Biblia Todo Logo
Bib sou entènèt

- Piblisite -




ରୋମୀୟ 11:26 - ପବିତ୍ର ବାଇବଲ

26 ଏହିଭଳି ସମଗ୍ର ଇସ୍ରାଏଲ ଉଦ୍ଧାର ପାଇବ। ଶାସ୍ତ୍ରରେ ଲେଖାଅଛି: “ସିୟୋନଠାରୁ ଉଦ୍ଧାରକର୍ତ୍ତା ଆସିବେ। ସେ ଯାବୁକ ପରିବାର ସମସ୍ତ ଅଧର୍ମଗୁଡ଼ିକୁ ଦୂର କରିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

26 ଆଉ, ଏହିପ୍ରକାରେ ସମସ୍ତ ଇସ୍ରାଏଲ ପରିତ୍ରାଣ ପାଇବେ, ଯେପରି ଲେଖାଅଛି, “ସିୟୋନରୁ ଉଦ୍ଧାରକର୍ତ୍ତା ଆଗମନ କରିବେ, ସେ ଯାକୁବଠାରୁ ଅଧର୍ମ ଦୂର କରିବେ।”

Gade chapit la Kopi

ଓଡିଆ ବାଇବେଲ

26 ଆଉ, ଏହି ପ୍ରକାରେ ସମସ୍ତ ଇସ୍ରାଏଲ ପରିତ୍ରାଣ ପାଇବେ, ଯେପରି ଲେଖା ଅଛି, "ସିୟୋନରୁ ଉଦ୍ଧାରକର୍ତ୍ତା ଆଗମନ କରିବେ, ସେ ଯାକୁବଠାରୁ ଅଧର୍ମ ଦୂର କରିବେ ।"

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

26 ତା’ପରେ ଇଶ୍ରାଏଲୀୟମାନେ ସମସ୍ତେ ଏହି ଶାସ୍ତ୍ରୋକ୍ତି ଅନୁଯାୟୀ ରକ୍ଷା ପାଇବେ। “ତ୍ରାଣକର୍ତ୍ତା ସିୟୋନରୁ ଆସିବେ; ଯାକୁବ ବଂଶଧରମାନଙ୍କଠାରୁ ସମସ୍ତ ଅଧର୍ମ ଦୂର କରିବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

26 ଆଉ, ଏହି ପ୍ରକାରେ ସମସ୍ତ ଇସ୍ରାଏଲ ପରିତ୍ରାଣ ପାଇବେ, ଯେପରି ଲେଖାଅଛି, “ସିୟୋନରୁ ଉଦ୍ଧାରକର୍ତ୍ତା ଆଗମନ କରିବେ, ସେ ଯାକୁବଠାରୁ ଅଧର୍ମ ଦୂର କରିବେ।

Gade chapit la Kopi




ରୋମୀୟ 11:26
25 Referans Kwoze  

ପୁଣି ସଦାପ୍ରଭୁ କୁହନ୍ତି, ସିୟୋନକୁ ଓ ଯାକୁବ ମଧ୍ୟରେ ଯେଉଁମାନେ ଅଧର୍ମରୁ ଫେରନ୍ତି, ସେମାନଙ୍କ ନିକଟକୁ ଏକ ତ୍ରାଣକର୍ତ୍ତା ଆସିବେ।


ମୁଁ ଆଶାକରେ କେହି ଜଣେ ତାଙ୍କର ମନ୍ଦିରରୁ ସିୟୋନ ପର୍ବତ ଉପରକୁ ଆସନ୍ତା ଏବଂ ଇସ୍ରାଏଲକୁ ରକ୍ଷା କରନ୍ତା। ସେତେବେଳେ ସଦାପ୍ରଭୁ ତାହାଙ୍କର ଲୋକମାନଙ୍କୁ ପୁନର୍ବାର ଶକ୍ତିଶାଳୀ କରନ୍ତି, ତାହାହେଲେ ଯାକୁବ ଆହ୍ଲାଦିତ ହେବ। ଇସ୍ରାଏଲ ବହୁତ ଖୁସୀ ହେବ।


ତା'ପରେ ଇସ୍ରାଏଲର ଲୋକମାନେ ଫେରି ଆସିବେ। ତା'ପରେ ସେମାନେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ଓ ରାଜା ଦାଉଦଙ୍କୁ ଖୋଜିବେ। ଶେଷଦିବସରେ, ସେମାନେ ସଦାପ୍ରଭୁଙ୍କୁ ଓ ତାଙ୍କର ଧାର୍ମିକତାକୁ ସମ୍ମାନ ଦେବାକୁ ଆସିବେ।


