Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 22:1 - ପବିତ୍ର ବାଇବଲ

1 ତା'ପରେ ଦୂତ ମୋତେ ଜୀବନଜଳର ନଦୀ ଦେଖାଇଲେ। ସେ ନଦୀଟି ସ୍ଫଟିକ ପରି ଉଜ୍ଜ୍ୱଳ ଥିଲା। ସେହି ନଦୀ ପରମେଶ୍ୱର ଓ ମେଷଶାବକଙ୍କ ସିଂହାସନରୁ ପ୍ରବାହିତ ହେଉଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ପରେ ସେ ମୋତେ ଜୀବନଦାୟକ ଜଳର ଗୋଟିଏ ନଦୀ ଦେଖାଇଲେ, ତାହା ସ୍ଫଟିକ ସଦୃଶ ଉଜ୍ଜ୍ଵଳ, ପୁଣି ଈଶ୍ଵର ଓ ମେଷଶାବକଙ୍କ ସିଂହାସନରୁ ନିର୍ଗତ ହୋଇ ନଗରର ପଥ ମଧ୍ୟ ଦେଇ ପ୍ରବାହିତ ହେଉଅଛି।

Gade chapit la Kopi

ଓଡିଆ ବାଇବେଲ

1 ପରେ ସେ ମୋତେ ଜୀବନଦାୟକ ଜଳର ଗୋଟିଏ ନଦୀ ଦେଖାଇଲେ, ତାହା ସ୍ଫଟିକ ସଦୃଶ ଉଜ୍ଜ୍ୱଳ, ପୁଣି, ଈଶ୍ୱର ଓ ମେଷଶାବକଙ୍କ ସିଂହାସନରୁ ନିର୍ଗତ ହୋଇ ନଗରର ପଥ ମଧ୍ୟ ଦେଇ ପ୍ରବାହିତ ହେଉଅଛି ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

1 ନୂତନ ପୃଥିବୀରେ ସ୍ଫଟିକ ପରି ସ୍ୱଚ୍ଛ ଜୀବନ-ଜଳର ଗୋଟିଏ ନଦୀ ଦୂତ ମୋତେ ଦେଖାଇଲେ। ଏହି ନଦୀ ଈଶ୍ୱର ଓ ମେଷଶାବକଙ୍କ ସିଂହାସନରୁ ନିର୍ଗତ ହୋଇ

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ପରେ ଦୂତ ମୋତେ ଜୀବନଦାୟକ ଜଳର ଗୋଟିଏ ନଦୀ ଦେଖାଇଲେ, ତାହା ସ୍ଫଟିକ ସଦୃଶ ଉଜ୍ଜ୍ୱଳ, ପୁଣି, ଈଶ୍ବର ଓ ମେଷଶାବକଙ୍କ ସିଂହାସନରୁ ନିର୍ଗତ ହୋଇ ନଗରର ପଥ ମଧ୍ୟ ଦେଇ ପ୍ରବାହିତ ହେଉଅଛି।

Gade chapit la Kopi




ପ୍ରକାଶିତ 22:1
30 Referans Kwoze  

ସିଂହାସନର ମଧ୍ୟରେ ଥିବା ମେଷଶାବକ ସେମାନଙ୍କର ମେଷପାଳକ ହେବେ। ସେ ସେମାନଙ୍କୁ ଜୀବନ ପ୍ରଦାନକାରୀ ଜଳର ନିର୍ଝର ପାଖକୁ କଢ଼େଇ ନେଇଯିବେ। ପରମେଶ୍ୱର ସେମାନଙ୍କର ଆଖିରୁ ସବୁ ଲୁହ ପୋଛି ଦେବେ।’’


କିନ୍ତୁ ମୁଁ ଯେଉଁ ଜଳ ପିଇବାକୁ ଦେବି, ତାହା ଯେଉଁ ଲୋକ ପିଇବ ସେ କଦାପି ତୃଷାର୍ତ୍ତ ହେବ ନାହିଁ। ମୁଁ ତାହାଙ୍କୁ ଯେଉଁ ଜଳ ଦେବି, ତାହା ଅନନ୍ତ ଜୀବନ ଜଳର ଝର ସ୍ୱରୁପେ ସର୍ବଦା ପ୍ରବାହିତ ହେବ।”


