Biblia Todo Logo
Bib sou entènèt

- Piblisite -




ରୋମୀୟ 11:10 - ପବିତ୍ର ବାଇବଲ

10 ସେମାନଙ୍କର ଆଖି ସତ୍ୟକୁ ଦେଖି ନ ପାରିବା ପାଇଁ ବନ୍ଦ ହୋଇଯାଉ। ସର୍ବଦା ପାଇଁ ସେମାନଙ୍କର ଅଣ୍ଟା ନଇଁ ପଡ଼ୁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ଯେପରି ସେମାନେ ଦେଖି ନ ପାରନ୍ତି, ଏଥିପାଇଁ ସେମାନଙ୍କ ଚକ୍ଷୁ ଅନ୍ଧ ହେଉ, ଆଉ, ତୁମ୍ଭେ ସେମାନଙ୍କ ପୃଷ୍ଠ ସର୍ବଦା କୁବ୍ଜ କରି ରଖ।

Gade chapit la Kopi

ଓଡିଆ ବାଇବେଲ

10 ଯେପରି ସେମାନେ ଦେଖି ନ ପାରନ୍ତି, ଏଥିପାଇଁ ସେମାନଙ୍କ ଚକ୍ଷୁ ଅନ୍ଧ ହେଉ, ଆଉ, ତୁମ୍ଭେ ସେମାନଙ୍କ ପୃଷ୍ଠ ସର୍ବଦା କୁବ୍‍ଜା କରି ରଖ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

10 ସେମାନେ ଦୃଷ୍ଟିଶକ୍ତିହୀନ ହୋଇ କିଛି ଦେଖି ନ ପାରନ୍ତୁ। ଅନବରତ ଦୁଃଖ କଷ୍ଟ ଭୋଗି ଭୋଗି ସେମାନଙ୍କ ଅଣ୍ଟା ନଇଁ ଯାଉ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ଯେପରି ସେମାନେ ଦେଖି ନ ପାରନ୍ତି, ଏଥିପାଇଁ ସେମାନଙ୍କ ଚକ୍ଷୁ ଅନ୍ଧ ହେଉ, ଆଉ, ତୁମ୍ଭେ ସେମାନଙ୍କ ପୃଷ୍ଠ ସର୍ବଦା କୁବ୍‍ଜା କରି ରଖ।”

Gade chapit la Kopi




ରୋମୀୟ 11:10
13 Referans Kwoze  

ସେମାନେ ଅନ୍ଧ ହୁଅନ୍ତୁ। ସେମାନଙ୍କ ଅଣ୍ଟା ନଇଁ ଯାଉ।


ଯେତେବେଳେ ସ୍ୱର୍ଗଦୂତମାନେ ପାପ କଲେ, ପରମେଶ୍ୱର ସେମାନଙ୍କୁ ଦଣ୍ଡ ନ ଦେଇ ଛାଡ଼ିଲେ ନାହିଁ। ପରମେଶ୍ୱର ସେହି ଦୂତମାନଙ୍କୁ ନରକକୁ ପଠାଇଦେଲେ। ସେ ସେମାନଙ୍କୁ ଅନ୍ଧକାରର ଗୁମ୍ଫାମାନଙ୍କରେ ପକାଇ ରଖିଲେ। ବିଗ୍ଭର ଦିନ ପର୍ଯ୍ୟନ୍ତ ସେମାନେ ସେଠାରେ ପଡ଼ିଥିବେ।


ସେମାନେ କିଛି ବୁଝନ୍ତି ନାହିଁ କି କିଛି ଜାଣନ୍ତି ନାହିଁ, କାରଣ ସେମାନେ ବୁଝିବା ପାଇଁ ମନା କରନ୍ତି। ସେଥିପାଇଁ ପରମେଶ୍ୱର ପ୍ରଦତ୍ତ ଜୀବନ ସେମାନେ ପାଇ ପାରିବେ ନାହିଁ।


ଶାସ୍ତ୍ରରେ ଯେପରି ଲେଖା ଅଛି: “ପରମେଶ୍ୱର ଲୋକମାନଙ୍କୁ ଜଡ଼ତାର ଆତ୍ମାଦେଲେ।” “ସେମାନେ ସତ୍ୟକୁ ଦେଖି ନ ପାରନ୍ତି ସେଥିପାଇଁ ପରମେଶ୍ୱର ସେମାନଙ୍କର ଆଖି ବନ୍ଦ କରିଦେଲେ, ସେମାନେ ସତ୍ୟକୁ ଶୁଣି ନ ପାରନ୍ତୁ ସେଥିପାଇଁ ପରମେଶ୍ୱର ସେମାନଙ୍କର କାନ ବନ୍ଦ କରିଦେଲେ। ଏହି ଦଶା ଏବେ ସୁଦ୍ଧା ଲାଗି ରହିଛି।”


ଲୋକେ ପରମେଶ୍ୱରଙ୍କୁ ଜାଣିଥିଲେ। କିନ୍ତୁ ସେମାନେ ପରମେଶ୍ୱରଙ୍କୁ ଗୌରବ ଦେଲେ ନାହିଁ ଓ ତାହାଙ୍କୁ ଧନ୍ୟବାଦ ଜଣାଇଲେ ନାହିଁ। ଲୋକଙ୍କ ଚିନ୍ତାଧାରା ନିରର୍ଥକ ହେଲା। ସେମାନଙ୍କର ଜ୍ଞାନ ଅନ୍ଧକାରରେ ଭରିଗଲା।


