Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 17:15 - ପବିତ୍ର ବାଇବଲ

15 ତା'ପରେ ସେ ସ୍ୱର୍ଗଦୂତ ମୋତେ କହିଲେ, “ତୁମ୍ଭେ ଯେଉଁ ଜଳରାଶୀ ଉପରେ ବେଶ୍ୟା ବସୁଥିବାର ଦେଖିଲ, ସେହି ଜଳରାଶୀ ହେଉଛି ବିଭିନ୍ନ ଲୋକ, ବିଭିନ୍ନ ଦେଶ ଓ ଭାଷାମାନ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ଆଉ ସେ ମୋତେ କହିଲେ, ଯେଉଁ ଜଳରାଶି ନିକଟରେ ତୁମ୍ଭେ ବେଶ୍ୟାକୁ ଉପବିଷ୍ଟା ଥିବାର ଦେଖିଲ, ସେହି ଜଳରାଶି ବିଭିନ୍ନ ବଂଶ, ଜନତା, ଜାତି ଓ ଭାଷାବାଦୀ ଲୋକଙ୍କୁ ବୁଝାଏ।

Gade chapit la Kopi

ଓଡିଆ ବାଇବେଲ

15 ଆଉ ସେ ମୋତେ କହିଲେ, ଯେଉଁ ଜଳରାଶି ନିକଟରେ ତୁମ୍ଭେ ବେଶ୍ୟାକୁ ଉପବିଷ୍ଟା ଥିବାର ଦେଖିଲ, ସେହି ଜଳରାଶି ବିଭିନ୍ନ ଗୋଷ୍ଠୀ, ଜନତା, ଜାତି ଓ ଭାଷାବାଦୀ ଲୋକଙ୍କୁ ବୁଝାଏ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

15 ଦୂତ ମୋତେ ଆହୁରି କହିଲେ, “ତୁମେ ଯେଉଁ ଜଳରାଶି ଦେଖିଲ, ଯାହା ଉପରେ ସେହି ବେଶ୍ୟା ବସିଛି, ତାହା ହେଉଛି ଭିନ୍ନ ରାଷ୍ଟ୍ର, ଜାତି, ଗୋଷ୍ଠୀ ଓ ଭାଷାଭାଷୀଙ୍କର ସମାବେଶ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ଆଉ ସେ ମୋତେ କହିଲେ, ଯେଉଁ ଜଳରାଶି ନିକଟରେ ତୁମ୍ଭେ ବେଶ୍ୟାକୁ ଉପବିଷ୍ଟା ଥିବାର ଦେଖିଲ, ସେହି ଜଳରାଶି ବିଭିନ୍ନ ଗୋଷ୍ଠୀ, ଜନତା, ଜାତି ଓ ଭାଷାବାଦୀ ଲୋକଙ୍କୁ ବୁଝାଏ।

Gade chapit la Kopi




ପ୍ରକାଶିତ 17:15
14 Referans Kwoze  

ସାତଦୂତଙ୍କ ମଧ୍ୟରୁ ଯେଉଁମାନେ ସାତୋଟି ପାତ୍ର ଧାରଣ କରିଥିଲେ, ସେମାନଙ୍କ ମଧ୍ୟରୁ ଜଣେ ମୋ’ ନିକଟକୁ ଆସି ମୋତେ କହିଲେ, “ଆସ ପ୍ରସିଦ୍ଧ ବେଶ୍ୟାକୁ କ’ଣ ଦଣ୍ଡ ଦିଆଯିବ, ତାହା ମୁଁ ତୁମ୍ଭକୁ ଦେଖାଇବି। ସେ ବହୁତ ଜଳରାଶି ଉପରେ ବସିଛି।


ସଦାପ୍ରଭୁ ବାବିଲକୁ ବିନଷ୍ଟ କରିବେ ଓ ନଗର ମଧ୍ୟରୁ ମହାରବ କ୍ଷାନ୍ତ କରିବେ। ଶତ୍ରୁସୈନ୍ୟ ତରଙ୍ଗାୟିତ ମହାସାଗର ସଦୃଶ ଗର୍ଜନ କରି ଆସିବେ ଓ କ‌‌ଲ୍‌‌ଦୀୟମାନେ ସେହି ମହାରବ ଶୁଣିବେ।


ହେ ଜଳରାଶି ନିକଟରେ ବାସ କରୁଥିବା ଓ ଧନ ସମ୍ପଦରେ ଐଶ୍ୱର୍ଯ୍ୟଶାଳୀ ବାବିଲ, ତୁମ୍ଭର ଅନ୍ତିମ କାଳ ଉପସ୍ଥିତ ଓ ତୁମ୍ଭର ଧ୍ୱଂସ ହେବାର ସମୟ ଆସିଯାଇଛି।


