Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 14:14 - ପବିତ୍ର ବାଇବଲ

14 ତା'ପରେ ମୁଁ ଦେଖିଲି, ମୋ’ ସମ୍ମୁଖରେ ଗୋଟିଏ ଧଳା ମେଘ ଥିଲା। ସେହି ମେଘ ଉପରେ ମନୁଷ୍ୟପୁତ୍ରଙ୍କ ପରି ଜଣେ ବ୍ୟକ୍ତି ବସିଥିଲେ। ତାହାଙ୍କ ମୁଣ୍ଡରେ ଗୋଟିଏ ସୁନାର ମୁକୁଟ ଓ ହାତରେ ଗୋଟିଏ ମୁନିଆ ଦାଆ ଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ତତ୍ପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ଶୁଭ୍ରବର୍ଣ୍ଣ ଖଣ୍ତେ ମେଘ, ତହିଁ ଉପରେ ମନୁଷ୍ୟପୁତ୍ରଙ୍କ ସଦୃଶ ଜଣେ ଉପବିଷ୍ଟ, ତାହାଙ୍କ ମସ୍ତକରେ ସୁବର୍ଣ୍ଣ ମୁକୁଟ ଓ ହସ୍ତରେ ସୁତୀକ୍ଷ୍ମ ଦାଆ।

Gade chapit la Kopi

ଓଡିଆ ବାଇବେଲ

14 ତତ୍ପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ଶୁଭ୍ରବର୍ଣ୍ଣ ଖଣ୍ଡେ ମେଘ, ତହିଁ ଉପରେ ମନୁଷ୍ୟପୁତ୍ରଙ୍କ ସଦୃଶ ଜଣେ ଉପବିଷ୍ଟ, ତାହାଙ୍କ ମସ୍ତକରେ ସୁବର୍ଣ୍ଣ ମୁକୁଟ ଓ ହସ୍ତରେ ତୀକ୍ଷ୍ଣ ଦାଆ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

14 ତା’ପରେ ମୁଁ ଦେଖିଲି, ଖଣ୍ଡେ ଧଳା ମେଘ ଓ ତା’ ଉପରେ ବସିଛନ୍ତି ମନୁଷ୍ୟପୁତ୍ର ପରି ଜଣେ; ତାଙ୍କ ମସ୍ତକରେ ସୁବର୍ଣ୍ଣ ମୁକୁଟ ଓ ହସ୍ତରେ ଖଣ୍ଡିଏ ତୀକ୍ଷ୍ଣ ଦାଆ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ତତ୍ପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ଶୁଭ୍ରବର୍ଣ୍ଣ ଖଣ୍ଡେ ମେଘ, ତହିଁ ଉପରେ ମନୁଷ୍ୟପୁତ୍ରଙ୍କ ସଦୃଶ ଜଣେ ଉପବିଷ୍ଟ, ତାହାଙ୍କ ମସ୍ତକରେ ସୁବର୍ଣ୍ଣ ମୁକୁଟ ଓ ହସ୍ତରେ ତୀକ୍ଷ୍ଣ ଦାଆ।

Gade chapit la Kopi




ପ୍ରକାଶିତ 14:14
19 Referans Kwoze  

“ଆଉ ମୁଁ ରାତ୍ରିରେ ଦର୍ଶନରେ ଦେଖିଲି, ମନୁଷ୍ୟ ସଦୃଶ କେହି ଆକାଶରେ ମେଘରେ ଆସିଲେ। ଏବଂ ସେ ଆକାଶର ମେଘଖଣ୍ତ ଉପରେ ସେହି ବୃଦ୍ଧଙ୍କ ନିକଟକୁ ଆସିଲେ ଓ ସେମାନେ ତାଙ୍କୁ ତାହାଙ୍କ ଛାମୁକୁ ଆଣିଲେ।


ମିଶର ବିଷୟକ ଶୋକ ବାର୍ତ୍ତା: ଦେଖ! ସଦାପ୍ରଭୁ ଦ୍ରୁତଗାମୀ ମେଘରେ ଆସୁଛନ୍ତି। ସେ ମିଶରରେ ପ୍ରବେଶ କରିବେ ଏବଂ ମିଶରର ସମସ୍ତ ପ୍ରତିମା ଭୟରେ ଥରିବେ। ମିଶର ସାହସୀ ଥିଲା, ମାତ୍ର ତା'ର ସେ ସାହସ ଉତ୍ତପ୍ତ ମହମ ପରି ତରଳି ଯିବ।


