Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 14:12 - ପବିତ୍ର ବାଇବଲ

12 ଏହାର ଅର୍ଥ ହେଉଛି ଯେ, ପରମେଶ୍ୱରଙ୍କର ପବିତ୍ର ଲୋକମାନେ ଧୈର୍ଯ୍ୟବାନ୍ ହୁଅନ୍ତୁ। ସେମାନେ ପରମେଶ୍ୱରଙ୍କର ଆଜ୍ଞା ମାନିବା ଓ ଯୀଶୁଙ୍କ ପାଖରେ ବିଶ୍ୱାସ ରଖୁଥିବା ଉଚିତ୍।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ଏଠାରେ ସାଧୁମାନଙ୍କର, ଅର୍ଥାତ୍, ଯେଉଁମାନେ ଈଶ୍ଵରଙ୍କ ଆଜ୍ଞା ପାଳନ କରନ୍ତି ଓ ଯୀଶୁଙ୍କ ପ୍ରତି ବିଶ୍ଵାସ ରଖନ୍ତି, ସେମାନଙ୍କର ଧୈର୍ଯ୍ୟ ଆବଶ୍ୟକ।

Gade chapit la Kopi

ଓଡିଆ ବାଇବେଲ

12 ଏଠାରେ ସାଧୁମାନଙ୍କର, ଅର୍ଥାତ୍ ଯେଉଁମାନେ ଈଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି ଓ ଯୀଶୁଙ୍କ ପ୍ରତି ବିଶ୍ୱାସ ରଖନ୍ତି, ସେମାନଙ୍କର ଧୈର୍ଯ୍ୟ ଆବଶ୍ୟକ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

12 ଯେଉଁମାନେ ଈଶ୍ୱରଙ୍କ ଆଜ୍ଞାବହ ଓ ଯୀଶୁଙ୍କ ପ୍ରତି ବିଶ୍ୱସ୍ତ, ଈଶ୍ୱରଙ୍କ ସେହି ଲୋକମାନଙ୍କ ପକ୍ଷରେ ସହିଷ୍ଣୁତା ନିତାନ୍ତ ଆବଶ୍ୟକ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ଏଠାରେ ସାଧୁମାନଙ୍କର, ଅର୍ଥାତ୍‍ ଯେଉଁମାନେ ଈଶ୍ବରଙ୍କ ଆଜ୍ଞା ପାଳନ କରନ୍ତି ଓ ଯୀଶୁଙ୍କ ପ୍ରତି ବିଶ୍ୱାସ ରଖନ୍ତି, ସେମାନଙ୍କର ଧୈର୍ଯ୍ୟ ଆବଶ୍ୟକ।

Gade chapit la Kopi




ପ୍ରକାଶିତ 14:12
7 Referans Kwoze  

ଯେଉଁ ବ୍ୟକ୍ତିର ବନ୍ଦୀ ହେବାର ଅଛି, ତେବେ ସେ ବନ୍ଦୀ ହେବ। ଯେଉଁ ବ୍ୟକ୍ତିର ମୃତ୍ୟୁ ଖଣ୍ଡା ଦ୍ୱାରା ହେବାର ଅଛି, ତେବେ ସେ ଲୋକ ଖଣ୍ଡାରେ ମୃତ୍ୟୁବରଣ କରିବ। ଏହି ସମୟରେ, ପରମେଶ୍ୱରଙ୍କର ପବିତ୍ର ଲୋକମାନଙ୍କର ଧୈର୍ଯ୍ୟ ଓ ବିଶ୍ୱାସ ରହିବା ଉଚିତ୍।


ତେଣୁ ସାପ ସେହି ନାରୀ ଉପରେ ଭୀଷଣ ରାଗିଗଲା। ସେ ତା'ର ଅନ୍ୟ ପିଲାମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାହାରିଲା। ଯେଉଁମାନେ ପରମେଶ୍ୱରଙ୍କର ଆଜ୍ଞାଗୁଡ଼ିକ ପାଳନ କରନ୍ତି ଓ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦିଅନ୍ତି ସେହିମାନେ ତାହାଙ୍କର ସନ୍ତାନ।


ତୁମ୍ଭେ ଧୈର୍ଯ୍ୟର ସହିତ ମୋର ଆଜ୍ଞା ପାଳନ କରିଛ। ତେଣୁ ଜଗତନିବାସୀମାନଙ୍କୁ ପରୀକ୍ଷା କରିବା ନିମନ୍ତେ ସମଗ୍ର ଜଗତ ଉପରେ ଦାରୁଣ ତାଡ଼ନା ଓ ପରୀକ୍ଷାର ସମୟ ଆସିବ, ମୁଁ ତୁମ୍ଭକୁ ସେଥିରୁ ରକ୍ଷା କରିବି।


“ମୁଁ ତୁମ୍ଭର ସବୁକାର୍ଯ୍ୟ ଜାଣେ। ଦେଖ, ମୁଁ ତୁମ୍ଭ ସମ୍ମୁଖରେ ଗୋଟିଏ ଦ୍ୱାର ଖୋଲା ରଖିଛି। କେହି ତାହାକୁ ବନ୍ଦ କରି ପାରିବେ ନାହିଁ। ମୁଁ ଜାଣେ, ତୁମ୍ଭେ ଦୁର୍ବଳ। କିନ୍ତୁ ତୁମ୍ଭେ ମୋର ଶିକ୍ଷା ଅନୁସରଣ କରିଛ। ତୁମ୍ଭେ ମୋ’ ନାମ ଉଚ୍ଚାରଣ କରିବା ପାଇଁ କେବେ ଭୟ କରି ନାହଁ।


ମୁଁ ଦୌଡ଼ ପୂର୍ଣ୍ଣ କରିସାରିଛି। ମୁଁ ବିଶ୍ୱାସ ବଜାୟ ରଖିଛି।


ଆମ୍ଭେ ଯଦି ପରମେଶ୍ୱରଙ୍କର ଆଜ୍ଞା ପାଳନ କରୁ, ତେବେ ଆମ୍ଭେମାନେ ସୁନିଶ୍ଚିତ ଯେ, ଆମ୍ଭେ ପ୍ରକୃତରେ ତାହାଙ୍କୁ ଜାଣିଛୁ।


“ମୁଁ ଜାଣେ ଯେ, ଶୟତାନର ସିଂହାସନ ଯେଉଁଠାରେ ରହିଛି, ସେହି ନଗରରେ ତୁମ୍ଭେ ବାସ କରୁଛ। ତଥାପି ତୁମ୍ଭେ ମୋ’ ପ୍ରତି ନିଷ୍ଠାବାନ ହୋଇଅଛ ଏପରିକି, ଶୟତାନ ବାସ କରୁଥିବା ସେହି ନଗରରେ ମୋର ବିଶ୍ୱସ୍ତ ସାକ୍ଷୀ ଆନ୍ତିପାଙ୍କୁ ହତ୍ୟା କରାଯିବା ସମୟରେ ମଧ୍ୟ ତୁମ୍ଭେ ମୋ'ଠାରେ ବିଶ୍ୱାସ କରୁଅଛ ବୋଲି ଅସ୍ୱୀକାର କରି ନ ଥିଲା।


Swiv nou:

Piblisite


Piblisite