Biblia Todo Logo
Bib sou entènèt

- Piblisite -




ରୋମୀୟ 11:18 - ପବିତ୍ର ବାଇବଲ

18 ସେଥିପାଇଁ, ପ୍ରଥମ ଗଛର ସେ ଭଙ୍ଗା ଡାଳଗୁଡ଼ିକ ନିମନ୍ତେ ତୁମ୍ଭମାନଙ୍କର ଗର୍ବ କରିବାର କୌଣସି କାରଣ ନାହିଁ। କାରଣ ତୁମ୍ଭେମାନେ ପ୍ରଥମ ଗଛର ଚେରକୁ ଜୀବନ ପ୍ରଦାନ କରୁ ନାହଁ, ବରଂ ସେହି ଚେର ତୁମ୍ଭମାନଙ୍କୁ ଜୀବନ ପ୍ରଦାନ କରୁଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ତେବେ ସେହି ଡାଳଗୁଡ଼ିକ ବିରୁଦ୍ଧରେ ଗର୍ବ କର ନାହିଁ; କିନ୍ତୁ ଯଦି ଗର୍ବ କର, ତୁମ୍ଭେ ଯେ ମୂଳକୁ ଧରି ନାହଁ, ମାତ୍ର ମୂଳ ତୁମ୍ଭକୁ ଧରିଅଛି, ଏହା ଜାଣିଥାଅ।

Gade chapit la Kopi

ଓଡିଆ ବାଇବେଲ

18 ତେବେ ସେହି ଡାଳଗୁଡ଼ିକ ବିରୁଦ୍ଧରେ ଗର୍ବ କର ନାହିଁ; କିନ୍ତୁ ଯଦି ଗର୍ବ କର, ତୁମ୍ଭେ ଯେ ମୂଳକୁ ଧରି ନାହଁ, ମାତ୍ର ମୂଳ ତୁମ୍ଭକୁ ଧରିଅଛି, ଏହା ଜାଣିଥାଅ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

18 ତେଣୁ ତୁମ୍ଭେମାନେ ଛିନ୍ନ କରାଯାଇଥିବା ଶାଖାଗୁଡ଼ିକୁ ହେୟଜ୍ଞାନ କର ନାହିଁ। ତୁମ୍ଭେମାନେ କାହିଁକି ଗର୍ବ କରିବ? ତୁମ୍ଭେମାନେ ତ କେବଳ ଶାଖା- ବୃକ୍ଷ ମୂଳକୁ ତୁମ୍ଭେମାନେ ପ୍ରତିପାଳନ କରୁ ନାହଁ, ବରଂ ମୂଳ ତୁମକୁ ପୁଷ୍ଟ କରୁଛି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ତେବେ ସେହି ଡାଳଗୁଡ଼ିକ ବିରୁଦ୍ଧରେ ଗର୍ବ କର ନାହିଁ; କିନ୍ତୁ ଯଦି ଗର୍ବ କର, ତୁମ୍ଭେ ଯେ ମୂଳକୁ ଧରି ନାହଁ, ମାତ୍ର ମୂଳ ତୁମ୍ଭକୁ ଧରିଅଛି, ଏହା ଜାଣିଥାଅ।

Gade chapit la Kopi




ରୋମୀୟ 11:18
14 Referans Kwoze  

ଅତଏବ, ଯେଉଁ ଲୋକ ଭାବୁଛି ଯେ, ସେ ଦୃଢ଼ ଭାବରେ ଠିଆ ହୋଇଛି, ଯେପରି ସେ ଖସି ନ ପଡ଼େ ଏଥିପାଇଁ ସତର୍କ ରହୁ।


ଏହା ସତ୍ୟ କିନ୍ତୁ ସେ ଡାଳଗୁଡ଼ିକ ଭାଙ୍ଗି ପଡ଼ିବାର କାରଣ ହେଉଛି ସେମାନଙ୍କର ଅବିଶ୍ୱାସ। କିନ୍ତୁ ତୁମ୍ଭେମାନେ ତୁମ୍ଭମାନଙ୍କ ବିଶ୍ୱାସ ହେତୁ ସେହି ଗଛର ଅଂଶୀ ହୋଇ ପାରିଛ। ଅତଏବ ଗର୍ବ କରିବା ପରିବର୍ତ୍ତେ ଭୟ କରିବା ଦରକାର।


ତା'ହେଲେ ଆମ୍ଭର ଗର୍ବ କରିବାର କିଛି ଅଛି କି? ନା! କାହିଁକି ନୁହେଁ? କାରଣ, ବିଶ୍ୱାସର ମାର୍ଗ ଦ୍ୱାରା ସମସ୍ତ ପ୍ରକାରର ଗର୍ବ କରିବା ବିଷୟକୁ ବାଦ୍ କରାଯାଇଛି।