ସେହି ସାତୋଟି ସୁନାର ଦୀପରୂଖା ମଝିରେ: “ମନୁଷ୍ୟପୁତ୍ରଙ୍କ ପରି” ଜଣେ ଠିଆ ହୋଇଛନ୍ତି। ସେ ଗୋଟିଏ ଲମ୍ବା ପୋଷାକ ପିନ୍ଧିଥିଲେ। ସେ ତାହାଙ୍କ ଛାତିରେ ଗୋଟିଏ ସୁନାର ପଟୁକା ପିନ୍ଧିଥିଲେ।


ଅତି ଅଳ୍ପ ସମୟ ନିମନ୍ତେ ଯୀଶୁଙ୍କୁ ସ୍ୱର୍ଗଦୂତମାନଙ୍କଠାରୁ ନିମ୍ନ ସ୍ତରରେ ରଖା ଯାଇଥିଲା, କିନ୍ତୁ ଏବେ ଆମ୍ଭେ ଦେଖୁଛୁ ଯେ, ସେ ଗୌରବ ଓ ସମ୍ମାନର ରାଜମୁକୁଟ ପିନ୍ଧିଛନ୍ତି। ଏହାର କାରଣ, ତାହାଙ୍କର ଦୁଃଖଭୋଗ ଓ ମୃତ୍ୟୁ ଅଟେ। ପରମେଶ୍ୱରଙ୍କ ଅନୁଗ୍ରହ ହେତୁ ଯୀଶୁ ପ୍ରତ୍ୟେକ ଲୋକଙ୍କ ପାଇଁ ମୃତ୍ୟୁ ବରଣ କଲେ।


ସେତେବେଳେ ଲୋକେ ମନୁଷ୍ୟପୁତ୍ରଙ୍କୁ ଶକ୍ତି ଓ ମହା ଗୌରବ ସହିତ ମେଘମାଳା ଉପରେ ଆସୁଥିବାର ଦେଖିବେ।


ପିତର ଏ କଥା କହୁଥିବା ବେଳେ ଗୋଟିଏ ଉଜ୍ଜ୍ୱଳ ମେଘଖଣ୍ଡ ଆସି ସେମାନଙ୍କୁ ଢାଙ୍କି ଦେଲା। ମେଘମଧ୍ୟରୁ ଆକାଶବାଣୀ ହେଲା, “ଏ ହେଉଛନ୍ତି ମୋର ପୁତ୍ର ଯାହାଙ୍କୁ ମୁଁ ପ୍ରେମ କରେ। ତାହାଙ୍କ ଉପରେ ମୁଁ ବହୁତ ସନ୍ତୁଷ୍ଟ। ତୁମ୍ଭେ ତାହାଙ୍କ କଥା ମାନ।”


ମେଘମାଳ ଓ ଅନ୍ଧାର ସଦାପ୍ରଭୁଙ୍କ ଚତୁର୍ଦ୍ଦିଗରେ ଥାଏ। ଧର୍ମ ଓ ନ୍ୟାୟ ତାହାଙ୍କ ସିଂହାସନର ମୂଳଭିତ୍ତି।


ସେଥିରେ ମୁଁ ମୋର ସମ୍ମୁଖରେ ଗୋଟିଏ ଧଳା ଘୋଡ଼ା ଦେଖିଲି। ସେହି ଘୋଡ଼ାର ଆରୋହୀଜଣକ ଗୋଟିଏ ଧନୁ ଧରିଥିଲେ। ତାହାଙ୍କୁ ଗୋଟିଏ ମୁକୁଟ ଦିଆଗଲା। ସେ ବିଜୟୀ ହୋଇ ଆହୁରି ଜୟ କରିବାକୁ ବାହାରିଗଲେ।


ଦେଖ, ଯୀଶୁ ମେଘମାଳାରେ ଆସୁଅଛନ୍ତି। ପ୍ରତ୍ୟେକ ଲୋକର ଚକ୍ଷୁ ତାହାଙ୍କୁ ଦେଖିବ ଏପରିକି ତାହାଙ୍କୁ ବିଦ୍ଧ କରିଥିବା ଲୋକମାନେ ମଧ୍ୟ ତାହାଙ୍କୁ ଦେଖିବେ। ଏ ପୃଥିବୀର ସବୁ ଜାତିର ଲୋକମାନେ ତାହାଙ୍କ ଆଗମନରେ ଉଚ୍ଚସ୍ୱରରେ ରୋଦନ କରିବେ। ହଁ, ଏହା ଘଟିବ। ଆମେନ୍।


ଏବଂ ଆସ୍ତରଣ ଉପରକୁ ସେମାନଙ୍କର ମସ୍ତକ ଚତୁର୍ପାର୍ଶ୍ୱରେ ନୀଳକାନ୍ତମଣିରେ ନିର୍ମିତ ହୋଇଥିବା ଏକ ସିଂହାସନ ଥିଲା, ଆଉ ସେହି ସିଂହାସନର ଆକୃତି ଉପରେ ମନୁଷ୍ୟ ସଦୃଶ ଏକ ଆକୃତି ଥିଲା।


