Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 18:3 - ପବିତ୍ର ବାଇବଲ

3 ପୃଥିବୀର ସବୁ ଲୋକମାନେ ତା'ର ବ୍ୟଭିଗ୍ଭର ପାପର ଓ ପରମେଶ୍ୱରଙ୍କର କ୍ରୋଧର ସୁରାପାନ କରିଛନ୍ତି। ପୃଥିବୀର ରାଜାମାନେ ତା'ସହିତ ବ୍ୟଭିଗ୍ଭର ପାପ କାର୍ଯ୍ୟ କରିଛନ୍ତି। ସଂସାରର ବ୍ୟବସାୟୀମାନେ ତାହାର ଧନରେ ଧନବାନ୍ ହୋଇଛନ୍ତି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 କାରଣ ଜାତିସମୂହ ତାହାର ବ୍ୟଭିଚାରର କାମରୂପ ମଦିରା ପାନ କରିଅଛନ୍ତି, ପୃଥିବୀର ରାଜାମାନେ ତାହା ସହିତ ବ୍ୟଭିଚାର କରିଅଛନ୍ତି ଓ ପୃଥିବୀର ବଣିକମାନେ ତାହାର ବିଳାସିତାରେ ଧନୀ ହୋଇଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

3 କାରଣ ଜାତିସମୂହ ତାହାର ବ୍ୟଭିଚାର କାମରୂପ ସୁରା ପାନ କରିଅଛନ୍ତି, ପୃଥିବୀର ରାଜାମାନେ ତାହା ସହିତ ବ୍ୟଭିଚାର କରିଅଛନ୍ତି ଓ ପୃଥିବୀର ବଣିକମାନେ ତାହାର ବିଳାସିତାରେ ଧନୀ ହୋଇଅଛନ୍ତି ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

3 କାରଣ ସେ ସମଗ୍ର ମାନବ ଜାତିକୁ ତା’ର ତୀବ୍ର କାମୋଦ୍ଦୀପକ ସୁରା ପାନ କରାଇଛି, ପୃଥିବୀର ରାଜାମାନଙ୍କୁ ତା’ ସହିତ ବ୍ୟଭିଚାର ପାପରେ ଲିପ୍ତ କରାଇଛି, ଜଗତର ବ୍ୟବସାୟୀମାନେ ତାହାର ବିଳାସବ୍ୟସନ ହେତୁ ଧନବାନ ହୋଇଛନ୍ତି।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 କାରଣ ଜାତିସମୂହ, ତାହାର ବ୍ୟଭିଚାର କାମରୂପ ସୁରା ପାନ କରିଅଛନ୍ତି, ପୃଥିବୀର ରାଜାମାନେ ତାହା ସହିତ ବ୍ୟଭିଚାର କରିଅଛନ୍ତି ଓ ପୃଥିବୀର ବଣିକମାନେ ତାହାର ବିଳାସିତାରେ ଧନୀ ହୋଇଅଛନ୍ତି।”

Gade chapit la Kopi




ପ୍ରକାଶିତ 18:3
17 Referans Kwoze  

ପୃଥିବୀର ରାଜାମାନେ ତା'ସହିତ ଯୌନପାପ (ବ୍ୟଭିଗ୍ଭର) କରିଛନ୍ତି। ପୃଥିବୀର ଲୋକମାନେ ତା'ର ବ୍ୟଭିଗ୍ଭର ରୂପ ସୁରାରେ ମାତାଲ୍ ହୋଇଛନ୍ତି।”


ତା'ପରେ ଦ୍ୱିତୀୟ ଦୂତ ଜଣକ, ପ୍ରଥମ ସ୍ୱର୍ଗଦୂତଙ୍କୁ ଅନୁସରଣ କରି କହିଲେ, “ଯେଉଁ ମହାନଗରୀ ବାବିଲ ସମସ୍ତ ଜାତିର ଲୋକଙ୍କୁ ଲୋଭ ଦେଖାଇ ଭ୍ରଷ୍ଟାଗ୍ଭର କାମ ଓ ପରମେଶ୍ୱରଙ୍କ କ୍ରୋଧ ରୂପକ ସୁରା ପାନ କରାଇଛି, ସେ ନଷ୍ଟ ହୋଇଯାଇଛି।”


