Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 11:1 - ପବିତ୍ର ବାଇବଲ

1 ତା'ପରେ ମୋତେ ବୁଲାବାଡ଼ି ଲମ୍ବର ଗୋଟିଏ ମାପଦଣ୍ଡ ଦିଆଗଲା। ମୋତେ କୁହାଗଲା, “ଯାଅ ପରମେଶ୍ୱରଙ୍କର ମନ୍ଦିର, ବେଦୀକୁ ମାପ, ଏବଂ ସେଠାରେ ଉପାସନା କରୁଥିବା ଲୋକମାନଙ୍କର ସଂଖ୍ୟା ଗଣନା କର।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ପରେ ମୋତେ ପଦିକା ପରି ଗୋଟିଏ ନଳ ଦତ୍ତ ହେଲା। ଜଣେ ମୋତେ କହିଲେ, ଉଠ, ଈଶ୍ଵରଙ୍କ ମନ୍ଦିର, ବେଦି ଓ ଯେଉଁମାନେ ସେଥିରେ ପୂଜା କରନ୍ତି, ସେମାନଙ୍କୁ ମାପ।

Gade chapit la Kopi

ଓଡିଆ ବାଇବେଲ

1 ପରେ ମୋତେ ମାପକାଠି ପରି ଗୋଟିଏ ନଳ ଦିଆ ହେଲା। ଜଣେ ମୋତେ କହିଲେ, ଉଠ, ଈଶ୍ୱରଙ୍କ ମନ୍ଦିର, ବେଦି ଓ ଯେଉଁମାନେ ସେଥିରେ ପୂଜା କରନ୍ତି, ସେମାନଙ୍କୁ ମାପ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

1 ତାହାପରେ କେହି ଜଣେ ମାପକାଠି ପରି ଖଣ୍ଡିଏ ଯଷ୍ଟି ମୋତେ ଦେଇ କହିଲେ, “ଯାଅ ଈଶ୍ୱରଙ୍କ ମନ୍ଦିର ଓ ବେଦୀ ମାପ କର ଏବଂ ମନ୍ଦିରରେ ଉପାସକମାନଙ୍କର ସଂଖ୍ୟା ଗଣନା କର।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ପରେ ମୋତେ ମାପକାଠି ପରି ଗୋଟିଏ ନଳ ଦିଆ ହେଲା। ଜଣେ ମୋତେ କହିଲେ, ଉଠ, ଈଶ୍ବରଙ୍କ ମନ୍ଦିର, ବେଦି ଓ ଯେଉଁମାନେ ସେଥିରେ ପୂଜା କରନ୍ତି, ସେମାନଙ୍କୁ ମାପ।

Gade chapit la Kopi




ପ୍ରକାଶିତ 11:1
15 Referans Kwoze  

ମୋ’ ସହିତ କଥାବାର୍ତ୍ତା ହେଉଥିବା ସ୍ୱର୍ଗଦୂତଙ୍କ ହାତରେ ଗୋଟିଏ ସୁନାର ମାପଦଣ୍ଡ ଥିଲା। ସେ ନଗର, ଏହାର ପ୍ରବେଶ ଦ୍ୱାର ଏବଂ ଏହାର କାନ୍ଥ ମାପ କରିବା ପାଇଁ ଏହି ମାପଦଣ୍ଡ ନିଜ ହାତରେ ରଖିଥିଲେ।


ଅତଏବ ତାହାଙ୍କ ପାଖକୁ ଆସ। ତୁମ୍ଭେମାନେ ମଧ୍ୟ ଜୀବନ୍ତ ପଥର ଭଳି। ପରମେଶ୍ୱର ଗୋଟିଏ ଆଧ୍ୟାତ୍ମିକ ମନ୍ଦିର ନିର୍ମାଣ କରୁଛନ୍ତି। ସେହି ମନ୍ଦିରରେ ପରମେଶ୍ୱରଙ୍କ ଦ୍ୱାରା ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଗୃହୀତ ହେବା ଭଳି ଆଧ୍ୟାତ୍ମିକ ବଳିଦାନ ଉତ୍ସର୍ଗ କରି ପବିତ୍ର ଯାଜକ ହେବା ପାଇଁ, ନିଜକୁ ନିୟୋଜିତ କର।