ହେ ସଦାପ୍ରଭୁ, ତୁମ୍ଭେ ପ୍ରକୃତରେ ରାଜାଙ୍କୁ ଆଶୀର୍ବାଦ କରିଛ। ତୁମ୍ଭେ ତା'ର ମସ୍ତକରେ ସୁବର୍ଣ୍ଣ ମୁକୁଟ ପିନ୍ଧାଇ ଦେଇଛ।


ତା'ପରେ ମୁଁ ଗୋଟିଏ ବିରାଟ ଶୁଭ୍ର ସିଂହାସନ ଦେଖିଲି। ମୁଁ ଜଣେ ବ୍ୟକ୍ତିଙ୍କୁ ସେହି ସିଂହାସନରେ ବସିଥିବାର ଦେଖିଲି। ଆକାଶ ଓ ପୃଥିବୀ ତାହାଙ୍କ ପାଖରୁ ଦୌଡ଼ି ଗ୍ଭଲିଗଲେ ଓ ଉଭେଇ ଗଲେ।


ତାହାଙ୍କର ଚକ୍ଷୁ ଦୁଇଟି ଜ୍ୱଳନ୍ତ ଅଗ୍ନି ସଦୃଶ। ତାହାଙ୍କ ମସ୍ତକରେ ଅନେକ ଗୁଡ଼ିଏ ମୁକୁଟ ଅଛି। ତାହାଙ୍କ କପାଳରେ ଗୋଟିଏ ନାମ ଲେଖା ଯାଇଥିଲା, କିନ୍ତୁ ତାହାଙ୍କ ବ୍ୟତୀତ ଅନ୍ୟ କେହି ସେ ନାମ ଜାଣି ନ ଥିଲେ।


ସେହି ପ୍ରାଚୀନମାନେ କହିଲେ: “ହେ ପ୍ରଭୁ ପରମେଶ୍ୱର, ତୁମ୍ଭେ ସର୍ବଶକ୍ତିମାନ ଅଟ। ଆମ୍ଭେ ତୁମ୍ଭକୁ ଧନ୍ୟବାଦ ଦେଉଅଛୁ; ତୁମ୍ଭେ ହିଁ ଏକମାତ୍ର ବର୍ତ୍ତମାନ ଅଛ, ଓ ଅତୀତରେ ଥିଲ। ଏବେ ତୁମ୍ଭେ ତୁମ୍ଭର ମହାଶକ୍ତି ପ୍ରୟୋଗ କରି ଶାସନ କରିବାକୁ ଆରମ୍ଭ କରିଛ, ସେଥିପାଇଁ ତୁମ୍ଭକୁ ଧନ୍ୟବାଦ ଦେଉଅଛୁ।


ତା'ପରେ ମୁଁ ଜଣେ ଶକ୍ତିଶାଳୀ ଦୂତଙ୍କୁ ସ୍ୱର୍ଗରୁ ଆସିବାର ଦେଖିଲି। ସେ ମେଘ ଦ୍ୱାରା ଆଚ୍ଛାଦିତ ଥିଲେ। ତାହାଙ୍କ ମସ୍ତକରେ ମେଘଧନୁ ଶୋଭା ପାଉଥିଲା। ତାହାଙ୍କର ମୁଖ ସୂର୍ଯ୍ୟ ପରି ଉଜ୍ଜ୍ୱଳ ଓ ପାଦ ଦୁଇଟି ଅଗ୍ନିସ୍ତମ୍ଭ ସଦୃଶ ଥିଲା।


ଯେତେବେଳେ ଶସ୍ୟ ପାଚିଯାଏ, ସେତେବେଳେ ସେହି ଲୋକ ଦାଆ ନେଇ ତାକୁ କାଟେ। କାରଣ ଏହା ହିଁ ଅମଳ କରିବାର ଉପଯୁକ୍ତ ସମୟ।”


ଫସଲ ପାଚିବା ପର୍ଯ୍ୟନ୍ତ ଉଭୟ ଗହମ ଓ ବାଳୁଙ୍ଗା ଏକାଠି ବଢ଼ନ୍ତୁ। କାଟିବା ବେଳେ ମୁଁ ‌‌କଟାଳୀମାନଙ୍କୁ କହିବି ପ୍ରଥମେ ବାଳୁଙ୍ଗାଗୁଡ଼ିକୁ ଏକାଠି କରି ବିଡ଼ାବାନ୍ଧି ଜାଳି ଦିଅ, ତା'ପରେ ଗହମ ସଂଗ୍ରହ କରି ଅମାରରେ ରଖିଦିଅ।’”


Swiv nou:

Piblisite


Piblisite