ପ୍ରକାଶିତ 20:3 - ପବିତ୍ର ବାଇବଲ3 ସେ ତାହାକୁ ଗଭୀରତମ ଗହ୍ୱରରେ ଫୋପାଡ଼ି ଦେଲେ ଓ ତାହାକୁ ବନ୍ଦ କରିଦେଲେ। ଦୂତ ସେହି ଗହ୍ୱରକୁ ବନ୍ଦ କରି ମୁଦ୍ରା ବସାଇଲେ, ଯେପରି ସେ ହଜାରବର୍ଷ ପୂର୍ଣ୍ଣ ହେବାପର୍ଯ୍ୟନ୍ତ ଲୋକମାନଙ୍କୁ ଭ୍ରାନ୍ତ କରି ପାରିବ ନାହିଁ। ଏକ ହଜାର ବର୍ଷ ପରେ ତାହାକୁ ଖୁବ୍ ଅଳ୍ପ ସମୟ ପାଇଁ ମୁକ୍ତ କରାଯିବ। Gade chapit laପବିତ୍ର ବାଇବଲ (Re-edited) - (BSI)3 ପୁଣି ତାହାକୁ ପାତାଳକୁଣ୍ତରେ ନିକ୍ଷେପ କରି ସେଥିର ମୁଖ ବନ୍ଦ କଲେ ଓ ତାହା ଉପରେ ମୁଦ୍ରାଙ୍କ ଦେଲେ, ଯେପରି ସେହି ଏକ ସହସ୍ର ବର୍ଷ ଶେଷ ନ ହେବା ପର୍ଯ୍ୟନ୍ତ ସେ ଜାତିସମୂହକୁ ଆଉ ଭ୍ରାନ୍ତ କରି ପାରିବ ନାହିଁସ; ଏହା ପରେ ଅଳ୍ପ କାଳ ନିମନ୍ତେ ତାହାକୁ ମୁକ୍ତ ହେବାକୁ ହେବ। Gade chapit laଓଡିଆ ବାଇବେଲ3 ପୁଣି, ତାହାକୁ ପାତାଳକୁଣ୍ଡରେ ନିକ୍ଷେପ କରି ସେଥିର ମୁଖ ବନ୍ଦ କଲେ ଓ ତାହା ଉପରେ ମୁଦ୍ରାଙ୍କ ଦେଲେ, ଯେପରି ସେହି ଏକ ସହସ୍ର ବର୍ଷ ଶେଷ ନ ହେବା ପର୍ଯ୍ୟନ୍ତ ସେ ଜାତିସମୂହକୁ ଆଉ ଭ୍ରାନ୍ତ କରି ପାରିବ ନାହିଁ; ଏହାପରେ ଅଳ୍ପ କାଳ ନିମନ୍ତେ ତାହାକୁ ମୁକ୍ତ ହେବାକୁ ହେବ । Gade chapit laପବିତ୍ର ବାଇବଲ (CL) NT (BSI)3 ଓ ପାତାଳକୁଣ୍ଡରେ ନିକ୍ଷେପ କରି ତାହାର ଦ୍ୱାର ରୁଦ୍ଧ କଲେ ଏବଂ ଦ୍ୱାର ଦେଶକୁ ମୁଦ୍ରିତ କଲେ। ସହସ୍ର ବର୍ଷ ବିତି ନ ଯିବା ଯାଏ ସେ ଆଉ କୌଣସି ଦେଶର ଲୋକମାନଙ୍କୁ ପ୍ରତାରଣା କରିପାରିବ ନାହିଁ। ନିର୍ଦ୍ଦିଷ୍ଟ କାଳ ପୁରିଗଲେ, ତାକୁ କିଛି ସମୟ ପାଇଁ ପୁଣି ଥରେ ମୁକୁଳାଇ ଦିଆଯିବ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT3 ପୁଣି, ତାହାକୁ ପାତାଳକୁଣ୍ଡରେ ନିକ୍ଷେପ କରି ସେଥିର ମୁଖ ବନ୍ଦ କଲେ ଓ ତାହା ଉପରେ ମୁଦ୍ରାଙ୍କ ଦେଲେ, ଯେପରି ସେହି ଏକ ସହସ୍ର ବର୍ଷ ଶେଷ ନ ହେବା ପର୍ଯ୍ୟନ୍ତ ସେ ଜାତିସମୂହକୁ ଆଉ ଭ୍ରାନ୍ତ କରିପାରିବ ନାହିଁ; ଏହାପରେ ଅଳ୍ପ କାଳ ନିମନ୍ତେ ତାହାକୁ ମୁକ୍ତ ହେବାକୁ ହେବ। Gade chapit la |
ଦ୍ୱିତୀୟ ପଶୁ ପୃଥିବୀର ଲୋକଙ୍କୁ ବୋକା ବନାଏ। ଆଶ୍ଚର୍ଯ୍ୟ କାର୍ଯ୍ୟ ଦେଖାଏ। ସେ ଯେଉଁ କ୍ଷମତା ପାଇଥିଲା, ତା’ ସହିତ ସେ ପ୍ରଥମ ପଶୁକୁ ରକ୍ଷା କରିବା ପାଇଁ ଏହିସବୁ ଆଶ୍ଚର୍ଯ୍ୟକର୍ମମାନ କରେ। ଦ୍ୱିତୀୟ ପଶୁ ପ୍ରଥମ ପଶୁକୁ ସମ୍ମାନ ଦେବା ପାଇଁ ପୃଥିବୀର ଲୋକମାନଙ୍କୁ ଗୋଟିଏ ମୂର୍ତ୍ତି ତିଆରି କରିବା ପାଇଁ ଆଦେଶ ଦେଲା। ଏହି ପଶୁ ଖଣ୍ଡାରେ ଆଘାତ ପାଇ ସୁଦ୍ଧା ମରି ନ ଥିଲା।