Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 18:19 - ପବିତ୍ର ବାଇବଲ

19 ସେମାନେ ନିଜ ନିଜ ମସ୍ତକ ଉପରେ ଧୂଳି ଫିଙ୍ଗିଲେ। ସେମାନେ କାନ୍ଦିଲେ ଓ ବହୁତ ଦୁଃଖିତ ହେଲେ। ସେମାନେ ଉଚ୍ଚ ସ୍ୱରରେ କହିଲେ: ‘ହେ ମହାନଗରୀ! ଭୟାନକ! ତୁମ୍ଭ ପାଇଁ ଏହା କେତେ ଭୟାନକ! ଏହି ମହାନଗରୀର ଧନରେ ସମୁଦ୍ରରେ ବାଣିଜ୍ୟ, ବ୍ୟବସାୟ କରୁଥିବା ଲୋକମାନେ ଧନୀ ହୋଇଥିଲେ। କିନ୍ତୁ ଘଣ୍ଟାକ ମଧ୍ୟରେ ସେ ଧ୍ୱଂସ ହୋଇଗଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ସେମାନେ ଆପଣା ଆପଣା ମସ୍ତକରେ ଧୂଳି ପକାଇ କ୍ରନ୍ଦନ ଓ ଶୋକ କରି ଚିତ୍କାର ସହ କହିଲେ, ହାୟ, ହାୟ, ମହାନଗରୀ, ସନ୍ତାପର ପାତ୍ରୀ। ତାହାର ସମୃଦ୍ଧି ଦ୍ଵାରା ସମସ୍ତ ସମୁଦ୍ରଗାମୀ ଜାହାଜର କର୍ତ୍ତାମାନେ ଧନବାନ ହୋଇଥିଲେ; ଏବେ ଏକ ଘଡ଼ି ମଧ୍ୟରେ ତାହା ଧ୍ଵଂସ ହୋଇଗଲା।

Gade chapit la Kopi

ଓଡିଆ ବାଇବେଲ

19 ସେମାନେ ଆପଣା ଆପଣା ମସ୍ତକରେ ଧୂଳି ପକାଇ କ୍ରନ୍ଦନ ଓ ଶୋକ କରି ଚିତ୍କାର ସହ କହିଲେ, ହାୟ, ହାୟ, ମହାନଗରୀ, ସନ୍ତାପର ପାତ୍ରୀ । ତାହାର ସମୃଦ୍ଧି ଦ୍ୱାରା ସମସ୍ତ ସମୁଦ୍ରଗାମୀ ଜାହାଜର କର୍ତ୍ତାମାନେ ଧନବାନ ହୋଇଥିଲେ; ଏବେ ଏକ ଘଡ଼ି ମଧ୍ୟରେ ତାହା ଧ୍ୱଂସ ହୋଇଗଲା ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

19 ସେମାନେ ମୁଣ୍ଡ ଉପରେ ଧୂଳି ପକାଇ ବିଳାପ କରି କହିଲେ, “କେଡ଼େ ଭୟଙ୍କର! ନଗରୀର ଏ କେଡ଼େ ଦାରୁଣ ଦୁର୍ଦ୍ଦଶା! ସମୁଦ୍ରରେ ଯାତ୍ରା କରୁଥିବା ଜାହାଜମାନେ ତାହାରି ଧନରେ ସମୃଦ୍ଧ ହୋଇଥିଲେ! କିନ୍ତୁ ଘଣ୍ଟାକ ମଧ୍ୟରେ ସେ ସର୍ବସ୍ୱାନ୍ତ ହୋଇଛି!”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ସେମାନେ ଆପଣା ଆପଣା ମସ୍ତକରେ ଧୂଳି ପକାଇ କ୍ରନ୍ଦନ ଓ ଶୋକ କରି ଚିତ୍କାର ସହ କହିଲେ, “‘ହାୟ, ହାୟ, ମହାନଗରୀ, ସନ୍ତାପର ପାତ୍ରୀ। ତାହାର ସମୃଦ୍ଧି ଦ୍ୱାରା ସମସ୍ତ ସମୁଦ୍ରଗାମୀ ଜାହାଜର କର୍ତ୍ତାମାନେ, ଧନବାନ ହୋଇଥିଲେ; ଏବେ ଏକ ଘଡ଼ି ମଧ୍ୟରେ ତାହା ଧ୍ୱଂସ ହୋଇଗଲା।