ସିଂହାସନରେ ବସିଥିବା ବ୍ୟକ୍ତି ମୋତେ କହିଲେ, “ଏହା ସମାପ୍ତ ହୋଇଯାଇଛି। ମୁଁ ହେଉଛି ପ୍ରଥମ ଓ ଶେଷ। ମୁଁ ତୃଷାର୍ତ୍ତ ଲୋକକୁ ବିନା ମୂଲ୍ୟରେ ଜୀବନ୍ତଜଳ ନିର୍ଝରରୁ ପାନ କରିବାକୁ ଦେବି।


ସେଦିନ, ଯିରୁଶାଲମରୁ ସ୍ୱଚ୍ଛ ଜଳ ପ୍ରବାହିତ ହେବ। ସେ ଅଧା ପ୍ରବାହିତ ହେବ ସମୁଦ୍ର ଆଡ଼କୁ ପୂର୍ବ ଦିଗକୁ ଓ ଅନ୍ୟ ଅଧା ପଶ୍ଚିମ ଦିଗ ସମୁଦ୍ର ଆଡ଼କୁ। ଏହା ଉଭୟ ଗ୍ରୀଷ୍ମକାଳ ଓ ଶୀତକାଳରେ ହେବ।


ଏପରି ଏକ ନଦୀ ଅଛି ଯାହାର ପବିତ୍ର ଜଳଧାରା ସର୍ବୋପରିସ୍ଥ ପରମେଶ୍ୱରଙ୍କ ନଗରୀକୁ ଆନନ୍ଦିତ କରୁଛି।


ଆତ୍ମା ଓ କନ୍ୟା କହନ୍ତି, “ଆସ!” ଏସବୁ ଶୁଣୁଥିବା ପ୍ରତ୍ୟେକ ଲୋକ ମଧ୍ୟ କହୁ, “ଆସ!” ଯେ ତୃଷାର୍ତ୍ତ, ସେ ଆସୁ; ଯେ ଇଚ୍ଛା କରେ, ସେ ବିନା ମୂଲ୍ୟରେ ଜୀବନର ଜଳପାନ କରିପାରେ।


ହେ ଇସ୍ରାଏଲର ଆଶା ଭରସା ସଦାପ୍ରଭୁ, ଯେଉଁମାନେ ତୁମ୍ଭକୁ ପରିତ୍ୟାଗ କରନ୍ତି, ସେ ସମସ୍ତେ ଲଜ୍ଜିତ ହେବେ। ଯେଉଁମାନେ ମୋ’ ନିକଟରୁ ପ୍ରସ୍ଥାନ କରନ୍ତି, ସେମାନଙ୍କର ନାମ ଧୂଳିରେ ଲିଖିତ ହେବ, କାରଣ ସେମାନେ ଅମୃତ ଜଳର ନିର୍ଝର ସ୍ୱରୂପ ସଦାପ୍ରଭୁଙ୍କୁ ତ୍ୟାଗ କରିଅଛନ୍ତି।


“କାରଣ ଆମ୍ଭର ଲୋକମାନେ ଦୁଇଟି ପାପ କରିଅଛନ୍ତି। ପ୍ରଥମତଃ ସେମାନେ ମୋତେ ପରିତ୍ୟାଗ କରିଅଛନ୍ତି ଯଦିଓ ମୁଁ ଏକ ଜୀବନଦାୟୀନୀ ନିର୍ଝର ଅଟେ ଓ ଦ୍ୱିତୀୟରେ ନିଜ ପାଇଁ ସେମାନେ ବହୁ ଜଳକୁଣ୍ଡ ଖୋଳିଅଛନ୍ତି। ମାତ୍ର ସେହି ଭଙ୍ଗା ଜଳକୁଣ୍ଡ ସବୁ ଜଳ ରଖିପାରନ୍ତି ନାହିଁ।


ଆମ୍ଭେ ବୃକ୍ଷଶୂନ୍ୟ ଉଚ୍ଚଭୂମିରେ ନଦନଦୀ ସୃଷ୍ଟି କରିବା, ଉପତ୍ୟକାର ମଧ୍ୟ ଭାଗରେ ଝରଣାମାନ ଫିଟାଇବା, ପ୍ରାନ୍ତରକୁ ଜଳାଶୟ ଓ ଶୁଷ୍କ ଭୂମିରେ ନିର୍ଝର ଜଳ ପ୍ରବାହିତ କରାଇବା।


