Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 16:8 - ପବିତ୍ର ବାଇବଲ

8 ଏହା ପରେ ଚତୁର୍ଥ ଦୂତ ତାହାଙ୍କ ପାତ୍ର ସୂର୍ଯ୍ୟଙ୍କ ଉପରେ ଢାଳିଲେ। ସେଥିରେ ସୂର୍ଯ୍ୟକୁ, ମନୁଷ୍ୟମାନଙ୍କୁ ଅଗ୍ନିରେ ପୋଡ଼ି ଦେବାର କ୍ଷମତା ଦିଆଗଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ଚତୁର୍ଥ ଦୂତ ଆପଣା ପାତ୍ର ସୂର୍ଯ୍ୟ ଉପରେ ଢାଳିଲେ; ତହୁଁ ତାହାକୁ ମନୁଷ୍ୟମାନଙ୍କୁ ଅଗ୍ନିରେ ଦଗ୍ଧ କରିବାକୁ ଶକ୍ତି ଦିଆଗଲା।

Gade chapit la Kopi

ଓଡିଆ ବାଇବେଲ

8 ଚତୁର୍ଥ ଦୂତ ଆପଣା ପାତ୍ର ସୂର୍ଯ୍ୟ ଉପରେ ଢାଳିଲେ; ତହୁଁ ତାହାକୁ ମନୁଷ୍ୟମାନଙ୍କୁ ଅଗ୍ନିରେ ଦଗ୍ଧ କରିବାକୁ ଶକ୍ତି ଦିଆଗଲା ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

8 ତାହାପରେ ଚତୁର୍ଥ ଦୂତ ତାଙ୍କର ପାତ୍ରରେ ଥିବା ଦ୍ରବ୍ୟକୁ ସୂର୍ଯ୍ୟ ଉପରେ ଢ଼ାଳି ଦେଲେ। ଫଳରେ ସୂର୍ଯ୍ୟତାପ ଅତି ପ୍ରଚଣ୍ଡ ହୋଇ ଲୋକମାନଙ୍କୁ ଜାଳିପୋଡ଼ି ଦେଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ଚତୁର୍ଥ ଦୂତ ଆପଣା ପାତ୍ର ସୂର୍ଯ୍ୟ ଉପରେ ଢାଳିଲେ; ତହୁଁ ତାହାକୁ ମନୁଷ୍ୟମାନଙ୍କୁ ଅଗ୍ନିରେ ଦଗ୍ଧ କରିବାକୁ ଶକ୍ତି ଦିଆଗଲା।

Gade chapit la Kopi




ପ୍ରକାଶିତ 16:8
11 Referans Kwoze  

ତା'ପରେ ଆଉ ଜଣେ ସ୍ୱର୍ଗଦୂତ ବେଦୀରୁ ଆସିଲେ। ସେହି ଦୂତଙ୍କର ଅଗ୍ନି ଉପରେ କ୍ଷମତା ଥିଲା। ସେ ଧାରୁଆ ଦାଆ ଧରିଥିବା ଦୂତଙ୍କୁ ଉଚ୍ଚସ୍ୱରରେ ଡାକି କହିଲେ, “ପୃଥିବୀର ଅଙ୍ଗୁର ପେନ୍ଥାଗୁଡ଼ିକ ଦାଆ ବ୍ୟବହାର କରି କାଟି ପକାଅ, କାରଣ ଦ୍ରାକ୍ଷା ପାଚିଗଲାଣି।”


ପ୍ରଭୁଙ୍କର ସେହି ମହତ୍ ଓ ପ୍ରସିଦ୍ଧ ଦିନ ଆସିବା ପୂର୍ବରୁ ସୂର୍ଯ୍ୟ ଅନ୍ଧକାରମୟ ଓ ଚନ୍ଦ୍ର ରକ୍ତ ବର୍ଣ୍ଣ ହୋଇଯିବ।


କିନ୍ତୁ ଯେତେବେଳେ ସୂର୍ଯ୍ୟ ଉପରକୁ ଉଠିଲା, ସେତେବେଳେ ଗଛ ଝାଉଁଳି ପଡ଼ିଲା। ତା'ର ଚେର ଗଭୀରକୁ ଯାଇ ପାରି ନ ଥିବାରୁ ଗଛଟି ଶୁଖି ମରିଗଲା।


