ରୋମୀୟ 10:15 - ପବିତ୍ର ବାଇବଲ15 ଏହି ଉପଦେଶ ଦେବା ଲୋକ ଜଣକୁ କାହା ଦ୍ୱାରା ନ ପଠାଗଲେ ବା ସେ କିପରି ଉପଦେଶ ଦେବ? ଶାସ୍ତ୍ରରେ ଲେଖା ଅଛି: “ସୁସମାଗ୍ଭର ଦେବା ପାଇଁ ଆସିବା ଲୋକର ପାଦ କେତେ ସୁନ୍ଦର ଅଟେ।” Gade chapit laପବିତ୍ର ବାଇବଲ (Re-edited) - (BSI)15 ପୁଣି, ପ୍ରେରିତ ନ ହେଲେ କିପରି ପ୍ରଚାର କରିବେ? ଯେପରି ଲେଖାଅଛି, ‘ଯେଉଁମାନେ ଶୁଭ ବିଷୟର ସୁସମାଚାର ଆଣନ୍ତି, ସେମାନଙ୍କର ପାଦ କିପରି ଶୋଭାଯୁକ୍ତ।ʼ Gade chapit laଓଡିଆ ବାଇବେଲ15 ପୁଣି, ପ୍ରେରିତ ନ ହେଲେ କିପରି ପ୍ରଚାର କରିବେ ? ଯେପରି ଲେଖା ଅଛି, "ଯେଉଁମାନେ ଶୁଭ ବିଷୟର ସୁସମାଚାର ଆଣନ୍ତି, ସେମାନଙ୍କର ପାଦ କିପରି ଶୋଭାଯୁକ୍ତ । Gade chapit laପବିତ୍ର ବାଇବଲ (CL) NT (BSI)15 ଏବଂ ପ୍ରଚାର ବିନା ସେହି ବାର୍ତ୍ତା ସେମାନେ କିପରି ଶୁଣିବେ? ପୁଣି ପ୍ରଚାର କରିବା ପାଇଁ ପ୍ରେରିତ ନ ହେଲେ ଜଣେ ପ୍ରଚାର କରିବ କିପରି? ଏ ସମ୍ପର୍କରେ ଶାସ୍ତ୍ରରେ ଲେଖାଯାଇଛି: “ସୁସମାଚାର ପ୍ରଚାରକମାନଙ୍କର ଆଗମନ କେଡ଼େ ଆନନ୍ଦଦାୟକ!” Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT15 ପୁଣି, ପ୍ରେରିତ ନ ହେଲେ କିପରି ପ୍ରଚାର କରିବେ? ଯେପରି ଲେଖାଅଛି, “ଯେଉଁମାନେ ଶୁଭ ବିଷୟର ସୁସମାଚାର ଆଣନ୍ତି, ସେମାନଙ୍କର ପାଦ କିପରି ଶୋଭାଯୁକ୍ତ।” Gade chapit la |
ହେ ଯିହୁଦା ଗ୍ଭହଁ! ପର୍ବତ ଆଡ଼କୁ ଗ୍ଭହଁ। ଜଣେ ଦୂତ ଉତ୍ତମ ସନ୍ଦେଶ ଆଣି ଆସୁଛନ୍ତି। ସେ କୁହନ୍ତି, ଶାନ୍ତି ଆସିଛି। ହେ ଯିହୁଦା, ତୁମ୍ଭର ଉତ୍ସବ ପାଳନ କର। ତୁମ୍ଭର ଶପଥ ପୂର୍ଣ୍ଣ କର। ସେହି ମନ୍ଦ ଲୋକ ଆଉ ଆସିବେ ନାହିଁ। ସେମାନେ ତୁମ୍ଭମାନଙ୍କୁ ପୁନର୍ବାର ଆକ୍ରମଣ କରି ପାରିବେ ନାହିଁ। କାହିଁକି ସେମାନେ ଆକ୍ରମଣ କରି ପାରିବେ ନାହିଁ? କାରଣ ସେହି ମନ୍ଦ ଲୋକମାନେ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ ପାଇଛନ୍ତି।
