Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 9:8 - ପବିତ୍ର ବାଇବଲ

8 ସ୍ତ୍ରୀମାନଙ୍କର କେଶ ପରି ସେମାନଙ୍କର କେଶ ଥିଲା। ସେମାନଙ୍କର ଦାନ୍ତ ସିଂହ ଦାନ୍ତ ପରି ଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ସ୍ତ୍ରୀଲୋକମାନଙ୍କ କେଶ ସଦୃଶ ସେମାନଙ୍କ କେଶ, ସିଂହଦ; ତୁଲ୍ୟ ସେମାନଙ୍କ ଦନ୍ତ;

Gade chapit la Kopi

ଓଡିଆ ବାଇବେଲ

8 ସ୍ତ୍ରୀଲୋକମାନଙ୍କ କେଶ ସଦୃଶ ସେମାନଙ୍କ କେଶ, ସିଂହଦନ୍ତ ତୁଲ୍ୟ ସେମାନଙ୍କ ଦନ୍ତ;

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

8 କେଶ ସ୍ତ୍ରୀଲୋକମାନଙ୍କର କେଶ ପରି ଓ ସେମାନଙ୍କର ଦନ୍ତଗୁଡ଼ିକ ସିଂହ ଦନ୍ତ ପରି ଥିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ସ୍ତ୍ରୀଲୋକମାନଙ୍କ କେଶ ସଦୃଶ ସେମାନଙ୍କ କେଶ, ସିଂହଦନ୍ତ ତୁଲ୍ୟ ସେମାନଙ୍କ ଦନ୍ତ;

Gade chapit la Kopi




ପ୍ରକାଶିତ 9:8
8 Referans Kwoze  

ଆମ୍ଭ ଦେଶକୁ ଆକ୍ରମଣ କରିବାକୁ, ଏକ ବିରାଟ ଶକ୍ତିଶାଳୀ ଜାତି ଆସିଲା। ସେମାନଙ୍କର ସଂଖ୍ୟା ଅଗଣିତ ଥିଲା। ସେମାନଙ୍କର ଦାନ୍ତଗୁଡ଼ିକ ସିଂହର ଦନ୍ତଠାରୁ ତୀ‌‌‌କ୍ଷ୍‌‌‌ଣ ଥିଲା ଏବଂ ସେମାନଙ୍କର କଳଦନ୍ତ ଏକ ବୃହତ୍ ସିଂହର କଳଦନ୍ତ ତୁଲ୍ୟ।


ତୁମ୍ଭର କେଶ, ସୁନା ଅଳଙ୍କାର ବା ସୁନ୍ଦର ବସ୍ତ୍ର ଉପରେ ତୁମ୍ଭର ସୌନ୍ଦର୍ଯ୍ୟ ନିର୍ଭର କରେ ନାହିଁ।


ମୁଁ ଏହା ମଧ୍ୟ ଗ୍ଭହେଁ ଯେ ସ୍ତ୍ରୀଲୋକମାନେ ଏପରି ପୋଷାକ ପିନ୍ଧନ୍ତୁ, ଯାହା ସେମାନଙ୍କ ପାଇଁ ଉପଯୁକ୍ତ। ଉତ୍ତମ ମନୋଭାବ ସହିତ ସମ୍ମାନନୀୟ ଭାବରେ ନିଜକୁ ସଜାନ୍ତୁ। ନିଜକୁ ସୁନ୍ଦର ଦେଖାଇବା ଲାଗି ବେଣୀ ବାନ୍ଧନ୍ତୁ ନାହିଁ, ସୁନା, ରତ୍ନ ଓ ଦାମିକା ଲୁଗାର ବ୍ୟବହାର କରନ୍ତୁ ନାହିଁ।


ସେହି ସ୍ତ୍ରୀଲୋକମାନଙ୍କର ସୁଗନ୍ଧ ଦ୍ରବ୍ୟ ବଦଳରେ ଦୁର୍ଗନ୍ଧ ଓ କ୍ଲେଦରେ, କଟିବସ୍ତ୍ର ରଜ୍ଜୁରେ ସୁନ୍ଦର ମଥା ବିନା କେଶରେ ଉତ୍ସବକାଳୀନ ପୋଷାକ ଲୋତକ ପୂର୍ଣ୍ଣ ଏବଂ ଦୁଃଖ ବସ୍ତ୍ରରେ ସେମାନଙ୍କ ସୌନ୍ଦର୍ଯ୍ୟ ମୁଖମଣ୍ଡଳ କ୍ଷତ ଚିହ୍ନ ଏବଂ ଅସୁନ୍ଦର ଦାଗ ବହନ କରିବ।


ମୋର ଜୀବନ ସଙ୍କଟପୂର୍ଣ୍ଣ। ମୋର ଶତ୍ରୁମାନେ ମୋର ଚତୁର୍ପାର୍ଶ୍ୱରେ ଘେରି ରହିଛନ୍ତି। ସେମାନେ ମଣିଷ ଖିଆ ସିଂହ ପରି। ସେମାନଙ୍କର ଦାନ୍ତ ବର୍ଚ୍ଛା ଓ ବାଣ ତୁଲ୍ୟ। ସେମାନଙ୍କର ଜିହ୍ୱା ତୀ‌କ୍ଷ୍‌ଣ ଖ‌ଡ଼୍‌ଗ ତୁଲ୍ୟ।


ତା'ପରେ ଯେହୂ ଯିଷ୍ରିୟେଲର ପଥରେ ଗଲେ। ଇଷେବେଲ ଏବିଷୟରେ ଜାଣିବାକୁ ପାଇଲେ। ତେଣୁ ସେ ନିଜକୁ ସଜାଇ ଓ ଆପଣା କେଶ ବିନ୍ୟାସ କରି ଝରକା ନିକଟରେ ଛିଡ଼ା ହୋଇ ବାହାରକୁ ଗ୍ଭହିଁଲେ।


ଯିଶାଇୟ ଆହୁରି ମଧ୍ୟ କହିଥିଲେ: “ପ୍ରଭୁ ସର୍ବଶକ୍ତିମାନ। ସେ ତାହାଙ୍କ ଲୋକମାନଙ୍କ ଭିତରୁ କେତେକଙ୍କୁ ଆମ୍ଭ ପାଇଁ ବଞ୍ଚାଇ ରଖିଲେ। ସେ ଏପରି କରି ନ ଥିଲେ ଆମ୍ଭ ଅବସ୍ଥା ଏବେ ସଦୋମ ଓ ଗମୋରା ଭଳି ହୋଇ ଯାଇ ଥା’ନ୍ତା”


Swiv nou:

Piblisite


Piblisite