“ଜଗତର ଯେଉଁ ରାଜାମାନେ ତା’ ସହିତ ବ୍ୟଭିଗ୍ଭର ପାପ କାର୍ଯ୍ୟରେ ଲିପ୍ତ ଥିଲେ ଓ ତା'ଧନରେ ଭାଗୀଦାର ଥିଲେ, ସେମାନେ ଯେତେବେଳେ ତାହାର ଦହନର ଧୂଆଁ ଦେଖିବେ, ସେମାନେ ତା'ର ମୃତ୍ୟୁ କାରଣରୁ କାନ୍ଦିବେ ଓ ଦୁଃଖିତ ହେବେ।


ତୋ’ ପାଖରେ ଦୀପର ଆଲୋକ ଆଉ ଜଳିବ ନାହିଁ। ତୋ’ ପାଖରେ ବରକନ୍ୟାଙ୍କର ଆନନ୍ଦର ଧ୍ୱନି ଆଉ କେବେ ହେଲେ ଶୁଣାଯିବ ନାହିଁ। ତୋ’ର ବ୍ୟବସାୟୀମାନେ ପୃଥିବୀର ବହୁତ ମହାନ୍ ଲୋକ ଥିଲେ। ସମସ୍ତ ଦେଶଗୁଡ଼ିକ ତୋ’ର ଯାଦୁ ଶକ୍ତି ଦ୍ୱାରା ପଥଭ୍ରଷ୍ଟ ହୋଇଥିଲେ।


ବାବିଲ ସଦାପ୍ରଭୁଙ୍କ ହସ୍ତରେ ଏକ ସୁବର୍ଣ୍ଣ ପାତ୍ର ସ୍ୱରୂପ ହୋଇଅଛି। ତାହା ସମଗ୍ର ପୃଥିବୀକୁ ମତୁଆଳ କରିଅଛି। ଗୋଷ୍ଠୀମାନେ ତାହାର ଦ୍ରାକ୍ଷାରସ ପାନ କରିଅଛନ୍ତି। ତେଣୁ ସେମାନେ ଉନ୍ମତ୍ତ ହୋଇଅଛନ୍ତି।


ଯେଉଁମାନେ ସୁଖାଦ୍ୟ ଭୋଜନ କରୁଥିଲେ, ସେମାନେ ବର୍ତ୍ତମାନ ରାସ୍ତାରେ ଅନାଥ ହୋଇଛନ୍ତି। ଯେଉଁମାନେ ସିନ୍ଦୂରବର୍ଣ୍ଣ ବସ୍ତ୍ର ପିନ୍ଧି ପ୍ରତିପାଳିତ ହୋଇଥିଲେ। ସେମାନେ ଖତରାଶି ଅବଲମ୍ବନ କରୁଛନ୍ତି।


ସିୟୋନର ଲୋକମାନେ କହିବେ, “ବାବିଲର ରାଜା ନବୂଖ‌ଦ୍‌ନିତ୍ସର ଆମ୍ଭମାନଙ୍କୁ ଗ୍ରାସ କରିଅଛି, ସେ ଆମ୍ଭମାନଙ୍କୁ ଚୂର୍ଣ୍ଣ କରିଅଛି। ସେ ଆମ୍ଭମାନଙ୍କୁ ଶୂନ୍ୟପାତ୍ର ସଦୃଶ କରିଅଛି। ସେ ଆମ୍ଭମାନଙ୍କୁ ନାଗସାପ ସଦୃଶ ଗ୍ରାସ କରିଅଛି। ଆମ୍ଭମାନଙ୍କର ସୁଖାଦ୍ୟ ଦ୍ରବ୍ୟରେ ସେ ଉଦର ପୂର୍ଣ୍ଣ କରିଅଛି ଓ ସେ ଆମ୍ଭମାନଙ୍କୁ ଦୂରକୁ ଫିଙ୍ଗି ଦେଇଅଛି।


ଯେଉଁ ବିଷୟ ପ୍ରତି ତୁମ୍ଭେ ପରିଶ୍ରମ କରିଅଛ, ସେ ସବୁ ତୁମ୍ଭ ପ୍ରତି ଏହିପରି ଘଟିବ। ଯେଉଁମାନେ ଯୌବନରୁ ତୁମ୍ଭ ସହିତ ବାଣିଜ୍ୟ କରିଅଛନ୍ତି, ସେମାନେ ପ୍ରତ୍ୟେକ ଭ୍ରମଣ କରି ଆପଣା ଆପଣା ସ୍ଥାନକୁ ଯିବେ, ତୁମ୍ଭକୁ ରକ୍ଷା କରିବାକୁ କେହି ରହିବେ ନାହିଁ।”


