Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 2:16 - ପବିତ୍ର ବାଇବଲ

16 ତେଣୁ ତୁମ୍ଭେ ମନ ପରିବର୍ତ୍ତନ କର। ଯଦି ତୁମ୍ଭେ ମନ ପରିବର୍ତ୍ତନ କରିବ ନାହିଁ, ତେବେ ମୁଁ ତୁମ୍ଭ ପାଖକୁ ଶୀଘ୍ର ଆସିବି ଓ ମୋର ମୁଖରୁ ବାହାରୁଥିବା ଖ‌‌ଡ଼୍‌ଗରେ ସେହି ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ଏଣୁ ମନ ପରିବର୍ତ୍ତନ କର; ନୋହିଲେ ଆମ୍ଭେ ଶୀଘ୍ର ତୁମ୍ଭ ନିକଟକୁ ଆସି ସ୍ଵମୁଖନିଃସୃତ ଖଡ଼୍‍ଗ ଦ୍ଵାରା ସେମାନଙ୍କ ସଙ୍ଗେ ଯୁଦ୍ଧ କରିବୁ।

Gade chapit la Kopi

ଓଡିଆ ବାଇବେଲ

16 ଏଣୁ ମନପରିବର୍ତ୍ତନ କର; ନୋହିଲେ ଆମ୍ଭେ ଶୀଘ୍ର ତୁମ୍ଭ ନିକଟକୁ ଆସି ସ୍ୱମୁଖନିଃସୃତ ଖଡ଼୍ଗ ଦ୍ୱାରା ସେମାନଙ୍କ ସଙ୍ଗେ ଯୁଦ୍ଧ କରିବୁ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

16 ତୁମ ପାପ ପରିତ୍ୟାଗ କର; ନଚେତ୍ ମୁଁ ଶୀଘ୍ର ତୁମ ନିକଟକୁ ଆସି ମୋର ମୁଖନିସୃତ ଖଡ଼୍ଗ ଦ୍ୱାରା ସେହି ଦୁରାଚାରୀମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ଏଣୁ ମନ-ପରିବର୍ତ୍ତନ କର; ନୋହିଲେ ଆମ୍ଭେ ଶୀଘ୍ର ତୁମ୍ଭ ନିକଟକୁ ଆସି ସ୍ୱମୁଖନିଃସୃତ ଖଡ୍ଗ ଦ୍ୱାରା ସେମାନଙ୍କ ସଙ୍ଗେ ଯୁଦ୍ଧ କରିବୁ।

Gade chapit la Kopi




ପ୍ରକାଶିତ 2:16
15 Referans Kwoze  

ତା'ପରେ ଯାଇ ମନ୍ଦ ବ୍ୟକ୍ତି ପ୍ରକାଶିତ ହେବ। ପ୍ରଭୁ ଯୀଶୁ ସେହି ମନ୍ଦ ବ୍ୟକ୍ତିକୁ, ତାହାଙ୍କର ମୁଖରୁ ନିର୍ଗତ ହେଉଥିବା ନିଶ୍ୱାସ ଦ୍ୱାରା ନଷ୍ଟ କରିଦେବେ। ପ୍ରଭୁ ଯୀଶୁ ନିଜର ମହିମାମୟ ଆଗମନ ଦ୍ୱାରା ତାହାକୁ ବିନଷ୍ଟ କରିଦେବେ। ମନ୍ଦ ବ୍ୟକ୍ତି ଶୟତାନର ଶକ୍ତି ନେଇ ଆସିବ।


ସେ ତାହାଙ୍କ ଡାହାଣ ହାତରେ ସାତୋଟି ନକ୍ଷତ୍ର ଧରିଥିଲେ। ତାହାଙ୍କ ମୁଖ ଭିତରୁ ତୀ‌କ୍ଷ୍‌ଣ ଦୁଇଧାର ଯୁକ୍ତ ଖ‌‌ଡ଼୍‌ଗ ବାହାରି ଆସିଲା। ସେ ମଧ୍ୟାହ୍ନ ସୂର୍ଯ୍ୟଭଳି ତେଜୋମୟ ଦେଖାଯାଉଥିଲେ।


