Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 17:6 - ପବିତ୍ର ବାଇବଲ

6 ମୁଁ ସେହି ସ୍ତ୍ରୀଲୋକକୁ ପରମେଶ୍ୱରଙ୍କର ପବିତ୍ର ଲୋକଙ୍କର ରକ୍ତ ଓ ଯୀଶୁଙ୍କ ବିଷୟରେ ସେମାନଙ୍କର ସାକ୍ଷ୍ୟ ଦେଇଥିବା ଲୋକମାନଙ୍କର ରକ୍ତ ପିଇଥିବାର ଦେଖିଲି। ମୁଁ ସେହି ସ୍ତ୍ରୀଲୋକକୁ ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇଗଲି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ମୁଁ ସେହି ସ୍ତ୍ରୀଲୋକକୁ ସାଧୁମାନଙ୍କ ଓ ଯୀଶୁଙ୍କ ସାକ୍ଷୀମାନଙ୍କ ରକ୍ତପାନରେ ମତ୍ତ ହୋଇଥିବାର ଦେଖିଲି। ତାହାକୁ ଦେଖି ମୁଁ ଅତ୍ୟ; ଆଶ୍ଚର୍ଯ୍ୟାନ୍ଵିତ ହେଲି।

Gade chapit la Kopi

ଓଡିଆ ବାଇବେଲ

6 ମୁଁ ସେହି ସ୍ତ୍ରୀଲୋକକୁ ସାଧୂମାନଙ୍କ ଓ ଯୀଶୁଙ୍କ ସାକ୍ଷୀମାନଙ୍କ ରକ୍ତପାନରେ ମତ୍ତ ହେବାର ଦେଖିଲି । ତାହାକୁ ଦେଖି ମୁଁ ଅତ୍ୟନ୍ତ ଆଶ୍ଚର୍ଯ୍ୟାନ୍ୱିତ ହେଲି |

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

6 ମୁଁ ଆହୁରି ଦେଖିଲି, ସେହି ସ୍ତ୍ରୀ ଲୋକଟି ସାଧୁମାନଙ୍କର ଓ ଯୀଶୁଙ୍କ ପ୍ରତି ବିଶ୍ୱସ୍ତ ରହି ନିହତ ହୋଇଥିବା ଲୋକମାନଙ୍କର ରକ୍ତପାନ କରି ମତୁଆଲା ହୋଇଥିଲା। ତାକୁ ଦେଖି ମୁଁ ବିସ୍ମୟରେ ହତବୁଦ୍ଧି ହୋଇଗଲି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ମୁଁ ସେହି ସ୍ତ୍ରୀଲୋକକୁ ସାଧୁମାନଙ୍କ ଓ ଯୀଶୁଙ୍କ ସାକ୍ଷୀମାନଙ୍କ ରକ୍ତପାନରେ ମତ୍ତ ହେବାର ଦେଖିଲି। ତାହାକୁ ଦେଖି ମୁଁ ଅତ୍ୟନ୍ତ ଆଶ୍ଚର୍ଯ୍ୟାନ୍ୱିତ ହେଲି।

Gade chapit la Kopi




ପ୍ରକାଶିତ 17:6
12 Referans Kwoze  

ଲୋକମାନେ ଯେହେତୁ ତୁମ୍ଭର ପବିତ୍ର ଲୋକ ଓ ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କର ରକ୍ତପାତ କରିଥିଲେ, ଏବେ ତୁମ୍ଭେ ସେମାନଙ୍କୁ ରକ୍ତପାତ କରିବାକୁ ଦେଇଛ। ସେମାନେ ଏହା ହିଁ ପାଇବାକୁ ଯୋଗ୍ୟ।”


ଦ୍ୱିତୀୟ ପଶୁକୁ ପ୍ରଥମ ପଶୁର ପ୍ରତିମାକୁ ଜୀବନ ଦେବା ପାଇଁ କ୍ଷମତା ଦିଆ ଯାଇଥିଲା। ତା'ପରେ ସେହି ପ୍ରତିମା କଥା କହିବ ଓ ଯେଉଁମାନେ ତାହାକୁ ପୂଜା ନ କରିବେ, ସେ ସେମାନଙ୍କୁ ମୃତ୍ୟୁଦଣ୍ଡର ଆଦେଶ ଦେବ।


“ମୁଁ ଜାଣେ ଯେ, ଶୟତାନର ସିଂହାସନ ଯେଉଁଠାରେ ରହିଛି, ସେହି ନଗରରେ ତୁମ୍ଭେ ବାସ କରୁଛ। ତଥାପି ତୁମ୍ଭେ ମୋ’ ପ୍ରତି ନିଷ୍ଠାବାନ ହୋଇଅଛ ଏପରିକି, ଶୟତାନ ବାସ କରୁଥିବା ସେହି ନଗରରେ ମୋର ବିଶ୍ୱସ୍ତ ସାକ୍ଷୀ ଆନ୍ତିପାଙ୍କୁ ହତ୍ୟା କରାଯିବା ସମୟରେ ମଧ୍ୟ ତୁମ୍ଭେ ମୋ'ଠାରେ ବିଶ୍ୱାସ କରୁଅଛ ବୋଲି ଅସ୍ୱୀକାର କରି ନ ଥିଲା।


