Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 1:10 - ପବିତ୍ର ବାଇବଲ

10 ପ୍ରଭୁଙ୍କ ଦିନରେ ପବିତ୍ରଆତ୍ମା ମୋତେ ସମ୍ପୂର୍ଣ୍ଣ ରୂପେ ଅଧିକାର କରି ନେଲେ। ମୁଁ ହଠାତ୍ ପଛପଟୁ ଗୋଟିଏ ଉଚ୍ଚ ଶବ୍ଦ ଶୁଣିଲି। ଏହି ଶବ୍ଦ ତୂରୀନାଦ ପରି ଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ମୁଁ ପ୍ରଭୁଙ୍କ ଦିନରେ ଆତ୍ମାରେ ଆବିଷ୍ଟ ହୋଇ ମୋହର ପଶ୍ଚାତରେ ତୂରୀଶଦ୍ଦ ପରି ଗୋଟିଏ ମହାସ୍ଵର ଏହା କହୁଥିବା ଶୁଣିଲି,

Gade chapit la Kopi

ଓଡିଆ ବାଇବେଲ

10 ମୁଁ ପ୍ରଭୁଙ୍କ ଦିନରେ ଆତ୍ମାଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ଚାଳିତ ହୋଇ ମୋହର ପଶ୍ଚାତରେ ତୂରୀଶବ୍ଦ ପରି ଗୋଟିଏ ମହାସ୍ୱର ଏହା କହୁଥିବା ଶୁଣିଲି,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

10 ପ୍ରଭୁଙ୍କ ଦିବସରେ ପବିତ୍ର ଆତ୍ମା ମୋତେ ଆବିଷ୍ଟ କଲେ ଏବଂ ମୋର ପଶ୍ଚାତ୍ରେ ତୂରୀ ଧ୍ୱନି ପରି ଏକ ଉଚ୍ଚ ସ୍ୱର ଶୁଣିଲି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ମୁଁ ପ୍ରଭୁଙ୍କ ଦିନରେ ଆତ୍ମାରେ ଆବିଷ୍ଟ ହୋଇ ମୋହର ପଶ୍ଚାତରେ ତୂରୀଶବ୍ଦ ପରି ଗୋଟିଏ ମହାସ୍ୱର ଏହା କହୁଥିବା ଶୁଣିଲି,

Gade chapit la Kopi




ପ୍ରକାଶିତ 1:10
13 Referans Kwoze  

ସେ ଦୂତ ମୋତେ ଆତ୍ମା ଦ୍ୱାରା ଗୋଟିଏ ବହୁତ ବଡ଼ ଓ ଉଚ୍ଚ ପର୍ବତକୁ ନେଇଗଲେ। ସେ ମୋତେ ପବିତ୍ର ନଗରୀ ଯିରୁଶାଲମ ଦେଖାଇଲେ। ମୁଁ ସେହି ନଗରୀକୁ ପରମେଶ୍ୱରଙ୍କ ପାଖରୁ ସ୍ୱର୍ଗରୁ ଆସିବାର ଦେଖିଲି।


ତା'ପରେ ଦୂତ ମୋତେ ଆତ୍ମା ଦ୍ୱାରା ମରୁଭୂମିକୁ ବହି ନେଇଗଲେ। ସେଠାରେ ମୁଁ ଗୋଟିଏ ନାରୀକୁ ଲାଲ ରଙ୍ଗର ପଶୁ ଉପରେ ବସିଥିବାର ଦେଖିଲି। ସେ ପଶୁର ସର୍ବାଙ୍ଗ ଶରୀର ଉପରେ ଈଶ୍ୱରଙ୍କ ନିନ୍ଦା କରୁଥିବା ନାମସବୁ ଲେଖା ଯାଇଥିଲା। ସେହି ପଶୁର ସାତୋଟି ମସ୍ତକ ଓ ଦଶଟି ଶିଙ୍ଗ ଥିଲା।


