Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 18:16 - ପବିତ୍ର ବାଇବଲ

16 ସେମାନେ କହିବେ: ‘ହେ ମହାନଗରୀ! ଭୟାନକ! ତୁମ୍ଭ ପାଇଁ ଏହା କେତେ ଭୟାନକ: ଯେଉଁ ମହାନଗରୀ ସୂକ୍ଷ୍ମ ରେଶମ, ବାଇଗଣି ଓ ଘନଲାଲ ବର୍ଣ୍ଣର ବସ୍ତ୍ର ପିନ୍ଧିଥିଲା, ସୁନା, ମଣି ଓ ମୁକ୍ତାରେ ଝଟକୁଥିଲା,

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ହାୟ, ହାୟ, ମହାନଗରୀ, ସନ୍ତାପର ପାତ୍ରୀ। ତାହା ସୂକ୍ଷ୍ମ ବସ୍ତ୍ର, କୃଷ୍ଣଲୋହିତ ଓ ସିନ୍ଦୂରବର୍ଣ୍ଣ ବସ୍ତ୍ର ପରିହିତା ଥିଲା, ପୁଣି ସୁବର୍ଣ୍ଣ, ମଣି ଓ ମୁକ୍ତାରେ ଭୂଷିତା ଥିଲା।

Gade chapit la Kopi

ଓଡିଆ ବାଇବେଲ

16 ହାୟ, ହାୟ, ମହାନଗରୀ, ସନ୍ତାପର ପାତ୍ରୀ । ତାହା ସୂକ୍ଷ୍ମ ବସ୍ତ୍ର, ବାଇଗଣୀ ରଙ୍ଗର ଓ ସିନ୍ଦୁରବର୍ଣ୍ଣ ବସ୍ତ୍ର ପରିହିତା ଥିଲା, ପୁଣି, ସୁବର୍ଣ୍ଣ, ମଣି ଓ ମୁକ୍ତାରେ ଭୂଷିତା ଥିଲା ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

16 ସେମାନେ ଶୋକ କରି କହିବେ, “ହାୟ! ମହାନଗରୀର ଅବସ୍ଥା ଏବେ କେଡ଼େ ଭୟଙ୍କର, କେଡ଼େ ଶୋଚନୀୟ! ସେ ସୂକ୍ଷ୍ମ ବସ୍ତ୍ର, କୃଷ୍ଣ ଲୋହିତ ଓ ସିନ୍ଦୁର ବର୍ଣ୍ଣ ବସ୍ତ୍ରପରିହିତା ଥିଲା, ପୁଣି ସୁବର୍ଣ୍ଣ, ମଣି ଓ ମୁକ୍ତାରେ ଭୂଷିତା ଥିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ‘ହାୟ, ହାୟ, ମହାନଗରୀ, ସନ୍ତାପର ପାତ୍ରୀ। ତାହା ସୂକ୍ଷ୍ମ ବସ୍ତ୍ର, ବାଇଗଣୀ ରଙ୍ଗର, ଓ ଲୋହିତବର୍ଣ୍ଣ ବସ୍ତ୍ର ପରିହିତା ଥିଲା, ପୁଣି, ସୁବର୍ଣ୍ଣ, ମଣି ଓ ମୁକ୍ତାରେ ଭୂଷିତା ଥିଲା।

Gade chapit la Kopi




ପ୍ରକାଶିତ 18:16
8 Referans Kwoze  

ସେହି ସ୍ତ୍ରୀଲୋକଟି ବାଇଗଣି ଓ ଲାଲ ରଙ୍ଗର ବସ୍ତ୍ର ପିନ୍ଧିଥିଲା। ସେ ପିନ୍ଧିଥିବା ସୁନା, ଅଳଙ୍କାର ଓ ମଣିମୁକ୍ତା ଯୋଗୁଁ ଝଲକୁଥିଲା। ତା’ ହାତରେ ଗୋଟିଏ ସୁବର୍ଣ୍ଣ ପାତ୍ର ଥିଲା। ସେହି ପାତ୍ରଟି ଘୃଣ୍ୟ ବିଷୟ ଗୁଡ଼ିକରେ ଓ ତା'ର ନିଜର ଯୌନଗତ ପାପର ଆବର୍ଜନାରେ ପୂର୍ଣ୍ଣ ଥିଲା।


ସେମାନେ ନିଜ ନିଜ ମସ୍ତକ ଉପରେ ଧୂଳି ଫିଙ୍ଗିଲେ। ସେମାନେ କାନ୍ଦିଲେ ଓ ବହୁତ ଦୁଃଖିତ ହେଲେ। ସେମାନେ ଉଚ୍ଚ ସ୍ୱରରେ କହିଲେ: ‘ହେ ମହାନଗରୀ! ଭୟାନକ! ତୁମ୍ଭ ପାଇଁ ଏହା କେତେ ଭୟାନକ! ଏହି ମହାନଗରୀର ଧନରେ ସମୁଦ୍ରରେ ବାଣିଜ୍ୟ, ବ୍ୟବସାୟ କରୁଥିବା ଲୋକମାନେ ଧନୀ ହୋଇଥିଲେ। କିନ୍ତୁ ଘଣ୍ଟାକ ମଧ୍ୟରେ ସେ ଧ୍ୱଂସ ହୋଇଗଲା।


ତୁମ୍ଭେ ଆଚ୍ଛାଦନକାରୀ ଅଭିଷିକ୍ତ କିରୂବ ଥିଲ; ପୁଣି ଆମ୍ଭେ ତୁମ୍ଭକୁ ପରମେଶ୍ୱରଙ୍କ ପବିତ୍ର ପର୍ବତ ଉପରେ ସ୍ଥାପନ କଲୁ। ତୁମ୍ଭେ ଅଗ୍ନିମୟ ପ୍ରସ୍ତର ସକଳ ମଧ୍ୟରେ ଗମନାଗମନ କଲ।


ତାଙ୍କ ପାଖରେ ବହୁ ଧନସମ୍ପତ୍ତି ନେବାକୁ ଅଛି। ତାଙ୍କର ରୂପା ଓ ସୁନା ନିଅ।


ତା'ପରେ ଦୂତ ମୋତେ ଆତ୍ମା ଦ୍ୱାରା ମରୁଭୂମିକୁ ବହି ନେଇଗଲେ। ସେଠାରେ ମୁଁ ଗୋଟିଏ ନାରୀକୁ ଲାଲ ରଙ୍ଗର ପଶୁ ଉପରେ ବସିଥିବାର ଦେଖିଲି। ସେ ପଶୁର ସର୍ବାଙ୍ଗ ଶରୀର ଉପରେ ଈଶ୍ୱରଙ୍କ ନିନ୍ଦା କରୁଥିବା ନାମସବୁ ଲେଖା ଯାଇଥିଲା। ସେହି ପଶୁର ସାତୋଟି ମସ୍ତକ ଓ ଦଶଟି ଶିଙ୍ଗ ଥିଲା।


ସେମାନେ ତା'ର ଜଳୁଥିବାର ଧୂଆଁ ଦେଖିଲେ। ସେମାନେ ଉଚ୍ଚ ସ୍ୱରରେ କହିଲେ, “ଏହି ମହାନଗରୀ ପରି ଅନ୍ୟ କୌଣସି ନଗରୀ ନାହିଁ।”


Swiv nou:

Piblisite


Piblisite