Biblia Todo Logo
Bib sou entènèt

- Piblisite -




ରୋମୀୟ 1:19 - ପବିତ୍ର ବାଇବଲ

19 ପରମେଶ୍ୱରଙ୍କ ବିଷୟକ ସମସ୍ତ ଜ୍ଞାନ ଲୋକମାନଙ୍କ ପାଇଁ ସ୍ପଷ୍ଟ କରା ଯାଇ ସାରିଥିବାରୁ, ପରମେଶ୍ୱର ତାହାଙ୍କର କ୍ରୋଧ ଦେଖାନ୍ତି। ପ୍ରକୃତରେ, ପରମେଶ୍ୱର ନିଜ ବିଷୟରେ ଯାହା ଜଣାଇବା କଥା ସେ ସମସ୍ତ କଥା ସ୍ପଷ୍ଟ ଭାବରେ ଦେଖାଇ ଦେଇଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ଯେଣୁ ଈଶ୍ଵରଙ୍କ ସମ୍ଵନ୍ଧରେ ଯାହା ଜ୍ଞାତବ୍ୟ, ତାହା ସେମାନଙ୍କ ଅନ୍ତରରେ ପ୍ରକାଶିତ ହୋଇଅଛି; ଈଶ୍ଵର ତ ସେମାନଙ୍କ ନିକଟରେ ତାହା ପ୍ରକାଶ କରିଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

19 ଯେଣୁ ଈଶ୍ୱରଙ୍କ ସମ୍ବନ୍ଧରେ ଯାହା ଜ୍ଞାତବ୍ୟ, ତାହା ସେମାନଙ୍କ ଅନ୍ତରରେ ପ୍ରକାଶିତ ହୋଇଅଛି; ଈଶ୍ୱର ତ ସେମାନଙ୍କ ନିକଟରେ ତାହା ପ୍ରକାଶ କରିଅଛନ୍ତି ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

19 ଈଶ୍ୱର ସେମାନଙ୍କୁ ଦଣ୍ଡ ଦିଅନ୍ତି, କାରଣ ଈଶ୍ୱରଙ୍କ ବିଷୟରେ ଯାହା ଜାଣିବା କଥା, ସେମାନେ ତାହା ଜାଣିଛନ୍ତି - ଈଶ୍ୱର ନିଜେ ତାହା ସ୍ପଷ୍ଟ କରି ଦେଇଛନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ଯେଣୁ ଈଶ୍ବରଙ୍କ ସମ୍ବନ୍ଧରେ ଯାହା ଜ୍ଞାତବ୍ୟ, ତାହା ସେମାନଙ୍କ ଅନ୍ତରରେ ପ୍ରକାଶିତ ହୋଇଅଛି; ଈଶ୍ବର ତ ସେମାନଙ୍କ ନିକଟରେ ତାହା ପ୍ରକାଶ କରିଅଛନ୍ତି।

Gade chapit la Kopi




ରୋମୀୟ 1:19
9 Referans Kwoze  

ପରମେଶ୍ୱରଙ୍କ ବିଷୟରେ କେତେକ ତଥ୍ୟ ଲୋକେ ଦେଖି ପାରିବେ ନାହିଁ। ତାହାଙ୍କର ଅନନ୍ତ ଶକ୍ତି ଓ ପରମେଶ୍ୱରତ୍ୱ ତାହାଙ୍କୁ ପରମେଶ୍ୱର ବୋଲି ପ୍ରମାଣିତ କରୁଥିବା ସମସ୍ତ କଥା। କିନ୍ତୁ ଜଗତର ସୃଷ୍ଟିର ଆରମ୍ଭରୁ ସେଗୁଡ଼ିକ ଲୋକମାନଙ୍କ ବୁଝିବା ପାଇଁ ସହଜ କରାଯାଇଛି। ଏଗୁଡ଼ିକ ପରମେଶ୍ୱର ସୃଷ୍ଟି କରିଥିବା ବସ୍ତୁଗୁଡ଼ିକରୁ ସ୍ପଷ୍ଟ ହୋଇ ଥାଏ। ସେଥିପାଇଁ ମନ୍ଦ କାର୍ଯ୍ୟ କରିବା ପାଇଁ ଲୋକମାନଙ୍କ ପାଖରେ କୌଣସି ବାହାନା ନାହିଁ।


ଆକାଶକୁ ଦେଖ! କିଏ ସେହି ନକ୍ଷତ୍ରମାନଙ୍କୁ ସୃଷ୍ଟି କରିଛନ୍ତି? କିଏ ସେହି ସମସ୍ତ ନକ୍ଷତ୍ରମାନଙ୍କୁ ଆଦେଶ ଦିଅନ୍ତି ଓ ସେମାନଙ୍କ ନାମ ଧରି ସେମାନଙ୍କୁ ଡାକନ୍ତି? ତାଙ୍କର ପ୍ରବଳ ଶକ୍ତି ଓ ଅମାପ ଶକ୍ତି ଯୋଗୁଁ ଗୋଟିଏ ମଧ୍ୟ ହଜେ ନାହିଁ।


ଏହି ସତ୍ୟ ଆଲୋକ ସବୁ ଲୋକମାନଙ୍କୁ ଆଲୋକ ଦିଅନ୍ତି ଏବଂ ଏହି ସତ୍ୟ ଆଲୋକ ଜଗତକୁ ଆସୁଥିଲେ।


ତୁମ୍ଭେମାନେ କ’ଣ ଜାଣି ନାହଁ। ତୁମ୍ଭେମାନେ କ’ଣ ଶୁଣି ନାହଁ? ଆଦ୍ୟକାଳରୁ ତୁମ୍ଭମାନଙ୍କୁ କ’ଣ ଜଣାଇ ଦିଆଯାଇ ନାହିଁ? ଏ ଜଗତରେ ସୃଷ୍ଟିକର୍ତ୍ତା କିଏ ତୁମ୍ଭେ ନିଶ୍ଚୟ ଜାଣିଛ।


ଅଣଯିହୂଦୀମାନଙ୍କର କୌଣସି ବ୍ୟବସ୍ଥା ନାହିଁ। କିନ୍ତୁ ଯେତେବେଳେ ସେମାନେ ସ୍ୱାଭାବିକ ଭାବରେ ବ୍ୟବସ୍ଥା ଅନୁଯାୟୀ ନ ଜାଣି ମଧ୍ୟ କାମ କରନ୍ତି, ସେତେବେଳେ ସେଗୁଡ଼ିକ ହିଁ ବ୍ୟବସ୍ଥା ହୋଇଯାଏ। ସେମାନଙ୍କର ବ୍ୟବସ୍ଥା ନ ଥିଲେ ମଧ୍ୟ ଏହା ସତ୍ୟ।


Swiv nou:

Piblisite


Piblisite