“ଯେ ବିଜୟୀ ହୁଏ, ମୁଁ ତାହାକୁ ମୋ’ ସହିତ ସିଂହାସନରେ ବସାଇବି। ଯେପରି ମୁଁ ବିଜୟୀ ହୋଇ ମୋର ପରମପିତାଙ୍କ ସହ ତାହାଙ୍କ ସିଂହାସନରେ ବସିଥିଲି, ସେ ସେହିପରି ମୋ’ ସହିତ ବସିବ।


ଯୀଶୁଙ୍କୁ ସ୍ୱର୍ଗକୁ ଉଠାଇ ନିଆ ଯାଇଛି। ସେ ବର୍ତ୍ତମାନ ଈଶ୍ୱରଙ୍କର ଡାହାଣ ପଟେ ଅଛନ୍ତି। ପରମପିତା ଯୀଶୁଙ୍କୁ ପବିତ୍ରଆତ୍ମା ଦେଇଛନ୍ତି। ଈଶ୍ୱର ଏହି ପବିତ୍ରଆତ୍ମା ଦେବା ପାଇଁ ଆଗରୁ ଶପଥ କରିଥିଲେ। ତେଣୁ ଯୀଶୁ ପବିତ୍ରଆତ୍ମାଙ୍କୁ ଢାଳି ଦେଉଛନ୍ତି। ବର୍ତ୍ତମାନ ତୁମ୍ଭେମାନେ ଏହା ଦେଖୁଅଛ ଓ ଶୁଣୁଅଛ।


ସେହି ନଗରୀ ପରମେଶ୍ୱରଙ୍କ ଗୌରବରେ ଉଜ୍ଜ୍ୱଳମୟ ଦେଖାଯାଉଥିଲା। ଏହା ମୂଲ୍ୟବାନ ମଣି, ସୂର୍ଯ୍ୟକାନ୍ତ ପରି ଉଜ୍ଜ୍ୱଳ ହୋଇ ଝଲକୁଥିଲା। ଏହା ସ୍ଫଟିକ ପରି ସ୍ୱଚ୍ଛ ଥିଲା।


“ମୁଁ ପରମପିତାଙ୍କ ପାଖରୁ ତୁମ୍ଭମାନଙ୍କ ନିକଟକୁ ସେହି ସାହାଯ୍ୟକାରୀଙ୍କୁ ପଠାଇବି। ସେହି ସାହାଯ୍ୟକାରୀ ସତ୍ୟମୟ ଆତ୍ମା ଅଟନ୍ତି। ସେ ପରମପିତାଙ୍କ ପାଖରୁ ଆସନ୍ତି। ସେ ଯେତେବେଳେ ଆସିବେ, ସେ ମୋ’ ବିଷୟରେ ସାକ୍ଷ୍ୟ ଦେବେ।


ତା'ପରେ ମୁଁ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ଓ ସମୁଦ୍ରର ସମସ୍ତ ପ୍ରାଣୀଙ୍କୁ ଏହା କହିବାର ଶୁଣିଲି: “ଯେ ସିଂହାସନରେ ବସିଛନ୍ତି, ତାହାଙ୍କର ଓ ମେଷଶାବକଙ୍କର ପ୍ରଶଂସା, ଗୌରବ, ସମ୍ମାନ ଓ କ୍ଷମତା ଯୁଗେ ଯୁଗେ ହେଉ।”


ତୁମ୍ଭେ ଯଦି ଆମ୍ଭର ଆଜ୍ଞା ପାଳନ କରିଥା’ନ୍ତ, ତେବେ ତୁମ୍ଭର ଶାନ୍ତି ନଦୀତୁଲ୍ୟ ଓ ତୁମ୍ଭର ଧାର୍ମିକତା ସମୁଦ୍ରର ତରଙ୍ଗ ତୁଲ୍ୟ ତୁମ୍ଭ ନିକଟକୁ ଆସିଥା’ନ୍ତା।