ସୂର୍ଯ୍ୟ ମୁଣ୍ତ ଉପରକୁ ଆସିଲା ପରେ ପରମେଶ୍ୱର ଉତ୍ତପ୍ତ ପୁନେଇ ପବନ ବହିବାକୁ ନିର୍ଦ୍ଦେଶ ଦେଲେ। ସୂର୍ଯ୍ୟର ପ୍ରଖର କିରଣ ଯୂନସର ମୁଣ୍ତ ଉପରେ ପଡ଼ି ଯୂନସକୁ ଅତି ଦୁର୍ବଳ କରି ଦେଲା। ଯୂନସ ପରମେଶ୍ୱରଙ୍କୁ ପ୍ରାର୍ଥନା କରି କହିଲେ, “ହେ ପ୍ରଭୁ, ମୋର ବଞ୍ଚିବା ଅପେକ୍ଷା ବରଂ ମରିବା ଭଲ।”


ସେହି ତାରା ପାତାଳର ପ୍ରବେଶ ଦ୍ୱାର ଖୋଲିଲା କ୍ଷଣି ପ୍ରକାଣ୍ଡ ଭାଟିରୁ ଧୂଆଁ ଉଠିଲା ଭଳି ସେହି ଅତଳଗର୍ଭ ଭିତରୁ ଧୂଆଁ ଉଠିଲା। ସେହି ଧୂଆଁ ଦ୍ୱାରା ସୂର୍ଯ୍ୟ ଓ ଆକାଶ ଅନ୍ଧକାରମୟ ହୋଇଗଲା


ଯେତେବେଳେ ଚତୁର୍ଥ ଦୂତ ତୂରୀ ବଜାଇଲେ, ଏକତୃତୀୟାଂଶ ସୂର୍ଯ୍ୟ, ଏକତୃତୀୟାଂଶ ଚନ୍ଦ୍ର ଓ ଏକତୃତୀୟାଂଶ ନକ୍ଷତ୍ରଗୁଡ଼ିକ ଆଘାତ ପାଇଲେ। ତେଣୁ ସେମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ଅନ୍ଧକାରମୟ ହୋଇଗଲା। ଦିନ ଓ ରାତ୍ରିର ଏକ ତୃତୀୟାଂଶ ଆଲୋକବିହୀନ ହେଲା।


ସେହି ଲୋକମାନେ ଆଉ କେବେ କ୍ଷୁଧିତ ହେବେ ନାହିଁ। ସେମାନେ କଦାପି ତୃଷାର୍ତ୍ତ ହେବେ ନାହିଁ। ସୂର୍ଯ୍ୟ ତାହାଙ୍କୁ ଆଘାତ କରିବ ନାହିଁ କି କୌଣସି ଉତ୍ତାପ ସେମାନଙ୍କୁ ଜାଳି ପାରିବ ନାହିଁ।


ତା'ପରେ ମୁଁ ମେଷଶାବକଙ୍କୁ ଷଷ୍ଠ ମୁଦ୍ରା ଭାଙ୍ଗିବାର ଦେଖିଲି। ସେତେବେଳେ ଭୀଷଣ ଭୂମିକମ୍ପ ହେଲା। ସୂର୍ଯ୍ୟ ଲୋମରେ ତିଆରି ହୋଇଥିବା କଳାକମ୍ବଳ ପରି କଳାବର୍ଣ୍ଣ ହୋଇଗଲା। ପୂର୍ଣ୍ଣଚନ୍ଦ୍ର ସମ୍ପୂର୍ଣ୍ଣ ଭାବରେ ରକ୍ତ ପରି ଲାଲବର୍ଣ୍ଣ ହୋଇଗଲା।


“ସୂର୍ଯ୍ୟ, ଚନ୍ଦ୍ର ଓ ତାରାମାନଙ୍କରେ ସଙ୍କେତ ରୂପକ ଅନେକ ଅ‌ଦ୍‌ଭୂତ ବିଷୟ ଘଟିବ। ପୃଥିବୀରେ ଲୋକମାନେ ନିରାଶ ଅନୁଭବ କରିବ। ସମୁଦ୍ରଗୁଡ଼ିକ ଭୟଙ୍କର ରୂପ ଧାରଣ କରିବ। ଲୋକେ କ’ଣ ପାଇଁ ଏପରି ହେଲା, ଜାଣିବେ ନାହିଁ।


ସେତେବେଳେ ସଦାପ୍ରଭୁ ସିୟୋନ ପର୍ବତ ଉପରେ ଯିରୁଶାଲମରେ ପ୍ରାଚୀନବର୍ଗ ସମ୍ମୁଖରେ ରାଜତ୍ୱ କଲାପରି ଶାସନ କରିବେ। ତାଙ୍କର ଗୌରବ ଏପରି ମହିମାନ୍ୱିତ ହେବ ଯେ ଚନ୍ଦ୍ର ତାର ନିକଟରେ ଅପ୍ରସ୍ତୁତ ହେବେ ଓ ସୂର୍ଯ୍ୟ ଲଜ୍ଜିତ ହେବେ।


Swiv nou:

Piblisite


Piblisite