ପରମେଶ୍ୱର ତୁମ୍ଭମାନଙ୍କୁ ଆଶୀର୍ବାଦ କରିବା ପାଇଁ ପ୍ରଥମେ ଆପଣାର ବିଶେଷ ସେବକ ଯୀଶୁଙ୍କୁ ପଠାଇଛନ୍ତି। ତୁମ୍ଭେମାନେ ଯେପରି ମନ୍ଦକାର୍ଯ୍ୟରୁ ବିମୁଖ ହୁଅ, ଏଥିପାଇଁ ସେ ଏପରି କରିଛନ୍ତି।”


ମାତ୍ର ଇସ୍ରାଏଲ ସଦାପ୍ରଭୁଙ୍କ ଦ୍ୱାରା ଅନନ୍ତକାଳସ୍ଥାୟୀ ପରିତ୍ରାଣ ପାଇବ; ତୁମ୍ଭେମାନେ ଯୁଗ ଯୁଗାନ୍ତ ଯାଏ ଲଜ୍ଜିତ କିମ୍ବା ବିବ୍ରତ ହେବ ନାହିଁ।


ସେ ଆମ୍ଭ ପାଇଁ ନିଜକୁ ଦେଲେ। ଆମ୍ଭକୁ ସମସ୍ତ ମନ୍ଦରୁ ମୁକ୍ତ କରିବା ପାଇଁ ଏବଂ ଆମ୍ଭକୁ ଜଣେ ପବିତ୍ର ଜାତି ଓ କେବଳ ତାହାଙ୍କ ଭଳି ବ୍ୟକ୍ତିସମୂହ ଭାବରେ ଗଢ଼ିବା ପାଇଁ ସେ ମଲେ। ଏହି ପବିତ୍ର ଲୋକମାନେ ସର୍ବଦା ଭଲ କାମ କରିବା ପାଇଁ ଇଚ୍ଛା କରନ୍ତି।


ମରିୟମ ପୁତ୍ର ସନ୍ତାନଟିଏ ଜନ୍ମ ଦେବେ। ତୁମ୍ଭେ ତାହାଙ୍କ ନାମ ଯୀଶୁ ରଖିବ। କାରଣ ସେ ନିଜ ଲୋକମାନଙ୍କୁ ସେମାନଙ୍କ ପାପରୁ ରକ୍ଷା କରିବେ।” ‌‌‌‌‌‌‌‌


ହେ ସଦାପ୍ରଭୁ, ପରମେଶ୍ୱର ଆମ୍ଭକୁ ରକ୍ଷାକର। ଏବଂ ପରମେଶ୍ୱର ଆମ୍ଭମାନଙ୍କୁ ଅନ୍ୟ ଦେଶୀୟମାନଙ୍କଠାରୁ ଫେରାଇ ଆଣ। ଯେପରିକି ଆମ୍ଭେ ତୁମ୍ଭର ପବିତ୍ର ନାମର ପ୍ରଶଂସା କରି ପାରିବୁ ଓ ଆମ୍ଭେ ତୁମ୍ଭର ପ୍ରଶଂସା କରି ଗର୍ବୀତ ହୋଇ ପାରିବୁ।


ତେଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ଏବେ ମୁଁ ଯାକୁବକୁ ବନ୍ଦୀତ୍ୱରୁ ମୁକ୍ତ କରି ଆଣିବି ଓ ସମୁଦାୟ ଇସ୍ରାଏଲ ବଂଶ ପ୍ରତି ଦୟା କରିବି। ଏବଂ ମୁଁ ପବିତ୍ର ନାମ ସକାଶେ ଈର୍ଷାପରାୟଣ ହେବି।


ଅନନ୍ତର ସଦାପ୍ରଭୁ କହନ୍ତି, “ସେ ସମୟରେ ଆମ୍ଭେ ଇସ୍ରାଏଲର ସମସ୍ତ ଗୋଷ୍ଠୀର ପରମେଶ୍ୱର ହେବା ଓ ସେମାନେ ଆମ୍ଭର ଲୋକ ହେବେ।”


ସେହି ସମୟରେ, ଯେ କେହି ସଦାପ୍ରଭୁଙ୍କ ନାମକୁ ଡାକ ପକାଇବ, ସେ ହିଁ ଉଦ୍ଧାର ପାଇବ। କାରଣ ଶରଣାର୍ଥୀ ଲୋକମାନେ ଯିରୁଶାଲମର ଓ ସିୟୋନ ପର୍ବତ ଉପରେ ରକ୍ଷାପ୍ରାପ୍ତ ଲୋକମାନେ ଏକତ୍ର ହେବେ, ଯାହାକି ସଦାପ୍ରଭୁ କହିଛନ୍ତି ଏବଂ ସେମାନେ ବଞ୍ଚିଥିବା ଲୋକମାନଙ୍କ ସହିତ ଥିବେ, ଯେଉଁମାନଙ୍କୁ ସଦାପ୍ରଭୁ ଆହ୍ୱାନ କରୁଛନ୍ତି।


Swiv nou:

Piblisite


Piblisite