Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 17:9 - ପବିତ୍ର ବାଇବଲ

9 “ଏହାକୁ ବୁଝିବା ପାଇଁ ଜ୍ଞାନଯୁକ୍ତ ମନ ଆବଶ୍ୟକ। ଏହି ପଶୁର ସାତୋଟିମସ୍ତକ ହେଉଛି ସାତୋଟି ପର୍ବତ, ଯାହା ଉପରେ ସେ ବସେ। ତାହା ସାତ ଜଣ ରାଜାଙ୍କୁ ମଧ୍ୟ ବୁଝାଏ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ଏହି ସ୍ଥଳରେ ବୁଦ୍ଧିବିଶିଷ୍ଟ ମନ ଆବଶ୍ୟକ। ସେହି ସପ୍ତ ମସ୍ତକ ସପ୍ତ ପର୍ବତକୁ ବୁଝାଏ, ଏହି ସପ୍ତ ପର୍ବତ ଉପରେ ସ୍ତ୍ରୀଲୋକ ଉପବିଷ୍ଟା;

Gade chapit la Kopi

ଓଡିଆ ବାଇବେଲ

9 ଏହି ସ୍ଥଳରେ ବୁଦ୍ଧିବିଶିଷ୍ଟ ମନ ଆବଶ୍ୟକ । ସେହି ସପ୍ତ ମସ୍ତକ ସପ୍ତ ପର୍ବତକୁ ବୁଝାଏ, ଏହି ସପ୍ତ ପର୍ବତ ଉପରେ ସ୍ତ୍ରୀଲୋକ ଉପବିଷ୍ଟା;

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

9 “ଏହି ସବୁ ବିଷୟ ବୁଝିବା ପାଇଁ ପ୍ରଜ୍ଞା ଆବଶ୍ୟକ। ପଶୁର ସାତଟି ମସ୍ତକ ବାସ୍ତବିକ ସାତଟି ପର୍ବତ, ଯାହା ଉପରେ ସ୍ତ୍ରୀ ଲୋକଟି ଉପବିଷ୍ଟ। ସେଗୁଡ଼ିକ ମଧ୍ୟ ସାତଟି ରାଜାଙ୍କ ପ୍ରତୀକ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ଏହି ସ୍ଥଳରେ ବୁଦ୍ଧିବିଶିଷ୍ଟ ମନ ଆବଶ୍ୟକ। ସେହି ସପ୍ତ ମସ୍ତକ ସପ୍ତ ପର୍ବତକୁ ବୁଝାଏ, ଏହି ସପ୍ତ ପର୍ବତ ଉପରେ ସ୍ତ୍ରୀଲୋକ ଉପବିଷ୍ଟା;

Gade chapit la Kopi




ପ୍ରକାଶିତ 17:9
10 Referans Kwoze  

ଯେଉଁ ଲୋକର ବୁଦ୍ଧି ଅଛି, ସେ ପଶୁର ସଂଖ୍ୟାର ଅର୍ଥକୁ ଠିକ୍ ରୂପ ଦେଇ ପାରିବ। ଏଥିପାଇଁ ବୁଦ୍ଧି ଆବଶ୍ୟକ କାରଣ ଏହି ସଂଖ୍ୟା ଗୋଟିଏ ମନୁଷ୍ୟର ସଂଖ୍ୟା। ତାହାର ସଂଖ୍ୟା ହେଉଛି 666।


ତା'ପରେ ସେ ଦୂତ ମୋତେ କହିଲେ, “ତୁମ୍ଭେ କାହିଁକି ଆଶ୍ଚର୍ଯ୍ୟ ହେଉଛ? ମୁଁ ତୁମ୍ଭକୁ ଏହି ସ୍ତ୍ରୀଲୋକର ରହସ୍ୟ କହିବି ଓ ସପ୍ତ ମସ୍ତକ ଓ ଦଶଶିଙ୍ଗ ବିଶିଷ୍ଟ ତା'ର ବାହନ ପଶୁ ବିଷୟରେ ମଧ୍ୟ କହିବି।


ତୁମ୍ଭେ ଯେଉଁ ସ୍ତ୍ରୀକୁ ଦେଖିଲ, ସେ ପୃଥିବୀର ରାଜାମାନଙ୍କ ଉପରେ ରାଜତ୍ୱ କରୁଥିବା, ସେହି ମହାନଗରୀକୁ ବୁଝାଏ।”