ସେମାନେ ସମୁଦ୍ରର ପ୍ରଚଣ୍ଡ ତରଙ୍ଗ ସଦୃଶ। ଏହି ତରଙ୍ଗ ଫେଣ ସୃଷ୍ଟି କରେ। ତରଙ୍ଗ ଫେଣ ସୃଷ୍ଟି କଲା ଭଳି ଏହି ଲୋକମାନେ ଲଜ୍ଜାଜନକ କାର୍ଯ୍ୟ କରନ୍ତି। ଏହି ଲୋକମାନେ ଆକାଶରେ ଏଣେତେଣେ ଘୁରି ବୁଲୁଥିବା ନକ୍ଷତ୍ର ତୁଲ୍ୟ। ଏହି ଲୋକମାନଙ୍କ ନିମନ୍ତେ ଚିରକାଳ ପାଇଁ ଘୋର ଅନ୍ଧକାରମୟ ସ୍ଥାନ ରଖାଯାଇଅଛି।


ତୁମ୍ଭେ ସେହି ସ୍ୱର୍ଗଦୂତମାନଙ୍କ ବିଷୟ ମନେ ପକାଅ, ଯେଉଁମାନଙ୍କର କ୍ଷମତା ଥିଲା କିନ୍ତୁ ସେମାନେ ତାହାକୁ ରଖିପାରିଲେ ନାହିଁ। ସେମାନେ ନିଜ ନିଜ ଘର ଛାଡ଼ି ଦେଲେ। ତେଣୁ ପ୍ରଭୁ ସେମାନଙ୍କୁ ଅନ୍ଧକାରରେ ରଖିଛନ୍ତି। ସେମାନେ ଅନନ୍ତକାଳୀନ ବନ୍ଧନରେ ବନ୍ଧା ହୋଇଛନ୍ତି। ସେ ସେମାନଙ୍କୁ ମହାବିଗ୍ଭର ଦିନ ପର୍ଯ୍ୟନ୍ତ ରଖିଛନ୍ତି।


ଏହି ଭଣ୍ଡ ଶିକ୍ଷକମାନେ ପାଣି ନ ଥିବା ନଈ ଭଳି, ସେମାନେ ପ୍ରଚଣ୍ଡ ଝଡ଼ରେ ଉଡ଼ୁଥିବା ମେଘଗୁଡ଼ାକ ଭଳି, ସେମାନଙ୍କ ନିମନ୍ତେ ଘୋର ଅନ୍ଧକାର ସ୍ଥାନ ରଖା ଯାଇଅଛି।


ଯେ ଅଯୋଗ୍ୟ ମେଷପାଳକ, ସେ ପଲକୁ ତ୍ୟାଗ କରେ। ତାକୁ ଧିକ୍! ‌‌ ଖ‌ଡ଼୍‌ଗ ତା'ର ବାହୁକୁ ଏବଂ ତାଙ୍କ ଦକ୍ଷିଣ ଚକ୍ଷୁକୁ ଆଘାତ କରୁ। ତାହାର ବାହୁ ନିଶ୍ଚୟ ଶୁଷ୍କ ହେବ ଏବଂ ତାହାର ଦକ୍ଷିଣ ଚକ୍ଷୁ ନିଶ୍ଚୟ ଅନ୍ଧ ହୋଇଯିବ।


ତୁମ୍ଭମାନଙ୍କୁ ଆମ୍ଭେ ‌‌ଖ‌ଡ଼୍‌ଗରେ ଚ୍ଛେଦନ କରିବା ଓ ତୁମ୍ଭେ ସମସ୍ତେ ବଧ୍ୟସ୍ଥାନରେ ନଇଁ ପଡ଼ିବ। କାରଣ ଆମ୍ଭେ ଡାକିଲା ବେଳେ ତୁମ୍ଭେମାନେ ଉତ୍ତର କଲ ନାହିଁ, ଆମ୍ଭେ କଥା କହିଲା ବେଳେ ତୁମ୍ଭେମାନେ ଶୁଣିଲ ନାହିଁ। କିନ୍ତୁ ଆମ୍ଭ ଦୃଷ୍ଟିରେ ଯାହା ମନ୍ଦ ସେହି କାର୍ଯ୍ୟ କଲ ଓ ଯାହା ଆମ୍ଭକୁ ଅସନ୍ତୁଷ୍ଟ କରିବ ସେହି କାର୍ଯ୍ୟକୁ ମନୋନୀତ କଲ।”


ଯେଉଁମାନେ ତୁମ୍ଭକୁ କ୍ଳେଶ ଦେଇଛନ୍ତି, ସେହିମାନଙ୍କ ବିପକ୍ଷରେ ଆମ୍ଭେ ଯିବା। ସେମାନେ ତୁମ୍ଭକୁ କହିଛନ୍ତି, ‘ତୁମ୍ଭେ ନଇଁପଡ଼, ଆମ୍ଭେ ତୁମ୍ଭ ଉପରେ ଗମନ କରିବୁ।’ ପୁଣି ତୁମ୍ଭେମାନେ ଭୂମି ଓ ସଡ଼କପରି ପିଠି ପାତି ଦେଇଛ ଏବଂ ସେମାନେ ତୁମ୍ଭମାନଙ୍କ ଉପରେ ଗମନା ଗମନ କରିଛନ୍ତି।”


ସେମାନଙ୍କର ମେଜ ଖାଦ୍ୟରେ ପୂର୍ଣ୍ଣ ଥିଲା। ସେମାନେ ଏମିତି ସହଭାଗିତାର ଖାଦ୍ୟ ଖାଉଥିଲେ ଯେ, ମୁଁ ଆଶଙ୍କା କଲି ସେହି ଖାଦ୍ୟ ସେମାନଙ୍କୁ ନଷ୍ଟ କରିବ।


Swiv nou:

Piblisite


Piblisite