନକ। ତୁମ୍ଭେ କି ଅଧିକାରପ୍ରାପ୍ତ ଶାସନକର୍ତ୍ତାଙ୍କ ନିକଟରେ ନିର୍ଭୟ ହେବାକୁ ଇଚ୍ଛା କର? ତେବେ ସଦାଚାର କର, ତାହାହେଲେ ତାହାଙ୍କଠାରୁ ପ୍ରଶଂସା ପାଇବ,

Gade chapit la Kopi

ଓଡିଆ ବାଇବେଲ

3 କାରଣ ଶାସନକର୍ତ୍ତାମାନେ ସଦାଚାରୀ ପ୍ରତି ଭୟଜନକ ନୁହଁନ୍ତି, କିନ୍ତୁ ଅସଦାଚାରୀ ପ୍ରତି ଭୟଜନକ । ତୁମ୍ଭେ କି ଅଧିକାରପ୍ରାପ୍ତ ଶାସନକର୍ତ୍ତାଙ୍କ ନିକଟରେ ନିର୍ଭୟ ହେବାକୁ ଇଚ୍ଛା କର ? ତେବେ ସଦାଚାର କର, ତାହାହେଲେ ତାହାଙ୍କଠାରୁ ପ୍ରଶଂସା ପାଇବ,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

3 ଯେଉଁମାନେ ସତ୍କର୍ମ କରନ୍ତି, ସେମାନଙ୍କର ଶାସକମାନଙ୍କୁ ଭୟ କରିବା ପାଇଁ କୌଣସି କାରଣ ନାହିଁ- ଭୟ କରିବା କଥା ଦୁଷ୍କର୍ମକାରୀମାନଙ୍କର। ଶାସକ ପ୍ରତି ନିର୍ଭୟ ହେବା ତୁମର ଇଚ୍ଛା କି? ତାହାହେଲେ ସତ୍କାର୍ଯ୍ୟ କର, ସେ ତୁମର ପ୍ରଶଂସା କରିବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 କାରଣ ଶାସନକର୍ତ୍ତାମାନେ ସଦାଚାରୀ ପ୍ରତି ଭୟଜନକ ନୁହଁନ୍ତି, କିନ୍ତୁ ଅସଦାଚାରୀ ପ୍ରତି ଭୟଜନକ। ତୁମ୍ଭେ କି ଅଧିକାରପ୍ରାପ୍ତ ଶାସନକର୍ତ୍ତାଙ୍କ ନିକଟରେ ନିର୍ଭୟ ହେବାକୁ ଇଚ୍ଛା କର? ତେବେ ସଦାଚାର କର, ତାହାହେଲେ ତାହାଙ୍କଠାରୁ ପ୍ରଶଂସା ପାଇବ,

Gade chapit la Kopi




ରୋମୀୟ 13:3
9 Referans Kwoze  

ରାଜାଙ୍କର ରାଗ ସିଂହର ଗର୍ଜନ ପରି, ଯେ ତାଙ୍କର କ୍ରୋଧ ଜନ୍ମାଏ, ସେ ନିଜେ ତା'ର ଜୀବନ ପ୍ରତି ବିପଦ ଆଣେ।


ବୁଦ୍ଧିମାନ ଦାସ ରାଜାଙ୍କର ଅନୁଗ୍ରହର ପାତ୍ର, ପୁଣି ଯେ ଲଜ୍ଜା ଜନ୍ମାଏ ତାହା ପ୍ରତି ସେ କ୍ରୋଧ କରନ୍ତି।


“ଯେତେବେଳେ ଦୁଇଜଣଙ୍କ ମଧ୍ୟରେ ମାଡ଼ପିଟ୍ ଲାଗେ, ସେମାନେ ନ୍ୟାୟଳୟକୁ ଯିବା ଉଚିତ୍। କିଏ ଦୋଷୀ ଓ କିଏ ନିର୍ଦ୍ଦୋଷୀ ବିଗ୍ଭରକର୍ତ୍ତା ବିଗ୍ଭର କରିବେ।


ତୁମ୍ଭକୁ ସାହାଯ୍ୟ କରିବା ପାଇଁ ଶାସକ ହେଉଛନ୍ତି ପରମେଶ୍ୱରଙ୍କ ସେବକ। କିନ୍ତୁ ତୁମ୍ଭେ ଭୁଲ୍ କଲେ ଭୟ କରିବ। ଶାସକର ଦଣ୍ତ ଦେବା କ୍ଷମତା ଅଛି, ସେ ସେହି କ୍ଷମତାର ପ୍ରୟୋଗ କରି ମନ୍ଦ କାମ କରୁଥିବା ଲୋକକୁ ଦଣ୍ତ ଦେବେ।


ଅତଏବ ଅଧିକାର ବିରୋଧ କରୁଥିବା ଲୋକମାନେ ପ୍ରକୃତରେ ପରମେଶ୍ୱରଙ୍କ ଆଜ୍ଞାର ବିରୋଧୀ। ଏପରି ବିରୋଧ କରୁଥିବା ଲୋକ, ନିଜ ପାଇଁ ଦଣ୍ତ ପାଇବା ବ୍ୟବସ୍ଥା କରିଥାଏ।


Swiv nou:

Piblisite


Piblisite