Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 19:5 - ପବିତ୍ର ବାଇବଲ

5 ତା'ପରେ ସିଂହାସନ ମଧ୍ୟରୁ ଗୋଟିଏ ଉଚ୍ଚ ଧ୍ୱନି ଆସିଲା। ସେହି ଧ୍ୱନି କହିଲା: “ହେ ପରମେଶ୍ୱରଙ୍କର ସେବକମାନେ! ତୁମ୍ଭେମାନେ ସମସ୍ତେ ଆମ୍ଭମାନଙ୍କର ପରମେଶ୍ୱରଙ୍କର ପ୍ରଶଂସା କର! ହେ କ୍ଷୁଦ୍ର ଓ ମହାନ୍ ଲୋକମାନେ! ତୁମ୍ଭେମାନେ ସମସ୍ତେ ଆମ୍ଭମାନଙ୍କ ପରମେଶ୍ୱରଙ୍କର ପ୍ରଶଂସା କର ଓ ତାହାଙ୍କୁ ସମ୍ମାନ ଦିଅ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ସେତେବେଳେ ସିଂହାସନଠାରୁ ଗୋଟିଏ ଶଦ୍ଦ ନିର୍ଗତ ହୋଇ କହିଲା, ହେ ଈଶ୍ଵରଙ୍କ ଦାସ ସମସ୍ତେ, ହେ ତାହାଙ୍କର ଭୟକାରୀ କ୍ଷୁଦ୍ର ଓ ମହାନ ଲୋକ ସମସ୍ତେ, ତାହାଙ୍କର ପ୍ରଶଂସା କର।

Gade chapit la Kopi

ଓଡିଆ ବାଇବେଲ

5 ସେତେବେଳେ ସିଂହାସନଠାରୁ ଗୋଟିଏ ଶଦ୍ଦ ନିର୍ଗତ ହୋଇ କହିଲା, ହେ ଈଶ୍ୱରଙ୍କ ଦାସମାନେ, ହେ ତାହାଙ୍କର ଭୟକାରୀ କ୍ଷୁଦ୍ର ଓ ମହାନ ଲୋକମାନେ, ତାହାଙ୍କର ପ୍ରଶଂସା କର ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

5 ତା’ପରେ ସିଂହାସନରୁ ଗୋଟିଏ ବାଣୀ ଶୁଣାଗଲା। “ଈଶ୍ୱରଙ୍କ ସ୍ତୁତି କର। କି ମହାନ୍, କି ନଗଣ୍ୟ, ଈଶ୍ୱରଙ୍କ ସେବକ ଓ ଉପାସକଗଣ, ସମସ୍ତେ ତାଙ୍କର ପ୍ରଶଂସା କର।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ସେତେବେଳେ ସିଂହାସନଠାରୁ ଗୋଟିଏ ଶଦ୍ଦ ନିର୍ଗତ ହୋଇ କହିଲା, “ହେ ଈଶ୍ବରଙ୍କ ଦାସମାନେ, ହେ ତାହାଙ୍କର ଭୟକାରୀ କ୍ଷୁଦ୍ର ଓ ମହାନ ଲୋକମାନେ, ତାହାଙ୍କର ପ୍ରଶଂସା କର।”

Gade chapit la Kopi




ପ୍ରକାଶିତ 19:5
14 Referans Kwoze  

ହେ ସଦାପ୍ରଭୁଙ୍କର ସମସ୍ତ ଦାସଗଣ, ଯେଉଁମାନେ ରାତିସାରା ତାଙ୍କର ମନ୍ଦିରରେ ତାଙ୍କର ସେବା କରନ୍ତି, ସେମାନେ ସଦାପ୍ରଭୁଙ୍କର ପ୍ରଶଂସା କରନ୍ତୁ!


ନିଶ୍ୱାସପ୍ରଶ୍ୱାସଧାରୀ ପ୍ରତ୍ୟେକ ପ୍ରାଣୀ ସଦାପ୍ରଭୁଙ୍କର ପ୍ରଶଂସା କର! ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର!


