ପ୍ରକାଶିତ 2:19 - ପବିତ୍ର ବାଇବଲ19 “ମୁଁ ତୁମ୍ଭ କାର୍ଯ୍ୟ ବିଷୟରେ ଜାଣେ, ମୁଁ ତୁମ୍ଭର ପ୍ରେମ, ବିଶ୍ୱାସ, ସେବା, ଓ ଧୈର୍ଯ୍ୟ ବିଷୟରେ ମଧ୍ୟ ଜାଣେ। ମୁଁ ଜାଣେ, ତୁମ୍ଭେ ଆରମ୍ଭରେ କରିଥିବା କାର୍ଯ୍ୟ ଅପେକ୍ଷା ଅଧିକ କାର୍ଯ୍ୟ କରୁଛ। Gade chapit laପବିତ୍ର ବାଇବଲ (Re-edited) - (BSI)19 ଆମ୍ଭେ ତୁମ୍ଭର କର୍ମ , ପ୍ରେମ, ବିଶ୍ଵାସ, ସେବା ଓ ଧୈର୍ଯ୍ୟ ଜାଣୁ, ପୁଣି ତୁମ୍ଭର ବର୍ତ୍ତମାନ କର୍ମ ତୁମ୍ଭର ପୂର୍ବ କର୍ମଗୁଡ଼ିକ ଅପେକ୍ଷା ଯେ ଅଧିକ, ଏହା ମଧ୍ୟ ଜାଣୁ। Gade chapit laଓଡିଆ ବାଇବେଲ19 ଆମ୍ଭେ ତୁମ୍ଭର କର୍ମ, ପ୍ରେମ, ବିଶ୍ୱାସ, ସେବା ଓ ଧୈର୍ଯ୍ୟ ଜାଣୁ, ପୁଣି, ତୁମ୍ଭର ବର୍ତ୍ତମାନ କର୍ମ ତୁମ୍ଭର କର୍ମଗୁଡ଼ିକ ଅପେକ୍ଷା ଯେ ଅଧିକ, ଏହା ମଧ୍ୟ ଜାଣୁ । Gade chapit laପବିତ୍ର ବାଇବଲ (CL) NT (BSI)19 ତୁମର କାର୍ଯ୍ୟକଳାପ, ତୁମ ପ୍ରେମ, ବିଶ୍ୱସ୍ତତା, ତୁମ ସେବାକାର୍ଯ୍ୟ ଓ ଧୈର୍ଯ୍ୟ ମୁଁ ଜାଣେ! ମୁଁ ମଧ୍ୟ ଜାଣେ ଯେ, ତୁମେ ପୂର୍ବେ ଯାହା କରୁଥିଲ, ବର୍ତ୍ତମାନ ତାହାଠାରୁ ଅଧିକ କରୁଛ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT19 ଆମ୍ଭେ ତୁମ୍ଭର କର୍ମ, ପ୍ରେମ, ବିଶ୍ୱାସ, ସେବା ଓ ଧୈର୍ଯ୍ୟ ଜାଣୁ, ପୁଣି, ତୁମ୍ଭର ବର୍ତ୍ତମାନ କର୍ମ ତୁମ୍ଭର ପୂର୍ବ କର୍ମଗୁଡ଼ିକ ଅପେକ୍ଷା ଯେ ଅଧିକ, ଏହା ମଧ୍ୟ ଜାଣୁ। Gade chapit la |
କିନ୍ତୁ ତୀମଥି ତୁମ୍ଭମାନଙ୍କ ପାଖରୁ ଆମ୍ଭମାନଙ୍କ ପାଖକୁ ଫେରି ଆସିଛନ୍ତି। ସେ ତୁମ୍ଭମାନଙ୍କର ବିଶ୍ୱାସ ଓ ପ୍ରେମର ସୁଖବର ଆମ୍ଭକୁ ଦେଇଛନ୍ତି। ତୁମ୍ଭେମାନେ ଆମ୍ଭକୁ ସର୍ବଦା ମନେ ପକାଉଛ ବୋଲି ତୀମଥି ଆମ୍ଭକୁ କହିଲେ। ତୁମ୍ଭେମାନେ ଆମ୍ଭକୁ ଆଉଥରେ ଦେଖିବାକୁ ଗଭୀର ଭାବରେ ଗ୍ଭହଁ ବୋଲି ସେ ଆମ୍ଭକୁ କହିଲେ। ଆମ୍ଭର ମଧ୍ୟ ସେହି ଇଚ୍ଛା। ଆମ୍ଭେମାନେ ତୁମ୍ଭକୁ ଦେଖିବାକୁ ପ୍ରବଳ ଆଗ୍ରହୀ।