Biblia Todo Logo
Bib sou entènèt

- Piblisite -




ଗୀତସଂହିତା 91:3 - ପବିତ୍ର ବାଇବଲ

3 ପରମେଶ୍ୱର ତୁମ୍ଭକୁ ଗଭୀର ଜଳରୁ ରକ୍ଷା କରିବେ ଓ ସର୍ବନାଶକ ମହାମାରୀରୁ ରକ୍ଷା କରିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 କାରଣ ସେ ତୁମ୍ଭକୁ ବ୍ୟାଧର ଫାନ୍ଦରୁ ଓ ସର୍ବନାଶକ ମହାମାରୀରୁ ରକ୍ଷା କରିବେ।

Gade chapit la Kopi

ଓଡିଆ ବାଇବେଲ

3 କାରଣ ସେ ତୁମ୍ଭକୁ ବ୍ୟାଧର ଫାନ୍ଦରୁ ଓ ସର୍ବନାଶକ ମହାମାରୀରୁ ରକ୍ଷା କରିବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 କାରଣ ସେ ତୁମ୍ଭକୁ ବ୍ୟାଧର ଫାନ୍ଦରୁ ଓ ସର୍ବନାଶକ ମହାମାରୀରୁ ରକ୍ଷା କରିବେ।

Gade chapit la Kopi




ଗୀତସଂହିତା 91:3
16 Referans Kwoze  

ଆମ୍ଭେମାନେ ହେଉଛୁ ଜାଲରେ ପଡ଼ିଥିବା ଚଢ଼େଇମାନଙ୍କ ପରି, ଯେଉଁମାନେ ଜାଲରୁ ରକ୍ଷା ପାଇଥା’ନ୍ତି। ତା'ପରେ ଜାଲ ଛିଣ୍ଡିଗଲା ଓ ଆମ୍ଭେମାନେ ରକ୍ଷା ପାଇଗଲୁ।


ମନ୍ଦ ଲୋକମାନେ ମୋ’ ପାଇଁ ଫାଶ ବସାନ୍ତି। ସେମାନଙ୍କର ଫାଶରେ ମୋତେ ପଡ଼ିବା ପାଇଁ ଦିଅ ନାହିଁ।


ଯେମିତି ପକ୍ଷୀଟିଏ ଶିକାରୀ ତୀର ଦ୍ୱାରା, ତା'ର ଛାତିକୁ ଲକ୍ଷ୍ୟଭେଦ କରୁଛି, ତାହା ଜାଣିପାରି ନ ଥାଏ। ଠିକ୍ ସେହିପରି ସେ ଯୁବପୁରୁଷ ବିପଦରେ ଅଛି ବୋଲି ଜାଣି ନ ପାରି ସେ ସ୍ତ୍ରୀର ଜାଲ ଭିତରକୁ ଯାଉଅଛି।


ଆପଣାକୁ ଉଦ୍ଧାର କର, ଯେପରି ହରିଣ ବ୍ୟାଧଠାରୁ ଦୌଡ଼ି ପଳାଏ ଓ ପକ୍ଷୀମାନେ ଫାସରୁ ଉଡ଼ିଯାଆନ୍ତି।


କାରଣ ମନୁଷ୍ୟ ତା'ର କ’ଣ ହେବାକୁ ଯାଉଛି ଜାଣେ ନାହିଁ। ଯେପରି ମତ୍ସ୍ୟଗଣ ଅଶୁଭ ଜାଲର ଶିକାର ହୁଅନ୍ତି ଓ ଯେପରି ପକ୍ଷୀଗଣ ଫାନ୍ଦର ଶିକାର ହୁଅନ୍ତି, ଠିକ୍ ସେହିପରି ଲୋକମାନେ ଦୈବଦୁର୍ବିପାକର ଶିକାର ହୁଅନ୍ତି।


ଶୟତାନ ସେମାନଙ୍କୁ ଫାନ୍ଦରେ ପକାଇଛି ଓ ତା ଇଚ୍ଛା ଅନୁସାରେ କାମ କରାଉଛି। ହୋଇପାରେ ଯେ ସେମାନେ ସଜାଗ ହେବେ ଓ ଶୟତାନର ସେହି କାର୍ଯ୍ୟ ଦେଖିବେ। ତା'ପରେ ସେମାନେ ଶୟତାନର ଫାନ୍ଦରୁ ମୁକ୍ତ ହେବେ।