ସେତେବେଳେ ମୁଁ ସିଂହାସନର ମଝିରେ ଜଣେ ମେଷଶାବକଙ୍କୁ ଦେଖିଲି। ତାହାଙ୍କ ଗ୍ଭରିପାଖେ ଗ୍ଭରୋଟି ଜୀବିତ ପ୍ରାଣୀ ଓ ପ୍ରାଚୀନମାନେ ଘେରି ରହିଥିଲେ। ବଳି ଦିଆଯାଇଥିବା ପରି ସେ ଦେଖା ଯାଉଥିଲେ। ତାହାଙ୍କର ସାତୋଟି ଶିଙ୍ଗ ଓ ସାତୋଟି ଚକ୍ଷୁ ଥିଲା, ଏହି ସାତୋଟି ଚକ୍ଷୁ ପରମେଶ୍ୱରଙ୍କର ସାତୋଟି ଆତ୍ମା, ଯାହାଙ୍କୁ ପୃଥିବୀର ଗ୍ଭରିଆଡ଼େ ପ୍ରେରିତ କରାଯାଇଥିଲା।


ସଦାପ୍ରଭୁ ଏହା କହନ୍ତି, “ଏହା ଶାନ୍ତି ରୂପେ ତା'ର ଜଳପୂର୍ଣ୍ଣ ଝରଣା ଆଡ଼କୁ ବହିବ। ଜାତିଗଣର ଧନ ସମ୍ପତ୍ତି ଗୋଟିଏ ପରିପୂର୍ଣ୍ଣ ଝରଣା ସଦୃଶ, ତୁମ୍ଭେ ସେବକ ହେବ ଏବଂ ଗୋଟିଏ ଅଣ୍ଟାରେ ବହନ ହେବ।


ଏହା ଯୀଶୁ ଖ୍ରୀଷ୍ଟଙ୍କର ପ୍ରକାଶିତ ବାକ୍ୟ ଯାହା ଯାହା ଶୀଘ୍ର ଘଟିବ, ସେ ବିଷୟରେ ତାହାଙ୍କ ସେବକମାନଙ୍କୁ ଦେଖାଇବା ପାଇଁ ପରମେଶ୍ୱର ଯୀଶୁଙ୍କୁ ଏସବୁ ଦେଇଥିଲେ। ଖ୍ରୀଷ୍ଟ ତାହାଙ୍କର ଦୂତଙ୍କୁ ଏସବୁ ଦେଖାଇବା ପାଇଁ ତାହାଙ୍କ ଦାସ ଯୋହନଙ୍କ ନିକଟକୁ ପଠାଇଲେ।


ତା'ପରେ ସାତ ଜଣ ସ୍ୱର୍ଗଦୂତଙ୍କ ମଧ୍ୟରୁ ଯେଉଁମାନଙ୍କ ପାଖରେ ସାତୋଟି ଶେଷ କ୍ଳେଶର ସାତ ପାତ୍ର ଥିଲା, ସେହିମାନଙ୍କ ମଧ୍ୟରୁ ଜଣେ ମୋ’ ପାଖକୁ ଆସିଲେ। ସେହି ସ୍ୱର୍ଗଦୂତ ମୋତେ କହିଲେ, “ମୋ’ ସହିତ ଆସ। ମୁଁ ତୁମ୍ଭକୁ ବଧୂକୁ ଦେଖାଇବି। ସେ ମେଷଶାବକଙ୍କର ସ୍ତ୍ରୀ।


ସେ ସ୍ୱର୍ଗଦୂତ ମୋତେ କହିଲେ, “ଏହି କଥାଗୁଡ଼ିକ ସତ୍ୟ ଓ ବିଶ୍ୱାସ ଯୋଗ୍ୟ। ପ୍ରଭୁ ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କ ଆତ୍ମାର ପରମେଶ୍ୱର ଅଟନ୍ତି। ଯାହା ଶୀଘ୍ର ଘଟିବ, ତାହା ତାହାଙ୍କ ସେବକମାନଙ୍କୁ ଦେଖାଇବା ପାଇଁ ପରମେଶ୍ୱର ସ୍ୱର୍ଗଦୂତଙ୍କୁ ପଠାଇଛନ୍ତି।


ଯଦି ପରମେଶ୍ୱର ତାହାଙ୍କ ମାଧ୍ୟମରେ ଗୌରବ ଅର୍ଜ୍ଜନ କରନ୍ତି, ତେବେ ପରମେଶ୍ୱର ତାହାଙ୍କଠାରେ ପୁତ୍ରଙ୍କୁ ଗୌରବ ଦେବେ। ସେ ତାହାଙ୍କୁ ଅତି ଶୀଘ୍ର ଗୌରବାନ୍ୱିତ କରିବେ।”


Swiv nou:

Piblisite


Piblisite