ଆମ୍ଭେ ସପ୍ତାହର ପ୍ରଥମ ଦିନ ପ୍ରଭୁଭୋଜର ରୋଟୀ ଭାଙ୍ଗିବା ପାଇଁ ଏକାଠି ହେବା ବେଳେ ପାଉଲ ସେମାନଙ୍କୁ ପ୍ରଭୁଙ୍କ କଥା କହିବା ଆରମ୍ଭ କଲେ। କାରଣ ସେ ତହିଁଆର ଦିନ ଗ୍ଭଲିଯିବା ପାଇଁ ଯୋଜନା କରି ମଧ୍ୟରାତ୍ରି ପର୍ଯ୍ୟନ୍ତ ସେମାନଙ୍କୁ ଉପଦେଶ ଦେଲେ।


ପ୍ରତ୍ୟେକ ସପ୍ତାହର ପ୍ରଥମ ଦିନ ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ ନିଜ ଆୟ ଅନୁଯାୟୀ ଯେତିକି ସମ୍ଭବ ନିଶ୍ଚୟ ସଞ୍ଚୟ କର। ତୁମ୍ଭେମାନେ ଏହାକୁ ଗୋଟିଏ ବିଶେଷ ସ୍ଥାନରେ ରଖି ଥାଅ। ଏପରି କଲେ, ମୁଁ ତୁମ୍ଭମାନଙ୍କ ପାଖରେ ପହଞ୍ଚିଲା ପରେ ତୁମ୍ଭମାନଙ୍କୁ ସଂଗ୍ରହ କରିବାକୁ ପଡ଼ିବ ନାହିଁ।


ସେଦିନ ରବିବାର ଥିଲା। ସନ୍ଧ୍ୟାରେ ସବୁ ଶିଷ୍ୟମାନେ ଏକାଠି ହେଲେ। ଯିହୂଦୀ ନେତାମାନଙ୍କ ଭୟରେ ଶିଷ୍ୟମାନେ ଘରର ସବୁ କବାଟ ବନ୍ଦ କରିଦେଇଥିଲେ। ତା'ପରେ ଯୀଶୁ ଆସି ସେମାନଙ୍କ ମଧ୍ୟରେ ଠିଆ ହୋଇ ସେ କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ।”


ଯୀଶୁ ଫାରୂଶୀମାନଙ୍କୁ ପଗ୍ଭରିଲେ, “ଦାଉଦ ତାହାଙ୍କୁ ‘ପ୍ରଭୁ’ ବୋଲି କାହିଁକି ସମ୍ବୋଧନ କଲେ? ଦାଉଦ ପବିତ୍ରଆତ୍ମାଙ୍କ ଶକ୍ତିରେ କହୁଥିଲେ। ଦାଉଦ କହିଲେ:


ଗୋଟିଏ ସପ୍ତାହ ପରେ ଶିଷ୍ୟମାନେ ପୁଣି ଘର ଭିତରେ ଥିଲେ। ଥୋମା ସେମାନଙ୍କ ସହିତ ଥିଲେ। କବାଟରେ ତାଲା ପଡ଼ିଥିଲା। କିନ୍ତୁ ଯୀଶୁ ଆସି ସେମାନଙ୍କ ମଧ୍ୟରେ ଠିଆ ହେଲେ। ସେ କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ।”


ବିଲିୟମ ଦେଖିଲା ଯେ, ଇସ୍ରାଏଲର ଲୋକମାନେ ସେମାନଙ୍କର ପରିବାରବର୍ଗ ଅନୁସାରେ ରହିଲେ। ତା'ପରେ ପରମେଶ୍ୱରଙ୍କର ଆତ୍ମା ବିଲିୟମ ଉପରକୁ ଆସିଲା।


ସେଥିପାଇଁ ମୁଁ କହୁଛି ଯେ, ପରମେଶ୍ୱରଙ୍କ ଆତ୍ମାପ୍ରାପ୍ତ ଲୋକ “ଯୀଶୁ ଅଭିଶପ୍ତ” ବୋଲି କଦାପି କହିବ ନାହିଁ। ପବିତ୍ରଆତ୍ମାଙ୍କ ସାହାଯ୍ୟ ବିନା କୌଣସି ଲୋକ “ଯୀଶୁ ପ୍ରଭୁ ଅଟନ୍ତି” ବୋଲି କହିବ ନାହିଁ।


Swiv nou:

Piblisite


Piblisite