Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 19:17 - ପବିତ୍ର ବାଇବଲ

17 ତା'ପରେ ମୁଁ ଜଣେ ଦୂତଙ୍କୁ ସୂର୍ଯ୍ୟ ମଧ୍ୟରେ ଠିଆ ହେବାର ଦେଖିଲି। ସେ ଆକାଶରେ ଉଡ଼ୁଥିବା ସବୁ ପକ୍ଷୀମାନଙ୍କୁ ଉଚ୍ଚସ୍ୱରରେ କହିଲେ, “ଆସ, ପରମେଶ୍ୱରଙ୍କର ମହା ଭୋଜି ପାଇଁ ଏକାଠି ହୁଅ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 ତତ୍ପରେ ମୁଁ ଜଣେ ଦୂତଙ୍କୁ ସୂର୍ଯ୍ୟ ମଧ୍ୟରେ ଦଣ୍ତାୟମାନ ହୋଇଥିବାର ଦେଖିଲି; ସେ ଆକାଶରେ ଉଡ଼ିବା ସମସ୍ତ ପକ୍ଷୀଙ୍କି ଉଚ୍ଚ ସ୍ଵରରେ ଡାକି କହିଲେ, ଆସ, ଈଶ୍ଵରଙ୍କ ମହାଭୋଜରେ ଏକତ୍ର ହୁଅ,

Gade chapit la Kopi

ଓଡିଆ ବାଇବେଲ

17 ତତ୍ପରେ ମୁଁ ଜଣେ ଦୂତଙ୍କୁ ସୂର୍ଯ୍ୟ ମଧ୍ୟରେ ଦଣ୍ଡାୟମାନ ହୋଇଥିବାର ଦେଖିଲି; ସେ ଆକାଶରେ ଉଡ଼ିବା ସମସ୍ତ ପକ୍ଷୀଙ୍କୁ ଉଚ୍ଚସ୍ୱରରେ ଡାକି କହିଲେ, ଆସ, ଈଶ୍ୱରଙ୍କ ମହାଭୋଜରେ ଏକତ୍ର ହୁଅ,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

17 ଅନନ୍ତର ମୁଁ ଦେଖିଲି, ଆଉ ଜଣେ ସ୍ୱର୍ଗଦୂତ ସୂର୍ଯ୍ୟ ଉପରେ ଦଣ୍ଡାୟମାନ। ଆକାଶରେ ଉଡ଼ୁଥିବା ସମସ୍ତ ପକ୍ଷୀଙ୍କୁ ସେ ଚିକ୍ରାର କରି କହିଲେ, “ଆସ, ଈଶ୍ୱରଙ୍କ ମହାଭୋଜିରେ ଯୋଗ ଦେବା ପାଇଁ ଏକତ୍ରିତ ହୁଅ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ତତ୍ପରେ ମୁଁ ଜଣେ ଦୂତଙ୍କୁ ସୂର୍ଯ୍ୟ ମଧ୍ୟରେ ଦଣ୍ଡାୟମାନ ହୋଇଥିବାର ଦେଖିଲି; ସେ ଆକାଶରେ ଉଡ଼ିବା ସମସ୍ତ ପକ୍ଷୀଙ୍କୁ ଉଚ୍ଚସ୍ୱରରେ ଡାକି କହିଲେ, ଆସ, ଈଶ୍ବରଙ୍କ ମହାଭୋଜରେ ଏକତ୍ର ହୁଅ,

Gade chapit la Kopi




ପ୍ରକାଶିତ 19:17
10 Referans Kwoze  

ସେମାନଙ୍କର ସେନାବାହିନୀଗଣ ଅଶ୍ୱାରୋହୀଙ୍କ ମୁଖରୁ ବାହାରିଥିବା ଖ‌‌ଡ଼୍‌ଗରେ ନିହତ ହେଲେ। ସମସ୍ତ ପକ୍ଷୀଗଣ ସେମାନଙ୍କର ଏହି ଶରୀରଗୁଡ଼ିକୁ ପେଟ ପୁରିବା ପର୍ଯ୍ୟନ୍ତ ଖାଇଲେ।


