Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 11:16 - ପବିତ୍ର ବାଇବଲ

16 ତା'ପରେ ଚବିଶ ଜଣ ପ୍ରାଚୀନ ମୁଣ୍ଡ ନୁଆଁଇ ପ୍ରଣାମ କଲେ ଓ ପରମେଶ୍ୱରଙ୍କର ଉପାସନା କଲେ। ଏହି ପ୍ରାଚୀନମାନେ ପରମେଶ୍ୱରଙ୍କ ସମ୍ମୁଖରେ ସେମାନଙ୍କ ସିଂହାସନରେ ବସନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ସେଥିରେ ଈଶ୍ଵରଙ୍କ ସମ୍ମୁଖରେ ଆପଣା ଆପଣା ସିଂହାସନରେ ଉପବିଷ୍ଟ ଚବିଶ ପ୍ରାଚୀନ ଉବୁଡ଼ ହୋଇ ଈଶ୍ଵରଙ୍କୁ ପ୍ରଣାମ କରି କହିଲେ,

Gade chapit la Kopi

ଓଡିଆ ବାଇବେଲ

16 ସେଥିରେ ଈଶ୍ୱରଙ୍କ ସମ୍ମୁଖରେ ଆପଣା ଆପଣା ସିଂହାସନରେ ଉପବିଷ୍ଟ ଚବିଶ ପ୍ରାଚୀନ ଉବୁଡ଼ ହୋଇ ଈଶ୍ୱରଙ୍କୁ ପ୍ରଣାମ କରି କହିଲେ,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

16 ଏହାପରେ ଈଶ୍ୱରଙ୍କ ସମ୍ମୁଖରେ ନିଜ ନିଜ ସିଂହାସନରେ ବସିଥିବା ଚବିଶ ଜଣ ବୟୋଜ୍ୟେଷ୍ଠ ନେତା ଭୂମିଷ୍ଠ ହୋଇ ଈଶ୍ୱରଙ୍କ ଆରାଧନା କରି କହିଲେ -

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ସେଥିରେ ଈଶ୍ବରଙ୍କ ସମ୍ମୁଖରେ ଆପଣା ଆପଣା ସିଂହାସନରେ ଉପବିଷ୍ଟ ଚବିଶ ପ୍ରାଚୀନ ଉବୁଡ଼ ହୋଇ ଈଶ୍ବରଙ୍କୁ ପ୍ରଣାମ କରି କହିଲେ,

Gade chapit la Kopi




ପ୍ରକାଶିତ 11:16
7 Referans Kwoze  

ସେହି ସିଂହାସନର ଗ୍ଭରିପାଖରେ ଆଉ ଚବି‌ଶ୍‌ଟି ସିଂହାସନ ଥିଲା। ସେହି ଚବି‌ଶ୍‌ଟି ସିଂହାସନରେ ଚବିଶ ଜଣ ପ୍ରାଚୀନ ବସିଥିଲେ। ସେମାନେ ଶୁଭ୍ରବସ୍ତ୍ର ପିନ୍ଧିଥିଲେ ଏବଂ ମସ୍ତକରେ ସୁନାର ମୁକୁଟ ପିନ୍ଧିଥିଲେ।


ଚବିଶଜଣ ପ୍ରାଚୀନ ବ୍ୟକ୍ତି ସିଂହାସନରେ ବସିଥିବା ସେହି ବ୍ୟକ୍ତିଙ୍କ ସମ୍ମୁଖରେ ମୁଣ୍ଡ ନୁଆଁଇ ତାହାଙ୍କୁ ପ୍ରଣାମ କରନ୍ତି। ସେମାନେ ତାହାଙ୍କ ସମ୍ମୁଖରେ ନିଜର ମୁକୁଟ ରଖି କହନ୍ତି:


ପ୍ରାଚୀନମାନେ ଓ ଗ୍ଭରି ଜଣ ପ୍ରାଣୀ ସେଠାରେ ଥିଲେ। ସବୁ ଦୂତମାନେ ସେମାନଙ୍କର ଓ ସିଂହାସନର ଗ୍ଭରିପାଖରେ ଘେରି ଠିଆ ହୋଇଥିଲେ। ସେମାନେ ସିଂହାସନ ସମ୍ମୁଖରେ ପ୍ରଣାମ କରି ପରମେଶ୍ୱରଙ୍କ ଉପାସନା କଲେ।


ତା'ପରେ ଚବିଶ ଜଣ ପ୍ରାଚୀନ ଓ ଗ୍ଭରି ଜଣ ଜୀବିତ ପ୍ରାଣୀ ସିଂହାସନରେ ଉପବିଷ୍ଟ ପରମେଶ୍ୱରଙ୍କ ଆଗରେ ନଇଁଲେ ଓ ତାହାଙ୍କର ଉପାସନା କଲେ। ସେମାନେ କହିଲେ: “ଆମେନ୍! ହାଲ୍ଲିଲୂୟା!”


ଗ୍ଭରି ଜଣ ଜୀବିତ ପ୍ରାଣୀ କହିଲେ, “ଆମେନ୍!” ଏବଂ ଚବିଶ ଜଣ ପ୍ରାଚୀନ ବ୍ୟକ୍ତି ନଇଁପଡ଼ି ତାହାଙ୍କୁ ପ୍ରଣାମ କଲେ ଓ ଉପାସନା କଲେ।


ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ନୂତନ ଜଗତ ସୃଷ୍ଟି ହେଲେ ମନୁଷ୍ୟପୁତ୍ର ତାହାଙ୍କର ମହାନ ସିଂହାସନ ପାଖରେ ବସିବେ ଓ ତୁମ୍ଭେମାନେ ମଧ୍ୟ ଯେଉଁମାନେ ମୋତେ ଅନୁସରଣ କରୁଛ, ସିଂହାସନ ପାଖରେ ବସିବ। ତୁମ୍ଭେମାନେ ବାରଟି ସିଂହାସନ ଉପରେ ବସିବ ଏବଂ ଇସ୍ରାଏଲର ବାରଟି ବଂଶର ଲୋକମାନଙ୍କର ବିଗ୍ଭର କରିବ।


Swiv nou:

Piblisite


Piblisite