ଯେଉଁମାନେ ଧନୀ ହେବାକୁ ଗ୍ଭହୁଁଛନ୍ତି, ସେମାନେ ପ୍ରଲୋଭନ ଫାନ୍ଦରେ ପଡ଼ି ଯାଆନ୍ତି। ଅନେକ ମୂର୍ଖତାପୂର୍ଣ୍ଣ ଓ ଦୁଃଖ ଦେଉଥିବା ବିଷୟ ଗୁଡ଼ିକ ପାଇଁ ସେମାନେ ଇଚ୍ଛା ପୋଷଣ କରନ୍ତି। ସେଗୁଡ଼ିକ ଲୋକମାନଙ୍କୁ ନଷ୍ଟ କରି ତଳିତଳାନ୍ତ କରିଦିଏ।


ଯଦି ଫାଶରେ କିଛି ଖାଦ୍ୟ ନାହିଁ, ତେବେ ପକ୍ଷୀଟିଏ ତା’ ମଧ୍ୟକୁ ପ୍ରବେଶ କରିବ ନାହିଁ। ପକ୍ଷୀକୁ କବଳିତ କରିବା ପାଇଁ ଫାଶ ଭିତରେ ଥୋପ ନ ଥିଲେ ଫାଶ ବସାଯାଏ ନାହିଁ।


ଭବିଷ୍ୟ‌ଦ୍‌ବକ୍ତା ଇଫ୍ରୟିମ, ମୋର ପରମେଶ୍ୱରଙ୍କ ଲୋକ ଉପରେ ଜଗୁଆଳି ଅଟେ। କିନ୍ତୁ ପଥ ମଧ୍ୟରେ ଅନେକ ଫାଶ ଅଛି ଏବଂ ଲୋକମାନେ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଘୃଣା କରନ୍ତି। ଏପରିକି ତାଙ୍କ ପରମେଶ୍ୱରଙ୍କ ଘରେ ମଧ୍ୟ ଶତ୍ରୁତା ରହିଛି।


ଅନ୍ଧକାରଗାମୀ ମହାମାରୀ, କିଅବା ମଧ୍ୟାହ୍ନରେ ସଂହାରକାରୀ ରୋଗ ବିଷୟରେ ଭୀତ ହେବ ନାହିଁ।


ତେଣୁ ସଦାପ୍ରଭୁ ଇସ୍ରାଏଲକୁ ମହାମାରୀ ପଠାଇଲେ। ଏହି ପ୍ରତ୍ୟୁଷରୁ ଆରମ୍ଭ ହୋଇ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଗ୍ଭଲୁ ରହିଲା। ତେଣୁ ଦା‌ନ୍‌ଠାରୁ ବେ‌ର୍‌ଶେବା ପର୍ଯ୍ୟନ୍ତ 70,000 ଲୋକ ମୃତ୍ୟୁବରଣ କଲେ।


“ଯେବେ ଦେଶରେ ଦୁର୍ଭିକ୍ଷ ହୁଏ, ଯେବେ ମହାମାରୀ ହୁଏ, ଶସ୍ୟ ସବୁ ନଷ୍ଟ ହୁଏ, ପଙ୍ଗପାଳ ଓ କୀଟ ଦ୍ୱାରା ନଷ୍ଟ ହୁଏ, ଶତ୍ରୁମାନଙ୍କଦ୍ୱାରା ନଗର ସମୂହ ଆକ୍ରମିତ ହୋଇ ଅବରୁଦ୍ଧ ହୁଏ ଓ ଯେବେ ତୁମ୍ଭର ଲୋକେ ରୋଗାକ୍ରାନ୍ତ ହୁଅନ୍ତି।


ପରମେଶ୍ୱର ତାଙ୍କର ଶତ୍ରୁମାନଙ୍କର ମସ୍ତକକୁ ଚୂର୍ଣ୍ଣ କରିବେ। ସେ ସେମାନଙ୍କର ଖପୁରୀକୁ ଚୂର୍ଣ୍ଣ କରିବେ, ଯେଉଁମାନେ କ୍ରମାଗତ ପାପ କରନ୍ତି।


Swiv nou:

Piblisite


Piblisite