ପ୍ରକାଶିତ 4:11 - ପବିତ୍ର ବାଇବଲ11 “ହେ ପ୍ରଭୁ, ଆମ୍ଭର ପରମେଶ୍ୱର! ତୁମ୍ଭେ ଗୌରବ, ସମ୍ମାନ ଓ କ୍ଷମତା ପାଇବା ପାଇଁ ଯୋଗ୍ୟ ତୁମ୍ଭେ ହିଁ ଏସବୁ ସୃଷ୍ଟି କରିଅଛ। ତୁମ୍ଭ ଇଚ୍ଛା ଅନୁସାରେ ସମସ୍ତ ବିଷୟର ସୃଷ୍ଟି ହୋଇଛି ଓ ଅସ୍ତିତ୍ୱ ପାଇଅଛି।” Gade chapit laପବିତ୍ର ବାଇବଲ (Re-edited) - (BSI)11 ହେ ଆମ୍ଭମାନଙ୍କର ପ୍ରଭୁ ଓ ଈଶ୍ଵର, ତୁମ୍ଭେ ଗୌରବ, ସମ୍ଭ୍ରମ ଓ ପରାକ୍ରମ ପାଇବାକୁ ସୁଭାଜନ ଅଟ, ତୁମ୍ଭେ ସମସ୍ତ ସୃଷ୍ଟି କରିଅଛ, ଆଉ ତୁମ୍ଭ ଇଚ୍ଛାରେ ସେହିସବୁ ସତ୍ତ୍ଵ ପ୍ରାପ୍ତ ହୋଇ ସୃଷ୍ଟ ହୋଇଅଛି। Gade chapit laଓଡିଆ ବାଇବେଲ11 ହେ ଆମ୍ଭମାନଙ୍କର ପ୍ରଭୁ ଓ ଈଶ୍ୱର, ତୁମ୍ଭେ ଗୌରବ, ସମ୍ଭ୍ରମ ଓ ପରାକ୍ରମ ପାଇବାକୁ ଯୋଗ୍ୟ ଅଟ, ତୁମ୍ଭେ ସମସ୍ତ ସୃଷ୍ଟି କରିଅଛ, ଆଉ ତୁମ୍ଭ ଇଚ୍ଛାରେ ସେହି ସବୁ ସତ୍ତା ପ୍ରାପ୍ତ ହୋଇ ସୃଷ୍ଟ ହୋଇଅଛି । Gade chapit laପବିତ୍ର ବାଇବଲ (CL) NT (BSI)11 “ହେ ଆମ୍ଭମାନଙ୍କର ପ୍ରଭୁ ଈଶ୍ୱର! ତୁମେ ହିଁ ଗୌରବ, ସମ୍ଭ୍ରବ ଓ ପରାକ୍ରମର ଭାଜନ, କାରଣ, ତୁମେ ସମସ୍ତ ବିଷୟ ସୃଷ୍ଟି କରିଛ। ନିଜ ଇଚ୍ଛାରେ ସେହି ସମସ୍ତଙ୍କୁ ଅସ୍ତିତ୍ୱ ପ୍ରଦାନ କରିଛ, ପ୍ରାଣୀମାନଙ୍କୁ ସଜୀବ କରିଛ।” Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT11 “ହେ ଆମ୍ଭମାନଙ୍କର ପ୍ରଭୁ ଓ ଈଶ୍ବର, ତୁମ୍ଭେ ଗୌରବ, ସମ୍ଭ୍ରମ ଓ ପରାକ୍ରମ ପାଇବାକୁ ଯୋଗ୍ୟ ଅଟ, ତୁମ୍ଭେ ସମସ୍ତ ସୃଷ୍ଟି କରିଅଛ, ଆଉ ତୁମ୍ଭ ଇଚ୍ଛାରେ, ସେହିସବୁ ସତ୍ତା ପ୍ରାପ୍ତ ହୋଇ ସୃଷ୍ଟ ହୋଇଅଛି।” Gade chapit la |
“ହେ ଲୋକମାନେ ତୁମ୍ଭେମାନେ ଏପରି କାହିଁକି କରୁଛ? ଆମ୍ଭେ ତୁମ୍ଭମାନଙ୍କ ପରି କେବଳ ମଣିଷ। ଆମ୍ଭେ ତୁମ୍ଭମାନଙ୍କୁ ସୁସମାଗ୍ଭର କହିବା ପାଇଁ ଆସିଛୁ। ତୁମ୍ଭମାନଙ୍କୁ ଏହି ମୂଲ୍ୟହୀନ ବିଷୟ ଗୁଡ଼ିକଠାରୁ ଦୂରେଇ ରହି ଜୀବନ୍ତ ପରମେଶ୍ୱରଙ୍କ ଆଡ଼କୁ ଫେରାଇବା ପାଇଁ ଆମ୍ଭେ ଆସିଛୁ। ସେହି ପରମେଶ୍ୱର ଆକାଶ, ପୃଥିବୀ, ସମୁଦ୍ର ଓ ତନ୍ମଧ୍ୟସ୍ଥ ସମସ୍ତ ବିଷୟ ସୃଷ୍ଟି କରିଛନ୍ତି।