ତା'ପରେ ଦୂତ ମୋତେ ଆତ୍ମା ଦ୍ୱାରା ମରୁଭୂମିକୁ ବହି ନେଇଗଲେ। ସେଠାରେ ମୁଁ ଗୋଟିଏ ନାରୀକୁ ଲାଲ ରଙ୍ଗର ପଶୁ ଉପରେ ବସିଥିବାର ଦେଖିଲି। ସେ ପଶୁର ସର୍ବାଙ୍ଗ ଶରୀର ଉପରେ ଈଶ୍ୱରଙ୍କ ନିନ୍ଦା କରୁଥିବା ନାମସବୁ ଲେଖା ଯାଇଥିଲା। ସେହି ପଶୁର ସାତୋଟି ମସ୍ତକ ଓ ଦଶଟି ଶିଙ୍ଗ ଥିଲା।


ତା'ପରେ ମୁଁ ଗୋଟିଏ ପଶୁକୁ ସମୁଦ୍ର ଭିତରୁ ଉପରକୁ ଆସିବାର ଦେଖିଲି। ଏହାର ଦଶଟି ଶିଙ୍ଗ ଓ ସାତୋଟି ମୁଣ୍ଡ ଥିଲା। ପ୍ରତ୍ୟେକ ଶିଙ୍ଗରେ ଗୋଟିଏ ଗୋଟିଏ ମୁକୁଟ ଥିଲା। ପ୍ରତ୍ୟେକ ମସ୍ତକରେ ପରମେଶ୍ୱରଙ୍କୁ ନିନ୍ଦା କରୁଥିବା ଖରାପ ନାମ ସବୁ ଲେଖାଯାଇଥିଲା।


“ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତା ଦାନିୟେଲ ‘ଧ୍ୱଂସ ସାଧକ ଭୟଙ୍କର ବସ୍ତୁ’ ବିଷୟରେ କହିଲେ। ଏହି ଭୟଙ୍କର ବସ୍ତୁଟି ପବିତ୍ର ସ୍ଥାନରେ ଠିଆ ହୋଇଥିବାର ଦେଖାଯିବ।’’ (ଏହାକୁ ପ‌ଢ଼ୁଥିବା ଲୋକେ ଏହାର ଅର୍ଥ ବୁଝି ପାରିବା ଉଚିତ୍।)


ଯୀଶୁ କହିଲେ, “ସ୍ୱର୍ଗରାଜ୍ୟର ନିଗୂଢ଼ ସତ୍ୟ ଜାଣିବା ପାଇଁ କେବଳ ତୁମ୍ଭମାନଙ୍କୁ ଅଧିକାର ମିଳିଛି। ଏ ଅଧିକାର ସେମାନଙ୍କୁ ଦିଆଯାଇ ନାହିଁ।


ଜଣେ ଜ୍ଞାନୀ ବ୍ୟକ୍ତି ଏହି ଜିନିଷଗୁଡ଼ିକୁ ବୁଝେ। ଜଣେ କର୍ମଠ ବ୍ୟକ୍ତି ଏହିସବୁ ଜିନିଷଗୁଡ଼ିକୁ ଶିକ୍ଷା କରିବା ଉଚିତ୍। ସଦାପ୍ରଭୁଙ୍କ ମାର୍ଗ ସର୍ବଦା ଠିକ୍। ଉତ୍ତମଲୋକ ସେହି ମାର୍ଗ ଦ୍ୱାରା ବଞ୍ଚିବେ ଓ ପାପୀମାନେ ତା’ ଦ୍ୱାରା ମୃତ୍ୟୁବରଣ କରିବେ।


“ମାତ୍ର ହେ ଦାନିୟେଲ, ତୁମ୍ଭେ ଶେଷକାଳ ପର୍ଯ୍ୟନ୍ତ ଏହି ବାକ୍ୟ ସକଳ ବନ୍ଦ କରି ଓ ଏହି ପୁସ୍ତକ ମୁଦ୍ରିତ କରି ରଖ। ଅନେକ ଏଣେତେଣେ ପ୍ରକୃତ ଜ୍ଞାନର ଅନ୍ୱେଷଣ କରିବେ ଓ ଜ୍ଞାନର ବୃଦ୍ଧି ହେବ।”


Swiv nou:

Piblisite


Piblisite