ସଦାପ୍ରଭୁଙ୍କର ପ୍ରଶଂସା କର। ସଦାପ୍ରଭୁଙ୍କ ନାମର ପ୍ରଶଂସା କର। ହେ ସଦାପ୍ରଭୁଙ୍କର ଦାସମାନେ, ତାଙ୍କୁ ପ୍ରଶଂସା କର।


ତେଣୁ ଏହି ଲୋକମାନେ ପରମେଶ୍ୱରଙ୍କର ସିଂହାସନ ସମ୍ମୁଖରେ ଅଛନ୍ତି। ସେମାନେ ଦିନରାତି ପରମେଶ୍ୱରଙ୍କର ମନ୍ଦିରରେ ତାହାଙ୍କର ଉପାସନା କରନ୍ତି। ସିଂହାସନରେ ବସିଥିବା ଜଣେ ବ୍ୟକ୍ତି ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବେ।


ଯେଉଁମାନେ ତାଙ୍କୁ ଉପାସନା କରୁଛ ସଦାପ୍ରଭୁଙ୍କର ଜୟଗାନ କର। ହେ ଯାକୁବର ବଂଶଧରଗଣ, ସଦାପ୍ରଭୁଙ୍କୁ ପ୍ରଶଂସା ପ୍ରଦର୍ଶନ କର। ଇସ୍ରାଏଲର ବଂଶଧରଗଣ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ ଦେଖାଅ।


ମୁଁ ବଡ଼ଠାରୁ ସାନ ପର୍ଯ୍ୟନ୍ତ ମୃତବ୍ୟକ୍ତିଙ୍କୁ ସିଂହାସନ ସାମନାରେ ଠିଆ ହେବାର ଦେଖିଲି। ଜୀବନ ପୁସ୍ତକ ଖୋଲାଥିଲା। ସେଠାରେ ଅନ୍ୟ ପୁସ୍ତକଗୁଡ଼ିକ ମଧ୍ୟ ଖୋଲାଥିଲା। ମୃତ ଲୋକମାନଙ୍କର ନିଜ ନିଜ କର୍ମ ଅନୁସାରେ ବିଗ୍ଭର ହେଲା। ସେହି ପୁସ୍ତକଗୁଡ଼ିକରେ ଏସବୁ ବିଷୟ ଲେଖାଯାଇଥିଲା।


ତା'ପରେ ସପ୍ତମ ଦୂତ ତାହାଙ୍କ ପାତ୍ରକୁ ବାୟୁରେ ଢାଳିଲେ ଓ ମନ୍ଦିର ଭିତରୁ ସିଂହାସନଠାରୁ ଗୋଟିଏ ଉଚ୍ଚ ସ୍ୱର ଆସିଲା। ସେହି ସ୍ୱର କହିଲା, “ଏହା ସମାପ୍ତ ହେଲା।”


ସଦାପ୍ରଭୁ ତାଙ୍କ ସାନ ଓ ବଡ଼ ସମସ୍ତ ଅନୁସରଣକାରୀମାନଙ୍କୁ ଆଶୀର୍ବାଦ କରିବେ।


ଦ୍ୱିତୀୟ ପଶୁ ସବୁ ଲୋକମାନଙ୍କୁ ବଡ଼ ଓ ସାନ, ଧନୀ ଓ ଗରିବ, ସ୍ୱାଧୀନ ଓ ପରାଧୀନ ନିର୍ବିଶେଷରେ ସମସ୍ତଙ୍କୁ ସେମାନଙ୍କ ଦକ୍ଷିଣ ହାତରେ କିମ୍ବା ସେମାନଙ୍କ କପାଳରେ ଗୋଟିଏ ଚିହ୍ନ ଧାରଣ କରିବା ପାଇଁ ବାଧ୍ୟ କଲା।


ଆସ, ତୁମ୍ଭେମାନେ ଏକାଠି ହୋଇ ରାଜା, ସେନାପତି ଓ ପ୍ରସିଦ୍ଧ ଲୋକମାନଙ୍କ ଶରୀରର ମାଂସ ତଥା ଅଶ୍ୱ ଓ ସେମାନଙ୍କର ଆରୋହୀଙ୍କର ଓ ସ୍ୱାଧୀନ ଓ ପରାଧୀନ, ସାନ ଓ ବଡ଼, ସବୁ ଲୋକମାନଙ୍କର ମାଂସ ଖାଇବ।”


Swiv nou:

Piblisite


Piblisite