ତାହାକୁ ପରମେଶ୍ୱରଙ୍କ ପବିତ୍ର ଲୋକ ବିରୁଦ୍ଧରେ ଯୁଦ୍ଧ କରି ସେମାନଙ୍କୁ ପରାସ୍ତ କରିବାର କ୍ଷମତା ଦିଆଗଲା। ତାହାକୁ ପୃଥିବୀର ସବୁ ଗୋଷ୍ଠୀ, ଜାତି, ପ୍ରଜାତି ଓ ଦେଶଗୁଡ଼ିକ ଉପରେ ଶାସନ କରିବାକୁ କ୍ଷମତା ଦିଆଗଲା।


ଆମ୍ଭ ଭାଇମାନେ ମେଷଶାବକଙ୍କ ରକ୍ତ ଦ୍ୱାରା ଓ ସେମାନଙ୍କର ପ୍ରଗ୍ଭର ଦ୍ୱାରା ତାହାକୁ ପରାସ୍ତ କରିଛନ୍ତି, କାରଣ ସେମାନେ ନିଜ ନିଜର ଜୀବନକୁ ତୁଚ୍ଛଜ୍ଞାନ କରି ତାହାଙ୍କ ନିମନ୍ତେ ମୃତ୍ୟୁ ଭୋଗ କରିଥିଲେ।


ତୁମ୍ଭର ସାକ୍ଷୀ ସ୍ତିଫାନଙ୍କ ରକ୍ତ ବହିଯାଉଥିବା ସମୟରେ ମୁଁ ସେଠାରେ ଠିଆ ହୋଇ ସେହି କାର୍ଯ୍ୟକୁ ସମର୍ଥନ କରୁଥିଲି। ମୁଁ ତାହାଙ୍କୁ ହତ୍ୟା କରୁଥିବା ଲୋକମାନଙ୍କର ଲୁଗାପଟାକୁ ଜଗିଥିଲି, ଏସବୁ କଥା ସେମାନେ ଜାଣନ୍ତି।’


ଏବଂ ସେ ସର୍ବୋପରିସ୍ଥ ପରମେଶ୍ୱରଙ୍କ ବିରୁଦ୍ଧରେ କଥା କହିବ ଓ ପରମେଶ୍ୱରଙ୍କର ପବିତ୍ର ଲୋକମାନଙ୍କୁ ବଧ କରିବ। ଆଉ ସେ ସମୟ ଓ ଆଜ୍ଞାର ପରିବର୍ତ୍ତନ କରିବାକୁ ଚିନ୍ତା କରିବ। ସାଢ଼େ ତିନି ବର୍ଷ ପାଇଁ ସେମାନେ ତା’ ହସ୍ତରେ ସମର୍ପିତ ହେବେ।


ତୁମ୍ଭର ଚକ୍ଷୁଗୁଡ଼ିକ ଏତେ ଶୁଦ୍ଧ ଯେ, ତୁମ୍ଭେ ଦୁଷ୍କର୍ମ ଦେଖି ପାରିବ ନାହିଁ। ଲୋକମାନେ ଦୁଷ୍କର୍ମ କରୁଥିବାର ଦେଖି ତୁମ୍ଭେ ସହ୍ୟ କରି ପାରିବ ନାହିଁ। ତେଣୁ କିପରି ସେହି ମନ୍ଦ ଲୋକମାନେ ଜୟ କରିବାର ତୁମ୍ଭେ ଦେଖି ପାରିବ? କାହିଁକି ତୁମ୍ଭେ ପ୍ରତିକ୍ରିୟା କରୁ ନାହଁ, ଯେତେବେଳେ ଦୁଷ୍ଟ ଲୋକମାନେ ଧାର୍ମିକ ଲୋକମାନଙ୍କୁ ପରାସ୍ତ କରିବାର ଦେଖୁଛ?


ଆଉ ମୁଁ ଦେଖିଲି ସେହି ଶିଙ୍ଗ ପରମେଶ୍ୱରଙ୍କ ପବିତ୍ର ଲୋକଙ୍କୁ ଆକ୍ରମଣ କଲା ଓ ସେମାନଙ୍କୁ ବଧ କଲା।


ସେ ବରକୁ କହିଲେ, “ଲୋକମାନେ ସବୁବେଳେ ସବୁଠାରୁ ଉତ୍ତମ ଦ୍ରାକ୍ଷାରସ ପ୍ରଥମେ ପିଇବାକୁ ଦିଅନ୍ତି। ଅତିଥିମାନେ ଯଥେଷ୍ଟ ପିଇ ମାତାଲ ହେବାପରେ ସେମାନେ ଶସ୍ତା ଦ୍ରାକ୍ଷାରସ ଦିଅନ୍ତି। କିନ୍ତୁ ତୁମ୍ଭେ ତ ଏପର୍ଯ୍ୟନ୍ତ ଉତ୍ତମ ଦ୍ରାକ୍ଷାରସ ରଖିଅଛ।”


Swiv nou:

Piblisite


Piblisite