Biblia Todo Logo
Bib sou entènèt

- Piblisite -




ଗୀତସଂହିତା 92:12 - ପବିତ୍ର ବାଇବଲ

12 ଉତ୍ତମ ଲୋକମାନେ ସଦାପ୍ରଭୁଙ୍କ ମନ୍ଦିରରେ ରୋପିତ ଲିବାନୋ‌ନ୍‌ର ଏରସ ଗଛ ତୁଲ୍ୟ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ଧାର୍ମିକ ଲୋକ ତାଳ ବୃକ୍ଷ ପରି ବର୍ଦ୍ଧିଷ୍ଣୁ ହେବ; ସେ ଲିବାନୋନ୍ରେ ଏରସ ବୃକ୍ଷ ତୁଲ୍ୟ ବୃଦ୍ଧି ପାଇବ।

Gade chapit la Kopi

ଓଡିଆ ବାଇବେଲ

12 ଧାର୍ମିକ ଲୋକ ତାଳ ବୃକ୍ଷ ପରି ବର୍ଦ୍ଧିଷ୍ଣୁ ହେବ; ସେ ଲିବାନୋନରେ ଏରସ ବୃକ୍ଷ ତୁଲ୍ୟ ବୃଦ୍ଧି ପାଇବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ଧାର୍ମିକ ଲୋକ ତାଳ ବୃକ୍ଷ ପରି ବର୍ଦ୍ଧିଷ୍ଣୁ ହେବ; ସେ ଲିବାନୋନରେ ଏରସ ବୃକ୍ଷ ତୁଲ୍ୟ ବୃଦ୍ଧି ପାଇବ।

Gade chapit la Kopi




ଗୀତସଂହିତା 92:12
17 Referans Kwoze  

ତେଣୁ ସେହି ବ୍ୟକ୍ତି ଅଧିକ ବଳଶାଳୀ ହୁଏ, ପ୍ରଚୁର ପାଣି ପାଉଥିବା ବୃକ୍ଷର ସ୍ଥିତି ପରି। ସେହି ବ୍ୟକ୍ତି ଠିକ୍ ସମୟରେ ଫଳ ଦେଉଥିବା ଗୋଟିଏ ବୃକ୍ଷପରି ଅଟେ। ସେହି ବ୍ୟକ୍ତି ସେହି ବୃକ୍ଷ ପରି ଶକ୍ତିଶାଳୀ, ଯାହାର ପତ୍ର କେବେହେଲେ ଶୁଖିଯାଏ ନାହିଁ। ସେ ଯାହା କରେ, ତହିଁରେ କୃତକାର୍ଯ୍ୟ ହୁଏ।


କାରଣ ସେ ଜଳ ନିକଟସ୍ଥ ରୋପିତ ବୃକ୍ଷତୁଲ୍ୟ ହେବ। ତା'ର ମୂଳ ବିସ୍ତୃତ ହୋଇ ଜଳ ପାଇବ। ଗ୍ରୀଷ୍ମକାଳରେ ସେ ଭୟଭୀତ ହେବ ନାହିଁ। ମାତ୍ର ତା'ର ପତ୍ର ସଦାକାଳ ସବୁଜ ରହିବ। ଅନାବୃଷ୍ଟି ସମୟରେ ସେ ଚିନ୍ତିତ ହେବ ନାହିଁ କିଅବା ସେ ଫଳ ଧାରଣରୁ ନିବୃତ୍ତ ହେବ ନାହିଁ।


ଲିବାନୋ‌ନ୍‌ର ମହାନ ବୃକ୍ଷଗୁଡ଼ିକ ପ୍ରଚୁର ପରିମାଣରେ ବର୍ଷା ପାଆନ୍ତି। ସଦାପ୍ରଭୁ ସେହି ବୃକ୍ଷଗୁଡ଼ିକୁ ରୋପଣ କରିଥିଲେ ଓ ସେମାନଙ୍କର ଆବଶ୍ୟକତାନୁଯାୟୀ ପାଣି ଦେଉଥିଲେ।