Gade chapit la Kopi




ପ୍ରକାଶିତ 18:19
13 Referans Kwoze  

ସେହି ରାଜାମାନେ ଯେତେବେଳେ ତାହାର ଯନ୍ତ୍ରଣା ଦେଖିବେ, ସେତେବେଳେ ସେମାନେ ଭୟ କରିବେ ଏବଂ ତା'ଠାରୁ ବହୁତ ଦୂରରେ ରହିବେ। ସେମାନେ କହିବେ: “ହେ ମହାନଗରୀ, ହେ ଶକ୍ତିଶାଳୀ ନଗରୀ ବାବିଲ! ଏହା ଭୟାନକ! ଏହା ଭୟାନକ! ଘଣ୍ଟାକ ମଧ୍ୟରେ ତୁମ୍ଭ ପାଇଁ ଦଣ୍ଡ ଆସିଲା।”


ଯେତେବେଳେ ଯିହୋଶୂୟ ଏହା ଶୁଣିଲେ। ସେ ତାଙ୍କର ଦୁଃଖ ଜଣାଇବା ପାଇଁ, ତାଙ୍କର ବସ୍ତ୍ରକୁ ଚିରି ଦେଲେ। ସେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ନିକଟରେ ମଥାମାଡ଼ି ଭୂମିରେ ପଡ଼ି ରହିଲେ। ଯିହୋଶୂୟ ଇସ୍ରାଏଲର ନେତୃବର୍ଗଙ୍କ ସହିତ ସେଠାରେ ରହିଲେ, ଯେଉଁମାନେ ସନ୍ଧ୍ୟା ପର୍ଯ୍ୟନ୍ତ ଦୁଃଖ ଜଣାଇ ସେମାନଙ୍କର ମସ୍ତକରେ ଧୂଳି ଫିଙ୍ଗିଲେ।


ସେମାନେ ତୁମ୍ଭ ଉଦ୍ଦେଶ୍ୟରେ ଅତିଶୟ ଦୁଃଖିତ ହୋଇ କ୍ରନ୍ଦନ କରିବେ। ପୁଣି ସେମାନେ ନିଜ ନିଜ ମସ୍ତକରେ ଧୂଳି ପକାଇ ଭସ୍ମରେ ଗଡ଼ିବେ।


ପୃଥିବୀର ସବୁ ଲୋକମାନେ ତା'ର ବ୍ୟଭିଗ୍ଭର ପାପର ଓ ପରମେଶ୍ୱରଙ୍କର କ୍ରୋଧର ସୁରାପାନ କରିଛନ୍ତି। ପୃଥିବୀର ରାଜାମାନେ ତା'ସହିତ ବ୍ୟଭିଗ୍ଭର ପାପ କାର୍ଯ୍ୟ କରିଛନ୍ତି। ସଂସାରର ବ୍ୟବସାୟୀମାନେ ତାହାର ଧନରେ ଧନବାନ୍ ହୋଇଛନ୍ତି।”


କିନ୍ତୁ ଯେତେବେଳେ ସେହି ତିନି ବନ୍ଧୁ ଦୂରରୁ ଆୟୁବକୁ ଦେଖିଲେ, ସେମାନେ ତାକୁ ଚିହ୍ନି ପାରି ଉଚ୍ଚ ସ୍ୱରରେ କ୍ରନ୍ଦନ କରିବାକୁ ଲାଗିଲେ। ଆଉ ସେମାନେ ଆପଣା ବସ୍ତ୍ର ଚିରି ସ୍ୱର୍ଗ ଆଡ଼କୁ ଗ୍ଭହିଁ ଆପଣା ମୁଣ୍ଡ ଉପରେ ଧୂଳି ଫିଙ୍ଗିଲେ।


