Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 11:11 - ପବିତ୍ର ବାଇବଲ

11 କିନ୍ତୁ ସାଢ଼େ ତିନି ଦିନ ପରେ ପରମେଶ୍ୱରଙ୍କଠାରୁ ଜୀବନୀ ଶକ୍ତି ସେହି ଦୁଇଜଣ ଭବିଷ୍ୟ‌‌ଦ୍‌‌‌‌ବକ୍ତାଙ୍କ ଭିତରେ ପ୍ରବେଶ କଲା। ସେମାନେ ସେମାନଙ୍କର ପାଦରେ ଉଠି ଠିଆ ହେଲେ। ସେମାନଙ୍କୁ ଦେଖିବା ଲୋକମାନେ ବହୁତ ଭୟ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ସାଢ଼େ ତିନି ଦିନ ଉତ୍ତାରେ ଈଶ୍ଵରଙ୍କଠାରୁ ଜୀବନ-ବାୟୁ ଆସି ସେମାନଙ୍କଠାରେ ପ୍ରବେଶ କଲା, ସେଥିରେ ସେମାନେ ପାଦରେ ଭରା ଦେଇ ଠିଆ ହେଲେ, ଆଉ ସେମାନଙ୍କୁ ଦେଖିବା ଲୋକମାନେ ମହାଭୟଗ୍ରସ୍ତ ହେଲେ।

Gade chapit la Kopi

ଓଡିଆ ବାଇବେଲ

11 ସାଢ଼େ ତିନି ଦିନ ଉତ୍ତାରେ ଈଶ୍ୱରଙ୍କଠାରୁ ଜୀବନବାୟୁ ଆସି ସେମାନଙ୍କଠାରେ ପ୍ରବେଶ କଲେ, ସେଥିରେ ସେମାନେ ପାଦରେ ଭରା ଦେଇ ଠିଆ ହେଲେ, ଆଉ ସେମାନଙ୍କୁ ଦେଖିବା ଲୋକମାନେ ଅତ୍ୟନ୍ତ ଭୟଭୀତ ହେଲେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

11 କିନ୍ତୁ ସାଢ଼େ ତିନି ଦିନ ପରେ ଈଶ୍ୱରଙ୍କଠାରୁ ପ୍ରାଣବାୟୁ ଆସି ସେମାନଙ୍କ ଶରୀରରେ ପ୍ରବେଶ କଲା ଏବଂ ସେମାନେ ଉଠି ଠିଆ ହେଲେ। ଯେଉଁମାନେ ଏହି ଘଟଣା ଦେଖିଲେ, ସେମାନେ ଆତଙ୍କିତ ହେଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ସାଢ଼େ ତିନି ଦିନ ଉତ୍ତାରେ ଈଶ୍ବରଙ୍କଠାରୁ ଜୀବନ-ବାୟୁ ଆସି ସେମାନଙ୍କଠାରେ ପ୍ରବେଶ କଲେ, ସେଥିରେ ସେମାନେ ପାଦରେ ଭରା ଦେଇ ଠିଆ ହେଲେ, ଆଉ ସେମାନଙ୍କୁ ଦେଖିବା ଲୋକମାନେ ଅତ୍ୟନ୍ତ ଭୟଭୀତ ହେଲେ।

Gade chapit la Kopi




ପ୍ରକାଶିତ 11:11
11 Referans Kwoze  

ଏହା ପରେ ସଦାପ୍ରଭୁ ପରମେଶ୍ୱର ଭୂମିରୁ ଧୂଳି ନେଇ ମନୁଷ୍ୟ ସୃଷ୍ଟି କଲେ। ସଦାପ୍ରଭୁ ତା'ର ନାସିକା ରନ୍ଧ୍ରରେ ଫୁଙ୍କ ଦେଇ ପ୍ରାଣବାୟୁ ପ୍ରବେଶ କରାଇଲେ। ତହିଁରେ ମନୁଷ୍ୟ ଜୀବିତ ପ୍ରାଣୀ ହେଲା।


ପରମେଶ୍ୱର ଯୀଶୁଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଛନ୍ତି। ଯଦି ପରମେଶ୍ୱରଙ୍କ ଆତ୍ମା ତୁମ୍ଭମାନଙ୍କ ଭିତରେ ଅଛି, ତା'ହେଲେ ତୁମ୍ଭମାନଙ୍କର ମୃତ ଶରୀରକୁ ମଧ୍ୟ ସେ ତାହାଙ୍କର ଆତ୍ମାଙ୍କ ଦ୍ୱାରା ଜୀବନ ପ୍ରଦାନ କରିବେ।


