Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 18:22 - ପବିତ୍ର ବାଇବଲ

22 ତୋ’ଠାରେ କେହିହେଲେ ଆଉ ଲୋକମାନଙ୍କର ବୀଣାର ସଙ୍ଗୀତ ଓ ବଂଶୀ, ତୂରୀ ଭଳି ଅନ୍ୟ ବାଦ୍ୟଯନ୍ତ୍ର ଶୁଣିବେ ନାହିଁ। ତୋ’ଠାରେ କୌଣସି ଶିଳ୍ପର କାରିଗରମାନେ ଆଉ ଦେଖାଯିବେ ନାହିଁ। ତୋ’ଠାରେ ଚକିପେଷାର ଶବ୍ଦ ଆଉ କେବେ ହେଲେ ଶୁଣାଯିବ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

22 ବୀଣାବାଦକ, ଗାୟକ, ବଂଶୀବାଦକ ଓ ତୂରୀବାଦକ-ମାନଙ୍କର ଶଦ୍ଦ ତୋʼ ମଧ୍ୟରେ ଆଉ କେବେ ହେଁ ଶୁଣାଯିବ ନାହିଁ, କୌଣସି ପ୍ରକାର ଶିଳ୍ପକର ତୋʼ ମଧ୍ୟରେ ଆଉ କେବେ ହେଁ ଦେଖାଯିବ ନାହିଁ, ଚକିପଥରର ଶଦ୍ଦ ତୋʼ ମଧ୍ୟରେ ଆଉ କେବେ ହେଁ ଶୁଣାଯିବ ନାହିଁ,

Gade chapit la Kopi

ଓଡିଆ ବାଇବେଲ

22 ବୀଣାବାଦକ, ଗାୟକ, ବଂଶୀବାଦକ ଓ ତୁରୀବାଦକ ମାନଙ୍କର ଶବ୍ଦ ତୋ ମଧ୍ୟରେ ଆଉ କେବେ ହେଁ ଶୁଣାଯିବ ନାହିଁ, କୌଣସି ପ୍ରକାର ଶିଳ୍ପକର ତୋ ମଧ୍ୟରେ ଆଉ କେବେ ହେଁ ଦେଖାଯିବ ନାହିଁ, ଚକିପଥରର ଶଦ୍ଦ ତୋ ମଧ୍ୟରେ ଆଉ କେବେ ହେଁ ଶୁଣାଯିବ ନାହିଁ,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

22 କି ବୀଣା, କି କଣ୍ଠସଙ୍ଗୀତ, ବଂଶୀ ବା ତୂରୀଧ୍ୱନି, କେବେ ଆଉ ତୋ’ ମଧ୍ୟରେ ଶୁଣାଯିବ ନାହିଁ। କୌଣସି ଶିଳ୍ପୀ ବା କାରିଗର ତୋ’ ମଧ୍ୟରେ ଆଉ ଦେଖାଯିବେ ନାହିଁ; କିଅବା ଚକି ବେଷିବା ଶବ୍ଦ ଶୁଭିବ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 ବୀଣାବାଦକ, ଗାୟକ, ବଂଶୀବାଦକ ଓ ତୂରୀବାଦକମାନଙ୍କର ଶବ୍ଦ ତୋʼ ମଧ୍ୟରେ ଆଉ କେବେ ହେଁ ଶୁଣାଯିବ ନାହିଁ, କୌଣସି ପ୍ରକାର ଶିଳ୍ପକର ତୋʼ ମଧ୍ୟରେ ଆଉ କେବେ ହେଁ ଦେଖାଯିବ ନାହିଁ, ଚକିପଥରର ଶଦ୍ଦ ତୋʼ ମଧ୍ୟରେ ଆଉ କେବେ ହେଁ ଶୁଣାଯିବ ନାହିଁ,

Gade chapit la Kopi




ପ୍ରକାଶିତ 18:22
10 Referans Kwoze  

ପୁଣି ମୁଁ ତୁମ୍ଭର ଆନନ୍ତ ଗୀତର ଶବ୍ଦ ନିବୃତ୍ତ କରିବି ଓ ତୁମ୍ଭର ବୀଣାର ଧ୍ୱନି ଆଉ ଶୁଣିବାକୁ ଦେବି ନାହିଁ।


ଆଉ ମଧ୍ୟ ଆମ୍ଭେ ସେମାନଙ୍କ ମଧ୍ୟରୁ ଆମୋଦ, ପ୍ରମୋଦ, ଧ୍ୱନି, ବରକନ୍ୟାଙ୍କର ସୁଖ ଓ ହର୍ଷ ଧ୍ୱନି, ଚକିର ଶବ୍ଦ ଓ ପ୍ରଦୀପର ଆଲୋକ ଦୂର କରିବା।


