Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 10:9 - ପବିତ୍ର ବାଇବଲ

9 ତେଣୁ ମୁଁ ଦୂତଙ୍କ ପାଖକୁ ଯାଇ କ୍ଷୁଦ୍ର ଚର୍ମପତ୍ରଟି ମାଗିଲି। ସେ ମୋତେ କହିଲେ, “ଏହାକୁ ନିଅ ଓ ଏହା ଖାଅ। ଏହା ତୁମ୍ଭ ପେଟକୁ ଖଟା ଲାଗିବ, କିନ୍ତୁ ତୁମ୍ଭ ମୁହଁକୁ ମହୁ ପରି ମିଠା ଲାଗିବ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ସେଥିରେ ମୁଁ ସେହି ଦୂତଙ୍କ ନିକଟକୁ ଯାଇ କ୍ଷୁଦ୍ର ପୁସ୍ତକଟି ମୋତେ ଦେବାକୁ ତାହାଙ୍କୁ କହିଲି। ସେ ମୋତେ କହିଲେ, ଏହା ନେଇ ଭକ୍ଷଣ କର; ଏହା ତୁମ୍ଭ ଉଦରକୁ ତିକ୍ତ କରିଦେବ, କିନ୍ତୁ ତୁମ୍ଭ ମୁଖକୁ ଏହା ମଧୁ ପରି ମିଷ୍ଟ ଲାଗିବ।

Gade chapit la Kopi

ଓଡିଆ ବାଇବେଲ

9 ସେଥିରେ ମୁଁ ସେହି ଦୂତଙ୍କ ନିକଟକୁ ଯାଇ କ୍ଷୁଦ୍ର ପୁସ୍ତକଟି ମୋତେ ଦେବାକୁ ତାହାଙ୍କୁ କହିଲି। ସେ ମୋତେ କହିଲେ, ଏହା ନେଇ ଭୋଜନ କର; ଏହା ତୁମ୍ଭ ଉଦରକୁ ତିକ୍ତ କରିଦେବ, କିନ୍ତୁ ତୁମ୍ଭ ମୁଖକୁ ଏହା ମହୁ ପରି ମିଷ୍ଟ ଲାଗିବ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

9 ମୁଁ ଦୂତଙ୍କ ନିକଟକୁ ଯାଇ ସେହି ପାଣ୍ଡୁଲିପିଟିକୁ ମାଗିଲି। ସେ ମୋତେ କହିଲେ, “ନେଇ ଭୋଜନ କର। ତୁମ ଉଦର ପାଇଁ ଏହା ତିକ୍ତ, କିନ୍ତୁ ତୁମ ମୁଖରେ ଏହା ମଧୁ ପରି ମିଷ୍ଟ ଲାଗିବ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ସେଥିରେ ମୁଁ ସେହି ଦୂତଙ୍କ ନିକଟକୁ ଯାଇ କ୍ଷୁଦ୍ର ପୁସ୍ତକଟି ମୋତେ ଦେବାକୁ ତାହାଙ୍କୁ କହିଲି। ସେ ମୋତେ କହିଲେ, ଏହା ନେଇ ଭୋଜନ କର; ଏହା ତୁମ୍ଭ ଉଦରକୁ ତିକ୍ତ କରିଦେବ, କିନ୍ତୁ ତୁମ୍ଭ ମୁଖକୁ ଏହା ମହୁ ପରି ମିଷ୍ଟ ଲାଗିବ।

Gade chapit la Kopi




ପ୍ରକାଶିତ 10:9
7 Referans Kwoze  

ତୁମ୍ଭର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, ମୁଁ ତାହା ଗ୍ରହଣ କଲି। ଆଉ ତୁମ୍ଭର ବାକ୍ୟ ଦ୍ୱାରା ମୋର ପ୍ରାଣ ଉଲ୍ଲସିତ ହେଲା। କାରଣ ହେ ସୈନ୍ୟାଧିପତି ସଦାପ୍ରଭୁ ପରମେଶ୍ୱର, ମୁଁ ତୁମ୍ଭ ନାମରେ ଖ୍ୟାତ ଅଟେ।


“ହେ ମନୁଷ୍ୟ ପୁତ୍ର, ଆମ୍ଭେ ତୁମ୍ଭକୁ ଯାହା କହୁଅଛୁ ତାହା ଶୁଣ; ତୁମ୍ଭେ ଏହିସବୁ ବିଦ୍ରୋହୀମାନଙ୍କ ତୁଲ୍ୟ ବିଦ୍ରୋହୀ ହୁଅ ନାହିଁ; ନିଜର ମୁଖ ଖୋଲ, ଆମ୍ଭେ ତୁମ୍ଭକୁ ଯାହା ଦେଉଅଛୁ ତାହା ଭୋଜନ କର।”


ତା'ପରେ ଆତ୍ମା ମୋତେ ଉପରକୁ ଉଠାଇ ନେଇଗଲା। ମୁଁ ଦୁଃଖିତ ହୃଦୟରେ କ୍ରୋଧିତ ହୋଇ ଗମନ କଲି ଏବଂ ସଦାପ୍ରଭୁଙ୍କର ହସ୍ତ ମୋତେ ଧରିଥିଲା।


ମୁଁ ସବୁବେଳେ ପରମେଶ୍ୱରଙ୍କ ଆଦେଶ ମାନିଛି। ମୁଁ ପରମେଶ୍ୱରଙ୍କ ମୁଖରୁ ନିସୃତ ବାଣୀକୁ ମୋର ପ୍ରିୟ ଖାଦ୍ୟଠାରୁ ଅଧିକ ଭଲ ପାଇଛି।


ଏହି ବିଷୟ ଗୁଡ଼ିକ ପରମେଶ୍ୱରଙ୍କୁ କ୍ରୋଧିତ କରେ।


ତେଣୁ ମୁଁ ତାହାଙ୍କ ହସ୍ତରୁ କ୍ଷୁଦ୍ର ଚର୍ମପତ୍ର ନେଲି ଓ ଖାଇଲି। ମୋ’ ପାଟିକୁ ତାହା ମିଠା ଲାଗିଲା, କିନ୍ତୁ ଯେତେବେଳେ ମୁଁ ଏହାକୁ ଢୋକିଲି, ପେଟରେ ଏହା ଖଟା ଲାଗିଲା।


Swiv nou:

Piblisite


Piblisite