ସାଢ଼େ ତିନି ଦିନ ପର୍ଯ୍ୟନ୍ତ ସମସ୍ତ ମଣିଷ ଜାତି, ସମସ୍ତ ଗୋଷ୍ଠୀ, ସମସ୍ତ ଭାଷା ଏବଂ ସମସ୍ତ ରାଷ୍ଟ୍ରର ଲୋକମାନେ ସେମାନଙ୍କର ଶବ ଦେଖିବେ। କିନ୍ତୁ ସେମାନେ ସେମାନଙ୍କର ସମାଧିସ୍ଥ ହେବାକୁ ଦେବେ ନାହିଁ।


ତା'ପରେ ସେମାନେ ମୋତେ କହିଲେ, “ଅନେକ ଦେଶ, ଜାତି, ଭାଷା ଓ ରାଜାମାନଙ୍କ ବିଷୟରେ ତୁମ୍ଭକୁ ଆହୁରି ଭବିଷ୍ୟ‌‌ଦ୍‌‌‌‌ବାଣୀ କହିବାକୁ ପଡ଼ିବ।”


ବାବିଲ ଉପରେ ସମୁଦ୍ର ମାଡ଼ି ଆସିବ ଓ ତାହାର ଢେଉସବୁ ଗର୍ଜନ କରି ତାକୁ ଆଚ୍ଛାଦିତ କରିବ।


ପରମେଶ୍ୱର “ଅଶାନ୍ତ ସମୁଦ୍ରକୁ” ଓ ଉତ୍ତାଳ ତରଙ୍ଗକୁ ଶାନ୍ତ କର। ଏପରିକି ଆମ୍ଭ ଚତୁର୍ପାର୍ଶ୍ୱର ଭୟଙ୍କର ଦେଶଗୁଡ଼ିକୁ।


ମୋର ଶତ୍ରୁମାନେ ଯେତେବେଳେ ମୋତେ ହତ୍ୟା କରିବାକୁ ଚେଷ୍ଟା କରୁଥିଲେ, ମୃତ୍ୟୁର ରଶି ମୋତେ ସେତେବେଳେ ବାନ୍ଧିବାକୁ ଯାଉଥିଲା ମୋର ଗ୍ଭରିଆଡ଼ୁ। ମୁଁ ବନ୍ୟାରେ କବଳିତ ହୋଇ ମୃତ୍ୟୁ ଆଡ଼କୁ ଭାସି ଗ୍ଭଲିଥିଲି,


ସଦାପ୍ରଭୁ କହନ୍ତି, “ଦେଖ, ଉତ୍ତର ଦିଗରୁ ଶତ୍ରୁସୈନ୍ୟ କୂଳ ଲଙ୍ଘନ କରି ନଦୀକୂଳ ଉଚ୍ଛୁଳିଲା ପରି ଆସୁଅଛି, ତାହା ପ୍ଳାବନକାରୀ ବନ୍ୟା ସଦୃଶ ସମଗ୍ର ଦେଶ, ତନ୍ମଧ୍ୟସ୍ଥ ସମସ୍ତ ବସ୍ତ୍ର, ନଗର ଓ ତନ୍ନିବାସୀମାନଙ୍କୁ ଜଳମଗ୍ନ କରିବ। ତହିଁରେ ଲୋକମାନେ କ୍ରନ୍ଦନ କରିବେ ଓ ସାହାଯ୍ୟ ପାଇଁ ହାହାକାର କରିବେ।


ଅମାପ ଜଳ ତାହାକୁ ପୁଷ୍ଟ କଲା। ଗଭୀର ତରଙ୍ଗିଣୀ ତାହାକୁ ବର୍ଦ୍ଧିତ ହେଲା ଓ ତାହାର ସ୍ରୋତ ସମୂହ ବୃକ୍ଷରୋପଣ ସ୍ଥାନର ଚତୁର୍ଦ୍ଦିଗରେ ପ୍ରବାହିତ ହେଲା।


ସେମାନେ ମେଷଶାବକଙ୍କ ପାଇଁ ଗୋଟିଏ ନୂତନ ଗୀତ ଗାନ କଲେ: “ତୁମ୍ଭେ ଚର୍ମପତ୍ର ଗ୍ରହଣ କରିବାକୁ ଏବଂ ମୁଦ୍ରା ଖୋଲିବାକୁ ଯୋଗ୍ୟ ଅଟ, କାରଣ ତୁମ୍ଭେ ହତ ହୋଇଥିଲ; ଏବଂ ତୁମ୍ଭର ରକ୍ତରେ ପ୍ରତ୍ୟେକ ଗୋଷ୍ଠୀ, ଭାଷା, ବଂଶ ଓ ଜାତି ମଧ୍ୟରୁ ପରମେଶ୍ୱରଙ୍କ ପାଇଁ ଲୋକମାନଙ୍କୁ କିଣିଥିଲ


Swiv nou:

Piblisite


Piblisite