Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 1:13 - ପବିତ୍ର ବାଇବଲ

13 ସେହି ସାତୋଟି ସୁନାର ଦୀପରୂଖା ମଝିରେ: “ମନୁଷ୍ୟପୁତ୍ରଙ୍କ ପରି” ଜଣେ ଠିଆ ହୋଇଛନ୍ତି। ସେ ଗୋଟିଏ ଲମ୍ବା ପୋଷାକ ପିନ୍ଧିଥିଲେ। ସେ ତାହାଙ୍କ ଛାତିରେ ଗୋଟିଏ ସୁନାର ପଟୁକା ପିନ୍ଧିଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ପୁଣି, ସେହି ପ୍ରଦୀପଗୁଡ଼ିକର ମଧ୍ୟସ୍ଥଳରେ ମନୁଷ୍ୟପୁତ୍ରଙ୍କର ସଦୃଶ ଜଣେ ବ୍ୟକ୍ତି; ସେ ପାଦ ପର୍ଯ୍ୟନ୍ତ ବସ୍ତ୍ରରେ ଆଚ୍ଛାଦିତ ଓ ବକ୍ଷସ୍ଥଳରେ ସୁବର୍ଣ୍ଣ ପଟୁକା ଦ୍ଵାରା ବେଷ୍ଟିତ;

Gade chapit la Kopi

ଓଡିଆ ବାଇବେଲ

13 ପୁଣି, ସେହି ପ୍ରଦୀପଗୁଡ଼ିକର ମଧ୍ୟସ୍ଥଳରେ ମନୁଷ୍ୟପୁତ୍ରଙ୍କ ସଦୃଶ ଜଣେ ବ୍ୟକ୍ତି; ସେ ପାଦ ପର୍ଯ୍ୟନ୍ତ ବସ୍ତ୍ରରେ ଆଚ୍ଛାଦିତ ଓ ବକ୍ଷସ୍ଥଳରେ ସୁବର୍ଣ୍ଣ ପଟୁକା ଦ୍ୱାରା ବେଷ୍ଟିତ;

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

13 ଓ ତନ୍ମଧ୍ୟରେ ମନୁଷ୍ୟପୁତ୍ର ସଦୃଶ ଜଣେ। ତାଙ୍କ ପୋଷାକ ଆପାଦଲମ୍ବିତ ଏବଂ ତାଙ୍କ ବକ୍ଷ ସ୍ଥଳକୁ ବେଷ୍ଟନ କରିଥିଲା ଗୋଟିଏ ସୁବର୍ଣ୍ଣ ବନ୍ଧନୀ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ପୁଣି, ସେହି ପ୍ରଦୀପଗୁଡ଼ିକର ମଧ୍ୟସ୍ଥଳରେ ମନୁଷ୍ୟପୁତ୍ରଙ୍କ ସଦୃଶ ଜଣେ ବ୍ୟକ୍ତି; ସେ ପାଦ ପର୍ଯ୍ୟନ୍ତ ବସ୍ତ୍ରରେ ଆଚ୍ଛାଦିତ ଓ ବକ୍ଷସ୍ଥଳରେ ସୁବର୍ଣ୍ଣ ପଟୁକା ଦ୍ୱାରା ବେଷ୍ଟିତ;

Gade chapit la Kopi




ପ୍ରକାଶିତ 1:13
15 Referans Kwoze  

“ଆଉ ମୁଁ ରାତ୍ରିରେ ଦର୍ଶନରେ ଦେଖିଲି, ମନୁଷ୍ୟ ସଦୃଶ କେହି ଆକାଶରେ ମେଘରେ ଆସିଲେ। ଏବଂ ସେ ଆକାଶର ମେଘଖଣ୍ତ ଉପରେ ସେହି ବୃଦ୍ଧଙ୍କ ନିକଟକୁ ଆସିଲେ ଓ ସେମାନେ ତାଙ୍କୁ ତାହାଙ୍କ ଛାମୁକୁ ଆଣିଲେ।


ସେତେବେଳେ ମନୁଷ୍ୟାକୃତି ଜଣେ ବ୍ୟକ୍ତି ମୋର ଓଷ୍ଠାଧର ସ୍ପର୍ଶ କଲେ। ମୋ’ ସମ୍ମୁଖରେ ଛିଡ଼ା ହୋଇଥିବା ଲୋକକୁ ମୁଁ କହିଲି, “ହେ ପ୍ରଭୁ, ଏହି ଦର୍ଶନ ଯୋଗୁଁ ମୋର ବେଦନା ମୋତେ କଷ୍ଟ ହେଉଛି। ଆଉ ମୁଁ କିଛି ବଳ ରଖି ପାରୁ ନାହିଁ।