ତେଣୁ କେଉଁଠାରୁ ତୁମ୍ଭର ପତନର ଆରମ୍ଭ ହୋଇଅଛି, ତାହା ମନେ ପକାଅ। ହୃଦୟ ପରିବର୍ତ୍ତନ କରି ଅନୁତାପ କର ଓ ପୂର୍ବରୁ କରୁଥିବା କାର୍ଯ୍ୟଗୁଡ଼ିକ କର। ତୁମ୍ଭେ ଯଦି ବଦଳିବ ନାହିଁ ତେବେ ମୁଁ ଆସି ତୁମ୍ଭର ଦୀପରୂଖାକୁ ତା'ର ସ୍ଥାନରୁ ଅଲଗା କରିଦେବି।


ପରମେଶ୍ୱର ଦତ୍ତ ପରିତ୍ରାଣକୁ ଶିରସ୍ତ୍ରାଣ ରୂପେ ପବିତ୍ରଆତ୍ମାଙ୍କ ଖ‌‌ଡ଼୍‌ଗ ଗ୍ରହଣ କର, ସେହି ଖ‌‌ଡ଼୍‌ଗ ହେଉଛି ପରମେଶ୍ୱରଙ୍କ ଉପଦେଶ।


ସେମାନଙ୍କର ସେନାବାହିନୀଗଣ ଅଶ୍ୱାରୋହୀଙ୍କ ମୁଖରୁ ବାହାରିଥିବା ଖ‌‌ଡ଼୍‌ଗରେ ନିହତ ହେଲେ। ସମସ୍ତ ପକ୍ଷୀଗଣ ସେମାନଙ୍କର ଏହି ଶରୀରଗୁଡ଼ିକୁ ପେଟ ପୁରିବା ପର୍ଯ୍ୟନ୍ତ ଖାଇଲେ।


ସେହି ଅଶ୍ୱାରୋହୀଙ୍କ ମୁଖରୁ ଗୋଟିଏ ତୀ‌କ୍ଷ୍‌ଣ ଖଣ୍ଡା ବାହାରି ଥିଲା। ସେ ଜାତିଗଣଙ୍କୁ ଦମନ କରିବା ପାଇଁ ଏହି ଖଣ୍ତାର ପ୍ରୟୋଗ କରିବେ। ସେ ଲୌହଦଣ୍ଡରେ ସେମାନଙ୍କୁ ଶାସନ କରିବେ। ସେ ସର୍ବଶକ୍ତିମାନ୍ ପରମେଶ୍ୱରଙ୍କର କ୍ରୋଧରୂପ ଦ୍ରାକ୍ଷାପେଷା କୁଣ୍ଡକୁ ଦଳି ପକାଇବେ।


ସେ ସାଧୁ ଓ ନିରପେକ୍ଷ ରହିବେ, ଯେତେବେଳେ ଗରିବ ଏବଂ ଅସହାୟ ଲୋକଙ୍କର ବିଗ୍ଭର କରୁଥିବେ। ସେ ଯେତେବେଳେ ଲୋକଙ୍କୁ ଦଣ୍ଡ ଦେବାକୁ ସ୍ଥିର କରିବ, ସେତେବେଳେ ସେମାନେ ଦଣ୍ଡିତ ହେବେ। ପୁଣି ଯେତେବେଳେ ଦୁଷ୍ଟାଗ୍ଭରୀମାନଙ୍କୁ ସଂହାର କରିବାକୁ ଆଦେଶ ଦେବେ, ସେତେବେଳେ ସେମାନେ ନିହତ ହେବେ। ଧର୍ମ ଓ ନ୍ୟାୟ ସେ ପିଲାକୁ ଶକ୍ତି ଦେବ। ସେଗୁଡ଼ିକ ତା'ର ଅଣ୍ଟାର ବଳୟ ସଦୃଶ ହେବ।