ସେଥିପାଇଁ ଗୋଟିଏ ଦିନ ଭିତରେ ଏହି କ୍ଳେଶ ତାକୁ ଆକ୍ରମଣ କରିବ: ମୃତ୍ୟୁ, ଦୁଃଖଦାୟକ କ୍ରନ୍ଦନ, ମହା କ୍ଷୁଧା। ସେ ଅଗ୍ନିରେ ଜଳିଯିବ, କାରଣ ପ୍ରଭୁ ପରମେଶ୍ୱର ତା'ର ବିଗ୍ଭର କରିଛନ୍ତି ଏବଂ ସେ ସର୍ବଶକ୍ତିମାନ ଅଟନ୍ତି।


ସୈନ୍ୟମାନଙ୍କ ମଧ୍ୟରୁ ଜଣେ ବିନ୍ୟାମୀନିୟ ଲୋକ ଯୁଦ୍ଧଭୂମି ଛାଡ଼ି ଦେଲା ଓ ସାରା ରାସ୍ତାରେ ଶୀଲୋ ଆଡ଼କୁ ଦୌଡ଼ିଲା। ତା'ର ବସ୍ତ୍ରଗୁଡ଼ିକ ଚିରିଗଲା ଏବଂ ତା'ର ମସ୍ତକରେ ମାଟି ଥିଲା। ସେହି ଦିନ ସେ ଶୀଲୋରେ ପହଞ୍ଚିଲା


ସେହି ମାସର ଚବିଶ ଦିନରେ ଇସ୍ରାଏଲର ଲୋକମାନେ ଏକତ୍ରିତ ହେଲେ। ସେମାନେ ଉପବାସ କରି ଦୁଃଖଦ ବସ୍ତ୍ର ପିନ୍ଧି ଏବଂ ସେମାନଙ୍କ ମୁଣ୍ତରେ କାଦୁଅ ବୋଳି ଏକତ୍ର ଠିଆ ହେଲେ।


ଏଥିରେ ଅମ୍ନୋନର ଦାସ ତାହାକୁ ବାହାରେ ଆଣି ତାହା ପଛେ ପଛେ କବାଟ ଦେଇଦେବାରୁ ସେ ନିଜର ମୁଣ୍ଡରେ ଭସ୍ମ ଦେଇ ତାହା ଦେହର ଦୀର୍ଘ ଅଙ୍ଗରେଖା ଚିରି ଦେଲା। ତା'ପରେ ସେ ମୁଣ୍ଡରେ ହାତ ଦେଇ କାନ୍ଦି କାନ୍ଦି ସେଠାରୁ ପ୍ରସ୍ଥାନ କଲା।


ତୁମ୍ଭେ ଯେଉଁ ପଶୁ ଓ ଦଶ ଶିଙ୍ଗ ଦେଖିଲ, ସେମାନେ ସେହି ବେଶ୍ୟାକୁ ଘୃଣା କରିବେ। ସେମାନେ ତା'ର ସବୁ ନେଇଯିବେ ଓ ତାହାକୁ ଉଲଗ୍ନ କରି ଛାଡ଼ି ଦେବେ। ସେମାନେ ତାହାର ଶରୀରର ମାଂସ ଖାଇବେ ଓ ତାହାକୁ ଅଗ୍ନିରେ ପୋଡ଼ି ଦେବେ।


“ବାବିଲନୀୟମାନେ ତାଙ୍କ ଦେଶପାଇଁ ଗର୍ବିତ ହୁଅନ୍ତି। କାରଣ ତାଙ୍କର ରାଜ୍ୟ ସବୁ ରାଜ୍ୟମାନଙ୍କ ମଧ୍ୟରେ ଅଧିକ ସୌନ୍ଦର୍ଯ୍ୟଶାଳୀ।


ସିୟୋନ କନ୍ୟା, ବୟସ୍କାମାନେ ନୀରବରେ ଭୂମିରେ ବସିଛନ୍ତି। ସେମାନେ ଆପଣା ମସ୍ତକରେ ଧୂଳି ବୋଳି ହୋଇଛନ୍ତି ଓ କଟି ଦେଶରେ ଶୋକ ବସ୍ତ୍ର ବାନ୍ଧିଛନ୍ତି। ଯିରୁଶାଲମର କୁମାରୀମାନେ ଭୂମିକୁ ସେମାନଙ୍କର ମସ୍ତକରେ ଅବନତ କରିଛନ୍ତି।


Swiv nou:

Piblisite


Piblisite