କାରଣ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଆମ୍ଭେ ତୁମ୍ଭମାନଙ୍କ ଜୀବନକାଳ ମଧ୍ୟରେ ଓ ତୁମ୍ଭମାନଙ୍କ ସମ୍ମୁଖରେ ଏହି ସ୍ଥାନରୁ ଆମୋଦପ୍ରମୋଦର ଧ୍ୱନି, ଆନନ୍ଦ ରବ ଓ ବରକନ୍ୟାଙ୍କର ଆନନ୍ଦ କୋଳାହଳ ନିବୃତ୍ତ କରାଇବା।’


ସେ ସମୟରେ ଆମ୍ଭେ ଯିହୁଦାର ନଗରଗୁଡ଼ିକରେ ଓ ଯିରୁଶାଲମର ସଡ଼କମାନଙ୍କରେ ସୁଖ ଓ ଆନନ୍ଦଧ୍ୱନି ଦୂର କରିବା। ବର କନ୍ୟାମାନଙ୍କର ଆମୋଦ ଧ୍ୱନି ଆଉ ଯିରୁଶାଲମରେ ଶୁଣାଯିବ ନାହିଁ। କାରଣ ସମଗ୍ର ଦେଶ ଧ୍ୱଂସ ସ୍ତୁପରେ ପରିଣତ ହେବ।”


ପଥ ଆଡ଼େ ଦ୍ୱାର ରୁଦ୍ଧ ହେବ। ସେ ସମୟରେ ପେଷେଣ ଶବ୍ଦ କ୍ଷୀଣ ହେବ, ପୁଣି ପକ୍ଷୀର ନାଦରେ ଲୋକେ ଜାଗି ଉଠିବେ ଓ ବାଦ୍ୟକାରିଣୀ କନ୍ୟାଗଣ କ୍ଷୀଣ ହେବେ।


ସଦାପ୍ରଭୁ କହନ୍ତି, ଏଠାରେ ତୁମ୍ଭେମାନେ ଆନନ୍ଦ ଧ୍ୱନି ଓ ହର୍ଷନାଦ, ବର କନ୍ୟାଙ୍କର ହର୍ଷଧ୍ୱନି, ସଦାପ୍ରଭୁଙ୍କର ପ୍ରଶଂସା ଗାନର କୋଳାହଳ ପାଇବ। ସେମାନେ କହିବେ, ‘ସଦାପ୍ରଭୁ ମଙ୍ଗଳମୟ ଓ ତାଙ୍କର କରୁଣା ସଦାକାଳ ସ୍ଥାୟୀ।’ ତେଣୁ ତାଙ୍କର ଧନ୍ୟବାଦ କର। ପୁଣି ସଦାପ୍ରଭୁଙ୍କ ଗୃହକୁ ଧନ୍ୟବାଦସ୍ୱରୂପ ବଳି ଆଣିବାର ଶବ୍ଦ ଶୁଣାଯିବ। ଏହା ହେବ କାରଣ ଆମ୍ଭେ ଆପଣା ଲୋକମାନଙ୍କର ଭାଗ୍ୟ ପରିବର୍ତ୍ତନ କରିବା। ସେଥିପାଇଁ ସବୁକିଛି ପୂର୍ବରୁ ଯେପରି ଥିଲା, ସେପରି ହୋଇଯିବ।”


ସଦାପ୍ରଭୁ କୁହନ୍ତି, “ହେ ଉତ୍ପୀଡ଼ନ କରୁଥିବା ସୀଦୋନର କୁଆଁରୀକନ୍ୟା, ତୁମ୍ଭେ ଆନନ୍ଦ କର ନାହିଁ କାରଣ ତୁମ୍ଭେ ଧ୍ୱଂସ ହେବ। ମାତ୍ର ତୁମ୍ଭେ କିତ୍ତୀମକୁ ଗଲେ ମଧ୍ୟ, ସେଠାରେ ତୁମ୍ଭେ ବିଶ୍ରାମ ପାଇବ ନାହିଁ।”


ତା'ପରେ ଯୀଶୁ ଯିହୂଦୀ ପ୍ରାର୍ଥନାଗୃହର ଅଧ୍ୟକ୍ଷଙ୍କ ଘରେ ପହଞ୍ଚିଲେ। ସେଠାରେ ବଂଶୀବାଦକମାନେ ସମାଧି ଜନିତ ବଂଶୀ ବଜାଉଥିଲେ। ଝିଅଟି ମରିଯାଇଥିବାରୁ ଲୋକେ କାନ୍ଦୁଥିଲେ।


ସେହି ରାତ୍ରିରେ କୌଣସି ଉତ୍ପାଦନ ନ ହେଉ। ସେହି ରାତିରେ କୌଣସି ଶୁଭ ଖବର ଶୁଣା ନ ଯାଉ।


Swiv nou:

Piblisite


Piblisite