କିନ୍ତୁ ମୁଁ ପରମେଶ୍ୱରଙ୍କ ମନ୍ଦିରରେ ବଢ଼ୁଥିବା ଏକ ସତେଜ ଜୀତବୃକ୍ଷ ତୁଲ୍ୟ ଅଛି। ମୁଁ ଅନନ୍ତକାଳ ପରମେଶ୍ୱରଙ୍କ ପ୍ରେମରେ ବିଶ୍ୱାସ କରେ।


ତୁମ୍ଭେମାନେ ଉପତ୍ୟକା ତୁଲ୍ୟ ବିସ୍ତାରିତ ଓ ନଦୀତୀରସ୍ଥ ଉଦ୍ୟାନ ତୁଲ୍ୟ, ସଦାପ୍ରଭୁଙ୍କ ରୋପିତ ଅଗୁରୁ ବୃକ୍ଷ ସଦୃଶ ଓ ଜଳ ନିକଟସ୍ଥ ଏରସ ବୃକ୍ଷ ସଦୃଶ ଅଟ।


“କିନ୍ତୁ ଆମ୍ଭେ ଯିଏ କି ଜଣେ ଥିଲୁ, ଇମୋରୀୟକୁ ସେମାନଙ୍କ ସମ୍ମୁଖରେ ଧ୍ୱଂସ କଲୁ। ଇମୋରୀୟ ଏରସ ବୃକ୍ଷ ସଦୃଶ ଉଚ୍ଚ ଓ ଆଲୋକ ଗଛ ସଦୃଶ ଶକ୍ତ ଥିଲା। ଆମ୍ଭେ ସେମାନଙ୍କର ଊର୍ଦ୍ଧ୍ୱ ଭାଗରେ ଥିବା ଫଳ ଓ ନିମ୍ନ ଭାଗରେ ଥିବା ମୂଳକୁ ନଷ୍ଟ କଲୁ।


ସେମାନେ ନିର୍ମାଣ କରିଥିବା ଗୃହରେ ଅନ୍ୟ ଲୋକ ବାସ କରି ପାରିବେ ନାହିଁ ଓ ସେମାନଙ୍କରୋପିତ ବୃକ୍ଷର ଫଳ ଅନ୍ୟ ଲୋକ ଭୋଗ କରିବ ନାହିଁ। କାରଣ ଆମ୍ଭ ଲୋକମାନଙ୍କର ଆୟୁ ବୃକ୍ଷର ଆୟୁତୁଲ୍ୟ ହେବ ଓ ଆମ୍ଭ ମନୋନୀତ ଲୋକମାନେ ଦୀର୍ଘକାଳ ପର୍ଯ୍ୟନ୍ତ ନିଜ ହସ୍ତକୃତ କର୍ମଫଳ ଭୋଗ କରିବେ।


ଯେପର୍ଯ୍ୟନ୍ତ ରାଜା ଅଛନ୍ତି, ଧାର୍ମିକତା ବୃଦ୍ଧି ହେଉ। ଚନ୍ଦ୍ର ଲୁପ୍ତ ନ ହେବା ପର୍ଯ୍ୟନ୍ତ ପ୍ରଚୁର ଶାନ୍ତି ସ୍ଥାପିତ ହେଉ।


କଣ୍ଟକ ବୃକ୍ଷ ପରିବର୍ତ୍ତେ ଦେବଦାରୁ ବୃକ୍ଷ ଜନ୍ମିବ। ପୁନଶ୍ଚ ତାହା ସଦାପ୍ରଭୁଙ୍କର ମହିମା ସ୍ୱରୂପ ହେବ ଓ କେବେ ଧ୍ୱଂସ ହେବ ନାହିଁ।”


ମୂଖ୍ୟ କୋଠରୀର ଓ ଭିତର କୋଠରୀର କାନ୍ଥଗୁଡ଼ିକ ଗ୍ଭରିପାଖରେ କିରୁବଦୂତଗଣ, ଖର୍ଜ୍ଜୁର ବୃକ୍ଷ ଓ ପ୍ରସ୍ପୁଟିତ ପୁଷ୍ପମାନଙ୍କର ଛବି ଖୋଦିତ ହୋଇଥିଲା।