ତା'ନ ହେଲେ, ତୁମ୍ଭେ କ’ଣ ଦେଖିବାକୁ ସେଠାକୁ ଯାଇଥିଲ? କ’ଣ ଉତ୍ତମ ବସ୍ତ୍ର ପିନ୍ଧିଥିବା ଜଣେ ଲୋକକୁ? ନା, ଯେଉଁମାନେ ଉତ୍ତମ ବସ୍ତ୍ର ପିନ୍ଧନ୍ତି ଏବଂ ଆମୋଦ ପ୍ରମୋଦରେ ଜୀବନ କଟାନ୍ତି, ସେମାନେ ତ ରାଜାଙ୍କ ପ୍ରାସାଦ ମାନଙ୍କରେ ଥା’ନ୍ତି।


ନୀନିବୀରେ ଅତ୍ୟନ୍ତ ଗଣିକା କର୍ମ ପାଇଁ ଏସବୁ ଘଟିଲା। ସେ ଏକ କୁପଥର ଉତ୍ସ ଯିଏ କି ତା'ର ଗଣିକା କାର୍ଯ୍ୟ ପାଇଁ ରାଜ୍ୟକୁ କ୍ରୀତଦାସ କଲା। ସେ ତା'ର ଯାଦୁ ବଳରେ ଲୋକମାନଙ୍କୁ ତା'ର କ୍ରୀତଦାସ କରିଛନ୍ତି।


କିନ୍ତୁ ଯୁବତୀ ବିଧବାମାନଙ୍କୁ ସେହି ତାଲିକାଭୁକ୍ତ କର ନାହିଁ। ସେମାନେ ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ସମର୍ପିତ ହେବା ପରେ ମଧ୍ୟ ନିଜର ପ୍ରବଳ କାମାଭିଳାଷ ଯୋଗୁଁ ତାହାଙ୍କଠାରୁ ଦୂରକୁ ଆକର୍ଷିତ ହୋଇ ପାରନ୍ତି। ତା'ପରେ ସେମାନେ ପୁଣି ଥରେ ବିବାହ କରିବାକୁ ଇଚ୍ଛା କରନ୍ତି।


ସେ ଯେପରି ନିଜେ ଭୋଗବିଳାସ ଓ ଆମୋଦ ପ୍ରମୋଦରେ ଜୀବନ ବିତାଇଛି, ସେହିପରି ତାହାକୁ ଅଧିକ ପରିମାଣରେ ଯନ୍ତ୍ରଣା ଓ ବ୍ୟଥା ଭୋଗିବାକୁ ଦିଆଯିବ। ସେ ନିଜେ ଗର୍ବରେ କହେ, ‘ମୁଁ ରାଣୀ ପରି ସିଂହାସନରେ ବସିଛି। ମୁଁ ବିଧବା ନୁହେଁ, ମୁଁ କେବେ ଶୋକ କରିବି ନାହିଁ।’


ସେମାନେ ନିଜ ନିଜ ମସ୍ତକ ଉପରେ ଧୂଳି ଫିଙ୍ଗିଲେ। ସେମାନେ କାନ୍ଦିଲେ ଓ ବହୁତ ଦୁଃଖିତ ହେଲେ। ସେମାନେ ଉଚ୍ଚ ସ୍ୱରରେ କହିଲେ: ‘ହେ ମହାନଗରୀ! ଭୟାନକ! ତୁମ୍ଭ ପାଇଁ ଏହା କେତେ ଭୟାନକ! ଏହି ମହାନଗରୀର ଧନରେ ସମୁଦ୍ରରେ ବାଣିଜ୍ୟ, ବ୍ୟବସାୟ କରୁଥିବା ଲୋକମାନେ ଧନୀ ହୋଇଥିଲେ। କିନ୍ତୁ ଘଣ୍ଟାକ ମଧ୍ୟରେ ସେ ଧ୍ୱଂସ ହୋଇଗଲା।


Swiv nou:

Piblisite


Piblisite