ରୋମୀୟ 11:24 - ପବିତ୍ର ବାଇବଲ24 ତୁମ୍ଭେମାନେ ଜଙ୍ଗଲୀ ଜୀତଗଛର କଟାଯାଇଥିବା ଶାଖା। ତୁମ୍ଭେମାନେ ଭଲ ଜୀତଗଛ ସହିତ ସଂଯୁକ୍ତ ହୋଇଛ। କିନ୍ତୁ ଏହା ସ୍ୱାଭାବିକ। ଅତଏବ, ସେହି ଯିହୂଦୀମାନେ ପ୍ରକୃତରେ ନିଜର ବୃକ୍ଷ ସହିତ ପୁନର୍ବାର ସଂଯୁକ୍ତ ହୋଇପାରିବେ। Gade chapit laପବିତ୍ର ବାଇବଲ (Re-edited) - (BSI)24 କାରଣ ଯାହା ସ୍ଵଭାବତଃ ବନ୍ୟ ଜୀତ ବୃକ୍ଷ, ଯଦି ସେଥିରୁ ତୁମ୍ଭେ କଟାଯାଇ ଅସ୍ଵାଭାବିକଭାବେ ଉତ୍ତମ ଜୀତ ବୃକ୍ଷରେ କଲମ କରାଗଲ, ତେବେ ସ୍ଵାଭାବିକ ଶାଖା ଯେ ଏମାନେ, ଏମାନେ କେତେ ଅଧିକ ଭାବରେ ନିଜ ଜୀତ ବୃକ୍ଷରେ କଲମ କରାଯିବେଣ! Gade chapit laଓଡିଆ ବାଇବେଲ24 କାରଣ ଯାହା ସ୍ୱଭାବତଃ ବନ୍ୟ ଜୀତବୃକ୍ଷ, ଯଦି ସେଥିରୁ ତୁମ୍ଭେ କଟାଯାଇ ଅସ୍ୱାଭାବିକଭାବେ ଉତ୍ତମ ଜୀତ-ବୃକ୍ଷରେ କଲମ କରାଗଲ, ତେବେ ସ୍ୱାଭାବିକ ଶାଖା ଯେ ଏମାନେ, ଏମାନେ କେତେ ଅଧିକ ଭାବରେ ନିଜ ଜୀତ ବୃକ୍ଷରେ କଲମ କରାଯିବେ ! Gade chapit laପବିତ୍ର ବାଇବଲ (CL) NT (BSI)24 ଅଣଇହୁଦୀମାନେ ଜଙ୍ଗଲୀ ଜୀତ ବୃକ୍ଷର ଶାଖା ପରି। ତାହା ଛିନ୍ନ ହୋଇ ଅସ୍ୱାଭାବିକ ଭାବରେ ଉଦ୍ୟାନର ସୁରକ୍ଷିତ ଜୀତ ବୃକ୍ଷ ସହିତ ସଂଲଗ୍ନ କରାଯାଇଛି। ଇହୁଦୀ ଜାତି ଉଦ୍ୟାନର ସୁରକ୍ଷିତ ଜୀତ ବୃକ୍ଷ ପରି। ଏହି ବୃକ୍ଷର ଛିନ୍ନ ଶାଖାମାନଙ୍କ ପୁନର୍ବାର ବୃକ୍ଷ ସହିତ ସଂଲଗ୍ନ କରିବା ଈଶ୍ୱରଙ୍କ ପକ୍ଷରେ ସହଜସାଧ୍ୟ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT24 କାରଣ ଯାହା ସ୍ୱଭାବତଃ ବନ୍ୟ ଜୀତବୃକ୍ଷ, ଯଦି ସେଥିରୁ ତୁମ୍ଭେ କଟାଯାଇ ଅସ୍ୱାଭାବିକଭାବେ ଉତ୍ତମ ଜୀତବୃକ୍ଷରେ କଲମ କରାଗଲ, ତେବେ ସ୍ୱାଭାବିକ ଶାଖା ଯେ ଏମାନେ, ଏମାନେ କେତେ ଅଧିକ ଭାବରେ ନିଜ ଜୀତବୃକ୍ଷରେ କଲମ କରାଯିବେ! Gade chapit la |
ଭାଇ ଓ ଭଉଣୀମାନେ, ଏହି ନିଗୂଢ଼ ସତ୍ୟ ବିଷୟରେ ତୁମ୍ଭେମାନେ ଯେ ପରି ଅଜଣା ରହି ଯାଅ; ଏ କଥା ମୁଁ ଗ୍ଭହେଁ ନାହିଁ। ଏହି ସତ୍ୟ ତୁମ୍ଭମାନଙ୍କୁ ଜାଣିବାରେ ସାହାଯ୍ୟ କରିବ ଯେ, ତୁମ୍ଭେମାନେ ସର୍ବଜ୍ଞ ନୁହଁ। ଏହି କଥା ସତ୍ୟ ଯେ, ଇସ୍ରାଏଲର ଗୋଟିଏ ଅଂଶର ଲୋକଙ୍କୁ ଅବାଧ୍ୟ କରାଯାଇଛି। ଯେତେବେଳେ ପୂର୍ଣ୍ଣ ସଂଖ୍ୟକ ଅଣଯିହୂଦୀ ପରମେଶ୍ୱରଙ୍କ ନିଜ ଲୋକ ହୋଇ ଯିବେ, ତା'ହେଲେ ଏହି ସ୍ଥିତିରେ ପରିବର୍ତ୍ତନ ଘଟିବ।