ମୋର ଅନ୍ୟ ମେଷମାନେ ମଧ୍ୟ ଅଛନ୍ତି। ସେମାନେ ଏହି ପଲରେ ନାହାନ୍ତି। ମୁଁ ସେମାନଙ୍କୁ ମଧ୍ୟ ଆଣିବି। ସେମାନେ ମୋର ସ୍ୱର ଶୁଣିବେ। ଭବିଷ୍ୟତରେ ଗୋଟିଏ ପଲ ହେବ ଓ ସେ ପଲର ଜଣେ ମେଷପାଳକ ହେବେ।


ଯଦି ତୁମ୍ଭେମାନେ ସମସ୍ତେ ଖ୍ରୀଷ୍ଟଙ୍କର ଅଟ, ତେବେ ସ୍ୱଭାବତଃ ତୁମ୍ଭେ ଅବ୍ରହାମଙ୍କ ବଂଶଜ ମଧ୍ୟ ଅଟ, ଓ ପରମେଶ୍ୱର ଅବ୍ରହାମଙ୍କୁ ଯେଉଁ ପ୍ରତିଶୃତି ଦେଇଥିଲେ, ସେହି ପ୍ରତିଶୃତିର ମଧ୍ୟ ତୁମ୍ଭେ ଉତ୍ତରାଧିକାରୀ ଅଟ।


ସେଥିପାଇଁ ବିଶ୍ୱାସ ଦ୍ୱାରା ଲୋକେ ପରମେଶ୍ୱରଙ୍କ ପ୍ରତିଜ୍ଞା ପାଆନ୍ତି। ପ୍ରତିଜ୍ଞା ଯେପରି ଏକ ବିନା ମୂଲ୍ୟର ଦାନ ହୋଇପାରେ ସେଥିପାଇଁ ଏପରି ଘଟେ, ଯଦି ବିନା ମୂଲ୍ୟରେ ପ୍ରତିଜ୍ଞା ଦାନ ମିଳେ ତା'ହେଲେ ଅବ୍ରହାମଙ୍କ ବଂଶର ସବୁ ଲୋକେ ପ୍ରତିଜ୍ଞା ପାଇବା ସୁନିଶ୍ଚିତ। ଏହି ପ୍ରତିଜ୍ଞା କେବଳ ବ୍ୟବସ୍ଥାଧୀନ ରହିଥିବା ଲୋକଙ୍କ ପାଇଁ ନୁହେଁ। ଅବ୍ରହାମ ଭଳି ବିଶ୍ୱାସ ପୂର୍ବକ ଜୀବନଯାପନ କରୁଥିବା ସମସ୍ତ ଲୋକଙ୍କ ପାଇଁ ଏହି ପ୍ରତିଜ୍ଞା ରହିଛି। ଅବ୍ରହାମ ଆମ୍ଭ ସମସ୍ତଙ୍କର ପିତା।


ପିତର କହିଲେ, “ଅନ୍ୟ ସମସ୍ତ ଶିଷ୍ୟ ଆପଣଙ୍କ ଉପରୁ ବିଶ୍ୱାସ ହରେଇ ପାରନ୍ତି, କିନ୍ତୁ ମୁଁ କେବେ ହେଲେ ମୋର ବିଶ୍ୱାସ ହରାଇବି ନାହିଁ।”


ଅହଙ୍କାର ସର୍ବନାଶର ସମ୍ମୁଖରେ ଆସେ ଏବଂ ଅହଙ୍କାରୀ ପ୍ରକୃତି ପତନର ସମ୍ମୁଖରେ ଆସେ।


ରାଜା ଆହାବ ଉତ୍ତର ଦେଲେ, “ବି‌ନ୍‌ହଦ‌ଦଙ୍କୁ କୁହ ସାଞ୍ଜୁ ପରିଧାନ କରିଥିବା ଲୋକ ସାଞ୍ଜୁ କାଢ଼ିବା ପାଇଁ ଜୀବିତ ଥିବା ଲୋକପରି ଦର୍ପ ନ କରୁ।”


ତୁମ୍ଭେ ଶମିରୋଣୀୟମାନେ କିଛି ନ ଜାଣି ନ ବୁଝି ଉପାସନା କର। କିନ୍ତୁ ଆମ୍ଭେ ଯିହୂଦୀମାନେ କାହାକୁ ଉପାସନା କରୁ, ସବୁ ଜାଣୁ। ଯିହୂଦୀମାନଙ୍କଠାରୁ ପରିତ୍ରାଣ ଏ ଜଗତକୁ ଆସେ।


ପାଉଲ କୋଠରୀକୁ ଆସିବା ପରେ ଯିରୁଶାଲମରୁ ଯେଉଁ ଯିହୂଦୀମାନେ ଆସିଥିଲେ, ସେମାନେ ତାହାଙ୍କ ଗ୍ଭରିପାଖେ ଠିଆ ହୋଇଗଲେ। ସେମାନେ ତାହାଙ୍କ ବିରୁଦ୍ଧରେ ବହୁଗୁରୁତର ଅଭିଯୋଗମାନ କଲେ, କିନ୍ତୁ କିଛି ପ୍ରମାଣ କରି ପାରିଲେ ନାହିଁ।


Swiv nou:

Piblisite


Piblisite