ମୁଁ ସେତେବେଳେ ଗୋଟିଏ ଉତ୍କ୍ରୋଶ ପକ୍ଷୀକୁ ଆକାଶର ଉପରଭାଗରେ ଉଡ଼ୁଥିବାର ଦେଖିଲି, ସେ ଖୁବ୍ ଜୋର୍‌‌ରେ କହିଲା, “ହାୟ, ହାୟ! ପୃଥିବୀ ନିବାସୀମାନଙ୍କ ଉପରେ ଭୟଙ୍କର କ୍ଳେଶ ଆସୁଅଛି। କାରଣ ଆହୁରି ତିନି ଜଣ ଦୂତ ତୂରୀ ବଜାଇବାକୁ ଯାଉଅଛନ୍ତି।”


ଆମ୍ଭର ନିଜ ଲୋକ ଶିକାରୀ ପକ୍ଷୀ ବେଷ୍ଟିତ ମୃଗପ୍ରାଣୀ ସଦୃଶ ହୋଇଅଛନ୍ତି। ସେମାନେ ତା'ର ବିରୁଦ୍ଧରେ ଗ୍ଭରିଆଡ଼େ ଘେରି ରହିଅଛନ୍ତି, ତୁମ୍ଭେମାନେ ଯାଇ ବନ୍ୟ ପଶୁମାନଙ୍କୁ ଗ୍ରାସ କରାଇବା ନିମନ୍ତେ ଏକତ୍ର କରି ଆଣ।


ହେ କ୍ଷେତ୍ରସ୍ଥ ସମସ୍ତ ପଶୁ ଓ ବନସ୍ତ ପଶୁଗଣ ତୁମ୍ଭେମାନେ ଆସ ଓ ଭକ୍ଷ୍ୟଣ କର।


ତା'ପରେ ମୁଁ ଆଉ ଏକ ଦୂତଙ୍କୁ ଉଚ୍ଚ ଆକାଶରେ ଉଡ଼ୁଥିବାର ଦେଖିଲି। ପୃଥିବୀର ସକଳ ବାସିନ୍ଦାମାନଙ୍କୁ ସମସ୍ତ ଦେଶ, ଜାତି, ଭାଷା ଓ ପ୍ରଜାତିର ଲୋକମାନଙ୍କୁ ଉପଦେଶ ଦେବା ପାଇଁ ସେହି ସ୍ୱର୍ଗଦୂତଙ୍କ ପାଖରେ ଏକ ଅନନ୍ତକାଳୀନ ସୁସମାଗ୍ଭର ଥିଲା।


ଗଲିୟାତ ଦାଉଦଙ୍କୁ କହିଲା, “ଏହିଠାକୁ ଆସ ମୁଁ ତୁମ୍ଭର ମାଂସକୁ ହିଂସ୍ର ପଶୁ-ପକ୍ଷୀମାନଙ୍କୁ ଖୁଆଇବି।”


ତେବେ ମୁଁ ଅରୀୟେଲକୁ ଦୁଃଖ ଦେବି। ନଗରଟି ଶୋକ ଓ ବିଳାପରେ ପୂର୍ଣ୍ଣ ହେବ। ମାତ୍ର ତାହା ଆମ୍ଭ ପ୍ରତି ଦାହସ୍ଥାନ ତୁଲ୍ୟ ହେବ।


ଏଣିକି ଆକାଶର ପକ୍ଷୀମାନେ ତାହାର ଭାଙ୍ଗି ଯାଇଥିବା ଶାଖା ଉପରେ ବାସ କରିବେ ଓ କ୍ଷେତ୍ରସ୍ଥ ପଶୁମାନେ ତାହାର ଭଗ୍ନ ଶାଖାମାନଙ୍କ ମଧ୍ୟରେ ରହିବେ।


Swiv nou:

Piblisite


Piblisite