ଯେତେବେଳେ ଦୁଷ୍ଟଗଣ ତୃଣପରି ଅଙ୍କୁରିତ ହୁଅନ୍ତି ଓ ଅଧର୍ମାଗ୍ଭରୀମାନେ ଫୁଲ-ଫଳ ଗଛ ସଦୃଶ ବଢ଼ି ସମୃଦ୍ଧଶାଳୀ ହୋଇପାରନ୍ତି। ସେତେବେଳେ ସେମାନେ କରୁଥିବା ମୂଲ୍ୟହୀନ କାର୍ଯ୍ୟ ଚିରଦିନ ପାଇଁ ନଷ୍ଟ ହେବ।


ସେ ପ୍ରକୃତି ସମ୍ବନ୍ଧରେ ମଧ୍ୟ ବହୁକଥା ଜାଣିଲେ। ସେ ଲିବାନୋ‌ନ୍‌ର ଏରସ ବୃକ୍ଷ ବିଷୟରେ ଓ ପ୍ରାଚୀରରେ ଜନ୍ମିଥିବା ଏସୋବ ତୃଣ ବିଷୟରେ ଶିକ୍ଷା ଦେଲେ। ସେ ପଶୁ, ପକ୍ଷୀ, ଉରୋଗାମୀ ପ୍ରାଣୀ ଓ ମତ୍ସ୍ୟମାନଙ୍କର ବିଷୟରେ ଶିକ୍ଷା ଦେଲେ।


ସମସ୍ତ ପର୍ବତ ଓ ଉପପର୍ବତ, ଫଳବତୀ ବୃକ୍ଷ ଓ ଏରସ ବୃକ୍ଷଗଣ ତାଙ୍କୁ ପ୍ରଶଂସା କଲେ।


ଯିହୁଦୀୟମାନେ ସେମାନଙ୍କର ସମସ୍ତ ଶତ୍ରୁଙ୍କୁ ଖଣ୍ଡାରେ ହାଣି ବିନାଶ କଲେ। ସେମାନେ ସେମାନଙ୍କର ଘୃଣାକାରୀଗଣ ପ୍ରତି ମନ ଇଚ୍ଛା ବ୍ୟବହାର କଲେ।


ସଦାପ୍ରଭୁଙ୍କର ଅନୁସରଣ କର ଓ ତାଙ୍କ ସାହାଯ୍ୟ ପାଇଁ ଅପେକ୍ଷା କର। ସଦାପ୍ରଭୁ ତୁମ୍ଭକୁ ନିଶ୍ଚିତ ବିଜୟୀ କରାଇବେ ଓ ପରମେଶ୍ୱରଙ୍କ ପ୍ରତିଜ୍ଞା ମୁତାବକ ତୁମ୍ଭେ ତୁମ୍ଭର ରାଜ୍ୟ ଫେରି ପାଇବ, ସେତେବେଳେ ଦୁଷ୍ଟ ଲୋକମାନେ ସେ ରାଜ୍ୟ ଛାଡ଼ି ଗ୍ଭଲିଯିବେ।


ମୋର ଶତ୍ରୁ କହୁଥିଲେ, “ତୁମ୍ଭର ସଦାପ୍ରଭୁ ପରମେଶ୍ୱର କେଉଁଠାରେ ଅଛନ୍ତି?” ମାତ୍ର ଯେତେବେଳେ ସେ ଏହା ଦେଖିବ ସେ ଲଜ୍ଜିତ ହେବ। ସେତେବେଳେ ମୁଁ ଶତ୍ରୁକୁ ଉପହାସ କରିବି। ଲୋକମାନେ ପଥର କାଦୁଅ ପରି ତାକୁ ଦଳିବେ।


Swiv nou:

Piblisite


Piblisite