ସେହି ମନ୍ଦିର ଭିତରୁ ସାତ ଜଣ ଦୂତ ସାତୋଟି ମହାମାରୀଗୁଡ଼ିକୁ ଧରି ବାହାରି ଆସିଲେ। ସେମାନେ ଶୁଦ୍ଧ, ଉଜ୍ଜ୍ୱଳ, ମସୀନା, ଶୁଭ୍ର ବସ୍ତ୍ର ପିନ୍ଧିଥିଲେ। ସେମାନଙ୍କ ବକ୍ଷରେ ସୁବର୍ଣ୍ଣ ବନ୍ଧନୀ ଥିଲା।


ତା'ପରେ ମୁଁ ଦେଖିଲି, ମୋ’ ସମ୍ମୁଖରେ ଗୋଟିଏ ଧଳା ମେଘ ଥିଲା। ସେହି ମେଘ ଉପରେ ମନୁଷ୍ୟପୁତ୍ରଙ୍କ ପରି ଜଣେ ବ୍ୟକ୍ତି ବସିଥିଲେ। ତାହାଙ୍କ ମୁଣ୍ଡରେ ଗୋଟିଏ ସୁନାର ମୁକୁଟ ଓ ହାତରେ ଗୋଟିଏ ମୁନିଆ ଦାଆ ଥିଲା।


ସେ ହାରୋଣଙ୍କୁ ଜାମା ପିନ୍ଧାଇଲେ, କଟିରେ ତାଙ୍କର ବେ‌‌‌ଲ୍ଟ ବାନ୍ଧିଲେ, ତାଙ୍କୁ ଗ୍ଭେଗା ପିନ୍ଧାଇଲେ, ତାଙ୍କୁ ଏଫୋଦ ପିନ୍ଧାଇଲେ, ତା'ପରେ ଏଫୋଦକୁ ସିନ୍ଦୁର ବେ‌‌‌ଲ୍ଟରେ ବାନ୍ଧିଲେ।


“ମୁଁ ଗୋଟିଏ ସିଂହାସନ ସ୍ଥାପିତ ହେଉଥିବାର ଦେଖିଲି। ଅତି ବୃଦ୍ଧାଲୋକ ସେହି ଉପରେ ବସିଲେ। ତାଙ୍କର ବସ୍ତ୍ର ହିମତୁଲ୍ୟ ଶୁକ୍ଳବର୍ଣ୍ଣ ଓ ତାଙ୍କର ମସ୍ତକର କେଶ ମେଷଲୋମ ସଦୃଶ ଶୁଭ୍ର ଥିଲା। ତାଙ୍କର ସିଂହାସନ ଅଗ୍ନିମୟପରି ଓ ସିଂହାସନର ଚକସବୁ ଜ୍ୱଳନ୍ତା ଅଗ୍ନିଶିଖା, ସଦୃଶ ଥିଲା।


ଅତଏବ ଆମ୍ଭେ ଆମ୍ଭମାନଙ୍କ ବିଶ୍ୱାସରେ ଦୃଢ଼ ରହିବା ଉଚିତ୍। ମହାଯାଜକ ଯୀଶୁ ଆମ୍ଭର ସମସ୍ତ ଦୁର୍ବଳତା ଜାଣନ୍ତି। ଜଗତରେ ଥିବା ବେଳେ ସେ ପ୍ରତ୍ୟେକ ଭାବରେ ପରୀକ୍ଷିତ ହେଲେ।


ସେମାନେ କଟିବନ୍ଧନୀ ବୁଣିଲେ ଏଫୋଦରେ ବାନ୍ଧିଲେ। ଯେପରି ଏଫୋଦ ତିଆରି ହୋଇଥିଲା, ସେହିପରି ଏହାକୁ ତିଆରି କରାଗଲା। ତାହା ମଧ୍ୟ ସେହି କର୍ମ ଅନୁସାରେ ସୁବର୍ଣ୍ଣ ଦ୍ୱାରା ନୀଳ, ବାଇଗଣୀ ଓ ଲାଲ ରଙ୍ଗରେ ସୂକ୍ଷ୍ମ କ୍ଷୋମସୂତ୍ର ଦ୍ୱାରା ତିଆରି କଲେ ଯେପରି ସଦାପ୍ରଭୁ ମୋଶାଙ୍କୁ କରିବା ପାଇଁ ଆଜ୍ଞା ଦେଇଥିଲେ।


“ଏଫିସ ନଗରର ମଣ୍ଡଳୀର ଦୂତଙ୍କୁ ଏହା ଲେଖ: “ଯିଏ ଡାହାଣ ହାତରେ ସାତୋଟି ନକ୍ଷତ୍ର ଧରିଛନ୍ତି ଓ ସାତୋଟି ସୁନାର ଦୀପରୂଖା ମଧ୍ୟରେ ଗ୍ଭଲନ୍ତି, ସେ ତୁମ୍ଭକୁ ଏହି କଥାମାନ କହୁଛନ୍ତି।


Swiv nou:

Piblisite


Piblisite