“ଲୋକେ କାନ୍ଥର ସଳଖତା ଜାଣିବା ପାଇଁ ଯେପରି ଓଳମ୍ ବ୍ୟବହାର କରନ୍ତି, ମୁଁ ସେହିପରି ସତ୍ୟ ପ୍ରତିଷ୍ଠା ପାଇଁ ନ୍ୟାୟ ଓ ଧାର୍ମିକତାକୁ ପ୍ରୟୋଗ କରିବି।” ଆଉ ଶିଳାବୃଷ୍ଟି ମିଥ୍ୟାରୂପୀ ଆଶ୍ରୟକୁ ବିନାଶ କରିବ। ଏହା ଜଳରାଶି ତୁଲ୍ୟ ଲୁକାୟିତ ସ୍ଥଳକୁ ମଗ୍ନ କରିବ।


କିନ୍ତୁ ତୁମ୍ଭେମାନେ ମନୋନୀତ ଲୋକ ଅଟ। ତୁମ୍ଭେମାନେ ରାଜାଙ୍କର ଯାଜକ। ତୁମ୍ଭେମାନେ ପବିତ୍ର ଜାତି ଅଟ। ତୁମ୍ଭେମାନେ ପରମେଶ୍ୱରଙ୍କ ଲୋକ। ପରମେଶ୍ୱର କରିଥିବା ଆଶ୍ଚର୍ଯ୍ୟ ଘଟଣାମାନ କହିବା ପାଇଁ ପରମେଶ୍ୱର ତୁମ୍ଭକୁ ମନୋନୀତ କରିଛନ୍ତି। ସେ ଅନ୍ଧକାରରୁ ତୁମ୍ଭମାନଙ୍କୁ ତାହାଙ୍କର ଆଶ୍ଚର୍ଯ୍ୟ ଜନକ ଆଲୋକକୁ ଆଣିଛନ୍ତି।


ପରମେଶ୍ୱରଙ୍କ ମନ୍ଦିର ଓ ମୂର୍ତ୍ତିଗୁଡ଼ିକ ମଧ୍ୟରେ ଚୁକ୍ତି ହୋଇ ପାରିବ ନାହିଁ, କାରଣ ଆମ୍ଭେ ହେଉଛୁ ପରମେଶ୍ୱରଙ୍କ ମନ୍ଦିର। ଯେପରି ପରମେଶ୍ୱର କହିଛନ୍ତି: “ମୁଁ ସେମାନଙ୍କ ସହିତ ରହିବି ଓ ସେମାନଙ୍କ ସହିତ ଗ୍ଭଲିବି, ମୁଁ ସେମାନଙ୍କର ପରମେଶ୍ୱର ହେବି ଓ ସେମାନେ ମୋର ଲୋକ ହେବେ।”


ଆଉ ସେମାନେ ହ‌ତ୍‌ସେରୋତରୁ ଯାତ୍ରା କରି ରି‌ତ୍‌ମାରେ ଛାଉଣି ସ୍ଥାପନ କଲେ।


ଆଉ ରାଜତ୍ୱ, କର୍ତ୍ତୃତ୍ୱ ଓ ରାଜ୍ୟ ସମୂହର ମହିମା ସର୍ବୋପରିସ୍ଥ ପରମେଶ୍ୱରଙ୍କର ପବିତ୍ର ଲୋକମାନଙ୍କୁ ଦତ୍ତ ହେବ। ତାଙ୍କର ରାଜ୍ୟ ଅନନ୍ତ କାଳ ପାଇଁ ସ୍ଥାୟୀ ହେବ ଓ ଅନ୍ୟ ସମସ୍ତ ଶାସକ ଗୋଷ୍ଠୀ ତାଙ୍କର ସେବା କରିବେ ଓ ତାଙ୍କର ଆଜ୍ଞାବହ ହେବେ।’


ତା'ପରେ ସେମାନେ ମୋତେ କହିଲେ, “ଅନେକ ଦେଶ, ଜାତି, ଭାଷା ଓ ରାଜାମାନଙ୍କ ବିଷୟରେ ତୁମ୍ଭକୁ ଆହୁରି ଭବିଷ୍ୟ‌‌ଦ୍‌‌‌‌ବାଣୀ କହିବାକୁ ପଡ଼ିବ।”


Swiv nou:

Piblisite


Piblisite