ମୁଁ ଦୋଷୀ ବୋଲି ବିଗ୍ଭରିତ ହେଉ ନାହିଁ କାହିଁକି? କାରଣ ଖ୍ରୀଷ୍ଟ ଯୀଶୁଙ୍କଠାରେ ଆତ୍ମାର ବ୍ୟବସ୍ଥା ଜୀବନ ଦିଏ ଓ ତାହା ମୋତେ ମୁକ୍ତ କରିଛି। ପାପ ଓ ମୃତ୍ୟୁ ଆଣୁଥିବା ବ୍ୟବସ୍ଥାରୁ ଏହା ମୋତେ ମୁକ୍ତ କରିଛି।


ସାଢ଼େ ତିନି ଦିନ ପର୍ଯ୍ୟନ୍ତ ସମସ୍ତ ମଣିଷ ଜାତି, ସମସ୍ତ ଗୋଷ୍ଠୀ, ସମସ୍ତ ଭାଷା ଏବଂ ସମସ୍ତ ରାଷ୍ଟ୍ରର ଲୋକମାନେ ସେମାନଙ୍କର ଶବ ଦେଖିବେ। କିନ୍ତୁ ସେମାନେ ସେମାନଙ୍କର ସମାଧିସ୍ଥ ହେବାକୁ ଦେବେ ନାହିଁ।


ଏ କଥା ଶୁଣିବା ମାତ୍ରେ ହନନିୟ ଭୂମିରେ ପଡ଼ି ମରିଗଲା। ଏ କଥା ଶୁଣି ଲୋକମାନେ ବହୁତ ଡରିଗଲେ।


ମଣ୍ଡଳୀର ସମସ୍ତ ବିଶ୍ୱାସୀ ଓ ଅନ୍ୟ ସମସ୍ତ ଲୋକ, ଯେଉଁମାନେ ଏ କଥା ଶୁଣିଲେ, ବହୁତ ଭୟଭୀତ ହେଲେ।


ତା'ପରେ ଇସ୍ରାଏଲର ଲୋକମାନେ ଫେରି ଆସିବେ। ତା'ପରେ ସେମାନେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ଓ ରାଜା ଦାଉଦଙ୍କୁ ଖୋଜିବେ। ଶେଷଦିବସରେ, ସେମାନେ ସଦାପ୍ରଭୁଙ୍କୁ ଓ ତାଙ୍କର ଧାର୍ମିକତାକୁ ସମ୍ମାନ ଦେବାକୁ ଆସିବେ।


ତା'ପରେ ଯିରୁଶାଲମ ପୃଥିବୀସ୍ଥ ଦେଶମାନଙ୍କ ମଧ୍ୟରେ ଏକ ଶ୍ରେଷ୍ଠ ସ୍ଥାନ ହେବ। ଲୋକମାନେ ଏପରି ସୁଖରେ ରହିବେ ଯେ ଅନ୍ୟ ଗୋଷ୍ଠୀଗଣ ତା'ର ପ୍ରଶଂସା ଓ ଗୌରବ ଗାନ କରିବେ। ଆମ୍ଭେ ତାହା ପାଇଁ ମଙ୍ଗଳ ଓ ଶାନ୍ତି ଆୟୋଜନ କରିବା, ତାହା ସେମାନେ ଶ୍ରବଣ କରିବେ। ଅନ୍ୟ ଲୋକେ ଭୀତ ଓ ଆଶ୍ଚର୍ଯ୍ୟ ହେବେ।’


ଠିକ୍ ସେହି ସମୟରେ ଏକ ମହା ଭୂମିକମ୍ପ ହେଲା। ନଗରର ଏକ ଦଶମାଂଶ ନଷ୍ଟ ହୋଇଗଲା। ସାତ ହଜାର ଲୋକ ପ୍ରାଣ ହରାଇଲେ। ପ୍ରାଣ ହରାଇ ନ ଥିବା ଲୋକମାନେ ଅଧିକ ଭୟ କଲେ। ସେମାନେ ସ୍ୱର୍ଗର ପରମେଶ୍ୱରଙ୍କୁ ଗୌରବ ଦେଲେ।


“ମୁଁ ଜାଣେ, ସଦାପ୍ରଭୁ ଏହି ଦେଶକୁ ତୁମ୍ଭ ଲୋକମାନଙ୍କୁ ଦେଇଛନ୍ତି ଏବଂ ତୁମ୍ଭେମାନେ ଆମ୍ଭଙ୍କୁ ଭୟ ଜନ୍ମାଉଅଛ, ଏହି ସକାଶେ ଏହି ଦେଶ ନିବାସୀ ସମସ୍ତେ ତୁମ୍ଭମାନଙ୍କୁ ଭୟ କରିଛନ୍ତି।


Swiv nou:

Piblisite


Piblisite