“ପର୍ଗମ ମଣ୍ଡଳୀକୁ ଦୂତଙ୍କୁ ଏହା ଲେଖ: “ଯାହାଙ୍କର ତୀ‌କ୍ଷ୍‌ଣ ଦ୍ୱିଧାରଯୁକ୍ତ ଖ‌‌ଡ଼୍‌ଗ ଅଛି, ସେ ଏହା ତୁମ୍ଭକୁ କହୁଛନ୍ତି।


ସଦାପ୍ରଭୁ ତାଙ୍କର ବାକ୍ୟ ପ୍ରଗ୍ଭର ପାଇଁ ମୋତେ ପଠାଇଛନ୍ତି। ତେଣୁ ସେ ମୋର ମୁଖକୁ ତୀ‌‌‌କ୍ଷ୍‌‌‌ଣ ‌‌ଖ‌ଡ଼୍‌ଗ ସ୍ୱରୂପ କରିଛନ୍ତି। ନିଜର ହସ୍ତ ଛାୟାରେ ସେ ମୋତେ ଲୁଗ୍ଭଇ ରଖିଛନ୍ତି ଓ ସେ ମୋତେ ଶାଣିତ ବାଣସ୍ୱରୂପ କରି ନିଜର ତୁଣୀରରେ ଲୁଗ୍ଭଇ ରଖିଛନ୍ତି।


“ମୁଁ ଯେଉଁମାନଙ୍କୁ ପ୍ରେମ କରେ ସେମାନଙ୍କୁ ସଂଶୋଧନ କରେ ଓ ଦଣ୍ଡ ଦିଏ। ତେଣୁ କଠିନ ଚେଷ୍ଟା କର। ନିଜ ହୃଦୟ ଓ ନିଜ ଜୀବନ ପରିବର୍ତ୍ତନ କର।


‘ଶୁଣ, ଆମ୍ଭେ ଶୀଘ୍ର ଆସୁଅଛୁ! ଏହି ପୁସ୍ତକରେ ଲେଖାଥିବା ଭବିଷ୍ୟ‌‌ଦ୍‌‌‌‌ବାଣୀର ବାକ୍ୟଗୁଡ଼ିକୁ ଯେଉଁ ଲୋକ ପାଳନ କରିବ, ସେ ଧନ୍ୟ ହେବ।’”


ଲୋକମାନେ ପ୍ରଚଣ୍ଡ ଉତ୍ତାପରେ ଜଳି ପୋଡ଼ିଗଲେ। ସେମାନେ ପରମେଶ୍ୱରଙ୍କ ନାମକୁ ଅଭିଶାପ ଦେଲେ। କାରଣ ତାହାଙ୍କର କେବଳ ଏହି ସମସ୍ତ ମହାମାରୀ ଉପରେ ନିୟନ୍ତ୍ରଣର ଅଧିକାର ଥିଲା। ସେମାନେ ସେମାନଙ୍କର ହୃଦୟ ଓ ଜୀବନ ପରିବର୍ତ୍ତନ କଲେ ନାହିଁ କି, ପରମେଶ୍ୱରଙ୍କ ମହିମା ଗାନ କଲେ ନାହିଁ।


ଯୀଶୁ ହିଁ ଏସବୁ ସତ୍ୟ କହନ୍ତି। ବର୍ତ୍ତମାନ ସେ କହନ୍ତି, “ହଁ, ଆମ୍ଭେ ଶୀଘ୍ର ଆସୁଛୁ।” ଆମେନ୍। ହେ ପ୍ରଭୁ ଯୀଶୁ ଆସନ୍ତୁ।


Swiv nou:

Piblisite


Piblisite