ସଦାପ୍ରଭୁଙ୍କର ସେବକ କୁହନ୍ତି, “ପ୍ରଭୁ ସଦାପ୍ରଭୁଙ୍କର ଆତ୍ମା ମୋ'ଠାରେ ଅଧିଷ୍ଠାନ କରନ୍ତି, କାରଣ ନମ୍ର ଲୋକମାନଙ୍କ ନିକଟରେ ସୁସମାଗ୍ଭର ପ୍ରଗ୍ଭର କରିବା ପାଇଁ ସଦାପ୍ରଭୁ ମୋତେ ଅଭିଷିକ୍ତ କରିଅଛନ୍ତି। ସେ ଭଗ୍ନାନ୍ତଃକରଣ ଲୋକମାନଙ୍କର କ୍ଷତ ବାନ୍ଧିବାକୁ ବନ୍ଦୀ ଲୋକମାନଙ୍କୁ ମୁକ୍ତି ଦେବାକୁ ଓ ନିର୍ବାସିତ ଲୋକମାନଙ୍କୁ କାରାମୁକ୍ତ କରିବାକୁ ପ୍ରଗ୍ଭର କରିବା ନିମନ୍ତେ ମୋତେ ପ୍ରେରଣ କରିଛନ୍ତି।
ଆଉ ମଧ୍ୟ ସଦାପ୍ରଭୁ କହନ୍ତି, “ଦେଖ, ଯେଉଁମାନେ ମିଥ୍ୟା ସ୍ୱପ୍ନର ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରନ୍ତି ଓ ସେହି ମିଥ୍ୟା କଥା ଓ ଅସାର ଶିକ୍ଷା ଦ୍ୱାରା ଆମ୍ଭର ଲୋକମାନଙ୍କୁ ବିଭ୍ରାନ୍ତ କରନ୍ତି। ଆମ୍ଭେ ସେମାନଙ୍କର ବିପକ୍ଷ ଅଟୁ।” ସଦାପ୍ରଭୁ କହନ୍ତି, “ଆମ୍ଭେ ସେମାନଙ୍କୁ ପଠାଇ ନାହୁଁ କିଅବା ସେମାନଙ୍କୁ ଆଜ୍ଞା ଦେଇ ନାହୁଁ। ତେଣୁ ସେମାନେ ଏହି ଲୋକମାନଙ୍କର କିଛି ମାତ୍ର ଉପକାର କରି ପାରିବେ ନାହିଁ।”
ସେହି ଭବିଷ୍ୟଦ୍ବକ୍ତାମାନଙ୍କ ସେବାକାର୍ଯ୍ୟ ସେମାନଙ୍କ ନିଜ ପାଇଁ ନୁହେଁ ବୋଲି ସେମାନଙ୍କୁ ଦେଖାଇ ଦିଆ ହେଲା। ଭବିଷ୍ୟଦ୍ବକ୍ତାମାନେ ତୁମ୍ଭର ସେବା କରୁଥିଲେ। ସେମାନେ ସେବା କଲାବେଳେ ଯାହା କହିଥିଲେ ତୁମ୍ଭେ ତାହା ଶୁଣିଛ। ଯେଉଁ ଲୋକମାନେ ତୁମ୍ଭକୁ ସେହି ସୁସମାଗ୍ଭର କହିଲେ, ସେମାନେ ହିଁ ତାହା କହିଥିଲେ। ସ୍ୱର୍ଗରୁ ପଠାଯାଇଥିବା ପବିତ୍ରଆତ୍ମା ସାହାଯ୍ୟରେ ସେମାନେ କହିଥିଲେ। ଯେଉଁ କଥାଗୁଡ଼ିକ ତୁମ୍ଭକୁ କୁହାଯାଇଛି, ସେଗୁଡ଼ିକୁ ସ୍ୱର୍ଗଦୂତମାନେ ମଧ୍ୟ ଜାଣିବା ପାଇଁ ବହୁତ ଆଗ୍ରହୀ।